ଜୀବନଚର୍ଯ୍ୟା |

ଔଷଧ ବ୍ୟବହାର

ଔଷଧ ବ୍ୟବହାର

(ଶେଷ ଭାଗ)

ଔଷଧ ଖାଇବା ଭୁଲି ହୋଇଗଲେ ପରବର୍ତ୍ତୀ ମାତ୍ରାକୁ ଦୁଇଗୁଣ ବଢ଼େଇ ଦେଇ ବ୍ୟବହାର କରିବେନି। ଔଷଧର ନଁା ଲେଖା ନ ଥିବା ବୋତଲରେ ଔଷଧ ରଖିବେନି। ଡାକ୍ତରଙ୍କୁ ନ ପଚାରି କୌଣସି ବଟିକା ଔଷଧକୁ ଫାଳ କରି କି ଗୁଣ୍ଡକରି ଖାଇବେନି। କାରଣ କେତେକ ବଟିକାକୁ ପୂରା ସେହିପରି ଭାବରେ ଗିଳିପକେଇଲେ ତା’ର ସକ୍ରିୟତା ଅକ୍ଷୂର୍ଣ୍ଣ ରହିଥାଏ। କିନ୍ତୁ ତାକୁ ଫାଳ କରିଦେଲେ କି ଗୁଣ୍ଡ କରିଦେଲେ ଔଷଧର କାର୍ଯ୍ୟକାରିତା ହ୍ରାସ ପାଇଯାଏ।

ଡାକ୍ତରଙ୍କୁ ନ ପଚାରି ନିଜ ନିର୍ବାଚନରେ ଔଷଧ କିଣି ବ୍ୟବହାର କରିବେନି। ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ପିଲାଙ୍କୁ ଦେବେନି। କୌଣସି ପିଲାକୁ ଆସ୍ପିରିନ୍‌ ଔଷଧ ଖୁଆଇବେନି। ପିଲାମାନଙ୍କୁ ପାଣି ଔଷଧ ଖୁଇଇବାର ଥିଲେ ପାଣି ଔଷଧର ପରିମାଣକୁ ଅନୁମାନ କରି ସ୍ଥିର କରିବେନି। ମାପ ବ୍ୟବହାର କରି ମାତ୍ରା ସ୍ଥିର କରିବେ।

ଔଷଧର ଏକ୍ସପାଏରୀ ଡେଟ୍‌ ବା ବୈଧ ସମୟ ପୂରା ହୋଇଯାଇଥିଲେ, ଏଭଳି ଔଷଧ ଆଦୌ ନିରାପଦ ନୁହେଁ। ସୁତରାଂ ଏକ୍ସପାଏରୀ ଡେଟ୍‌ ହୋଇସାରିଥିବା ଔଷଧ ଜମା ବ୍ୟବହାର କରିବେନି। ଘରେ ବଳିପଡ଼ିଥିବା ଔଷଧ ସ୍ବାଭାବିକ ରଙ୍ଗ ପରିବର୍ତ୍ତିତ ହୋଇଯାଇଥିବା ଔଷଧ କି ଆଲୋକ କିମ୍ବା ଜଳୀୟବାଷ୍ପ ସଂସ୍ପର୍ଶରେ ଆସିଥିବା ଔଷଧ ଆଦୌ ବ୍ୟବହାର ଉପଯୋଗୀ ନୁହେଁ। ସେହିପରି ବ୍ୟବହୃତ ହେବାପରେ ଆଖି, କାନ ଓ ନାକ ଡ୍ରପ୍‌ ଔଷଧ କିଛି ବଳିପଡ଼ିଥିଲେ ମଧ୍ୟ ତାକୁ ପରବର୍ତ୍ତୀ ସମୟରେ ପୁନର୍ବାର ବ୍ୟବହାର କରିବେନି।

ପୂର୍ବର କୌଣସି ରୋଗ ପାଇଁ ଔଷଧ ବ୍ୟବହାର କରିଆସୁଥିଲେ ଓ ପରେ ଅନ୍ୟ କୌଣସି ଅସୁସ୍ଥତା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପଡ଼ିଲେ, ପୂର୍ବର ଔଷଧମାନ ବ୍ୟବହାର କରିବେ କି ନଁା, ତାହା ଡାକ୍ତରଙ୍କୁ ପଚାରି ସ୍ଥିର କରିବେ। ଡାକ୍ତରଖାନାରେ ଥିବାବେଳେ ନର୍ସଙ୍କୁ ନ ଜଣେଇ କୌଣସି ଔଷଧ ସେବନ କରିବେନି।

ବିଭିନ୍ନ ରୋଗ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଔଷଧକୁ ନିର୍ଦ୍ଦିଷ୍ଟ ସମୟ ଧରି ବ୍ୟବହାର କରିବା ହିଁ ବିଧି। ଏଥିରେ ବ୍ୟତିକ୍ରମ କରିବା ଆଦୌ ନିରାପଦ ନୁହେଁ। ମାତ୍ର ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକେ ରୋଗର ଉପଶମକୁ ଲକ୍ଷ୍ୟକରି ଅଧାରୁ ଔଷଧ ବନ୍ଦ କରିଦିଅନ୍ତି। ଡାକ୍ତର ପରାମର୍ଶ ଦେଇଥିବା ପୂରା ସମୟର ଔଷଧ ବ୍ୟବହାର କରି ନ ଥାନ୍ତି। ବିଶେଷକରି ଆଣ୍ଟିବାୟୋଟିକ୍‌ ଔଷଧର ଚିକିତ୍ସା କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ଅତି ସାଧାରଣ। ମାତ୍ର ପୂରା ସମୟ ପାଇଁ ଆଣ୍ଟିବାୟୋଟିକ୍‌ ବ୍ୟବହାର ନ କଲେ ରୋଗ ଜୀବାଣୁମାନେ ସମ୍ପୂର୍ଣ୍ଣ ଧ୍ୱଂସ ନ ପାଇବାରେ କିଛି ବିଚିତ୍ରତା ନାହିଁ। ଏହାଛଡ଼ା ଅଧାରୁ ଆଣ୍ଟିବାୟୋଟିକ୍‌ ଔଷଧ ବନ୍ଦ କରିଦେଲେ ଜୀବାଣୁମାନେ ପିଠିଆ ହୋଇପଡ଼ି ଆଣ୍ଟିବାୟୋଟିକ୍‌କୁ ଆଉ ଭ୍ରୂକ୍ଷେପ କରନ୍ତିନି। ସେମାନେ ହରେଇବସନ୍ତି ଆଣ୍ଟିବାୟୋଟିକ୍‌ ପ୍ରତି ସମ୍ବେଦନଶୀଳତା। ଫଳରେ ଚିକିତ୍ସା ଫଳବତୀ ହୋଇପାରେନି।

ଔଷଧପତ୍ରଗୁଡ଼ିକ ଆମ ଜୀବନ ସହ ଓତଃପ୍ରୋତ ଭାବରେ ଜଡ଼ିତ। କାରଣ ଆଜୀବନ ଅସୁସ୍ଥତାମୁକ୍ତ ରହିବା ଆଦୌ ସମ୍ଭବ ନୁହେଁ। ତେଣୁ କୌଣସି ନା କୌଣସି ସମୟରେ ଆମେ ଔଷଧ ଉପରେ ନିର୍ଭର କରିବା ପାଇଁ ବାଧ୍ୟ। ସୁତରାଂ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ଔଷଧପତ୍ରଗୁଡ଼ିକର ବ୍ୟବହାର ସମ୍ପର୍କରେ ଆମର ମୌଳିକ ଧାରଣା ରହିଥିବା ବାଞ୍ଛନୀୟ।

-ଡା. ନିତ୍ୟାନନ୍ଦ ସ୍ବାଇଁ, ଅଭୀପ୍‌ସା ସେକ୍ଟର-୬, ପ୍ଲଟ୍‌ ନଂ-୧୧୩୧ 

ଅଭିନବ ବିଡ଼ାନାସୀ, କଟକ

All Right Reserved By

ଜୀବନଚର୍ଯ୍ୟା |

ଅସଲି ମହୁ ଜାଣିବାର କିଛି ସରଳ ଉପାୟ

ଅସଲି ମହୁ ଜାଣିବାର କିଛି ସରଳ ଉପାୟ

ଦୈନଦିନ ଜୀବନରେ ମହୁକୁ ଆମେ ନାନାଦି କାର୍ଯ୍ୟରେ ବ୍ୟବହାର କରିଥାଉ। ବଜାରରେ ମଧ୍ୟ ବିଭିନ୍ନ କମ୍ପାନୀର ମହୁ ଉପଲବ୍ଧ ହୋଇଥାଏ। କମ୍ପାନୀଗୁଡ଼ିକ ଏହା ଶୁଦ୍ଧ ବୋଲି କହିଥାନ୍ତି। ମାତ୍ର ବଜାରରେ ମିଳୁଥିବା ମହୁ ସର୍ବଦା ଶୁଦ୍ଧ ହୋଇ ନ ଥାଏ। 

 ମସୁର ଓ ମୁଗ ଡାଲିର ମାତ୍ରାଧିକ ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ

ମସୁର ଓ ମୁଗ ଡାଲିର ମାତ୍ରାଧିକ ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ

ଭାରତୀୟଙ୍କ ଖାଦ୍ୟପଦାର୍ଥ ମଧ୍ୟରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ  ଭାତ, ଏବଂ ଡାଲିକୁ। ବିଶେଷକରି ଏହା ବିନା ମଧ୍ୟାହ୍ନ ଖାଇବା ଅସମ୍ପୂର୍ଣ୍ଣ ଲାଗି ଥାଏ। 

କାହିଁକି ହୋଇଥାଏ ଛୋଟ ପିଲାଙ୍କୁ ମଧୁମେହ

କାହିଁକି ହୋଇଥାଏ ଛୋଟ ପିଲାଙ୍କୁ ମଧୁମେହ

ମଧୁମେହ ଏପରି ଏକ ସମସ୍ୟା ଯାହା ବର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଲୋକଙ୍କୁ ଚିନ୍ତାରେ ପକାଇଛି। ଏହାକୁ ନେଇ ଚିନ୍ତାରେ ଯୁବପିଢ଼ୀ। ତେବେ ଛୋଟପିଲା ମଧ୍ୟ ଏହି ରୋଗରୁ ବାଦ୍‌ ପଡ଼ୁନାହାନ୍ତି। 

ଆଣ୍ଠୁଗଣ୍ଠି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ଆଣ୍ଠୁଗଣ୍ଠି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାକପ୍‌...

ଲବଙ୍ଗର ରହିଛି ଅନେକ ପୋଷାକତତ୍ତ୍ୱ। କ୍ୟାଲସିୟମ ଏବଂ ଓମେଗା-୩ ଏସିଡ୍‌ ଥାଏ। ପ୍ରତିଦିନ ସକାଳେ ଲବଙ୍ଗ ପାଣି ଅଧାକପ୍‌ ପିଇଲେ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି।

ଭଗନ୍ଦରରୁ ଦୂରେଇ ରଖେ ଏହି ଫଳ...

ଭଗନ୍ଦରରୁ ଦୂରେଇ ରଖେ ଏହି ଫଳ...

ଫଳରେ ରହିଥାଏ ଅନେକ ପୋଷକ ତତ୍ତ୍ୱ। ଫଳରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଥାଏ। ତେଣୁ ଫଳ ଖାଇଲେ ତ୍ୱଚା ସତେଜ ରହିଥାଏ। 

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ବାଇଗଣ ପ୍ରତି ଲୋକଙ୍କର ଏକ ପସନ୍ଦର ପରିବା। ଏଥିରେ ଅନେକ ପୋଷକତତ୍ତ୍ୱ ରହିଛି। ୧୫ ଶହ ଶତାବ୍ଦୀରୁ ଭାରତରେ ଏହି ପରିବା ଚାଷ ଆରମ୍ଭ ହୋଇଥିଲା। 

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ମେବବହୁଳତାରୁ ଦୂରେଇ ରହିବା ପାଇଁ କେତେକ ଉଷୁମ ପାଣିରେ ମହୁ ମିଶାଇ ପିଇଥାନ୍ତି। ତେବେ ଏହା ପିଇଲେ ଶରୀରରେ ବିଷ କ୍ରିୟା ସୃଷ୍ଟି ହୋଇଥାଏ ଆୟୁବେର୍ଦରେ ଉଲ୍ଲେଖ ରହିଛି। ମହୁ ଅନେକ ପୋଷକ ତତ୍ତ୍ୱରେ ଭରପୁର।

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ  ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ ଶରୀର ପାଇଁ ବିଶେଷ ଉପକାରୀ ହୋଇଥାଏ। 

ଉଡେନ୍‌ ବାସନର ଯତ୍ନ

ଉଡେନ୍‌ ବାସନର ଯତ୍ନ

ଲେମ୍ବୁ: ଉଡେନ ବାସନକୁ ସଫା କରିବାକୁ ହେଲେ ଲେମ୍ବୁରସର ବ୍ୟବହାର କରିବା ବହୁତ ଭଲ। ଏଥିପାଇଁ ଆପଣ ଗରମପାଣିରେ ଲେମ୍ବୁରସ କେଇ ବୁନ୍ଦା ମିଶାଇ ଦିଅନ୍ତୁ। ଏଥିରେ ୧୫ମିନିଟ୍‌ ବୁଡ଼ାଇ ଛାଡ଼ି ଦିଅନ୍ତୁ। ପୁଣି ଏହାକୁ କାଢ଼ି ଶୁଖିଲା କପଡ଼ାରେ ପୋଛି ସଫାକରି ଦିଅନ୍ତୁ। 

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ କିଛି ପାଣି ଗ୍ୟାସରେ ଗରମ କରନ୍ତୁ। ପାଣି ଫୁଟିବାକୁ ଆରମ୍ଭ କଲେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏହାପରେ ସୋୟାବିନ୍‌କୁ ପକାଇ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଢାଙ୍କି ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସୋୟାବିନ୍‌କୁ ପାଣିରୁ କାଢ଼ି ତାକୁ ଭଲଭାବେ ହାତରେ ଚିପୁଡି  ଏକ ପାତ୍ରରେ ରଖନ୍ତୁ। ଏବେ ସେହି ପାତ୍ରରେ ଅଦା ରସୁଣ ପେଷ୍ଟ, ହଳଦୀ, ଦହି, ବେସନ, କର୍ନଫ୍ଲୋର,

ହୋଲି ସମୟରେ  କେଶର ଯତ୍ନ

ହୋଲି ସମୟରେ କେଶର ଯତ୍ନ

ହୋଲି ରଙ୍ଗର ଖେଳ। ଏହି ପର୍ବରେ ଚାରିଆଡ଼େ ଖାଲି ରଙ୍ଗ। ଏଥିରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାଇଥାନ୍ତି। କେମିକାଲଯୁକ୍ତ ରଙ୍ଗରୁ କିପରି କେଶକୁ ରକ୍ଷା କରିବେ । କେଶରେ ରଙ୍ଗ ଲଗାଇବା ଦ୍ୱାରା କେଶ ଡ୍ରାଏ ହୋଇଯାଏ,କେଶ ଝଡ଼ିବା,କେଶର ଚମକ କମିବା ଏକ ସାଧାରଣ ସମସ୍ୟା ।

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଡା. ଲିପ୍‌ସା ମିଶ୍ର 

ବେଳେବେଳେ ଗର୍ଭାଶୟରେ ହେଉଥିବା ବନ୍ଧ୍ୟାତ୍ୱ ଜନ୍ମଜାତ ହୋଇପାରେ (ଜନ୍ମଗତ ତ୍ରୁଟି) । ବନ୍ଧ୍ୟାତ୍ୱ ବ୍ୟତୀତ, ସେଗୁଡ଼ିକ ଅସ୍ବାଭାବିକ ଗର୍ଭପାତର କାରଣ ହୋଇପାରେ ଏବଂ ଗର୍ଭଧାରଣ ପାଇଁ ଅସୁବିଧା ସୃଷ୍ଟିକରିପାରେ।

ଏକ ଅସ୍ବାଭାବିକ ଗର୍ଭାଶୟ ସହିତ ସମ୍ପୂର୍ଣ୍ଣ ଗର୍ଭଧାରଣର ସମ୍ଭାବନା ଖୁବ୍‌ କମ୍‌ ରହିଥାଏ । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା