ଜାତୀୟ |

୪ ମାସ ତଳେ ରଚାଯାଇଥିଲା ପୁଲଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର:ରାଓ୍ବଲପିଣ୍ଡିରୁ ମିଳିଥିଲା ନିର୍ଦ୍ଦେଶ

୪ ମାସ ତଳେ ରଚାଯାଇଥିଲା ପୁଲଓ୍ବାମା ଆକ୍ରମଣ ଷଡ଼ଯନ୍ତ୍ର:ରାଓ୍ବଲପିଣ୍ଡିରୁ ମିଳିଥିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮ା୨:ପାକିସ୍ତାନ ଯେତେ ମନାକଲେ ବି ସତକୁ ଆଉ ଲୁଚାଇ ପାରୁନାହିଁ। ପୁଲଓ୍ବାମା ଆକ୍ରମଣରେ ପଡ଼ୋଶୀ ଦେଶର ସମ୍ପୃକ୍ତି ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସିବାରେ ଲଗିଲାଣି। କେବଳ ଏତିକି ନୁହେଁ, ଶତ୍ରୁରାଷ୍ଟ୍ରର ଆତଙ୍କବାଦୀ କେଉଁଠି, କେବେ ଓ କିପରି  ଚକ୍ରାନ୍ତ କରି ପ୍ରାୟ ୫୦ ଭାରତୀୟ ଯବାନଙ୍କ ଜୀବନ ନେବାରେ ସଫଳ ହେଲେ ତା’ର ସବୁ ଭିତିରି କଥା  ଧରାପଡ଼ିଗଲାଣି। ଏଥିଯୋଗୁ ଆତଙ୍କବାଦୀଙ୍କୁ ଲଗାମ ଲଗାଇବା ପାଇଁ ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ସମୁଦାୟର ଚାପ ବଢ଼ିବାରେ ଲାଗିଛି। 

  ପୁଲଓ୍ବାମା ଆକ୍ରମଣର ଷଡ଼ଯନ୍ତ୍ର ୪ ମାସ ତଳେ ରଚାଯାଇଥିଲା ପାକିସ୍ତାନୀ ସେନାର ରାଓ୍ବଲପିଣ୍ଡିସ୍ଥିତ ମୁଖ୍ୟାଳୟରେ। ଏହି ଆକ୍ରମଣ ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ ଉକ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ମୁଖ୍ୟ ମୌଲନା ମାସୁଦ୍‌ ଆଝାର। ମିଳିଥିବା ସୂଚନାନୁସାରେ ଆଝାର ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତିକରୁଛନ୍ତି। ଏଥିପାଇଁ ପାକିସ୍ତାନର ରାଓ୍ବଲପିଣ୍ଡିରେ ଥିବା ସେଠାକାର ସେନା ହସ୍ପିଟାଲରେ ଅତିଥିଙ୍କ ଭଳି ତାଙ୍କୁ ଚିକିତ୍ସା କରାଯାଉଛି। ଖରାପ ସ୍ବାସ୍ଥ୍ୟ ଯୋଗୁ ସେ ୟୁନାଇଟେଡ୍‌ ଜେହାଦ୍‌ କାଉନ୍ସିଲ୍‌ (ୟୁଜେସି)ର କ୍ରମାଗତ ୬ଟି ବୈଠକରେ ଯୋଗଦେଇ ପାରି ନ ଥିଲେ। ହେଲେ ରୋଗଶଯ୍ୟାରେ ଥାଇ ପୁଲଓ୍ବାମାରେ ସିଆର୍‌ପିଏଫ୍‌ ଉପରେ କିପରି ଆକ୍ରମଣ କରି ଅଧିକରୁ ଅଧିକ ଯବାନଙ୍କୁ ହତ୍ୟା କରାଯିବ ତା’ର ବ୍ଲ-ପ୍ରିଣ୍ଟ ତିଆରି କରିଥିଲେ। ଆକ୍ରମଣର ୮ ଦିନ ପୂର୍ବରୁ ଏଥିପାଇଁ  ସେ ନିଜ ଅନୁଗାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଯେ, ଗତବର୍ଷ ଅକ୍ଟୋବରରେ ଜମ୍ମୁ-କଶ୍ମୀରର ତ୍ରାଲ୍‌ ଅଞ୍ଚଳରେ ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ଆଝାରଙ୍କ ପୁତୁରା ଉସ୍‌ମାନ୍‌ ନିହତ ହୋଇଥିଲେ। ଏହାର ବର୍ଷକ ପୂର୍ବରୁ ଆଉ ଜଣେ ପୁତୁରା ତଲା ରାଶିଦ୍‌ ପୁଲଓ୍ବାମାରେ ଏନ୍‌କାଉଣ୍ଟର ବେଳେ ନିହତ ହୋଇଥିଲେ। ଭାରତୀୟ ଯବାନଙ୍କଠାରୁ ଏହାର ପ୍ରତିଶୋଧ ନିଆଯିବ ବୋଲି ଆଝାର ୪ ମାସ ତଳେ ଏକ ଅଡିଓ ଟେପ୍‌ ଜାରି କରିଥିଲେ। ସେପଟେ ଆଝାରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ଆଉ ଜଣେ ପୁତୁରା ଉମୈର ଏବଂ ଜୈଶ୍‌ କମାଣ୍ଡର ତଥା ଆଇଇଡି ମାଷ୍ଟର ଅବଦୁଲ୍‌ ରାଶିଦ୍‌ ଗାଜି ଏହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ସେମାନେ କଶ୍ମୀରର ୨୦ ବର୍ଷୀୟ ଯୁବକ ଆଦିଲ ଅହମ୍ମଦ ଦାର୍‌ଙ୍କୁ ଏଥିପାଇଁ ସବୁପ୍ରକାର ତାଲିମ ଓ ସହାୟତା ପ୍ରଦାନ କରିଥିଲେ। ଗୁରୁବାର ସିଆର୍‌ପିଏଫ୍‌ ଯବାନମାନେ ବସ୍‌ରେ ଯାଉଥିବାବେଳେ ଲେଥ୍‌ପୋରାରେ ଆଦିଲ୍‌ ଏକ ବିସ୍ଫୋରକ ଭର୍ତ୍ତି କାର୍‌ରେ ଧକ୍କା ଦେଇଥିଲେ। ଆମତ୍ଘାତୀ ବିସ୍ଫୋରଣରେ ଆଦିଲ ନିହତ ହେଲେ। କିନ୍ତୁ ଏହାର ମାଷ୍ଟରମାଇଣ୍ଡ ଗାଜି ଏବେ ବି ଦକ୍ଷିଣ କଶ୍ମୀରରେ ଲୁଚି ରହିଥିବା ଜଣାପଡ଼ିଛି। ଗତ ଡିସେମ୍ବରରେ ଦୁଇ ସହଯୋଗୀଙ୍କ ସହ ଭାରତକୁ ଅନୁପ୍ରବେଶ କରିବାରେ ରାଶିଦ୍‌ ସଫଳ ହୋଇଥିଲେ। ୨୦୦୮ରେ ଜେଇଏମ୍‌ରେ ସାମିଲ ହୋଇଥିବା ୩୨ ବର୍ଷୀୟ ଗାଜି ଆଫଗାନିସ୍ତାନରେ ତାଲିବାନଠାରୁ ତାଲିମପ୍ରାପ୍ତ। ସେ ପୁଲଓ୍ବାମା ଅଞ୍ଚଳରେ ଆମତ୍ଗୋପନ କରିଥିବା ନେଇ ସୁରକ୍ଷା ସଂସ୍ଥାଗୁଡ଼ିକୁ ଗୋଇନ୍ଦା ସୂଚନା ମିଳିଛି। 

All Right Reserved By

ଜାତୀୟ |

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନ/ନୂଆଦିଲ୍ଲୀ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ବୁଧବାର ଲଣ୍ଡନ ପୋଲିସ ଗିରଫ କରିଛି। ପୋଲିସ ଗିରଫ କରିବା ପରେ ଭାରତୀୟ ସମୟାନୁସାରେ ତାଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ଓ୍ବେଷ୍ଟମିନ୍ସଷ୍ଟର ମାଜିଷ୍ଟେଟ କୋର୍ଟରେ ହାଜର କରାଯାଇଥିଲା। 

ଶାସ୍ତ୍ରୀଙ୍କ ମୂର୍ତ୍ତିରେ ପ୍ରିୟଙ୍କା ଫୁଲମାଳ ଚଢ଼ାଇବା ପରେ ଶୁଦ୍ଧିକରଣ କଲା ଭାଜପା

ଶାସ୍ତ୍ରୀଙ୍କ ମୂର୍ତ୍ତିରେ ପ୍ରିୟଙ୍କା ଫୁଲମାଳ ଚଢ଼ାଇବା ପରେ ଶୁଦ୍ଧିକରଣ କଲା ଭାଜପା

ବାରାନସୀ, ୨୦।୩: ମୋଦିଙ୍କ ନିର୍ବାଚନ କ୍ଷେତ୍ରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରଣ ହୁଙ୍କାର। ବାରାନସୀରେ ପ୍ରଚାର ପୂର୍ବରୁ ପ୍ରିୟଙ୍କା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। 

ଗଣିତ ଅଧ୍ୟାପକ ପାଲଟିଲେ ଲଭ୍‌ ଗୁରୁ: ଛାତ୍ରୀଙ୍କୁ ଲଭ୍‌ ଫର୍ମୁଲା ଶିଖାଇ ନିଲମ୍ବିତ

ଗଣିତ ଅଧ୍ୟାପକ ପାଲଟିଲେ ଲଭ୍‌ ଗୁରୁ: ଛାତ୍ରୀଙ୍କୁ ଲଭ୍‌ ଫର୍ମୁଲା ଶିଖାଇ ନିଲମ୍ବିତ

କରନାଲ,୨୦।୩ : ମହଙ୍ଗା ପଡିଲା ଛାତ୍ରୀଙ୍କ ଲଭ୍‌ ଗୁରୁ ହେବା। ଛାତ୍ରୀଙ୍କୁ ଲଭ ଫର୍ମୁଲା ଶିଖାଇ ଅଧ୍ୟାପକ ନିଲମ୍ବିତ। 

ମାୟାବତୀଙ୍କ ବଡ଼ ଘୋଷଣା: ଲଢ଼ିବେନି ଲୋକସଭା ନିର୍ବାଚନ

ମାୟାବତୀଙ୍କ ବଡ଼ ଘୋଷଣା: ଲଢ଼ିବେନି ଲୋକସଭା ନିର୍ବାଚନ

ଲକ୍ଷ୍ନୌ,୨୦।୩ : ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ମାୟାବତୀ ଚଳିତ ଲୋକସଭା ନିର୍ବାଚନ ନ ଲଢ଼ିବାକୁ ଘୋଷଣା କରିଛନ୍ତି। 

ମୋଦିଙ୍କ ଗଡରେ ପ୍ରିୟଙ୍କାଙ୍କ ରଣ ହୁଙ୍କାର: କଂଗ୍ରେସ-ବିଜେପି କର୍ମକର୍ତ୍ତା ଧସ୍ତାଧସ୍ତି

ମୋଦିଙ୍କ ଗଡରେ ପ୍ରିୟଙ୍କାଙ୍କ ରଣ ହୁଙ୍କାର: କଂଗ୍ରେସ-ବିଜେପି କର୍ମକର୍ତ୍ତା ଧସ୍ତାଧସ୍ତି

ବାରାନସୀ,୨୦।୩: ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୋଦିଙ୍କ ନିର୍ବାଚନ କ୍ଷେତ୍ର ବାରାନସୀରେ ପହଞ୍ଚିଛନ୍ତି।  ଏହି ପ୍ରଚାର ସମୟରେ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ମୁହଁ।ମୁହିଁ ହୋଇଛନ୍ତି। 

ଶକ୍ତି ପରୀକ୍ଷାରେ ଜିତିଲେ ପ୍ରମୋଦ ସାଓ୍ବନ୍ତ

ଶକ୍ତି ପରୀକ୍ଷାରେ ଜିତିଲେ ପ୍ରମୋଦ ସାଓ୍ବନ୍ତ

ପାଣାଜୀ, ୨୦।୩: ଗୋଆର ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ବୁଧବାର ବିଧାନସଭାରେ ଦେଇଛନ୍ତି ଶକ୍ତି ପରୀକ୍ଷା। ଶକ୍ତି ପରୀକ୍ଷାରେ ସାଓ୍ବନ୍ତ ଜିତିଛନ୍ତି। ଏଥିରେ ତାଙ୍କ ସପକ୍ଷରେ ୨୦ଟି ଭୋଟ୍‌ ପଡ଼ିଥିଲା। 

୫ ବର୍ଷରେ ୧୫୩ ଏମ୍‌ପିଙ୍କ ସମ୍ପତ୍ତିରେ ୧୪୨ ପ୍ରତିଶତ ବୃଦ୍ଧି ପାଇଥିଲା: ପ୍ରଥମ ସ୍ଥାନରେ ଶତ୍ରୁଘ୍ନ ସିହ୍ନା

୫ ବର୍ଷରେ ୧୫୩ ଏମ୍‌ପିଙ୍କ ସମ୍ପତ୍ତିରେ ୧୪୨ ପ୍ରତିଶତ ବୃଦ୍ଧି ପାଇଥିଲା: ପ୍ରଥମ ସ୍ଥାନରେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ,୨୦।୩: ଆଗକୁ ଲୋକସଭା ନିର୍ବାଚନ। ଇତିମଧ୍ୟରେ  ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌)ପକ୍ଷରୁ ଜାରି ହୋଇଛି ଏକ ରିପୋର୍ଟ। 

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ନୂଆଦିଲ୍ଲୀ/ବର୍ଲିନ,୨୦।୩: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ଜର୍ମାନୀ। 

ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ଲାଇନଚ୍ୟୁତ

ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ଲାଇନଚ୍ୟୁତ

ଅମ୍ବାଲା,୨୦।୩: ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ବୁଧବାର ଲାଇନଚ୍ୟୁତ  ହୋଇଛି।

ଅରୁଣାଚଳ ପ୍ରଦେଶରେ ଭାଜପାକୁ ଝଟ୍‌କା: ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁଲେ

ଅରୁଣାଚଳ ପ୍ରଦେଶରେ ଭାଜପାକୁ ଝଟ୍‌କା: ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁଲେ

ଇଟାନଗର,୨୦।୩: ଅରୁଣାଚଳ ପ୍ରଦେଶରେ ଶାସକ ଭାଜପାକୁ ଶକ୍ତ ଝଟ୍‌କା ଲାଗିଛି। ଏଠାରେ ଶାସକ ଭାଜପାର ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁ ନ୍ୟାସନାଲ ପିପୁଲସ୍‌ ପାର୍ଟି(ଏନ୍‌ପିପି)ରେ ଯୋଗଦେଇଛନ୍ତି।

ଟୁଇଟରରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟା

ଟୁଇଟରରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟା

ମୁମ୍ବାଇ,୨୦।୩: ଟୁଇଟରରେ ଏବେ ଦବଙ୍ଗ ଭାଇଜାନ୍‌ ସଲମାନ୍‌ ଖାଁ ଏବଂ ଚୁଲ୍‌ବୁଲୀ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଏକ ଫଟୋ ନେଇ ଚର୍ଚ୍ଚା ଜାରି ରହିଛି। ଫଟୋରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟାଙ୍କୁ ଦେଖିବାକୁ ମିଳୁଛି। 

ରାଜନୀତି କରିବେ ସନ୍ନି ଲିଓନ୍‌

ରାଜନୀତି କରିବେ ସନ୍ନି ଲିଓନ୍‌

ମୁମ୍ବାଇ,୨୦।୩: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ ରାଜନୀତି କରିବେ। ମାନେ ରିୟଲ ଲାଇଫ୍‌ରେ ନୁହେଁ। ସେ ଏକ ତାମିଲ୍‌ ଫିଲ୍ମରେ ରାଜନେତ୍ରୀ ଭାବେ ଅଭିନୟ କରିବେ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା