ସମ୍ବଲପୁର

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବ୍ରିଜ୍‌ ତଳକୁ ଠେଲି ନାବାଳକଙ୍କୁ ହତ୍ୟା, ୨ ଗିରଫ

ବରଗଡ଼ ଅଫିସ୍‌,୧୮ା୨:ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ-୯ ଭିଏସଏସ ନଗର ବିଶି କଲୋନୀର ଜଣେ ନାବାଳକ ଇନେଶ ତାଣ୍ଡି(୧୫)ଙ୍କୁ ସମ୍ବଲପୁର ଜିଲା ବୁର୍ଲା ପି.ସି ବ୍ରିଜ ତଳକୁ ଠେଲି ହତ୍ୟା କରାଯାଇଛି । ଏହି ଘଟଣାରେ ପୋଲିସ ୨ଜଣଙ୍କୁ ରବିବାର ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ସହର ଉପକଣ୍ଠ ଘୁଲିପାଲି ନିବାସୀ ଆଶିଷ ଭୋଇ(୧୯) ଏବଂ ବରହମଚାରୀ ନିବାସୀ ବିକାଶ ବାଗ(୧୯)। ପୋଲିସ ସେମାନଙ୍କ ବିରୋଧରେ ଦଫା ୩୦୨, ୩୬୪ କ୍ରମେ ଏକ ମାମଲା (ନଂ.୭୮/୧୯) ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ରବିବାର ରାତ୍ରି ପ୍ରାୟ ୮ଟାରେ କୋର୍ଟଚାଲାଣ କରିଛି । ସେଠାରୁ ଉଭୟ ଅଭିଯୁକ୍ତଙ୍କୁ ବରଗଡ଼ ସବଜେଲକୁ ପଠାଇ ଦିଆଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍‌, କଇଁଚି ଏବଂ ଛୁରୀକୁ ପୋଲିସ ଜବତ କରିଛି । ମୋବାଇଲକୁ ନେଇ ଉପୁଜିଥିବା ଗଣ୍ଡଗୋଳରୁ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଭିଆଇଥିବା ତଦନ୍ତ ବେଳେ ଜଣାପଡ଼ିଛି । ଅନ୍ୟପଟେ ମୃତ ନାବାଳକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଏବଂ ଭରଣପୋଷଣ ଦାବିରେ ଅପରାହ୍ନ ପ୍ରାୟ ଅଢ଼େଇଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବରଗଡ଼ ଗାନ୍ଧୀଛକରେ ମୃତକଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଏସ୍‌ଡ଼ିପିଓ କ୍ଷୀରସାଗର ନାଏକ ସେମାନଙ୍କୁ ବୁଝାଶୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ ।

ଏହି ହତ୍ୟାକାଣ୍ଡ ନେଇ ରବିବାର ରାତି ପ୍ରାୟ ସାଢ଼େ ୭ଟାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡ଼ିପିଓ ନାଏକା ସୂଚନା ଦେଇ କହିଥିଲେ, ଆଶିଷ ଓ ବିକାଶ ଇନେଶଙ୍କୁ ଏକ ବାଇକ ଯୋଗେ କୁଆଡ଼େ ନେଇ ଯାଇଥିବା ତାଙ୍କ ମା’ ସୁନନ୍ଦା ଗତ ୧୫ ତାରିଖରେ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା । ରବିବାର ଇନେଶଙ୍କ ମୃତଦେହ ମିଳିବା ପରେ ପୋଲିସ ଆଶିଷ ଓ ବିକାଶଙ୍କୁ ସନ୍ଦେହରେ ଥାନାକୁ ଆଣି ଜେରା କରିଥିଲା । ଜେରା ବେଳେ ମୋବାଇଲକୁ ନେଇ ଅଭିଯୁକ୍ତ ଦ୍ୱୟ ଇନେଶଙ୍କୁ ହତ୍ୟା କରିଥିବା ଜଣାପଡିଥିଲା । ଇନେଶଙ୍କ ପାଖରେ ଥିବା ମୋବାଇଲକୁ ଆଶିଷ ତାଙ୍କର ବୋଲି ଦାବି କରିଥିଲେ । କିନ୍ତୁ ଇନେଶ ତାହା ତାଙ୍କୁ ଦେଇ ନ ଥିଲେ ଏବଂ ମୋବାଇଲ ସମ୍ପର୍କିତ କାଗଜାତ ଦେଖାଇଲେ ଯାଇ ଦେବେ ବୋଲି ଆଶିଷଙ୍କୁ କହିଥିଲେ । ଫଳରେ ଆଶିଷ କାଗଜାତ ଆଣିବାକୁ ଯାଇ ଏକ କଇଁଚି, ଛୁରୀ ଏବଂ ଟାଙ୍ଗିଆ ଧରି ସେଠାକୁ ପହଞ୍ଚିଥିଲେ ଏବଂ ଇନେଶଙ୍କୁ ଆକ୍ରମଣ କରିଥିଲେ । ଏହାସତ୍ତ୍ବେ ଇନେଶ ମୋବାଇଲ ଦେଇ ନ ଥିଲେ । ଫଳରେ ଅଭିଯୁକ୍ତ ଆଶିଷ ଓ ବିକାଶ ଇନେଶଙ୍କୁ ଏକ ବାଇକ୍‌ରେ ବସାଇ ଥାନାକୁ ନେବା ଆଳରେ ପି.ସି ବ୍ରିଜ୍‌କୁ ନେଇଥିଲେ ଏବଂ ବ୍ରିଜ ଉପରୁ ତାଙ୍କୁ ଠେଲି ହତ୍ୟା କରିଥିଲେ ବୋଲି ଏସ୍‌ଡ଼ିପିଓ ନାଏକ କହିଥିଲେ । 

All Right Reserved By

ସମ୍ବଲପୁର

ବଲାଙ୍ଗୀରରେ ହୋଲି ଉତ୍ସବ

ବଲାଙ୍ଗୀରରେ ହୋଲି ଉତ୍ସବ

ବଲାଙ୍ଗୀର ଅଫିସ,୨୨।୩: ଉତ୍ସାହ, ଉଦ୍ଦୀପନାର ସହ ବଲାଙ୍ଗୀର ସହରରେ ହୋଲି ଉତ୍ସବ ପାଳନ କରାଯାଇଛି। ସକାଳ ୮ଟାରୁ ବିଭିନ୍ନ ପଡ଼ାର ପିଲାଠୁ ବଡ଼ଯାଏ ପରସ୍ପର ଦେହରେ ରଙ୍ଗ ଲଗାଇ ହୋଲିର ଅଭିନନ୍ଦନ ଜଣାଇଥିଲେ।

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ସରଣ୍ଡା,୨୨।୩(ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ  ଚକୁଳିଫାର୍ମ ସତୀଯୋର ନିକଟରେ ଜନୈକ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଜଣକ ହେଲେ ଚକୁଳିଫାର୍ମ ନୂଆଁଖଇରପାଲିର ପି. ସତ୍ୟପ୍ରସାଦ ଚୌଧୁରୀ(୫୫) ବୋଲି ଜଣାପଡ଼ିଛି। 

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼, ଅଫିସ ୨୧ା୩ : ବରଗଡ଼ ଜିଲା ଭଟ୍‌ଲି ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ତଥା ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଆବାସ ଯୋଜନାରୁ ବଁଚିତ ଭିନ୍ନକ୍ଷମ ଧୁବା

ଲୋଇସିଂହା,୨୧।୩ (ଡି.ଏନ.ଏ)  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଖଲିଆପାଲି ଗାଁର ଧୁବା ଝାଙ୍କର(୬୫)। ମାଏକିନା ଆରପାରକେ ଚାଲିଯାଇଥିଲା ବେଲେ ଧୁବା ପୁଓ ବହ ପାସେ ରହୁଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲା ବେଲେ ସରକାରୀ ଯୋଜ୍‌ନାରେ ଘରଖଁଡ଼େ ପାଏବାର ଲାଗି କେଭ୍‌ଠାନୁ ଚାହିଁ ରହିଛନ୍‌। 

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା:  ଜିଲାପାଳଙ୍କୁ ଫେରାଦ ହେଲେ;  ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା: ଜିଲାପାଳଙ୍କୁ ଫେରାଦ ହେଲେ; ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୧ା୩: ସରକାର ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରି ଜିଲା ତଥା ପଡୋଶୀ ବଲାଙ୍ଗୀର ଜିଲାବାସୀଙ୍କୁ ଜଳ ସେଚନର ସୁବିଧା ଯୋଗାଇଦେବାକୁ ଯୋଜନା କଲେ। 

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ପାନୀୟ ଜଳଯୋଗାଣ ଦାବିରେ ମହିଳା ଜିଲାପାଳଙ୍କ ଦ୍ୱାରସ୍ଥ

ଦେବଗଡ଼,୨୧।୩(ସ୍ବ.ପ୍ର.) -ବାରକୋଟ ବ୍ଲକ କାଉଁସିବାହାଳ ପଞ୍ଚାୟତ ମାଝିଚାକୁଣ୍ଡାପାଳ ଗ୍ରାମରେ ଗଭୀର ନଳକୂଅ ଖୋଳା ଯାଇଛି। ବର୍ଷେ ହେଲା ଏକ ପାଣି ଟାଙ୍କି ମଧ୍ୟ ନିର୍ମାଣ ସରିଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ସମ୍ପୃକ୍ତ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ଜଣାପଡିଛି। 

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ବିଶ୍ୱ ଘରଚଟିଆ ଦିବସ ପାଳିତ : ଛାତ୍ରୀ ଛାତ୍ରଙ୍କ ସଚେତନତା ଶୋଭାଯାତ୍ରା, ସଭା

ସୁନ୍ଦରଗଡ଼, ୨୧।୩ (ଡି.ଏନ୍‌.ଏ) -ସୁନ୍ଦରଗଡ଼ରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ସୁନ୍ଦରଗଡ ପବ୍ଲିକ ସ୍କୁଲ, ବନବିଭାଗ ଓ ଏନ୍‌ଟିପିସିର ମିଳିତ ଆନୁକୂଲ୍ୟରେ ସ୍କାଉଟ ତଥା ବିଭିନ୍ନ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। 

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା:  ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା: ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ଲାଠୋର, ୨୧ା୩ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଁଚେତ୍‌ର ଝଲିଆଲିଟି ଗାଁରେ ୯ ଘର ବାଉଁଶ କାରିଗର ପରିବାର ରହୁଛନ୍‌। ସେମାନେ ବାଉଁଶରେ ଭୁଗା, ଟୁପା, ଟୁପଲି, ଚଂଘରା, ଡଲା, କୁଲା, ଘରି ତିଆରି ବିକାଭଂଗା କରବାର ସଂଗେ ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା