ଅନଗୁଳ-ଢେଙ୍କାନାଳ

ଆଜିଠୁ ଯୋରନ୍ଦା ମାଘମେଳା

ଆଜିଠୁ ଯୋରନ୍ଦା ମାଘମେଳା

ଢେଙ୍କାନାଳ ଅଫିସ, ୧୮।୨: ବିଶ୍ୱପ୍ରସିଦ୍ଧ ମହିମାଧର୍ମ ପୀଠସ୍ଥଳୀ ଯୋରନ୍ଦାରେ ସୋମବାରଠାରୁ ଆରମ୍ଭ ହେଉଛି ମାଘମେଳା। ଏହାକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ  ରବିବାରଠାରୁ ଲାଗିଲାଣି ସାଧୁ, ସନ୍ନ୍ୟାସୀ, ଶ୍ରଦ୍ଧାଳୁଙ୍କ ଭିଡ଼। ମନ୍ଦିର କମିଟି ପକ୍ଷରୁ ମେଳା ପାଇଁ ନୀତିନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ଅପରାହ୍ନ ୫ଟା ୧୫ରେ ଗାଦିମନ୍ଦିରରେ ଝାଡ଼ଦୀପ ପ୍ରଜ୍ୱଳନ କରାଯିବ। ସୋମବାର ମାଘ ଚତୁର୍ଦ୍ଦଶୀ, ମଙ୍ଗଳବାର ପୂର୍ଣ୍ଣିମାରେ ଗାଦିମନ୍ଦିରର ୪ ମୁଖଶାଳାରେ ବୃହତ୍‌ ଝାଡ଼ଦୀପ ପ୍ରଜ୍ୱଳନ କରାଯିବ। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ମହିମା ସାଧୁମାନେ ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିବେ। ଏହି ଧାର୍ମିକ କାର୍ଯ୍ୟରେ ଦେଶବିଦେଶର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା ରହିଛି।

 ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ସଭାପତି ପବିତ୍ର ମୋହନ ବାବାଙ୍କ ଅଧ୍ୟକ୍ଷତାରେ ନିତିସେବକ ସନ୍ନ୍ୟାସୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ମେଳା ପରିସରରେ ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ୮ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ଅତିରିକ୍ତ ଏସ୍‌ପି, ୩ ଡିଏସ୍‌ପି, ୪ ଇନ୍ସପେକ୍ଟର, ୫୦ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ, ୮ ହାବିଲଦାର, ୧୩  ମହିଳା କନଷ୍ଟେବଳ, ୩୦ ଓଆର କନଷ୍ଟେବଳ, ୫ ଟ୍ରାଫିକ୍‌ କନଷ୍ଟେବଳ ଏବଂ ୮୩ ଜଣ ହୋମଗାର୍ଡ ଅଛନ୍ତି। ସେହିପରି  ସନ୍ଧାନୀ କୁକୁର, ସାଇଣ୍ଟିଫିକ୍‌ ଦଳକୁ ନିୟୋଜିତ କରାଯାଇଥିବାବେଳେ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ କଡ଼ାକଡ଼ି କରାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯାଇଥିବାବେଳେ ଆଶୁ ଚିକିତ୍ସା ଲାଗି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଖୋଲିଛି। ରବିବାର ଅପରାହ୍ନ ୪ଟାରେ ଏସ୍‌ପି ଅନୁପମା ଜେମ୍ସ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅପରାହ୍ନ ୩ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋରନ୍ଦା ଗସ୍ତ କାର୍ଯ୍ୟକ୍ରମ ରହିଛି।

All Right Reserved By

ଅନଗୁଳ-ଢେଙ୍କାନାଳ

କୁନ୍ଦାନାଳି ଦୋଳଯାତ୍ରା:   ଉଜ୍ଜୀବିତ ହେଲା ୧୦୦ ବର୍ଷର ପରମ୍ପରା

କୁନ୍ଦାନାଳି ଦୋଳଯାତ୍ରା: ଉଜ୍ଜୀବିତ ହେଲା ୧୦୦ ବର୍ଷର ପରମ୍ପରା

ମାଧପୁର, ୨୨।୩(ଡି.ଏନ୍‌.ଏ.)-ଆସିଛି ରଙ୍ଗର ପର୍ବ ହୋଲି। ସବୁଆଡେ ରଙ୍ଗବେରଙ୍ଗ ପରିବେଶ। ଗୀତନାଚରେ ସଭିଁଏ ମସ୍‌ଗୁଲ। ଭାଇଚାରାର ଏହି ପର୍ବରେ ସାମିଲ ହୋଇଛି ସାରା ରାଜ୍ୟ। ଏହାକୁ ହାତଛଡ଼ା କରିନାହାନ୍ତି ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ କୁନ୍ଦନାଳୀବାସୀ। ଦୋଳ ଏବଂ ହୋଲି ପାଇଁ ଏଠାରେ ପୁଣି ଥରେ ଉଜ୍ଜୀବିତ ହୋଇଉଠିଛି ୧୦୦ ବର୍ଷର ପରମ୍ପରା, ଯାହାକୁ ମନଭରି ଉପଭୋଗ କରିଛନ୍ତି ଅଞ୍ଚଳର ହଜାର ହଜାର ଜନସାଧାରଣ।

 କଂଗ୍ରେସରୁ ମୁହଁ ଫେରାଉଛନ୍ତି ପୁରୁଖା ନେତା

କଂଗ୍ରେସରୁ ମୁହଁ ଫେରାଉଛନ୍ତି ପୁରୁଖା ନେତା

ପରଜଙ୍ଗ, ୨୨।୩(ଡି.ଏନ.ଏ.)-ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏବେ ସାରା ରାଜ୍ୟରେ ନିର୍ବାଚନୀ ତାତି। ଏସବୁ ଭିତରେ ଓଡ଼ିଶାର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବିଜେଡି, ଭାଜପା ଏବଂ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି ପ୍ରାର୍ଥୀ ତାଲିକା। ଏହା ଢେଙ୍କାନାଳ ଜିଲାର ରାଜନୈତକ ବାତାବରଣକୁ ଅଧିକ ସରଗରମ କରିଦେଇଛି। ପ୍ରାର୍ଥିପତ୍ର ତାଲିକା ଅନେକ ଆଶାୟୀଙ୍କୁ ନିରାଶ କରିଛି। ଏଥିରେ ଅସନ୍ତୁଷ୍ଟ ହୋଇ ପୁରୁଖା ନେତା ଏବେ ଦଳ ଛାଡ଼ିବା ଆରମ୍ଭ କଲେଣି। ବିଶେଷ କରି କଂଗ୍ରେସରେ ଦଳଡିଅଁା ପର୍ବ ଏବେ ଦଳୀୟ ନେତୃବୃନ୍ଦଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।

ଏନ୍‌ଟିପିସି ମେରିଗୋ ରାଉଣ୍ଡରେ କୋଇଲା ଚୋରଙ୍କ ଆତଙ୍କରାଜ:  ସିଆଇଏସ୍‌ଏଫ୍‌ ମୁଖ୍ୟ କନଷ୍ଟେବଳଙ୍କ ସମେତ ୨ ଗୁରୁତର

ଏନ୍‌ଟିପିସି ମେରିଗୋ ରାଉଣ୍ଡରେ କୋଇଲା ଚୋରଙ୍କ ଆତଙ୍କରାଜ: ସିଆଇଏସ୍‌ଏଫ୍‌ ମୁଖ୍ୟ କନଷ୍ଟେବଳଙ୍କ ସମେତ ୨ ଗୁରୁତର

ତାଳଚେର, ୨୨।୩(ନି.ପ୍ର.)-ନ୍ୟାସନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି)ର ମେରିଗୋ ରାଉଣ୍ଡ (ଏମ୍‌ଜିଆର୍‌) ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌ ଯବାନ କୋଇଲା ଚୋରଙ୍କ ଆକ୍ରମଣ ଶିକାର ହୋଇଛନ୍ତି।

ପୋଲିସ ଗାଡ଼ି ଭଙ୍ଗାରୁଜା, ୨ ଗିରଫ

ପୋଲିସ ଗାଡ଼ି ଭଙ୍ଗାରୁଜା, ୨ ଗିରଫ

ବଅଁରପାଳ, ୨୨।୩(ଡ.ଏନ୍‌.ଏ.)-ରଙ୍ଗର ପର୍ବ ହୋଲି ଉତ୍ସବକୁ ଶୃଙ୍ଖଳିତ କରିବାକୁ ଅନୁଗୋଳ ପୋଲିସ ପକ୍ଷରୁ ଗୁରୁବାର ରାତିରୁ ମଦବିକ୍ରି ଉପରେ କଟକଣା ଜାରି କରାଯାଇଛି। ଏହା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ମଦକୁ ନେଇ ତୁମୁଳକାଣ୍ଡ ଘଟିଛି।

ଶ୍ରୀଚୈତନ୍ୟଙ୍କ ଜୟନ୍ତୀ

ଶ୍ରୀଚୈତନ୍ୟଙ୍କ ଜୟନ୍ତୀ

କଣିହଁା, ୨୧।୩(ଡି.ଏନ.ଏ.)-ଶ୍ରୀକୃଷ୍ଣଙ୍କ ଲୀଳା ଏବଂ ହରିନାମକୁ ସଂକୀର୍ତ୍ତନ ମାଧ୍ୟମରେ ପ୍ରଚାର ପ୍ରସାର କରିଥିବା ସନ୍ଥ ଶ୍ରୀଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ଗୁରୁବାର କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ ପାଳିତ ହୋଇଛି ।

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭୁବନ ୨୧।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରବାଳକାନ୍ତି ସାହୁ ଗୁରୁବାର ଭାଜପାରେ ଯୋଗଦେଇଛନ୍ତ। ଜିଲା ଉପସଭାପତି ଶତ୍ରୁଘ୍ନ ଜେନାଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗ୍ରାମ୍ୟ ପରିବେଶ

ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗ୍ରାମ୍ୟ ପରିବେଶ

ଭୁବନ/ପରଜଙ୍ଗ/ବଅଁରପାଳ, ୨୧।୩(ଡି.ଏନ.ଏ.)-ଦୋଳ ଉତ୍ସବ ଲାଗି ଚଳଚଞ୍ଚଳ ହୋଇଉଠିଛି ଗ୍ରାମ୍ୟ ପରିବେଶ। ଦୋଳବେଦିରେ ଚାଲିଛି ରାଧାକୃଷ୍ଣଙ୍କ ଆରାଧନା। ଭାଇଚାରର ଏହି ପର୍ବରେ ସଭଁିଏ ନିଜକୁ ସାମିଲ କରିଥିବାବେଳେ ଏହାକୁ ନେଇ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲି।

ହୋଲିରେ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ହୋଲିରେ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୨୧।୩-ରଙ୍ଗର ପର୍ବ ହୋଲି। ଭାଇଚାରାର ଏହି ଉତ୍ସବରେ ଯେପରି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେଥିଲାଗି ତୀକ୍ଷ୍ଣ ନଜର ରଖିଛି ଅନୁଗୋଳ ଅବକାରୀ ବିଭାଗ। 

ଦୋଳଯାତ୍ରା ଲାଗି ପୋକତୁଙ୍ଗା ଉତ୍ସବମୁଖର

ଦୋଳଯାତ୍ରା ଲାଗି ପୋକତୁଙ୍ଗା ଉତ୍ସବମୁଖର

ବନ୍ତଳା, ୨୧।୩(ଡି.ଏନ୍‌.ଏ.)-ଦୋଳଯାତ୍ରା ଲାଗି ଉତ୍ସବମୁଖର ହୋଇଉଠିଛି ପୋକତୁଙ୍ଗା ଗ୍ରାମ। 

ବିଜେଡିର ବୈଠକ

ବିଜେଡିର ବୈଠକ

ବଇଣ୍ଡା, ୨୧।୩(ଡି.ଏନ୍‌.ଏ.)-କିଶୋରନଗର ବ୍ଲକ ଧଡ଼ରପାଳ ପଞ୍ଚାୟତ ନତଡ଼ାରେ ଗୁରୁବାର ବିଜେଡିର ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସରପଞ୍ଚ କାଳିନ୍ଦୀଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ରମେଶ ଚନ୍ଦ୍ର ସାଏ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଗାମୀ ନିର୍ବାଚନ ଲାଗି ତୃଣମୂଳସ୍ତରରୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଏଥିଲାଗି ସମସ୍ତେ ଏକଜୁଟ୍‌ ହୋଇ କାମ କରିବାକୁ ସେ ଉପସ୍ଥିତ କର୍ମୀଙ୍କୁ ଆହ୍ବାନ କରିଥିଲେ।


ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ

ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ

ବଇଣ୍ଡା, ୨୧।୩(ଡି.ଏନ୍‌.ଏ.)-କିଶୋରନଗର ବ୍ଲକ ବଇଣ୍ଡା ଛକରେ ବ୍ୟାଙ୍କ ଅଫ୍‌ ବରୋଦା (ଜାମୁନାଳି ଶାଖା) ପକ୍ଷରୁ ଗୁରୁବାର ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଶାଖା ପରିଚାଳକ ବିଦେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ବିଦ୍ୟୁତ୍‌ ଆଘାତରେ ବଳଦ ମୃତ, ଉତ୍ତେଜନା

ବିଦ୍ୟୁତ୍‌ ଆଘାତରେ ବଳଦ ମୃତ, ଉତ୍ତେଜନା

ବଇଣ୍ଡା, ୨୧।୩(ଡି.ଏନ୍‌.ଏ.)-ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତ ବାଲିସାହି ଗ୍ରାମରେ ଗୁରୁବାର ବିଦ୍ୟୁତ୍‌ ଆଘାତରେ ପୀତବାସ ଭୂତିଆଙ୍କ ଏକ ବଳଦର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା