ଅନଗୁଳ-ଢେଙ୍କାନାଳ

ମେଗା ଆଇନ ସଚେତନତା ଶିବିର: ଯୋଗ୍ୟଙ୍କୁ ମିଳୁ ସୁଫଳ

ଅନୁଗୋଳ ଅଫିସ, ୧୮।୨: ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲା ଆଇନ ସେବା ପ୍ରାଧିକରଣ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ବିଜୁ ମଇଦାନ ଠାରେ ରବିବାର ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ଜଷ୍ଟିସ ସୁଶ୍ରୀ ସଞ୍ଜୁ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଓ ଆଇନ ସହାୟତା ସମ୍ପର୍କରେ ସମସ୍ତେ ଜାଣନ୍ତୁ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରି ସୁଫଳ ପ୍ରଦାନ କରିବା ଉପରେ ନ୍ୟାୟମୂର୍ତ୍ତି ଗୁରୁତ୍ୱାରୋପ କରିଥିଲେ।  ଜିଲା ଓ ଦୌରାଜଜ୍‌ ଅଶାନ୍ତ କୁମାର ଦାସ ଅଧ୍ୟକ୍ଷତା କରି ଲୋକମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଏହି ଶିବିର ଆୟୋଜନ କରାଯାଇଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଯୋଗଦେଇ ଆଇନ ସହାୟତା ସମ୍ପର୍କରେ ସମସ୍ତେ ସଚେତନ ହେଲେ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିପାରିବ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର ଆଇନସେବା ପ୍ରାଧିକରଣର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଆଇନସେବା ପ୍ରାଧିକରଣ ସଦସ୍ୟ ଦେବାଶିଷ ନାୟକ ଆଇନସେବା ଓ ପରାମର୍ଶ ପାଇଁ ୧୫୧୬ ନିଶୁଳ୍କ ଫୋନ ନମ୍ବରରେ ଯୋଗାଯୋଗ କରିବାକୁ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦେଇଥିଲେ। ପରେ ବିଭିନ୍ନ ବିଭାଗ ପକ୍ଷରୁ ଅନୁଷ୍ଠିତ ପ୍ରଦର୍ଶନୀ ମଣ୍ଡପଗୁଡ଼ିକୁ ଅତିଥିମାନେ ବୁଲି ଦେଖିଥିଲେ। ଏହି ଅବସରରେ ୪୬୮ ଜଣଙ୍କୁ ମଧୁବାବୁ ପେନ୍‌ସନ, ୧୧ ଜଣଙ୍କୁ ୩ ଚକିଆ ସାଇକେଲ, ୩ ଜଣଙ୍କୁ ହ୍ବୁଇଲ ଚେୟାର, ୬୫ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୩୮ ଜଣଙ୍କୁ ଆର୍ଥିକ ସହାୟତା, ୩୦ ଜଣଙ୍କୁ ବିଜୁ ପକ୍କାଘର ଯୋଜନାର ଅନୁମତି ପତ୍ର, ୧୧୪୩ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ଆର୍ଥିକ ସହୟତା, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ୪୧ ଜଣଙ୍କୁ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା, ୨୫୦ ଜଣଙ୍କୁ ଏଲ୍‌ଇଡି ବଲ୍‌, ୫୦ ଜଣଙ୍କୁ ରାଶନ କାର୍ଡ, ୨୪୪ ଜଣଙ୍କୁ ଏଲ୍‌ଡିଏମ୍‌ଙ୍କ ପକ୍ଷରୁ ଋଣ ପ୍ରଦାନ ଓ ଅନୁଗୋଳ ତହସିଲ ପକ୍ଷରୁ ୪୯ ଜଣଙ୍କୁ ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ କରାଯାଇଥିଲା। ଏହାଛଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ୨୭୭ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଶିବିରରେ ଜିଲାର ବିଭିନ୍ନ ଅଞ୍ଚଳରୁ ମୋଟ୍‌ ୪୬୪୦ ଜଣ ପଞ୍ଜୀକୃତ ହୋଇଥିଲେ। ପିଡି ଡିଆର୍‌ଡିଏ ଅତୁଲ୍ୟ କୁମାର ଚମ୍ପତିରାୟଙ୍କ ସମେତ କୃଷି ଓ ଶ୍ରମ ବିଭାଗ ଅଧିକାରୀ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ରାଜ୍ୟ ଆଇନ ସେବା ପ୍ରାଧିକରଣ ଉପସଚିବ ଦୀପକ ରଞ୍ଜନ ସାହୁ, ଭିଜିଲାନ୍ସ ଜଜ୍‌ ରୂପଶ୍ରୀ ଚୌଧୁରୀ, ଫ୍ୟାମିଲ କୋର୍ଟର ସୌମେନ୍ଦ୍ର ରାଜଗୁରୁ, ଅତିରିକ୍ତ ଜିଲା ଓ ଦୌରଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ, ସିଭିଲ୍‌ କୋର୍ଟ ରେଜିଷ୍ଟ୍ରାର ପ୍ରଣତି ପଟ୍ଟନାୟକ, ସିଭିଲ ଜଜ୍‌ ସିନିୟର ଡିଭିଜନ୍‌ ଲିଲିପ୍ତା ପ୍ରଶାୟତ, ଲିଗାଲ ସେକ୍ରେଟାରୀ ଅଭିନନ୍ଦିତା ପଣ୍ଡା, ଏସ୍‌ଡିଜେଏମ୍‌ ବିନୟ ପାତ୍ର, ଜେଏମ୍‌ଏଫ୍‌ସି ଅର୍ଜିତ ଦାସ, ସିଭିଲ ଜଜ୍‌ (ପ୍ରୋବେଶନର) ସ୍ମୃତିସ୍ବରୂପା ସାହୁ, ସଞ୍ଜୀବ ପଣ୍ଡା, ବିଜୟଲକ୍ଷ୍ମୀ ମହାପାତ୍ର ଓ କୋର୍ଟ ମ୍ୟାନେଜର ସୁମନ କୁମାର ଆଚାର୍ଯ୍ୟ, ତାଳଚେର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଲୁନା ମହାନ୍ତି, ସିଭିଲ ଜଜ୍‌ ସିନିୟର ଡିଭିଜନ ସୌମ୍ୟା ଶୁଭଦର୍ଶନୀ, ଏସ୍‌ଡିଜେଏମ୍‌ ଜୀବନ ପଟ୍ଟନାୟକ, ଅତିରିକ୍ତ ଜିଲାପାଳ ତପନ କମାର ଶତପଥୀଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଓ ବାର୍‌ ଆସୋସିଏଶନ୍‌ର ସଦସ୍ୟା, ସଦସ୍ୟମାନେ ଯୋଗ ଦେଇଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ବାଲିପଟା ଗ୍ରାମରେ ଶହୀଦ ଦିବସ ପାଳିତ

ବାଲିପଟା ଗ୍ରାମରେ ଶହୀଦ ଦିବସ ପାଳିତ

ଛେଣ୍ଡିପଦା,୨୩।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଲିପଟା ଗ୍ରାମଠାରେ ଶନିବାର ଗୋପବନ୍ଧୁ ଜନକଲ୍ୟାଣ ସମିତି ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଯାଇଛି। 

ଦୋଳିରେ ଝୁଲିଲେ ରାଧାକୃଷ୍ଣ: ଉତ୍ସବମୁଖର ପୁରପଲ୍ଲୀ

ଦୋଳିରେ ଝୁଲିଲେ ରାଧାକୃଷ୍ଣ: ଉତ୍ସବମୁଖର ପୁରପଲ୍ଲୀ

ଛେଣ୍ଡିପଦା,୨୩।୩(ସ୍ବ.ପ୍ର.):  ପାରମ୍ପରିକ ଦୋଳଯାତ୍ରା ପାଇଁ ଅନୁଗୋଳ ଜିଲା  ଛେଣ୍ଡିପଦାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଦୋଳପୂର୍ଣ୍ଣିମାରୁ ବ୍ଲକର ବିଭିନ୍ନ ଗ୍ରାମରେ ୧୦ଦିନ ପର୍ଯ୍ୟନ୍ତ ମହାଆଡମ୍ବରରେ ରାଧାକୃଷ୍ଣଙ୍କ ମେଳଣ ପର୍ବ ଆରମ୍ଭ ହୋଇଥାଏ।

ବିଲକୁ ଓଲଟିଲା ଲୁହା ବୋଝେଇ ଟ୍ରକ

ବିଲକୁ ଓଲଟିଲା ଲୁହା ବୋଝେଇ ଟ୍ରକ

ଭାପୁର,୨୩।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ଅଧୀନ ପୁରୁଣା କଟକ ସମ୍ବଲପୁର ରାସ୍ତାରୁ ଗୋବିନ୍ଦପ୍ରସାଦ ଯାଇଥିବା ରାସ୍ତାରେ ଲୁହା ବୋଝେଇ ଏକ ୧୦ ଚକିଆ ଟ୍ରକ୍‌ (ଓଆର୍‌୦୪କେ୪୯୯୬) ଶନିବାର ସକାଳେ ଭାରସାମ୍ୟ ହରାଇ ବିଲକୁ ଖସି ପଡ଼ିଛି।

ଦୁର୍ଗାପୁରରେ ବିଶ୍ୱ ଜଳ ଦିବସ ପାଳିତ

ଦୁର୍ଗାପୁରରେ ବିଶ୍ୱ ଜଳ ଦିବସ ପାଳିତ

ଛେଣ୍ଡିପଦା,୨୩।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ତଥା ଜରପଡ଼ା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଦୁର୍ଗାପୁର ବନ ସୁରକ୍ଷା ସମିତି ସଭାଗୃହଠାରେ ଶୁକ୍ରବାର ଅପରାହ୍ନରେ ଜଙ୍ଗଲ ବିଭାଗ ଏବଂ  ପ୍ରକୃତି ପରିବେଶ ଓ ବନ୍ୟ ଜୀବ ସମିତି(ଏନ୍‌ଇଡବ୍ଲ୍ୟୁଏସ୍‌) ସଙ୍ଗଠନ ପକ୍ଷରୁ ମିଳିତ ଭାବେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି। 

କୁନ୍ଦନାଳି ଦୋଳଯାତ୍ରା:   ଉଜ୍ଜୀବିତ ହେଲା ୧୦୦ ବର୍ଷର ପରମ୍ପରା

କୁନ୍ଦନାଳି ଦୋଳଯାତ୍ରା: ଉଜ୍ଜୀବିତ ହେଲା ୧୦୦ ବର୍ଷର ପରମ୍ପରା

ମାଧପୁର, ୨୨।୩(ଡି.ଏନ୍‌.ଏ.)-ଆସିଛି ରଙ୍ଗର ପର୍ବ ହୋଲି। ସବୁଆଡେ ରଙ୍ଗବେରଙ୍ଗ ପରିବେଶ। ଗୀତନାଚରେ ସଭିଁଏ ମସ୍‌ଗୁଲ। ଭାଇଚାରାର ଏହି ପର୍ବରେ ସାମିଲ ହୋଇଛି ସାରା ରାଜ୍ୟ। ଏହାକୁ ହାତଛଡ଼ା କରିନାହାନ୍ତି ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ କୁନ୍ଦନାଳୀବାସୀ। ଦୋଳ ଏବଂ ହୋଲି ପାଇଁ ଏଠାରେ ପୁଣି ଥରେ ଉଜ୍ଜୀବିତ ହୋଇଉଠିଛି ୧୦୦ ବର୍ଷର ପରମ୍ପରା, ଯାହାକୁ ମନଭରି ଉପଭୋଗ କରିଛନ୍ତି ଅଞ୍ଚଳର ହଜାର ହଜାର ଜନସାଧାରଣ।

 କଂଗ୍ରେସରୁ ମୁହଁ ଫେରାଉଛନ୍ତି ପୁରୁଖା ନେତା

କଂଗ୍ରେସରୁ ମୁହଁ ଫେରାଉଛନ୍ତି ପୁରୁଖା ନେତା

ପରଜଙ୍ଗ, ୨୨।୩(ଡି.ଏନ.ଏ.)-ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏବେ ସାରା ରାଜ୍ୟରେ ନିର୍ବାଚନୀ ତାତି। ଏସବୁ ଭିତରେ ଓଡ଼ିଶାର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବିଜେଡି, ଭାଜପା ଏବଂ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି ପ୍ରାର୍ଥୀ ତାଲିକା। ଏହା ଢେଙ୍କାନାଳ ଜିଲାର ରାଜନୈତକ ବାତାବରଣକୁ ଅଧିକ ସରଗରମ କରିଦେଇଛି। ପ୍ରାର୍ଥିପତ୍ର ତାଲିକା ଅନେକ ଆଶାୟୀଙ୍କୁ ନିରାଶ କରିଛି। ଏଥିରେ ଅସନ୍ତୁଷ୍ଟ ହୋଇ ପୁରୁଖା ନେତା ଏବେ ଦଳ ଛାଡ଼ିବା ଆରମ୍ଭ କଲେଣି। ବିଶେଷ କରି କଂଗ୍ରେସରେ ଦଳଡିଅଁା ପର୍ବ ଏବେ ଦଳୀୟ ନେତୃବୃନ୍ଦଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।

ଏନ୍‌ଟିପିସି ମେରିଗୋ ରାଉଣ୍ଡରେ କୋଇଲା ଚୋରଙ୍କ ଆତଙ୍କରାଜ:  ସିଆଇଏସ୍‌ଏଫ୍‌ ମୁଖ୍ୟ କନଷ୍ଟେବଳଙ୍କ ସମେତ ୨ ଗୁରୁତର

ଏନ୍‌ଟିପିସି ମେରିଗୋ ରାଉଣ୍ଡରେ କୋଇଲା ଚୋରଙ୍କ ଆତଙ୍କରାଜ: ସିଆଇଏସ୍‌ଏଫ୍‌ ମୁଖ୍ୟ କନଷ୍ଟେବଳଙ୍କ ସମେତ ୨ ଗୁରୁତର

ତାଳଚେର, ୨୨।୩(ନି.ପ୍ର.)-ନ୍ୟାସନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି)ର ମେରିଗୋ ରାଉଣ୍ଡ (ଏମ୍‌ଜିଆର୍‌) ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌ ଯବାନ କୋଇଲା ଚୋରଙ୍କ ଆକ୍ରମଣ ଶିକାର ହୋଇଛନ୍ତି।

ପୋଲିସ ଗାଡ଼ି ଭଙ୍ଗାରୁଜା, ୨ ଗିରଫ

ପୋଲିସ ଗାଡ଼ି ଭଙ୍ଗାରୁଜା, ୨ ଗିରଫ

ବଅଁରପାଳ, ୨୨।୩(ଡ.ଏନ୍‌.ଏ.)-ରଙ୍ଗର ପର୍ବ ହୋଲି ଉତ୍ସବକୁ ଶୃଙ୍ଖଳିତ କରିବାକୁ ଅନୁଗୋଳ ପୋଲିସ ପକ୍ଷରୁ ଗୁରୁବାର ରାତିରୁ ମଦବିକ୍ରି ଉପରେ କଟକଣା ଜାରି କରାଯାଇଛି। ଏହା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ମଦକୁ ନେଇ ତୁମୁଳକାଣ୍ଡ ଘଟିଛି।

ଶ୍ରୀଚୈତନ୍ୟଙ୍କ ଜୟନ୍ତୀ

ଶ୍ରୀଚୈତନ୍ୟଙ୍କ ଜୟନ୍ତୀ

କଣିହଁା, ୨୧।୩(ଡି.ଏନ.ଏ.)-ଶ୍ରୀକୃଷ୍ଣଙ୍କ ଲୀଳା ଏବଂ ହରିନାମକୁ ସଂକୀର୍ତ୍ତନ ମାଧ୍ୟମରେ ପ୍ରଚାର ପ୍ରସାର କରିଥିବା ସନ୍ଥ ଶ୍ରୀଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ଗୁରୁବାର କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ ପାଳିତ ହୋଇଛି ।

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭୁବନ ୨୧।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରବାଳକାନ୍ତି ସାହୁ ଗୁରୁବାର ଭାଜପାରେ ଯୋଗଦେଇଛନ୍ତ। ଜିଲା ଉପସଭାପତି ଶତ୍ରୁଘ୍ନ ଜେନାଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗ୍ରାମ୍ୟ ପରିବେଶ

ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗ୍ରାମ୍ୟ ପରିବେଶ

ଭୁବନ/ପରଜଙ୍ଗ/ବଅଁରପାଳ, ୨୧।୩(ଡି.ଏନ.ଏ.)-ଦୋଳ ଉତ୍ସବ ଲାଗି ଚଳଚଞ୍ଚଳ ହୋଇଉଠିଛି ଗ୍ରାମ୍ୟ ପରିବେଶ। ଦୋଳବେଦିରେ ଚାଲିଛି ରାଧାକୃଷ୍ଣଙ୍କ ଆରାଧନା। ଭାଇଚାରର ଏହି ପର୍ବରେ ସଭଁିଏ ନିଜକୁ ସାମିଲ କରିଥିବାବେଳେ ଏହାକୁ ନେଇ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲି।

ହୋଲିରେ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ହୋଲିରେ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୨୧।୩-ରଙ୍ଗର ପର୍ବ ହୋଲି। ଭାଇଚାରାର ଏହି ଉତ୍ସବରେ ଯେପରି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେଥିଲାଗି ତୀକ୍ଷ୍ଣ ନଜର ରଖିଛି ଅନୁଗୋଳ ଅବକାରୀ ବିଭାଗ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା