ଅନଗୁଳ-ଢେଙ୍କାନାଳ

ଆନ୍ଦୋଳନ ଯୋଗୁ ହୋଇପାରୁନି କୋଇଲା ଯୋଗାଣ: ସଙ୍କଟରେ ଏନ୍‌ଟିପିସି

ଆନ୍ଦୋଳନ ଯୋଗୁ ହୋଇପାରୁନି କୋଇଲା ଯୋଗାଣ: ସଙ୍କଟରେ ଏନ୍‌ଟିପିସି

ତାଳଚେର,୧୮ା୨(ନି.ପ୍ର.)-  ଖଣି କ୍ଷତିଗ୍ରସ୍ତଙ୍କ ଘନ ଘନ ଆନ୍ଦୋଳନ ଯୋଗୁ ପ୍ରଭାବିତ ହୋଇଛି ଅନୁଗୋଳ ଜିଲା କଣିହାଁ ସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପ। ୩ ହଜାର ମେଗାଓ୍ବାଟ୍‌ ଉତ୍ପାଦନ ବିଶିଷ୍ଟ ଏହି ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଉପୁଜିଛି। ଏଥିଯୋଗୁ ୧ ନମ୍ବର ୟୁନିଟ୍‌ ବନ୍ଦ ହୋଇଯାଇଥିବା ବେଳେ ଅବଶିଷ୍ଟ ୫ଟିରୁ ବିଦ୍ୟୁତ୍‌ ଉତ୍ପାଦନ ଗଭୀର ଭାବେ ବାଧାପ୍ରାପ୍ତ ହୋଇଛି। ଏପରିକି ଷ୍ଟକୟାର୍ଡରେ ଥିବା କୋଇଲାରେ ପ୍ରକଳ୍ପ ଆଉ ମାତ୍ର ୨ ଦିନ ଚାଲିପାରିବ ବୋଲି ଜଣାପଡିଛି। ଏହାକୁ ନେଇ ଏନ୍‌ଟିପିସି ଜନସମ୍ପର୍କ ଅଧିକାରୀ ଅମିତ ବେହେରା ରବିବାର ଏକ ପ୍ରେସ୍‌ ବିବୃତିରେ ଚିନ୍ତା ବ୍ୟକ୍ତ କରିଛନ୍ତି। 

କଣିହାଁସ୍ଥିତ ଏନ୍‌ଟିପିସିରେ ମୋଟ୍‌ ୬ଟି ୟୁନିଟ୍‌ ରହିଛି। ପ୍ରତି ୟୁନିଟ୍‌ରୁ ୫ଶହ ମେଗାଓ୍ବାଟ୍‌ ଲେଖାଏ ବିଦ୍ୟୁତ୍‌ ଉତ୍ପାଦନ ହୋଇଥାଏ। ଏଠାରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ, ସିକିମ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ନାଟକ, ତେଲେଙ୍ଗାନା, କେରଳ, ପୁଡୁଚେରୀ ଆଦିକୁ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ। ପ୍ରକଳ୍ପ ଚାଲିବା ପାଇଁ ଦୈନିକ ୫୫ ହଜାର 

ମେଟ୍ରିକ ଟନ୍‌ କୋଇଲା ପୋଡ଼ାଯାଏ। ଏଥିପାଇଁ ଲିଙ୍ଗରାଜ ଓ କଣିହାଁ ଓପନକାଷ୍ଟରୁ ରେଳଯୋଗେ ୫୦ରୁ ୫୫ ହଜାର ଟନ୍‌ କୋଇଲା ପ୍ରତିଦିନ ଏନ୍‌ଟିପିସିକୁ ଯୋଗାଇ ଦିଆଯାଏ। ସେଥିରୁ କଣିହାଁ ମାଇନ୍ସରୁ ୨୦ରୁ ୨୫ ହଜାର ଓ ଲିଙ୍ଗରାଜ ମାଇନ୍‌ସରୁ ୩୦ରୁ ୩୫ ହଜାର ଟନ୍‌ କୋଇଲା ପଠାଯାଇ ଥାଏ। ହେଲେ ଗତ ୧୧ ତାରିଖଠାରୁ କଣିହାଁ ବ୍ଲକ ପଥରମୁଣ୍ଡା ଗ୍ରାମବାସୀ ନିଯୁକ୍ତି, ଥଇଥାନ ଦାବିରେ ଖଣିବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ କଣିହାଁ ଓପନକାଷ୍ଟ ମାଇନ୍ସରୁ ଖଣ୍ଡେ ହେଲେ ବି କୋଇଲା ଏନ୍‌ଟିପିସିକୁ ପରିବହନ ହୋଇପାରୁନାହିଁ। ସେହିପରି ଗତ ୧୫ ତାରିଖରୁ ଏସ୍‌ଏପିମାନେ ନିଯୁକ୍ତି ଦାବିରେ ଏମ୍‌ଜିଆର୍‌ରେ ରେଳରୋକୋ ଆନ୍ଦୋଳନ ଚଳାଇଛନ୍ତି। ଏସ୍‌ଏପିମାନଙ୍କୁ ନିଯୁକ୍ତି ବଦଳରେ କ୍ୟାସ୍‌ ପ୍ୟାକେଜ ଦିଆଯିବାକୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ନିଷ୍ପତ୍ତି ନେଇଥିବା ଏନ୍‌ଟିପିସି ପକ୍ଷରୁ କୁହାଯାଇଛି। ଏହାସତ୍ତ୍ୱେ ଆନ୍ଦୋଳନ ଜାରି ରହିଥିବାରୁ ଲିଙ୍ଗରାଜ ଖଣିରୁ ପ୍ରକଳ୍ପକୁ କୋଇଲା ଯୋଗାଣ ଠପ୍‌ ହୋଇଯାଇଛି। ଷ୍ଟକରେ ମାତ୍ର ୯୪ ହଜାର ଟନ୍‌ କୋଇଲା ରହିଛି,  ଯାହା ପ୍ରକଳ୍ପକୁ ମାତ୍ର ୨ ଦିନ ଚଳାଇ ପାରିବ। ଏନ୍‌ଟିପିସି ଦୈନିକ ଓଡ଼ିଶାକୁ ୫୨୩ ମେଗାୱାଟ୍‌ ବିଦ୍ୟୁତ୍‌ ଦେଉଥିବାରୁ ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଏହି ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବ ବୋଲି ଉକ୍ତ ପ୍ରେସ୍‌ ବିବୃତିରେ କୁହାଯାଇଛି।

ଅନ୍ୟପକ୍ଷରେ ପ୍ରକଳ୍ପ ନିମନ୍ତେ ଅନୂ୍ୟନ ୧୦/୧୫ ଦିନ ପାଇଁ କୋଇଲା ଗଚ୍ଛିତ ରଖାଯିବା କଥା। ଲିଙ୍ଗରାଜ ଓ କଣିହାଁ ଓପନକାଷ୍ଟ ବ୍ୟତୀତ ଅନେକ ସମୟରେ ବାହାରୁ କୋଇଲା ଆମଦାନୀ ସତ୍ତ୍ୱେ ପ୍ରକଳ୍ପରେ ଆଉ ମାତ୍ର ୨ ଦିନ ପାଇଁ କୋଇଲା ଷ୍ଟକ ଥିବା ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ପଦାରେ ପକାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ପୂର୍ବରୁ କୋଇଲା ପରିବହନ ସ୍ବାଭାବିକ ଥିବାବେଳେ କାହିଁକି କର୍ତ୍ତୃପକ୍ଷ ଅଧିକ କୋଇଲା ଗଚ୍ଛିତ କଲେ ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ସମସ୍ୟା ଉପୁଜିବାକୁ ଆଖିରେ ରଖି ପଦକ୍ଷେପ ନେବାର ଆବଶ୍ୟକତା ଥିଲେ ମଧ୍ୟ ଏହା କରାଯାଇ ନ ଥିବାରୁ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପଦାରେ ପଡିଥିବା ଅଭିଯୋଗ ହେଉଛି।

All Right Reserved By

ଅନଗୁଳ-ଢେଙ୍କାନାଳ

ବାଲିପଟା ଗ୍ରାମରେ ଶହୀଦ ଦିବସ ପାଳିତ

ବାଲିପଟା ଗ୍ରାମରେ ଶହୀଦ ଦିବସ ପାଳିତ

ଛେଣ୍ଡିପଦା,୨୩।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଲିପଟା ଗ୍ରାମଠାରେ ଶନିବାର ଗୋପବନ୍ଧୁ ଜନକଲ୍ୟାଣ ସମିତି ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଯାଇଛି। 

ଦୋଳିରେ ଝୁଲିଲେ ରାଧାକୃଷ୍ଣ: ଉତ୍ସବମୁଖର ପୁରପଲ୍ଲୀ

ଦୋଳିରେ ଝୁଲିଲେ ରାଧାକୃଷ୍ଣ: ଉତ୍ସବମୁଖର ପୁରପଲ୍ଲୀ

ଛେଣ୍ଡିପଦା,୨୩।୩(ସ୍ବ.ପ୍ର.):  ପାରମ୍ପରିକ ଦୋଳଯାତ୍ରା ପାଇଁ ଅନୁଗୋଳ ଜିଲା  ଛେଣ୍ଡିପଦାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଦୋଳପୂର୍ଣ୍ଣିମାରୁ ବ୍ଲକର ବିଭିନ୍ନ ଗ୍ରାମରେ ୧୦ଦିନ ପର୍ଯ୍ୟନ୍ତ ମହାଆଡମ୍ବରରେ ରାଧାକୃଷ୍ଣଙ୍କ ମେଳଣ ପର୍ବ ଆରମ୍ଭ ହୋଇଥାଏ।

ବିଲକୁ ଓଲଟିଲା ଲୁହା ବୋଝେଇ ଟ୍ରକ

ବିଲକୁ ଓଲଟିଲା ଲୁହା ବୋଝେଇ ଟ୍ରକ

ଭାପୁର,୨୩।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ଅଧୀନ ପୁରୁଣା କଟକ ସମ୍ବଲପୁର ରାସ୍ତାରୁ ଗୋବିନ୍ଦପ୍ରସାଦ ଯାଇଥିବା ରାସ୍ତାରେ ଲୁହା ବୋଝେଇ ଏକ ୧୦ ଚକିଆ ଟ୍ରକ୍‌ (ଓଆର୍‌୦୪କେ୪୯୯୬) ଶନିବାର ସକାଳେ ଭାରସାମ୍ୟ ହରାଇ ବିଲକୁ ଖସି ପଡ଼ିଛି।

ଦୁର୍ଗାପୁରରେ ବିଶ୍ୱ ଜଳ ଦିବସ ପାଳିତ

ଦୁର୍ଗାପୁରରେ ବିଶ୍ୱ ଜଳ ଦିବସ ପାଳିତ

ଛେଣ୍ଡିପଦା,୨୩।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ତଥା ଜରପଡ଼ା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଦୁର୍ଗାପୁର ବନ ସୁରକ୍ଷା ସମିତି ସଭାଗୃହଠାରେ ଶୁକ୍ରବାର ଅପରାହ୍ନରେ ଜଙ୍ଗଲ ବିଭାଗ ଏବଂ  ପ୍ରକୃତି ପରିବେଶ ଓ ବନ୍ୟ ଜୀବ ସମିତି(ଏନ୍‌ଇଡବ୍ଲ୍ୟୁଏସ୍‌) ସଙ୍ଗଠନ ପକ୍ଷରୁ ମିଳିତ ଭାବେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି। 

କୁନ୍ଦନାଳି ଦୋଳଯାତ୍ରା:   ଉଜ୍ଜୀବିତ ହେଲା ୧୦୦ ବର୍ଷର ପରମ୍ପରା

କୁନ୍ଦନାଳି ଦୋଳଯାତ୍ରା: ଉଜ୍ଜୀବିତ ହେଲା ୧୦୦ ବର୍ଷର ପରମ୍ପରା

ମାଧପୁର, ୨୨।୩(ଡି.ଏନ୍‌.ଏ.)-ଆସିଛି ରଙ୍ଗର ପର୍ବ ହୋଲି। ସବୁଆଡେ ରଙ୍ଗବେରଙ୍ଗ ପରିବେଶ। ଗୀତନାଚରେ ସଭିଁଏ ମସ୍‌ଗୁଲ। ଭାଇଚାରାର ଏହି ପର୍ବରେ ସାମିଲ ହୋଇଛି ସାରା ରାଜ୍ୟ। ଏହାକୁ ହାତଛଡ଼ା କରିନାହାନ୍ତି ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ କୁନ୍ଦନାଳୀବାସୀ। ଦୋଳ ଏବଂ ହୋଲି ପାଇଁ ଏଠାରେ ପୁଣି ଥରେ ଉଜ୍ଜୀବିତ ହୋଇଉଠିଛି ୧୦୦ ବର୍ଷର ପରମ୍ପରା, ଯାହାକୁ ମନଭରି ଉପଭୋଗ କରିଛନ୍ତି ଅଞ୍ଚଳର ହଜାର ହଜାର ଜନସାଧାରଣ।

 କଂଗ୍ରେସରୁ ମୁହଁ ଫେରାଉଛନ୍ତି ପୁରୁଖା ନେତା

କଂଗ୍ରେସରୁ ମୁହଁ ଫେରାଉଛନ୍ତି ପୁରୁଖା ନେତା

ପରଜଙ୍ଗ, ୨୨।୩(ଡି.ଏନ.ଏ.)-ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏବେ ସାରା ରାଜ୍ୟରେ ନିର୍ବାଚନୀ ତାତି। ଏସବୁ ଭିତରେ ଓଡ଼ିଶାର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବିଜେଡି, ଭାଜପା ଏବଂ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି ପ୍ରାର୍ଥୀ ତାଲିକା। ଏହା ଢେଙ୍କାନାଳ ଜିଲାର ରାଜନୈତକ ବାତାବରଣକୁ ଅଧିକ ସରଗରମ କରିଦେଇଛି। ପ୍ରାର୍ଥିପତ୍ର ତାଲିକା ଅନେକ ଆଶାୟୀଙ୍କୁ ନିରାଶ କରିଛି। ଏଥିରେ ଅସନ୍ତୁଷ୍ଟ ହୋଇ ପୁରୁଖା ନେତା ଏବେ ଦଳ ଛାଡ଼ିବା ଆରମ୍ଭ କଲେଣି। ବିଶେଷ କରି କଂଗ୍ରେସରେ ଦଳଡିଅଁା ପର୍ବ ଏବେ ଦଳୀୟ ନେତୃବୃନ୍ଦଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।

ଏନ୍‌ଟିପିସି ମେରିଗୋ ରାଉଣ୍ଡରେ କୋଇଲା ଚୋରଙ୍କ ଆତଙ୍କରାଜ:  ସିଆଇଏସ୍‌ଏଫ୍‌ ମୁଖ୍ୟ କନଷ୍ଟେବଳଙ୍କ ସମେତ ୨ ଗୁରୁତର

ଏନ୍‌ଟିପିସି ମେରିଗୋ ରାଉଣ୍ଡରେ କୋଇଲା ଚୋରଙ୍କ ଆତଙ୍କରାଜ: ସିଆଇଏସ୍‌ଏଫ୍‌ ମୁଖ୍ୟ କନଷ୍ଟେବଳଙ୍କ ସମେତ ୨ ଗୁରୁତର

ତାଳଚେର, ୨୨।୩(ନି.ପ୍ର.)-ନ୍ୟାସନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି)ର ମେରିଗୋ ରାଉଣ୍ଡ (ଏମ୍‌ଜିଆର୍‌) ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍‌ ଯବାନ କୋଇଲା ଚୋରଙ୍କ ଆକ୍ରମଣ ଶିକାର ହୋଇଛନ୍ତି।

ପୋଲିସ ଗାଡ଼ି ଭଙ୍ଗାରୁଜା, ୨ ଗିରଫ

ପୋଲିସ ଗାଡ଼ି ଭଙ୍ଗାରୁଜା, ୨ ଗିରଫ

ବଅଁରପାଳ, ୨୨।୩(ଡ.ଏନ୍‌.ଏ.)-ରଙ୍ଗର ପର୍ବ ହୋଲି ଉତ୍ସବକୁ ଶୃଙ୍ଖଳିତ କରିବାକୁ ଅନୁଗୋଳ ପୋଲିସ ପକ୍ଷରୁ ଗୁରୁବାର ରାତିରୁ ମଦବିକ୍ରି ଉପରେ କଟକଣା ଜାରି କରାଯାଇଛି। ଏହା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ମଦକୁ ନେଇ ତୁମୁଳକାଣ୍ଡ ଘଟିଛି।

ଶ୍ରୀଚୈତନ୍ୟଙ୍କ ଜୟନ୍ତୀ

ଶ୍ରୀଚୈତନ୍ୟଙ୍କ ଜୟନ୍ତୀ

କଣିହଁା, ୨୧।୩(ଡି.ଏନ.ଏ.)-ଶ୍ରୀକୃଷ୍ଣଙ୍କ ଲୀଳା ଏବଂ ହରିନାମକୁ ସଂକୀର୍ତ୍ତନ ମାଧ୍ୟମରେ ପ୍ରଚାର ପ୍ରସାର କରିଥିବା ସନ୍ଥ ଶ୍ରୀଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ଗୁରୁବାର କଣିହାଁ ବ୍ଲକର ବିଭିନ୍ନ ଗ୍ରାମରେ ପାଳିତ ହୋଇଛି ।

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭୁବନ ୨୧।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରବାଳକାନ୍ତି ସାହୁ ଗୁରୁବାର ଭାଜପାରେ ଯୋଗଦେଇଛନ୍ତ। ଜିଲା ଉପସଭାପତି ଶତ୍ରୁଘ୍ନ ଜେନାଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗ୍ରାମ୍ୟ ପରିବେଶ

ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗ୍ରାମ୍ୟ ପରିବେଶ

ଭୁବନ/ପରଜଙ୍ଗ/ବଅଁରପାଳ, ୨୧।୩(ଡି.ଏନ.ଏ.)-ଦୋଳ ଉତ୍ସବ ଲାଗି ଚଳଚଞ୍ଚଳ ହୋଇଉଠିଛି ଗ୍ରାମ୍ୟ ପରିବେଶ। ଦୋଳବେଦିରେ ଚାଲିଛି ରାଧାକୃଷ୍ଣଙ୍କ ଆରାଧନା। ଭାଇଚାରର ଏହି ପର୍ବରେ ସଭଁିଏ ନିଜକୁ ସାମିଲ କରିଥିବାବେଳେ ଏହାକୁ ନେଇ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲି।

ହୋଲିରେ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ହୋଲିରେ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୨୧।୩-ରଙ୍ଗର ପର୍ବ ହୋଲି। ଭାଇଚାରାର ଏହି ଉତ୍ସବରେ ଯେପରି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେଥିଲାଗି ତୀକ୍ଷ୍ଣ ନଜର ରଖିଛି ଅନୁଗୋଳ ଅବକାରୀ ବିଭାଗ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା