ସମ୍ବଲପୁର

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

ବାମରା, ୧୮।୨ (ସ୍ବ.ପ୍ର.):ସମ୍ବଳପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଞ୍ଚାୟତରେ ରବିବାର ଚାଲିଥିବା ପିଠା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କୁ ୱାର୍ଡ ମେମ୍ବର କଲ୍ୟାଣ ସଂଘ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଛି । ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ନୋଡାଲ ଅଧିକାରୀ ଲକ୍ଷ୍ମୀନାରାୟଣ ମହାପାତ୍ର, ସରପଞ୍ଚ ଚମ୍ପାବତୀ ମିଞ୍ଜ ପ୍ରମୁଖଙ୍କ ସହ ବିଜେଡି ନେତା ଭୁବନେଶ୍ୱର କିସାନ ଉପସ୍ଥିତ ଥିଲେ । ଭୁବନେଶ୍ୱର ବର୍ତ୍ତମାନ କୌଣସି ଜନ ପ୍ରତିନିଧି ନ ଥିବା ବେଳେ କୌଣସି ପଦ ପଦବୀରେ ମଧ୍ୟ ନାହାନ୍ତି । ତାଙ୍କ ଉପସ୍ଥିତିକୁ ନେଇ ବିରୋଧ ଉଠିଥିଲା। ନାଏବ ସରପଞ୍ଚ ପ୍ରଫୁଲ୍ଲ ସୋରେନ ଓ ୱାର୍ଡ ସଭ୍ୟ ରବିନ୍ଦ୍ର ନାଏକଙ୍କ ସହ ଅନ୍ୟ କେତେକ ୱାର୍ଡ ମେମ୍ବର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ପରେ ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର ତାଙ୍କୁ ବୁଝାସୁଝା କରିବାରୁ ସେମାନେ ତାଲା ଖୋଲିଥିଲେ । ଏ ବିଷୟରେ ବିଡିଓ ସୁଶୀଲ କୁଜୁରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପିଠା କାର୍ଯ୍ୟକ୍ରମ ଗୁଡିକରେ କୌଣସି ଦଳୀୟ କର୍ମକର୍ତ୍ତା ଯେପରି ଯୋଗଦେଇ ନିଜ ସ୍ବାର୍ଥ ସାଧନ କରିବେ ନାହିଁ ସେ ନେଇ ସମସ୍ତ ନୋଡାଲ ଅଧିକାରୀଙ୍କୁ ତାଗିଦ କରାଯାଇଛି । ଯଦି ଏପରି କୌଣସି ଅବହେଳା ହୋଇଛି ତାହାର ତଦନ୍ତ କରାଯିବ । ରଙ୍ଗିଆଟିକ୍ରା ପଞ୍ଚାୟତ ପିଠା କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମେ ଦଳୀୟ କର୍ମକର୍ତ୍ତାଙ୍କୁ ଡାକି ନାହୁଁ। ମାତ୍ର ସେମାନେ ନିଜ ଇଚ୍ଛାରେ ଆସି ଯୋଗ ଦେବା ସହିତ ସ୍ଥାନୀୟ କେତେକ ଜନପ୍ରତିନିଧି ସେମାନଙ୍କୁ ସହଯୋଗ କରୁଥିବାରୁ ଆମ୍ଭେ ତାଙ୍କୁ ମନା କରିପାରୁ ନାହୁଁ ବୋଲି ମତ ପ୍ରକାଶ କରିଛନ୍ତି।

All Right Reserved By

ସମ୍ବଲପୁର

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

୫ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ

ନାକଟିଦେଉଳ,୨୫।୩(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ପାଣିଗ୍ରାହୀପାଲି  ଗ୍ରାମର ଆଡ଼ି ସାହି, ଭୁଲକି, କଞ୍ଚନପୁର, ଗିରିଶ୍ଚନ୍ଦ୍ରପୁର ଓ ଟୁରିବାହାଲରେ ଲୋକେ ଝାଡାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। 

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ରାଉରକେଲା ଅଫିସ,୨୫।୩: ସୁନ୍ଦରଗଡ଼ ଲୋକ ସଭା ଏବଂ ଏହା ଅଧୀନ ୭ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଭୋଟଗ୍ରହଣ କରାଯିବ। 

   ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ଶେଷ ଦିନରେ ୧୯ଜଣ ଦାଖଲ କଲେ ନାମାଙ୍କନ

ନୂଆପଡା ଅଫିସ,୨୫ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିପାଇଁ ସୋମବାର ଶେଷ ଦିନ ଥିଲା । ଏହି ଦିନ ସୁଦ୍ଧା ଜିଲାରେ ମୋଟ ୧୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ଖଡିଆଳ,୨୫।୩(ଡି.ଏନ.ଏ.): ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ସ୍ବରୂପ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲା । 

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି  ସେବତୀଙ୍କ ପରିବାର

ମିଳିଲାନି ସରକାରୀ ସହାୟତା : ପର ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ସେବତୀଙ୍କ ପରିବାର

କର୍ଲାମୁଣ୍ଡା,୨୫।୩(ଡି.ଏନ.ଏ.):ବାସହୀନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାସଗୃହ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କଘର ଯୋଜନା କରିଛନ୍ତି । 

ବେଆଇନ ବନ୍ଧୁକ ରଖି ଗିରଫ

ବେଆଇନ ବନ୍ଧୁକ ରଖି ଗିରଫ

ଘଣ୍ଟାପଡା, ୨୫।୩ (ଡି.ଏନ.ଏ):କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଉମା ଗ୍ରାମରେ ରବିବାର ପୋଲିସ ଚଢାଉ କରି ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଦାବି ପୂରଣ ହେଲାନି, ଭୋଟ ବର୍ଜନ ନିଷ୍ପତ୍ତି

ଜାମଟିକ୍ରା, ୨୫।୩ (ଡି.ଏନ.ଏ): ବରଗଡ ଜିଲା ପଞ୍ଚାୟତିରାଜ ଗ୍ରାମୀଣ ଜଳଯୋଗାଣ ସ୍ବାବଲମ୍ବୀ କାରିଗର ସଂଘର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ।

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ବିଜେଡି ଟିକେଟ ପୁନର୍ବିଚାର ଦାବିରେ ନିହାର ବେହେରାଙ୍କ ସମର୍ଥକଙ୍କର ରାଜପଥ ଅବରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଦୀପ ବେହେରାଙ୍କୁ ଟିକେଟ ଦିଆଯାଇଛି ।

 ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ନାମାଙ୍କନ ଦାଖଲ କଲେ ସୁରେଶ ପୂଜାରୀ

ବରଗଡ଼ ଅଫିସ୍‌, ୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

  ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବିଜେଡି, ଭାଜପା ପ୍ରାର୍ଥୀ କୋଳାକୋଳି

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ସୋମବାର ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଜିଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ନାମାଙ୍କନ ଦାଖଲ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼ ଅଫିସ୍‌,୨୫।୩: ବରଗଡ଼ ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ନାମାଙ୍କନ ପତ୍ର ଦାଖଲ କଲେ କେ.ଭି.

ପାଟଣାଗଡ଼,୨୫।୩(ଡି.ଏନ୍‌.ଏ.):  ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 


Model This Week

ରଶ୍ମି
Why Dharitri