ରାଜ୍ୟ | ସମ୍ବଲପୁର

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.):ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। ଏଭଳି ଆପରାଧିକ ଘଟଣାକୁ ସାଇବର କ୍ରାଇମ୍‌ କୁହାଯାଉଥିବା ବେଳେ ସମ୍ପ୍ରତି ସାଧାରଣ ଲୋକେ ଏହାର ଶିକାର ହେଉଥିବା ଘଟଣା ପ୍ରତିଦିନ ସାମ୍‌ନାକୁ ଆସୁଛି। ଏଭଳି ଅପରାଧକୁ ରୋକିବା ପାଇଁ ରହିଥିବା ବିଧିବ୍ୟବସ୍ଥା ସମ୍ପର୍କରେ ଲୋକଙ୍କ ଅଜ୍ଞତା ଯୋଗୁଁ ଆପରାଧିକ ଘଟଣା ବୃଦ୍ଧିପାଇଛି। କେବଳ ସେତିକି ନୁହେଁ ଏ ସମ୍ପର୍କିତ ଆଇନ କାନୁନର  ଠିକ ଅନୁପାଳନ ଦିଗରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ ସାଇବର ଆଇନ ସମ୍ପର୍କରେ ପ୍ରତ୍ୟକ ବ୍ୟକ୍ତିଙ୍କ ଧାରଣା ରହିବା ବର୍ତ୍ତମାନ ସମୟର ବଡ ଆହ୍ବାନ ବୋଲି ବୀରମହାରାଜପୁରଠାରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆୟୋଜିତ ସାଇବର ଆଇନ ସମ୍ବନ୍ଧୀୟ କର୍ମଶାଳାରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ମୈତ୍ରୀ ସଦନ ପରିସରରେ ଅନୁଷ୍ଠିତ ସଚେତନତା ସଭାରେ ଆଇନସେବା ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନି ଜଜ୍‌ ମାନସ ରଞ୍ଜନ ରଥ ଅଧ୍ୟକ୍ଷତା କରିଥିଲେ। ଉକ୍ତ କର୍ମଶାଳାରେ ସୋନପୁର କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ଆଶିଶ କୁମାର ଅଗ୍ରୱାଲା ରିସୋର୍ସ ପର୍ଶନ୍‌ ଭାବେ ଯୋଗଦେଇ କମ୍ପ୍ୟୁଟର ତଥା ସ୍ମାର୍ଟଫୋନ ମାଧ୍ୟମରେ ଇଣ୍ଟରନେଟର ବ୍ୟବହାର, ଦୁରୂପଯୋଗର ଦିଗ ଓ ଆଇନଗତ ବ୍ୟବସ୍ଥା ସମ୍ପର୍କରେ  ଆଲୋଚନା କରିଥିଲେ। ସମ୍ମାନୀତ ଅତିଥିଭାବେ ଯୋଗଦେଇ ଏସ୍‌ଡିଜେଏମ୍‌ ଅବକାଶ ଚୌଧୁରୀ ସମ୍ପ୍ରତି ଘଟି ଚାଲିଥିବା ପ୍ରମୁଖ ସାଇବର କ୍ରାଇମ୍‌ର କେତେକ ଦୃଷ୍ଟାନ୍ତର ଆଲୋକପାତ କରିଥିଲେ। ମୁଖ୍ୟତଃ ଆଇନଜୀବୀ ତଥା ପୋଲିସ ଅଧିକାରୀମାନଙ୍କୁ ନେଇ ଆୟୋଜିତ ସଚେତନତା କର୍ମଶାଳାରେ ଓକିଲ ସଂଘ ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ଓ ଏସ୍‌ଡିପିଓ ଧିରୋଜ ଚୋପଦାର ମଞ୍ଚାସୀନ ଥିଲେ। ଏହି ସଚେତନତା ଶିବିରରେ ଆଇନସେବା ସମିତିର ସଦସ୍ୟ, କୋର୍ଟ କର୍ମଚାରୀଙ୍କ ସହ ବହୁ ଜିଜ୍ଞାସୁ ଉପସ୍ଥିତ ଥିଲେ। 


All Right Reserved By

ରାଜ୍ୟ | ସମ୍ବଲପୁର

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ତେନ୍ତୁଳିମୂଳ (ମଶାଣିଆ ନୂଆସାହି) ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଆହତ ହୋଇଛନ୍ତି। 

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କୋଣାର୍କ,୨୩।୩ (ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁ ଖଣତା ନିକଟରେ ଶନିବାର ପୂର୍ବାହ୍ନ ୧୦ଟାରେ ମାରୁତି କାର ସହ ୟାମାହା ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ପାଟଣା,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ଦଳୀୟ ପ୍ରାର୍ଥୀ ଭାବେ ଭବାନୀ ଶଙ୍କର ନାୟକଙ୍କ ନାମ ଘୋଷଣା କରାଯାଇଛି।

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ ଅଫିସ,୨୩।୩: ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ଷ୍ଟେସନ ଅଧୀକ୍ଷକଙ୍କ ଏତାଲା କ୍ରମେ ଶନିବାର  ଜିଆର୍‌ପି ଓ ଆର୍‌ପିଏଫ୍‌ରେ ଆପରାଧିକ ମାମଲା ରୁଜୁ ହୋଇଛି। ଅଧୀକ୍ଷକ ସୋରେନ କୁମାର ନସ୍କରଙ୍କ ଅଭିଯୋଗ ଅନୁଯାୟୀ ଅଗ୍ନିକାଣ୍ଡ ଫଛରେଥିବା କାରଣର ସତ୍ୟାସତ୍ୟ  ଉନ୍ମୋଚନ କରାଯାଉ ବୋଲି ଏତାଲାରେ ଦର୍ଶାଇଛନ୍ତି। 

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନିକଟରେ ବିଜେଡି ଛାଡ଼ିଥିବା କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ବିଧାୟକ ଦଳ ନେତା କେ.ଭି. ସିଂ ଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ଯୋଗ ଦେଇଛନ୍ତି। 

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କଂଗ୍ରେସ ପକ୍ଷରୁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରଣପୁର ବିଧାନସଭା ଆସନରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି ପଣ୍ଡାଙ୍କୁ ଟିକେଟ୍‌ ମିଳିଥିବା ଦେଖିବାକୁ ମିଳିଛି। 

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ  ଲଢ଼ିବାକୁ ନିଷ୍ପତ୍ତି

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ ଲଢ଼ିବାକୁ ନିଷ୍ପତ୍ତି

ଗୁଣପୁର,୨୩।୩(ଡି.ଏନ୍‌.ଏ.):  ୨୦୧୯ ଓଡ଼ିଶା ବିଧାନସଭା ନିିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା କରାଯାଇଛି। 

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ (ନଂ. ୧୩୪) ନିମନ୍ତେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି। 

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଆଉ ୨୨ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

୭ ମହିଳା

୭ ମହିଳା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁ ଛକାପଞ୍ଝା ପରେ ଶୁକ୍ରବାର କଂଗ୍ରେସ ବିଧାନସଭା ଆସନ ଲାଗି ୫୪ ଜଣିଆ ପ୍ରାର୍ଥୀପତ୍ର ତାଲିକା ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କେବଳ ୭ ମହିଳା। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା