ରାୟଗଡା

କିଲିମାଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ନନ୍ଦପୁରର କୁଶ

କିଲିମାଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ନନ୍ଦପୁରର କୁଶ

ନନ୍ଦପୁର,୧୮।୨(ଡି.ଏନ.ଏ)-ଆଫ୍ରିକା ମହାଦେଶ ତାଞ୍ଜାନିଆର  ସର୍ବୋଚ୍ଚ ଗିରିଶୃଙ୍ଗ କିଲିମାଞ୍ଜାରୋରେ ଭାରତର ଜାତୀୟ ପତାକା ଉଡ଼ାଇ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି କୋରାପୁଟ ଜିଲାର କୁଶ ଆର୍ଲାବ। କିନ୍ତୁ ଜିଲା ପ୍ରଶାସନ ଏହି ପର୍ବତ ଆରୋହଣକାରୀଙ୍କୁ ସ୍ବାଗତ ଜଣାଇବାକୁ ଭୁଲିଯାଇଛି। ଜିଲା ପ୍ରଶାସନ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ ସେ ବେଶ୍‌ ଖୁସି ହୋଇଥା’ନ୍ତେ। କିନ୍ତୁ ପ୍ରଶାସନର ଅଣଦେଖା ତାଙ୍କୁ ବାଧିଛି ବୋଲି ପର୍ବତ ଆରୋହଣକାରୀ କୁଶ କ୍ଷୋଭ ପ୍ରକାଶ କରିଛନ୍ତି। 

କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କୁଲାବୀର ପଞ୍ଚାୟତ ଆର୍ଲାପୁଟ ଗ୍ରାମର କୁଶ ଅନ୍ୟ ଆରୋହଣକାରୀଙ୍କୁ ପଛରେ ପକାଇ ପ୍ରଥମେ କିଲିମାଞ୍ଜାରୋରେ ପହଞ୍ଚିଥିଲେ। ଶନିବାର ସେ ନିଜ ଗାଁକୁ ଫେରିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ନିଜ ଅନୁଭୂତି ବଖାଣିଛନ୍ତି। ସେ ହିଁକିପୁଟ ସେବାଶ୍ରମରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଭୁବନେଶ୍ୱରର କିସ୍‌କୁ ଆସିଥିଲେ। ସେଠାରେ ୪ର୍ଥରୁ ଦଶମ ଶ୍ରେଣୀ ଯାଏ ପଢ଼ିଲେ। ଏହାପରେ କୋରାପୁଟ ସରକାରୀ ମହାବିଦ୍ୟାଳୟରେ ସ୍ନାତକ ଶେଷ କଲେ। କଲେଜର ଏନ୍‌ଏସ୍‌ଏସରେ ଭାଗ ନେଉଥିଲେ। ୨୦୧୭ରେ ମୋନାଲିରେ ଆୟୋଜିତ ସମର ଆଡଭେଞ୍ଚର କ୍ୟାମ୍ପ୍‌ରେ ଭାଗ ନେଇ କୃତକାର୍ଯ୍ୟ ହୋଇଥିଲେ।  ସେଠାରେ କୋଚ୍‌ ନୃସିଂହଚରଣ ସାହୁଙ୍କ ସହ କୁଶଙ୍କ ଭେଟ ହୋଇଥିଲା। ସେ ତାଙ୍କୁ ଉତ୍ସାହିତ କରିଥିଲେ। ଫଳରେ କୁଶ ୨୦୧୮ରେ ଦାର୍ଜିଲିଂର ହିମାଳୟାନ ମାଉଣ୍ଟେନରିଂ ଇନଷ୍ଟିଚ୍ୟୁଟ୍‌ରେ ବେସିକ୍‌ କୋର୍ସରେ ନାମ ଲେଖାଇଲେ। ସେଠାରୁ ‘ଏ’ ଗ୍ରେଡ ହାସଲ କରିଥିଲେ। ଏହାପରେ ଭୁବନେଶ୍ୱରରେ ଅଭ୍ୟାସ ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ୨୦୧୯ ଜାନୁୟାରୀ ୨୧ରେ ତାଞ୍ଜାନିଆର କିଲିମାଞ୍ଜାରୋ ଗିରିଶୃଙ୍ଗ( ୫୮୯୫ ମିଟର) ଆରୋହଣ ପାଇଁ ସୁଯୋଗ ମିଳିଲା। ଏହି ଶୃଙ୍ଗ ଆରୋହଣ କରି  ସେ ସଫଳତା ସାଉଣ୍ଟିଛନ୍ତି। ଗାଁକୁ ଫେରିବା ପରେ ତାଙ୍କୁ ଜିଲା ପ୍ରଶାସନ କି କୌଣସି ଅନୁଷ୍ଠାନ ପକ୍ଷରୁ କେହି ସ୍ବାଗତ ଜଣାଇବାକୁ ଆସି ନ ଥିଲେ। ଏହାସତ୍ତ୍ୱେ ୟୁରୋପର ଏଲବ୍ରସ୍‌ ଗିରିଶୃଙ୍ଗ ଆରୋହଣ କରି ନିଜ ମାଟିର ନାଁ କେମିତି ରଖିବେ ସେ ନେଇ ସେ ପ୍ରସ୍ତୁତି ଚଳାଇଛନ୍ତି। ଜିଲାପାଳଙ୍କୁ ଦେଖାକରି ସାହାଯ୍ୟ ନିମନ୍ତେ ଅନୁରୋଧ କରିବେ କୁଶ ବୋଲି କହିଛନ୍ତି। ତାଙ୍କ ପରିବାର ଅତି ଗରିବ। ବାପା କମଳ ଲୋଚନ ଦିନ ମଜୁରି ଲାଗି ପରିବାର ଚଳାଉଛନ୍ତି। ଅନ୍ୟ ସଦସ୍ୟ ହେଲେ ମା’ ରୋଇଲା, ଭଉଣୀ ଯମୁନା , ଭାଇ ବଳରାମ ଏବଂ ଭାଇ ଲବ। କୁଶଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। 


All Right Reserved By

ରାୟଗଡା

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ ଜେନା(୨୨)ଙ୍କୁ ଗ୍ରାମର କିଛି ଯୁବକ ପଥରରେ ତାଙ୍କ ମୁହଁକୁ ଛେଚି ହତ୍ୟା କରିଛନ୍ତି।

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପାରଳାଖେମୁଣ୍ଡି,୨୨।୪ (ସ୍ବ.ପ୍ର.)-  ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଐତିହାସିକ ସୀତାସାଗର ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିଛି।

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ ଠିକା କର୍ମଚାରୀ ଦରମା ପାଇନାହାନ୍ତି। 

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ପଦ୍ମପୁର/ଗୁଡାରୀ, ୨୧ା୪(ଡି.ଏନ୍‌.ଏ)- ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ କିନିଡ଼ି ଗ୍ରାମ ନିକଟ ମାଛବନ୍ଧଠାରେ ରବିବାର ଏକ ବରଯାତ୍ରୀ ଗାଡ଼ି  ଦୁର୍ଘଟଣାଗ୍ରସ୍ତ ହୋଇଛି ା 

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ଡାବୁଗାଁ, ୨୧ା୪ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡି ଗ୍ରାମରେ ଶନିବାର ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ ଘଟିଛି ା 

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଏମଭି-୭୯ ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି।

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ଆଦିବାସୀଙ୍କ ବିକାଶ ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ  ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। 

ଜଙ୍ଗଲରେ ନିଆଁ

ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)- ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ନିଆଁ ଯୋଗୁ ଜଙ୍ଗଲର ନାହିଁ ନ ଥିବା କ୍ଷତି ଘଟିଛି।

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

ଚନ୍ଦ୍ରପୁର,୨୦ା୪(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସୋରଡ଼ା ସଦର ମହକୁମାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଥିବା ଗ୍ରାମ ମଙ୍ଗଳ ବିଭାଗର ଛାତ୍ରୀ ନିବାସରେ ୧୦୦ ଆଦିବାସୀ ଛାତ୍ରୀ ରୁହନ୍ତି

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ରାୟଗଡା ଅଫିସ୍‌, ୨୦ା୪- ରାୟଗଡା ଜିଲା ଅଦାଲତ ପରିସରରେ ଶନିବାର ଏକ ଲୋକ ଅଦାଲତ ଉଦ୍‌ଘାଟିତ ହୋଇଯାଇଛିହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଦାଲତକୁ ଉଦ୍‌ଘାଟନ କରିଥିଲେ ା 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri