ଜାତୀୟ |

ଏନ୍‌ଡିଏକୁ ଟାର୍ଗେଟ କଲେ ମନମୋହନ;ନିଯୁକ୍ତିବିହୀନ ଅର୍ଥନୀତିକୁ ନେଇ ଯୁବଗୋଷ୍ଠୀ ଅସନ୍ତୁଷ୍ଟ

ଏନ୍‌ଡିଏକୁ ଟାର୍ଗେଟ କଲେ ମନମୋହନ;ନିଯୁକ୍ତିବିହୀନ ଅର୍ଥନୀତିକୁ ନେଇ ଯୁବଗୋଷ୍ଠୀ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୮-୨:  ନିଯୁକ୍ତି ସୃଷ୍ଟି ଓ ଅର୍ଥନୀତି ଅଭିବୃଦ୍ଧିକୁ ନେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ଏନ୍‌ଡିଏ ସରକାରକୁ ଟାର୍ଗେଟ କରିଛନ୍ତି। ନିଯୁକ୍ତିବିହୀନ ଅର୍ଥନୀତି ଅଭିବୃଦ୍ଧିକୁ ନେଇ ଯୁବବର୍ଗ ଅସନ୍ତୁଷ୍ଟ। ଦେଶର ଅର୍ଥନୀତିକୁ ଏହାର କ୍ଷମତା ଅନୁରୂପ ଉଚ୍ଚଶୀଖରରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। 

ସ୍ଥାନୀୟ ଦିଲ୍ଲୀ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟରେ ଆୟୋଜିତ ଏକ ସମ୍ମିଳନୀରେ ରବିବାର ଯୋଗ ଦେଇ ଡ.ସିଂହ କହିଛନ୍ତି ଯେ, ନିଯୁକ୍ତି ସୁଯୋଗ ସୃଷ୍ଟି ନ ହୋଇ ଦେଶର ଅର୍ଥନୀତି ଆଗେଇ ଚାଲିଛି। ଗ୍ରାମୀଣ କ୍ଷେତ୍ରରେ ଋଣ ବୃଦ୍ଧି ସହିତ ସହରାଞ୍ଚଳରେ ସମାନ୍ତରାଳ ଅର୍ଥନୀତି ଯୋଗୁ ଯୁବଗୋଷ୍ଠୀର ଆକାଂକ୍ଷା ବୃଦ୍ଧି ପାଉଛି ଏବଂ ସେହି ଅନୁପାତରେ ଅସନ୍ତୋଷ ସୃଷ୍ଟି ହୋଇଚାଲିଛି। ସେ କହିଛନ୍ତି ଯେ,  କୃଷି କ୍ଷେତ୍ରରେ ସଙ୍କଟ ବଢ଼ି ଚାଲିଥିବା ବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ନ ହେବା, ପରିବେଶ ସନ୍ତୁଳନ ବିଗୁଡୁଥିବା ବେଳେ ବିଭାଜନକାରୀ ଶକ୍ତିଙ୍କ କାର୍ଯ୍ୟକଳାପ ଯୋଗୁ ଦେଶ ସମ୍ମୁଖରେ ଏବେ ଅନେକ ଆହ୍ବାନ ସୃଷ୍ଟି ହୋଇଛି। ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ଚାଷୀ ଆମତ୍ହତ୍ୟା ଓ ବାରମ୍ବାର ଚାଷୀ ଆନ୍ଦୋଳନରୁ ଏହା ସ୍ପଷ୍ଟ ହେଉଛି ଯେ, ଦେଶର ଢାଞ୍ଚାଗତ ଅସନ୍ତୁଳନ ବଢ଼ିଚାଲିଛି। ଏହି ସମସ୍ୟାର ସମାଧାନ କରିବାକୁ ହେଲେ ଗମ୍ଭୀରଭାବେ ବିଶ୍ଲେଷଣ ସହ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ଏବେ ସୁଦ୍ଧା ଯାହା ନିଯୁକ୍ତିବିହୀନ ଅଭିବୃଦ୍ଧି ଥିଲା ତାହା ଏବେ ବଦଳି ଯାଇ ରୋଜଗାରକୁ କ୍ଷତି କରୁଥିବା ଆର୍ଥିକ ଅଭିବୃଦ୍ଧିରେ ପରିଣତ ହେଲାଣି। ସରକାର ଔଦ୍ୟୋଗିକ କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। ଆବଶ୍ୟକତା ଅନୁସାରେ ଔଦ୍ୟୋଗିକ ବୃଦ୍ଧି ଦୃଷ୍ଟିଗୋଚର ହେଉନାହିଁ ବୋଲି ସେ କହିଛନ୍ତି। ବିମୁଦ୍ରୀକରଣ ଓ ତରବରିଆ ଭାବେ ଜିଏସ୍‌ଟି ଲାଗୁ କରିବା ଯୋଗୁ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ମ୍ୟାନେଜମେଣ୍ଟ ଛାତ୍ରୀଛାତ୍ରଙ୍କ ଉଦ୍‌ବୋଧନ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଏଭଳି ଏକ ବାଣିଜ୍ୟ ଜଗତରେ ପ୍ରବେଶ କରିବାକୁ ଯାଉଛି , ଯେଉଁଠି ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଶୀର୍ଷ ୩ଟି ଦେଶ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି।

All Right Reserved By

ଜାତୀୟ |

ପିତାମହଙ୍କ ରାଜନୈତିକ ଜୀବନର ଅବସାନ

ପିତାମହଙ୍କ ରାଜନୈତିକ ଜୀବନର ଅବସାନ

ନୂଆଦିଲ୍ଲୀ,୨୨।୩: ଭାରତୀୟ ଜନତା ପାର୍ଟି(ଭାଜପା)ର ପିତାମହ କୁହଯାଉଥିବା ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଓ୍ବାଣୀଙ୍କ ରାଜନୈତିକ ଜୀବନର ଅବସାନ ଘଟିଛି ବୋଲି ଚର୍ଚ୍ଚା ହେଉଛି। 

ପ୍ରକାଶ ପାଇଲା  ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ପ୍ରକାଶ ପାଇଲା ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧/୩(ବ୍ୟୁରୋ): ଗୁରୁବାର ଭାଜପା ପକ୍ଷରୁ ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

ରାଜନୀତିରେ ପ୍ରବେଶ ଚର୍ଚ୍ଚାରେ ଫୁଲଷ୍ଟଫ ଲଗାଇଲେ ଭାଇଜାନ୍‌

ରାଜନୀତିରେ ପ୍ରବେଶ ଚର୍ଚ୍ଚାରେ ଫୁଲଷ୍ଟଫ ଲଗାଇଲେ ଭାଇଜାନ୍‌

ମୁମ୍ବାଇ,୨୧।୩: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏଥର ରାଜନୀତିରେ ପ୍ରବେଶ କରିବେ ବୋଲି ବହୁ ଦିନରୁ ଆଲୋଚନା ହେଉଥିଲା। ଏବେ ଏଥିରେ ଫୁଲଷ୍ଟପ ଲଗାଇଛନ୍ତି ନିଜେ ସଲମାନ। 

ହିନ୍ଦୁ ପିଲାଙ୍କ ସହ ହୋଲି ଖେଳିଲେ ଆଫଗାନିସ୍ତାନ ଛାତ୍ରୀଛାତ୍ର

ହିନ୍ଦୁ ପିଲାଙ୍କ ସହ ହୋଲି ଖେଳିଲେ ଆଫଗାନିସ୍ତାନ ଛାତ୍ରୀଛାତ୍ର

ଶିମ୍‌ଲା,୨୧।୩: ରଙ୍ଗର ପର୍ବ ହୋଲି ଗୁରୁବାର ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳରେ ଏହା ଶୁକ୍ରବାର ପାଳନ କରାଯିବ। 

ମୋଦିଙ୍କୁ ଚୌକିଦାର କହିବାରୁ ରାହୁଲଙ୍କୁ ସମାଲୋଚନା କଲେ ଓ୍ବାଚମ୍ୟାନ ତଥା ବଲିଉଡ୍‌ର ବିଗତ ଦିନର ଅଭିନେତା

ମୋଦିଙ୍କୁ ଚୌକିଦାର କହିବାରୁ ରାହୁଲଙ୍କୁ ସମାଲୋଚନା କଲେ ଓ୍ବାଚମ୍ୟାନ ତଥା ବଲିଉଡ୍‌ର ବିଗତ ଦିନର ଅଭିନେତା

ନୂଆଦିଲ୍ଲୀ,୨୧।୩: ସାଭି ସିଦ୍ଧୁ ନାମକ ଜଣେ ଓ୍ବାଚମ୍ୟାନ ବା ଚୌକିଦାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୌକିଦାର କହିଥିବାରୁ ସେ ତାଙ୍କୁ ସମାଲୋଚନା କରିଛନ୍ତି।

ଏଥର ନିର୍ବାଚନ ଲଢିବେନି ଭାଜପାର ବରିଷ୍ଠ ନେତା କଲରାଜ ମିଶ୍ର

ଏଥର ନିର୍ବାଚନ ଲଢିବେନି ଭାଜପାର ବରିଷ୍ଠ ନେତା କଲରାଜ ମିଶ୍ର

ନୂଆଦିଲ୍ଲୀ,୨୧।୩: ଭାଜପାର ବରିଷ୍ଠ ନେତା ତଥା ଦେଓରିଆର ଲୋକ ସଭା ଏମ୍‌ପି ଥିବା କଲରାଜ ମିଶ୍ର ଏଥର ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ଗୁରୁବାର ପ୍ରକାଶ କରିଛନ୍ତି। 

ରାଜନୀତିରେ ବଂଶବାଦ: ୨୫ ପ୍ରତିଶତ ଏମ୍‌ପି ରାଜବଂଶୀ; ଭାଜପାଠାରୁ କଂଗ୍ରେସ ଆଗରେ

ରାଜନୀତିରେ ବଂଶବାଦ: ୨୫ ପ୍ରତିଶତ ଏମ୍‌ପି ରାଜବଂଶୀ; ଭାଜପାଠାରୁ କଂଗ୍ରେସ ଆଗରେ

ନୂଆଦିଲ୍ଲୀ,୨୧।୩: ଏବେ ଦେଶର ଗଣତାନ୍ତ୍ରିକ ରାଜନୀତିରେ ବଂଶବାଦ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଦେଶର ଗତ ୨୦୦୪. ୨୦୦୯ ଏବଂ ୨୦୧୪ରେ ଶେଷ ହୋଇଥିବା ୩ ଟି ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ୧୬୧୧ ଜଣ ଏମ୍‌ପିଙ୍କ ମଧ୍ୟରୁ ୩୯୦ ଜଣ ରାଜବଂଶୀ ରହିଛନ୍ତି। 

ପରିବାର ପ୍ରତିପୋଷଣ ପାଇଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ୯ ବର୍ଷର ବାଳକ

ପରିବାର ପ୍ରତିପୋଷଣ ପାଇଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ୯ ବର୍ଷର ବାଳକ

ବେଙ୍ଗାଲୁରୁ,୨୧।୩: ମହାରାଷ୍ଟ୍ର-କର୍ନାଟକ ସୀମାର ବେଲଗାଭିରେ ଥିବା ବଧାରଥି ଗଁାର ଲୋକେଶ ସାଟ୍ଟିଗେରିଙ୍କ ବୟସ ମାତ୍ର ୯ବର୍ଷ। ହେଲେ ଏହି ବୟସରେ ସେ ଘୋଡ଼ା ଉପରେ ଚଢି ଯେଉଁ ଦୁଃସାହସିକ ଖେଳ ପ୍ରଦର୍ଶନ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

 ଜମ୍ମୁ-କଶ୍ମୀର   ୩ଟି ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଜମ୍ମୁ-କଶ୍ମୀର ୩ଟି ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୧।୩: ଜମ୍ମୁ-କଶ୍ମୀରର ୩ଟି ସ୍ଥାନରେ ଗୁରୁବାର ସକାଳେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେଶନ। ବନ୍ଦିପୋରା ଜିଲା ମୀର୍‌ମହୋଲା ଅଞ୍ଚଳର ହାଜିନ୍‌ଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସେନାର ୧୩ ରାଷ୍ଟ୍ରୀୟ ରାଇଫଲ୍‌, ସିଆର୍‌ପିଏଫ୍‌ ୪୫ ବାଟାଲିୟନ୍‌ ଏବଂ ଏସ୍‌ଓଜି ଯବାନଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା। 

ଜମ୍ମୁ-କଶ୍ମୀରରେ ଗ୍ରେନେଡ ଆକ୍ରମଣ: ୩ ପୋଲିସ ଆହତ

ଜମ୍ମୁ-କଶ୍ମୀରରେ ଗ୍ରେନେଡ ଆକ୍ରମଣ: ୩ ପୋଲିସ ଆହତ

ଶ୍ରୀନଗର,୨୧।୩: ଜମ୍ମୁ-କଶ୍ମୀରର ସୋପୋର ଜିଲାରେ ଗୁରୁବାର ହୋଇଥିବା ଗ୍ରେନେଡ ଆକ୍ରମଣରେ ୩ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। 

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍‌ଲାଣ୍ଡ୍‌ ପୁଣିଥରେ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍‌ ଡେଭଲପ୍‌ମେଣ୍ଟ୍‌ ସୁଲ୍ୟସନ୍‌ ନେଟ୍‌ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। 

୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିକଲେ ଯବାନ

୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିକଲେ ଯବାନ

ଉଧମପୁର,୨୧।୩: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଜଣେ ଯବାନ ନିଜର ୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା