ସମ୍ପାଦକୀୟ |

ହଜିଯାଉଥିବା ନାରୀମାନେ

ହଜିଯାଉଥିବା ନାରୀମାନେ

ନାରାୟଣ ପଣ୍ଡା 

ନାରୀ ଓ ପୁରୁଷ ସମାନ ସଂଖ୍ୟାରେ ରହିବା ସମାଜ ପାଇଁ ପ୍ରାକୃତିକ ଅନୁପାତ। ଏଥିରେ ସାମାନ୍ୟ ବ୍ୟତିକ୍ରମ ହୁଏ ତ ବିଶେଷ ସମସ୍ୟା ସୃଷ୍ଟିକରି ନ ପାରେ, କିନ୍ତୁ ସୀମା ଅତିରିକ୍ତ ବ୍ୟବଧାନ ମଣିଷ ସମାଜ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୁଏ। ସମ୍ପ୍ରତି ବିଶ୍ୱର ଅନେକ ଦେଶରେ ପୁରୁଷଙ୍କ ସଂଖ୍ୟା ପ୍ରାୟତଃ ଅଧିକ ରହିଛି। ବିଶ୍ୱରେ ପ୍ରତି ୧୦୦ ପୁରୁଷଙ୍କ ତୁଳନାରେ ୯୮ ଜଣ ମହିଳା ଅଛନ୍ତି। ଆରବୀୟ ଓ ରୁଷୀୟ ଦେଶମାନଙ୍କରେ ମହିଳାଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଥିବାରୁ ଦେଶର ଜନସଂଖ୍ୟା ଭାରସାମ୍ୟରେ ସଙ୍କଟ ସୃଷ୍ଟିକରିଛି। କାତାର, ମିଳିତ ଆରବ ଏମିରେଟ, ଓମାନ, ବାହାରିନ, କୁଏଟ୍‌, ସୌଦୀ ଆରବ, ମାଲ ଆଦି ମୁସ୍‌ଲିମବହୁଳ ଓ ବିଭାଜିତ ରୁଷୀୟ ରାଷ୍ଟ୍ରମାନଙ୍କରେ ମହିଳାମାନଙ୍କ ହାର ଅପେକ୍ଷାକୃତ କମ୍‌। ମାଳଦ୍ୱୀପରେ ୧୨୩ ପୁରୁଷଙ୍କ ପାଇଁ ୧୦୦ ମହିଳା ଅଛନ୍ତି। ଓମାନ ଓ ସୌଦୀ ଆରବରେ ୧୦୦ ମହିଳା ଅନୁପାତରେ ୧୧୯ ପୁରୁଷ। ମୁସ୍‌ଲିମ ଦେଶ କାତାରରେ ପୁରୁଷ ଓ ନାରୀମାନଙ୍କ ଅନୁପାତର ବ୍ୟବଧାନ ବିଶ୍ୱରେ ସର୍ବୋଚ୍ଚ। ଦେଶରେ ସମଗ୍ର ଜନସଂଖ୍ୟାର ମାତ୍ର ୧୪% କାତାରୀୟ ହୋଇଥିବାବେଳେ ଅବଶିଷ୍ଟ ୮୬% ବିଦେଶୀ ଶ୍ରମିକ। ଏ ଦେଶରେ ୧୦୦ ପୁରୁଷ ପାଇଁ ମାତ୍ର ୩୨.୬୨୦ ମହିଳା ରହିଛନ୍ତି।
କାତାରର ବିକାଶ ଯୋଜନା ଓ ପରିସଂଖ୍ୟାନ ବିଭାଗର ଅଗଷ୍ଟ ୨୦୧୮ ତଥ୍ୟ ଅନୁଯାୟୀ, ଏଠାରେ ସ୍ଥାନୀୟ ଲୋକଙ୍କ ସଂଖ୍ୟା ୨୫ ଲକ୍ଷଙ୍କ ମଧ୍ୟରୁ ମହିଳା ମାତ୍ର ୭ ଲକ୍ଷ। ସବୁ କାତାରୀୟ ଯୁବକମାନଙ୍କ ଭାଗ୍ୟରେ ଜୀବନସାଥୀଟିଏ ମିଳିବା ଦୁଃସ୍ବପ୍ନ। ତେଣୁ ସେମାନେ ଦେଶାନ୍ତର ଜୀବିକାର୍ଜନରେ ଯାଇ ସେଠାରେ ମହିଳା ସହଯୋଗୀ ଖୋଜିବସନ୍ତି। ଏହି ମୁସଲିମ ଦେଶଗୁଡିକୁ ଭାରତ ଓ ପାକିସ୍ତାନରୁ ବ୍ୟାପକ ମହିଳା ଚୋରାଚାଲାଣ କରାଯାଇଥାଏ। ଅନ୍ୟତମ ଧନଶାଳୀ ଇସ୍‌ଲାମିକ ରାଷ୍ଟ୍ର ମିଳିତ ଆରବ ଏମିରେଟ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ଉଚ୍ଚ ଲିଙ୍ଗ ଅସମାନତାର ଦେଶ। ଏଠାରେ ୧୦୦ ପୁରୁଷଙ୍କ ପାଇଁ ମାତ୍ର ୩୬ ମହିଳା ଅଛନ୍ତି। ଆରବ ବେଦୁଇନଙ୍କ ମରୁଭୂମିରୁ ଆଜି ନାରୀ ଅପସୃୟମାଣା।
ବିଶ୍ୱର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ପ୍ରକୃତିର ବୈଚିତ୍ର୍ୟ ପରିଲକ୍ଷିତ ହୁଏ, ଯେଉଁଠି ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ସଂଖ୍ୟା ଅଧିକ। ସେ ଦେଶର କିଛି ମହିଳା ଅବିବାହିତ ରହିଯାଆନ୍ତି କିମ୍ବା ଜୀବିକା ଓ ଜୀବନସାଥୀ ସନ୍ଧାନରେ ଦେଶାନ୍ତରୀ ହୋଇଥାନ୍ତି। ଏହି ଦେଶମାନଙ୍କ ମଧ୍ୟରେ ସ୍ବୟଂଶାସିତ ଅଞ୍ଚଳ ମାଟ୍ରିନିକ, ଲାଟଭିୟା, ଲିଥୁନିୟା, ଇଉକ୍ରେନ, ଇଷ୍ଟୋନିୟା, ପର୍ତ୍ତୁଗାଲ ଓ କ୍ୟୁରେକାଓ ଆଦି ଅନ୍ତର୍ଭୁକ୍ତ। ଜାତିସଂଘ ଓ ବିଶ୍ୱବ୍ୟାଙ୍କର ତଥ୍ୟ ଅନୁଯାୟୀ ବିଶ୍ୱରେ ୧୨୮ଟି ଦେଶରେ ମହିଳା ପୁରୁଷଙ୍କ ତୁଳନାରେ ଅଧିକ। ଏହି ଦେଶମାନଙ୍କରେ ପ୍ରତି ୧୦୦ ମହିଳାଙ୍କ ଅନୁପାତରେ ପୁରୁଷଙ୍କ ସଂଖ୍ୟା ୮୪ରୁ ୮୬ ଭିତରେ। ଏ ଅଞ୍ଚଳର ଅଧିକାଂଶ ପୁରୁଷ ନିଶା, ଧୂମପାନ ଓ ମାନସିକ ଅବସନ୍ନତାର ଶିକାର ହୋଇଥାନ୍ତି। ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କ ଆତ୍ମହତ୍ୟାର ହାର ଅଧିକ। ପୁରୁଷଙ୍କ ଜୀବନର ପ୍ରତ୍ୟାଶିତ ଅବଧି ଏଠାରେ ମଧ୍ୟ କମ୍‌। ଦ୍ୱିତୀୟ ବିଶ୍ୱଯୁଦ୍ଧର ସନ୍ତ୍ରାସରେ ଅଧିକାଂଶ ବିଭାଜିତ ରୁଷୀୟ ରାଜ୍ୟ ପୁରୁଷହୀନତାର ପ୍ରମୁଖ କାରଣ। କାରବିୟାନ ସାଗରରେ ସ୍ବୟଂଶାସିତ ମାଟ୍ରିନିକ ଦ୍ୱୀପରେ ମହିଳାଙ୍କ ଆନୁପାତିକ ସଂଖ୍ୟା ପୃଥିବୀରେ ସର୍ବୋଚ୍ଚ। ଏଠାରେ ମହିଳା ଓ ପୁରୁଷ ଅନୁପାତ ୧୧୯:୧୦୦। ୪୪୪୫ ବର୍ଗକିଲୋମିଟର ପରିମିତ ଦକ୍ଷିଣ କାରବିୟାନ ସାଗରର କ୍ୟୁରେକାଓରେ ତୁଳନାତ୍ମକ ଭାବରେ ଅଧିକ ମହିଳା ରହନ୍ତି। 
ବର୍ତ୍ତମାନ ଭାରତ ଉପରେ ଆଲୋଚନା ନିବଦ୍ଧ ରଖିବା। ପୁରୁଷ ଓ ମହିଳାଙ୍କ ଅନୁପାତର ସନ୍ତୁଳନ ଭାରତରେ ମଧ୍ୟ ବିଗିଡି ଯାଇଛି। ଭାରତରେ ୨୦୧୧ ଜନସଂଖ୍ୟା ଅନୁଯାୟୀ ୧୦୦୦ ପୁରୁଷଙ୍କ ପିଛା ୯୪୩ ମହିଳା ରହିଛନ୍ତି। କିନ୍ତୁ ଜାତିସଂଘର ଅର୍ଥ ଓ ସାମାଜିକ ବ୍ୟାପାର ବିଭାଗର ସଦ୍ୟତମ ତଥ୍ୟ ଅନୁଯାୟୀ ୧୦୭.୬୨୫ ପୁରୁଷଙ୍କ ପାଇଁ ଏଠାରେ ଅଛନ୍ତି ୧୦୦ ମହିଳା, ଅର୍ଥାତ୍‌ ୧୦୦ ପୁରୁଷଙ୍କ ପାଇଁ ୯୨.୯୧୫ ମହିଳା ରହନ୍ତି। ମହିଳାବହୁଳ ରାଜ୍ୟ କେରଳ ଓ ପୁଦୁଚେରିରେ ୧୦୦୦ ପୁରୁଷଙ୍କ ପାଇଁ ଯଥାକ୍ରମେ ୧୦୮୪ ଓ ୧୦୩୭ ମହିଳା ଅଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ଡାମନଡିଉ,ଦାଦ୍ରା ନଗରହବେଳି ଓ ଚଣ୍ଡିଗଡରେ ମହିଳା ମରୁଡି ଦେଖାଯାଏ। ଏଠାରେ ୧୦୦୦ ପୁରୁଷଙ୍କ ପାଇଁ ମହିଳାଙ୍କ ସଂଖ୍ୟା ମାତ୍ର ୬୧୮, ୭୭୪ ଓ ୮୧୮। ହରିୟାଣା ରାଜ୍ୟର ମହିଳାଙ୍କ ଅନୁପାତ ସର୍ବନିମ୍ନ, ଏଠାରେ ୮୭୯ ମହିଳାଙ୍କୁ ୧୦୦୦ ପୁରୁଷ। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଛତିଶଗଡ ଆଦି ରାଜ୍ୟରେ ମହିଳାଙ୍କ ହାର ନିମ୍ନରେ ରହିଛି। ହଜି ଯାଉଥିବା ମହିଳାଙ୍କ ସଂଖ୍ୟା ବିଶ୍ୱର ଏକପଞ୍ଚମାଂଶ ଜନସଂଖ୍ୟା ରହୁଥିବା ଭାରତ ପ୍ରତି ଏକ ସତର୍କଘଣ୍ଟି। ଓଡିଶାରେ ପ୍ରତି ୧୦୦୦ ମହିଳାଙ୍କ ପାଇଁ ୯୭୯ ପୁରୁଷ ରହିଛନ୍ତି। ସୁଖର ବିଷୟ ଆମ ରାଜ୍ୟର ୧୦ଟି ଜିଲାରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ବାସ କରନ୍ତି। ଏଗୁଡିକ ମଧ୍ୟରେ ରାୟଗଡା, ଗଜପତି, କନ୍ଧମାଳ, କୋରାପୁଟ, ନୂଆପଡା, ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡା, ମୟୂରଭଞ୍ଜ ଓ କଳାହାଣ୍ଡି ଅନ୍ତର୍ଭୁକ୍ତ।
ପ୍ରଥମ ପାଞ୍ଚୋଟି ଜିଲାରେ ପ୍ରତି ୧୦୦୦ ପୁରୁଷଙ୍କ ପାଇଁ ଯଥାକ୍ରମେ ୧୦୪୮, ୧୦୪୨, ୧୦୩୭, ୧୦୩୧ ଓ ୧୦୨୮ ମହିଳା ରହିଥାନ୍ତି। ଏହି ଅନୁସୂଚିତ ଜାତି ଓ ଜନଜାତିପ୍ରବଣ ଜିଲାର ଲୋକମାନେ ଧର୍ମଭୀରୁ ଓ ପ୍ରକୃତିପ୍ରେମୀ ହୋଇଥିବାରୁ ପ୍ରାକୃତିକ ଭାବରେ ସନ୍ତାନ ଧାରଣ କରିବାକୁ ସେମାନେ ପସନ୍ଦ କରନ୍ତି। ରାଜ୍ୟର ଅନ୍ୟ ଅଞ୍ଚଳ ଭଳି ଏ ଜିଲାରେ କନ୍ୟାଭ୍ରୂଣ ହତ୍ୟା ଦେଖାଯାଇ ନ ଥାଏ। କିନ୍ତୁ ରାଜ୍ୟର ହୃଦୟ କୁହାଯାଉଥିବା ରାଜଧାନୀ ଜିଲା ଖୋର୍ଦ୍ଧାରେ ପ୍ରତି ୧୦୦୦ ପୁରୁଷଙ୍କ ପାଇଁ ମାତ୍ର ୯୧୫ ମହିଳା ରହିଛନ୍ତି। ଉଚ୍ଚଲିଙ୍ଗ ହାରରେ ରାଜ୍ୟର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ନୟାଗଡ ଓ ଜଗତ୍‌ସିଂହପୁରରେ ୧୦୦୦ ପୁରୁଷଙ୍କ ତୁଳନାରେ ଯଥାକ୍ରମେ ୯୧୬ ଓ ୯୬୭ ମହିଳା ଅଛନ୍ତି। ଶିକ୍ଷିତ ଓ ବିକଶିତ ଅଞ୍ଚଳରୂପେ ପରିଗଣିତ ଉପକୂଳୀୟ ଜିଲାଗୁଡିକରେ ଲିଙ୍ଗ ପରୀକ୍ଷା ଦ୍ୱାରା କନ୍ୟାଭ୍ରୂଣ ହତ୍ୟା ଏକ ବ୍ୟାଧିରେ ପରିଣତ ହୋଇଛି। ମହାରାଷ୍ଟ୍ରର ପୁଣେ ନଗରୀରେ ଏକଦା ଏକ ସର୍ଭେରୁ ଜଣାଯାଇଥିଲା, ସେଠାରେ ଅଧିକାଂଶ ଡାକ୍ତରଙ୍କ ପରିବାର ଗୋଟିଏ କିମ୍ବା ଦୁଇଟି ପୁତ୍ରସନ୍ତାନକୁ ନେଇ ସୀମିତ। ଆମ ରାଜ୍ୟର ଉନ୍ନତ ଜିଲାଗୁଡିକର ବଡ଼ବଡ଼ିଆମାନଙ୍କ ପରିବାରରେ କନ୍ୟା ଜନ୍ମ ନ ହେବା ଅବଶ୍ୟ ଅନୁସନ୍ଧାନର ବିଷୟ। 
ଭାରତକୁ ବିଶ୍ୱର ବଳାତ୍କାରର ରାଜଧାନୀ କୁହାଯାଉଛି। କାରଣ ଏଠାରେ ପ୍ରତିଦିନ ୯୩ଟି ବଳାତ୍କାର ରିପୋର୍ଟ ହେଉଥିବା ଜାତୀୟ ଅନୁସନ୍ଧାନ ସଂସ୍ଥା ପ୍ରକାଶ କରିଛି। କିନ୍ତୁ ବାସ୍ତବରେ ଦେଶର ସମୁଦାୟ ବଳାତ୍କାରର ୯୧% ଲୋକଲୋଚନର ଅନ୍ତରାଳରେ ରହିଯାଉଛି। ସାମାଜିକ ସମ୍ମାନହାନି ହେବାର ଭୟ, ପୋଲିସ ଓ ଓକିଲଙ୍କର ଅଶାଳୀନ ପ୍ରଶ୍ନ, ଅର୍ଥନଷ୍ଟ ଓ ମନ୍ଥର ବିଚାର ପ୍ରକ୍ରିୟା ପରିବାରକୁ ଏହା ପ୍ରକାଶ କରିବାକୁ ନିରୁତ୍ସାହିତ କରେ। ଭାରତରେ ହେଉଥିବା ସମସ୍ତ ବଳାତ୍କାରର ୯୮% ପରିବାର  ଓ ପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଘଟିଥାଏ। ତେଣୁ ନିମ୍ନବିତ୍ତ ଓ ମଧ୍ୟବିତ୍ତ ପରିବାରର ଗୃହସ୍ଥମାନେ କନ୍ୟାସନ୍ତାନର ଜନ୍ମକୁ ବିପଦରୂପେ ଦେଖୁଛନ୍ତି। ଯୌନାଚାରୀଙ୍କ ଦାନବୀୟ ଆତଙ୍କରେ ଆଜି ଦେଶର କନ୍ୟାସମ୍ପଦ ସନ୍ତ୍ରସ୍ତ ଓ ଅସୁରକ୍ଷିତ। ଦିନେ ଏହି ଆର୍ଯ୍ୟମାଟିରେ ନାରୀ ଇଡ଼ା, ରନ୍ତା, ହବ୍ୟା, କାମ୍ୟା, ଚନ୍ଦ୍ରା, ଜ୍ୟୋତା, ଅଦିତି, ସରସ୍ବତୀ, ବିଶ୍ରୁତି ଓ ଅଘ୍ନ୍ୟା ଆଦି ଅନୁପମ ଅଳଙ୍କାରରେ ଭୂଷିତା ହୋଇ ସମାଜର ଜନନୀ, ଜାୟା ଓ ଭଗିନୀରୂପେ ବନ୍ଦନୀୟା ଥିଲା। ନାରୀଙ୍କ ମଧୁବର୍ଷୀ ବାଣୀ, ହୃଦୟର ରମଣୀୟତା, ଚନ୍ଦ୍ରମା ପରି ଆହ୍ଲାଦଦାୟିନୀ ମୂର୍ତ୍ତି ସମାଜକୁ ସ୍ବର୍ଗୀୟ ଆବେଗରେ ବାନ୍ଧି ରଖିଥିଲା। ସନ୍ତାନ ଜନ୍ମଦେଇ ସେ ଥିଲା ଅଦିତି। ପରିବାର ଓ ସମାଜ କଲ୍ୟାଣ ପାଇଁ ସେ ନିଜକୁ ଯଜ୍ଞର ସମିଧ ସଜାଇଥିଲା। ପ୍ରେମପ୍ରୀତିରେ ଉଦ୍‌ବେଳିତ କରୁଥିଲା ତା’ର ସୃଷ୍ଟିସମଗ୍ର। ଆଜି କିନ୍ତୁ ଭାରତୀୟ ନାରୀ କେଉଁ ଅପଦେବତାର ଅଭିଶାପରେ ପ୍ରତିନିୟତ ପେଶି ହୋଇଚାଲିଛି, ତାହାର ଅନ୍ତ କେବେ ଘଟିବ ତା’ କେବଳ ଈଶରଙ୍କୁ ହିଁ ଜଣା। 
ନୂଆବନ୍ଧ ସାହି, ନବରଙ୍ଗପୁର, 
ମୋ- ୯୪୩୭୧୧୮୯୬୨ 

All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା