ସମ୍ପାଦକୀୟ |

ସାର୍ବଜନୀନ ମହିମାମେଳା

ସାର୍ବଜନୀନ ମହିମାମେଳା

ଡ. ଉଦ୍ଧବ ଚରଣ ନାୟକ


ଓଡ଼ିଶାରେ ପାଳିତ ମେଳା ମହୋତ୍ସବ ମଧ୍ୟରେ ଯୋରନ୍ଦା ମହିମାଗାଦିର ମେଳା ଅନ୍ୟତମ। ଏହି ମେଳାର ସ୍ବାତନ୍ତ୍ର୍ୟ ରହିଛି। ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ଢେଙ୍କାନାଳର ମହିମା ମେଳା ମହିମାଧର୍ମର ବାର୍ଷିକ ଉତ୍ସବ ଭାବରେ ଖ୍ୟାତ। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସକଳ ଶ୍ରେଣୀର ଲୋକ ଯୋଗଦାନ କରନ୍ତି ଏହି ମେଳାରେ।
ମେଳାର ପାଞ୍ଚଦିନ ପୂର୍ବରୁ ଅର୍ଥାତ୍‌ ଦଶମୀଠାରୁ ଭକ୍ତ ଓ ସନ୍ନ୍ୟାସୀମାନଙ୍କର ବିପୁଳ ସମାବେଶ ଘଟିଥାଏ ମହିମା ଗାଦିଠାରେ। ଆସାମ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ଅରୁଣାଚଳପ୍ରଦେଶ, ସିକିମ୍‌, ପଶ୍ଚିମବଙ୍ଗ, ମେଘାଳୟ, ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସମେତ ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶ, ନେପାଳ ଓ ଭୁଟାନର ମହିମା ଭକ୍ତମାନେ ଏହି ମେଳାରେ ଯୋଗଦାନ କରନ୍ତି। ତ୍ରୟୋଦଶୀ ପାହାନ୍ତାରୁ ଆରମ୍ଭ ହୁଏ ମେଳା। ଏହା ପାହାନ୍ତା ପୁନେଇଁ ବା ବେଢ଼ା ପରିକ୍ରମା ଉତ୍ସବ ଭାବରେ ଖ୍ୟାତ। ମହିମା ସମାଜର ଯେଉଁ ବରିଷ୍ଠ କୌପୀନଧାରୀ ସନ୍ନ୍ୟାସୀମାନେ ବଳ୍କଳ ପରିଧାନ ପାଇଁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି ଓ କୌପୀନଧାରୀ ସମାଜର ଯେଉଁ ସନ୍ନ୍ୟାସୀମାନେ ଆଡ଼ବନ୍ଧ ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥାଆନ୍ତି, ସେମାନଙ୍କୁ ଯଥାକ୍ରମେ ବଳ୍କଳ ଓ ଆଡ଼ବନ୍ଧ ପ୍ରଦାନ କରାଯାଇ ସନ୍ନ୍ୟାସୀ ଶ୍ରେଣୀର ଉଚ୍ଚତମ ପାହ୍ୟାକୁ ଉନ୍ନୀତ କରାଯାଏ। ମହିମା ଧର୍ମସମାଜ ବୌଦ୍ଧ ଓ ଜୈନଧର୍ମ ପରି ଦୁଇଟି ଶ୍ରେଣୀରେ ବିଭକ୍ତ- କୌପୀନଧାରୀ ଓ ବଳ୍କଳଧାରୀ। ମହିମାଧର୍ମର ସନ୍ନ୍ୟାସୀମାନେ ଦୁଇ ଶ୍ରେଣୀରେ ବିଭକ୍ତ ହୋଇଥିଲେ ହେଁ ଉଭୟ ଧାରାର ସନ୍ନ୍ୟାସୀମାନଙ୍କ ନୀତି ଓ ଆଦର୍ଶ ଏକ।
ତ୍ରୟୋଦଶୀ ତିଥିରେ ଭେକ ପ୍ରଦାନ ଉତ୍ସବ ଦର୍ଶନ ସର୍ବସାଧାରଣଙ୍କ ପାଇଁ ନିଷେଧ। ତ୍ରୟୋଦଶୀ ସା ସୁଦ୍ଧା ଭଣ୍ଡାରଘରୁ ବା ନୀତି ମନ୍ଦିରରୁ ସୁନାରୁପାର ଆଲଟ ଚାମର, ଛତ୍ରୀ ଆଦି ଗାଦିମନ୍ଦିର ବେଢ଼ାରେ ଥିବା ସଂରକ୍ଷିତ ସ୍ଥାନକୁ ପଠାଇ ଦିଆଯାଏ ଭକ୍ତମାନଙ୍କ ଦର୍ଶନ ନିମନ୍ତେ। ଚତୁର୍ଦ୍ଦଶୀ ଦିନ ଦିବା ଦୁଇଘଣ୍ଟାଠାରୁ ଗାଦି ମନ୍ଦିରରେ ସନ୍ନ୍ୟାସୀ ଓ ଭକ୍ତମାନଙ୍କର ପ୍ରବେଶ ଆରମ୍ଭ ହୋଇଯାଏ। ଢୋଲ, ବଡ଼କାଠ, ଭେରୀ, ତୂରୀ, ଶଙ୍ଖ, ମର୍ଦ୍ଦଳ ନିନାଦରେ ମନ୍ଦିରବେଢ଼ା ପ୍ରକମ୍ପିତ ହୁଏ। ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତମାନେ ଦଳ ଦଳ ହୋଇ ଖଞ୍ଜଣି, ଗିନି, କରତାଳ, ଝାଞ୍ଜ ଓ ଗୋପୀଯନ୍ତ୍ର ଆଦି ଧରି ମହିମା ଭଜନ ଗାୟନ କରି ଉଦଣ୍ଡ ଭାବରେ ନୃତ୍ୟ କରନ୍ତି। ସେ ଅପାସୋରା ଦୃଶ୍ୟ ଦେଖିଲେ ଭକ୍ତି ଭାବରେ ହୃଦୟ ବିଗଳିତ ହୋଇଉଠେ। ଜୀବନ ଧନ୍ୟ ହୋଇଯାଏ। ସା ଆଗତ ହେବା ମାତ୍ରେ ମନ୍ଦିରର ଚାରିଦ୍ୱାର ସମ୍ମୁଖରେ ସୂଚ୍ଚ ପିତ୍ତଳ ଝାଡ଼ମାନଙ୍କରେ ସନ୍ନ୍ୟାସୀମାନେ ଅଲେଖ ମହିମା ମହାମନ୍ତ୍ର ଉଚ୍ଚାରଣପୂର୍ବକ ଅଗ୍ନିସଂଯୋଗ କରି ବିଶ୍ୱର କଲ୍ୟାଣ ନିମନ୍ତେ ଅଲେଖ ଡାକ ଦିଅନ୍ତି। ସାଧାରଣ ଭକ୍ତମାନେ ଭକ୍ତି ଭାବରେ ଗଦ୍‌ ଗଦ୍‌ ହୋଇ ତଳେ ଗଡ଼ିଯାଇ ପୁଣି ଠିଆ ହୋଇ ଊର୍ଦ୍ଧ୍ୱକୁ ହସ୍ତ ପ୍ରସାରଣ କରି ଉଚ୍ଚ ସ୍ବରରେ କହନ୍ତି- ‘ଗୁରୁ ଅଲେଖ, ମହିମା ରଖ- ତିନି ଭୁବନରୁ ପଡୁଛି ଡାକ।’
ମହିମାମେଳାରେ ମହଣ ମହଣ ଘିଅ ପୋଡ଼ାଯାଏ। ରାତିସାରା ସାଧୁସନ୍ନ୍ୟାସୀ, ଭକ୍ତ ଓ ସାଧାରଣ ଦର୍ଶକଙ୍କର ଭିଡ଼ ଲାଗିଥାଏ ମହିମା ଗାଦିମନ୍ଦିର ବେଢ଼ାରେ। ଭକ୍ତମାନେ ଗାଦିମନ୍ଦିରରେ ଅଲେଖ ଜ୍ୟୋତି ଦର୍ଶନ ସାରି ମନ୍ଦିରର ତୃତୀୟ ବେଢ଼ା ଭିତରେ ଥିବା ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଅଖଣ୍ଡବତି ମନ୍ଦିର ଓ ଜ୍ୟୋତି ମନ୍ଦିରରେ ଅଲେଖ ଜ୍ୟୋତି ଦର୍ଶନ କରନ୍ତି। ତା’ ପରେ ଭକ୍ତମାନେ ଚାଲନ୍ତି ବିଭିନ୍ନ ଆଶ୍ରମ ପରିସରକୁ। ପୁରୀରେ ଥିବା ବିଭିନ୍ନ ମଠ ପରି ମହିମାଗାଦିରେ ରହିଛି ଅନେକ ମହିମାଶ୍ରମ ଓ ମଠ। ସେଗୁଡ଼ିକ ମଧ୍ୟରେ ମାହାଳମୂଳ, କୌପୀନଧାରୀ ସମାଜ ଆଶ୍ରମ ମଣ୍ଡଳ, ଆମ୍ବମୂଳ, ପଣସମୂଳ ଆଶ୍ରମ ମଣ୍ଡଳ, ପଟଣାମଠ, ପଶ୍ଚିମାଞ୍ଚଳ ମହିମା ସମାଜର ଲତାମୂଳ ମହିମା ଆଶ୍ରମ, ଜଟିଆବାବାଙ୍କ ଆଶ୍ରମ, କାଶୀନାଥ ବାବାଙ୍କ ଆଶ୍ରମ, ଚକ୍ରଧର ବାବାଙ୍କ ଆଶ୍ରମ ଆଦିରେ ସାରା ରାତି ଭଜନ, ଜଣାଣ ଚାଲିଥାଏ। ମେଳାପ୍ରେମୀ ଦର୍ଶକମାନେ ଏହିସବୁ ଆଶ୍ରମ ଭ୍ରମଣ କରି ଭଜନ, ଜଣାଣ ଉପଭୋଗ କରନ୍ତି। ମହିମା ସନ୍ନ୍ୟାସୀମାନଙ୍କର ଦର୍ଶନ ଲାଭ କରନ୍ତି।
ମାଘ ପୂର୍ଣ୍ଣମୀ ଦିନ ସକାଳୁ ଭକ୍ତ ଓ ଦର୍ଶକମାନେ ସ୍ନାନଶୌଚ ସମାପନ କରି ବିଭିନ୍ନ ଦର୍ଶନୀୟ ସ୍ଥାନ ଯଥା- ସିଂହଦ୍ୱାର, ଘଣ୍ଟାଘର, ନୀତିମନ୍ଦିର, ଶୂନ୍ୟମନ୍ଦିର, ଉଭୟ ଗୋଷ୍ଠୀର ସଭାମଣ୍ଡପ, ପାଠାଗାର, ଲତାମୂଳ ଆଶ୍ରମଠାରେ ଥିବା ବିରାଟ ପାତାଳଭେଦି କୂଅ, ସିଦ୍ଧ ସନ୍ନ୍ୟାସୀମାନଙ୍କର ସମାଧିମନ୍ଦିର ଆଦି ଦର୍ଶନ କରନ୍ତି। ଯୋରନ୍ଦା ଗ୍ରାମର ମହିମାଶ୍ରମଠାରେ ମହିମାଧର୍ମର ପ୍ରବର୍ତ୍ତକ ମହିମା ଗୋସେଇଁ ଅବସ୍ଥାନ କରି ଏଠାରେ ଇହଲୀଳା ସାଙ୍ଗ କରିଥିଲେ ୧୮୭୬ ମସିହା ଫାଲଗୁନ ଶୁକ୍ଳ ଚତୁର୍ଥୀ ତିଥିରେ। ମହିମା ଗୋସେଇଁ ପ୍ରତିଷ୍ଠା କରିଥିବା ଅନ୍ୟାନ୍ୟ ମହିମା ଆଶ୍ରମ ବା ଟୁଙ୍ଗିଗୁଡ଼ିକ ମଧ୍ୟରେ ବାଙ୍କୀର ମାଳବିହାରପୁର, ଆଠଗଡ଼ର ଖୁଣ୍ଟୁଣୀ, ଖୋର୍ଦ୍ଧାର ଅନ୍ଧାରୁଆ, ଦାରୁଠେଙ୍ଗ, ଢେଙ୍କାନାଳର ମଢ଼ି (କାମାକ୍ଷାନଗର), ବଉଳପୁର, ଯୋରନ୍ଦା, ହିନ୍ଦୋଳର ବ୍ରହ୍ମପୁର ଓ ଅନୁଗୋଳର ଅଙ୍ଗାରବନ୍ଧ ମହିମାଶ୍ରମ ଆଦି ପ୍ରଧାନ। ମହିମା ଗୋସେଇଁ ବିଭିନ୍ନ ତିଥିରେ ଏହିସବୁ ଆଶ୍ରମରେ ମହିମା ମହୋତ୍ସବ ଆୟୋଜନ କରୁଥିଲେ। ଯୋରନ୍ଦା ମହିମାଶ୍ରମରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ସେ ମେଳା ମହୋତ୍ସବ ଅନୁଷ୍ଠିତ କରିଥିବା ହେତୁ ଏହି ତିଥିରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ମହିମା ମେଳା ଅନୁଷ୍ଠିତ ହୁଏ।
ବରମୁଣ୍ଡା, ହାଉସିଂବୋର୍ଡ କଲୋନୀ, ଭୁବନେଶ୍ୱର, ମୋ-୯୪୩୮୨୯୯୧୭୪
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅସ୍ବାସ୍ଥ୍ୟ ସେବା

ସମ୍ପାଦକୀୟ/ଅସ୍ବାସ୍ଥ୍ୟ ସେବା

ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରୁଥିବା ନେଇ ଅନେକ ଥର ରିପୋର୍ଟ ପ୍ରକାଶ ପାଇଛି। ଭୁବନେଶ୍ୱର ସ୍ମାର୍ଟ ସିଟି ହିସାବରେ ଦେଶରେ ଏକନମ୍ବର ସ୍ଥାନ ଅକ୍ତିଆର କରିଥିଲା। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଉନ୍ନତ ରହିଥିବା କୁହାଯାଉଛି। ହେଲେ ବାସ୍ତବତା ଦେଖିଲେ ଭିନ୍ନ ଚିତ୍ର ଦିଶୁଛି। ସ୍ବାସ୍ଥ୍ୟ କ୍ଷେତ୍ରକୁ ଉଦାହରଣ..

ଇସ୍ତାହାର ଯଦି ଟେଣ୍ଡର ହୁଅନ୍ତା

ଇସ୍ତାହାର ଯଦି ଟେଣ୍ଡର ହୁଅନ୍ତା

ସହଦେବ ସାହୁ

ନିର୍ବାଚନ ମାନିଫେଷ୍ଟୋକୁ ଟେଣ୍ଡର ରୂପେ ଧରିବା କଥାଟା ଅଜବ ଲାଗୁଥିଲେ ବି ଅସମ୍ଭବ ନୁହେଁ। ରାଜନୀତିର ମୂଳଦୁଆ ଅର୍ଥନୀତି। ତାହା ନ ହୋଇଥିଲେ ନେତାମାନେ ଭୋଟରମାନଙ୍କୁ ଏତେ ଟଙ୍କା, ଉପହାର ଓ ମାଗଣା ଭୋଜନ ବାଣ୍ଟନ୍ତେ ନାହିଁ। ଶାନ୍ତିଶୃଙ୍ଖଳା ବଜାୟ ରଖି ଲୋକଙ୍କୁ ନିଜ ନିଜ ମାର୍ଗରେ ବିକଶିତ ହେବାର ସୁବିଧା ଯୋଗାଇବା ଏବଂ ରାଷ୍ଟ୍ରଶକ୍ତିକୁ ସାମୂହିକ ବିକାଶରେ ..

 ସମର କୋର୍ସ

ସମର କୋର୍ସ

ସୁଧିରାଜ ରାଉତ

ଛୋଟିଆ ସହରରେ ମାଟ୍ରିକ ପରୀକ୍ଷା ସରି ନ ଥାଏ। ତିନୋଟି ସ୍ଥାନରେ ସମର କୋର୍ସ ପାଇଁ ବଡ଼ ବଡ଼ ପୋଷ୍ଟର ଲଗାହୋଇଥିବା ଓ କାନ୍ଥ ବାଡ଼ରେ ପାମ୍ପଲେଟ ଛାଇ ହୋଇଯାଇଥିବା ଦେଖିଲି। ଏଇ ସମର କୋର୍ସ କ’ଣ? ଏହା ଆମ ପିଲାଙ୍କ ଜୀବନ ଓ ସମାଜକୁ ପ୍ରଭାବିତ କରୁଛି। ଆମେ କେତେ ଭାବରେ ପିଲାଙ୍କୁ ବୁଝାଇଛୁ- ଦେଖ ଏ ବର୍ଷ ମାଟ୍ରିକ ପରୀ..

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ଜଣେ ସ୍ବଳ୍ପ ପାଠ ପଢ଼ି ମଧ୍ୟ ଫେଶନ୍‌ ଶିଳ୍ପରେ ବେଶ୍‌ ରୋଜଗାରକ୍ଷମ ହୋଇପାରିଛନ୍ତି। ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଛବିଶ ବର୍ଷୀୟା ନିଶାର ବାନୋ। ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ନିଶାର ବାପା ଓ ଭାଇଙ୍କୁ ମନାଇ ଦିଲ୍ଲୀରେ ଥିବା ଏକ ଲୁଗା କାରଖାନାରେ ତାଲିମ ନେଇଥିଲେ। ଡିଜାଇନର ଗାୟତ୍ରୀ ଜୋଲିଙ୍କ ଦ୍ୱାରା ଏକବର୍ଷିଆ..

ଚାଷୀଙ୍କୁ ବାଉଳା

ଚାଷୀଙ୍କୁ ବାଉଳା

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟ କାର୍ଯ୍ୟାନୁଷ୍ଠାନ ଉତ୍ତର ଭାରତରେ ସମ୍ଭବତଃ ଆଖିଦୃଶିଆ ପ୍ରଭାବ ପକାଇ ନାହିଁ। ଏଭଳି ଧାରଣା ସୃଷ୍ଟି କରିବା ପାଇଁ କୌଣସି ଅତ୍ୟଧିକ ରାଜନୈତିକ ବୁଦ୍ଧି ଦରକାର ନାହିଁ। ଉତ୍ତରପ୍ରଦେଶ ଭଳି କୃଷିଭିତ୍ତିକ ରାଜ୍ୟରେ ଚାଷୀ ଅସନ୍ତୋଷର ଭୂମିକା ଆସନ୍ତା ନିର୍ବାଚନରେ ଅଧିକ ରହିବ ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ଅବାଞ୍ଛିତ ନାବାଳିକା ମାତୃତ୍ୱ

ଅବାଞ୍ଛିତ ନାବାଳିକା ମାତୃତ୍ୱ

ନାରାୟଣ ପଣ୍ଡା 

ସନ୍ତାନକୁ ଜନ୍ମ ଦେଉଥିବା ମା’ ଏକ ମଧୁରତମ ଶବ୍ଦ, ଯାହାର ବିକଳ୍ପ ହୁଏତ ଶବ୍ଦକୋଷରେ ନ।ହିଁ। ମା’ ବକ୍ଷର ଅମୃତ ପାନକରି ଶୈଶବର ବେଶ୍‌ କିଛିବର୍ଷ ଅବୋଧ ଶିଶୁଟି ଜୀବନ ଧାରଣକରେ। ସେ ବିଶ୍ୱ ନିର୍ମାଣର ଜନ୍ମବେଦି। ନାରୀ ଅଦିତି-ଅଖଣ୍ଡନୀୟା। 

ମା’ଙ୍କ ବିଚିତ୍ର ବେଶ

ମା’ଙ୍କ ବିଚିତ୍ର ବେଶ

ମାନସ କୁମାର ପାଢ଼ୀ

ରାଜଧାନୀ ଭୁବନେଶ୍ୱର। ସର୍ବବିଦ୍ୟା ମନ୍ଦିରର ମୁଖ୍ୟ ପୂଜାରୀ ସର୍ବଗିଳା ସକାଳୁ ନିତ୍ୟକର୍ମ ସାରି ମନ୍ଦିରର କବାଟ ଖୋଲି ଦେଖିଲେ ଶିକ୍ଷାମାତାଙ୍କ ଅପୂର୍ବ ବେଶ। ପଦ୍ମ ଉପରେ ନ ବସି ଗେଣ୍ଡୁମାଳ ଗଳାରେ ଲମ୍ବାଇ ଗୋଟିଏ ଗଧ ପାଖରେ ଛିଡ଼ା ହୋଇଛନ୍ତି ମା’। 

ଏଇ ଭାରତରେ

ଏଇ ଭାରତରେ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେସା ବଦଳିବାରେ ଲାଗିଛି। ଏବେ କେତେକ ଭିକ୍ଷାବୃତ୍ତିକୁ ନିଜର ପେସା ଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ଏଥିରେ ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ନାହିଁ। 

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ଆକାର ପଟେଲ

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିଛି ଏବଂ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୨୫ ସୋମବାର ପୂର୍ବରୁ ଏହା ଦାଖଲ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ଧାର୍ଯ୍ୟ ଅନ୍ତିମ ଦିବସ ହେଉଛି ମଙ୍ଗଳବାର। ମୁଁ ଏଠାରେ କେତେକ ବିଷୟ ଆଲୋଚନା କରିବାକୁ ଚାହୁଁଛି, ଯାହା ପ୍ରାର୍ଥୀମାନଙ୍କ ପାଇଁ ସା..

କିଓ୍ବି ଆଖିରେ ଲୁହ

କିଓ୍ବି ଆଖିରେ ଲୁହ

ପ୍ରକାଶ ତ୍ରିପାଠୀ

ମାତ୍ର ପାଞ୍ଚ ମିନିଟ୍‌ର ଭିଡିଓଟି କୌଣସି ଏକ ଆକ୍ସନଧର୍ମୀ ସିନେମାର ଲୋମ ଟାଙ୍କୁରା ଦୃଶ୍ୟଠାରୁ କମ୍‌ ନ ଥିଲା। ଏକ ଅତ୍ୟାଧୁନିକ ବନ୍ଧୁକ ହାତରେ ଧରି ବୀରଠାଣିରେ ଦୁଇ ଦୁଇଟି ମସଜିଦ୍‌ ଭିତରେ ଶାନ୍ତିର ରାହା ଖୋଜୁଥିବା ମଣିଷଗୁଡାଙ୍କୁ ପୋକମାଛି ପରି ମାରି ପକାଇବାଠାରୁ ବଳି ନାରକୀୟ ହିଂସା ଆଉ କ’ଣ ହୋଇପାରେ। ଘଟଣାଟି ଘଟିଛି ବିଶ୍ୱର ସର୍ବାଧି..

ପରିବେଶ ଚିନ୍ତକ

ପରିବେଶ ଚିନ୍ତକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ପରିବେଶ ପ୍ରସଙ୍ଗକୁ ନେଇ ଏବେ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ବିଭିନ୍ନ କାରଣ ଯୋଗୁ ପରିବେଶ ପ୍ରଦୂଷିତ ହେବା ଚିନ୍ତାର ବିଷୟ ହୋଇଥିବା ବେଳେ ଏ ଦିଗରେ କ୍ୱଚିତ ଭାବୁଛନ୍ତି। ଏଭଳି ସମୟରେ ୪ ଜଣ ଭାରତୀୟ ଆ..

ଏଇ ଭାରତରେ

ଏଇ ଭାରତରେ

କଥାରେ ଅଛି-‘ପରଜାପତି ତରକା ଅତି।’ ଅର୍ଥାତ୍‌ ପ୍ରଜାପତିକୁ ଧରିବାକୁ ଗଲେ ତାହା ସହଜରେ ଧରା ଦିଏନାହିଁ।  ସାମାନ୍ୟ ଆଭାସ ପାଇବା ମାତ୍ରେ ଏହି ସୁନ୍ଦର ପତଙ୍ଗଟି ଉଡି ପଳାଇଯାଇଥାଏ। ତଥାପି ପିଲାମାନେ ପ୍ରଜାପତି ଧରିବାକୁ ଖୁବ୍‌ ଆଗ୍ରହ ସହକାରେ ତା’ ପଛରେ ଧାଇଁଥାଆନ୍ତି। ଏପରି ଜଣେ ପିଲାକୁ ପ୍ରଜାପତିମାନେ ଡରି ନ ଯାଇ ବରଂ ତା’ର ସାଥୀ ..


Model This Week

ରଶ୍ମି
Why Dharitri