ଖେଳ |

ମେଲବୋର୍ନ ରିନେଗେଡ୍ସକୁ ପ୍ରଥମ ବିବିଏଲ ଟାଇଟଲ

ମେଲବୋର୍ନ ରିନେଗେଡ୍ସକୁ ପ୍ରଥମ ବିବିଏଲ ଟାଇଟଲ

ମେଲବୋର୍ନ,୧୭।୨- ଅଷ୍ଟ୍ରେଲିଆର ବିଗ୍‌ ବାଶ ଲିଗ୍‌ (ବିବିଏଲ) ଇତିହାସରେ ମେଲବୋର୍ନ ରିନେଗେଡ୍ସ ଫ୍ରାଞ୍ଚାଇଜ ପ୍ରଥମ ଥର ପାଇଁ ଟାଇଟଲ ଜିତିଛି। ସ୍ଥାନୀୟ ଡକଲାଣ୍ଡ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ରୋମାଞ୍ଚ ଭରା ବିବିଏଲର ୮ମ ସଂସ୍କରଣର ଫାଇନାଲରେ ରିନେଗେଡ୍ସ ଦଳ ୧୩ ରନ୍‌ରେ ମେଲବୋର୍ନ ଷ୍ଟାର୍ସକୁ ହରାଇ ଦେଇଛି। ଆରୋନ ଫିଞ୍ଚଙ୍କ ନେତୃତ୍ୱାଧୀନ ରିନେଗେଡ୍ସ ଦଳ ପକ୍ଷରୁ ୧୪୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଏକଦା ବିନା କ୍ଷତିରେ ୯୩ ରନ୍‌ କରିଥିବା ଷ୍ଟାର୍ସ ଦଳ ବ୍ୟାଟିଂ ଲାଇନ ଅଫ୍‌ ତାସ ଘର ପରି ଭୁଷୁଡି ପଡ଼ିଥିଲା। ଫଳରେ ଦଳ ବିଜୟ ଠାରୁ ୧୪ ରନ୍‌ ଦୂରରେ ରହିଯାଇଥିଲା। ମ୍ୟାଚ୍‌ରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ଡାନିଏଲ ଖ୍ରିଷ୍ଟିଆନଙ୍କୁ ମ୍ୟାନ୍‌ ଅଫ୍‌ ଦି ଫାଇନାଲ ପୁରସ୍କୃତ କରାଯାଇଛି।

ମାତ୍ର ୧୪୬ ରନ୍‌ର ଟାର୍ଗେଟ ପିଛା କରୁଥିବା ବେଲବୋର୍ନ ଷ୍ଟାର୍ସ ଦଳ ପାଇଁ ବେନ ଡଙ୍କ ଓ ମାର୍କସ ଷ୍ଟୋଇନିସଙ୍କ ଓପନିଂ ଯୋଡ଼ି ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁଇ ଓପନର ଦଳୀୟ ସ୍କୋରକୁ ୧୨.୫ ଓଭରରେ ୯୩ ରନ୍‌ରେ ପହଞ୍ଚାଇଥିଲେ। ଏହାପରେ ମ୍ୟାଚ୍‌ର ମୋଢ଼ ୧୮୦ ଡିଗ୍ରୀରେ ଓଲଟି ଯାଇଥିଲା। ଦଳ ମାତ୍ର ୧୯ ରନ୍‌ ମଧ୍ୟରେ ଷ୍ଟୋଇନିସ (୩୯), ଡଙ୍କ (୫୭), ପିଟର ହାଣ୍ଡସ୍କମ୍ବ (୦), ଅଧିନାୟକ ଗ୍ଲେନ ମ୍ୟାକ୍ସଓ୍ବେଲ (୧), ନିକ ମାଡିନସନ (୬), ସେବ ଗଚ (୨) ଓ ଡ୍ବେନ ବ୍ରାଭୋ (୩)ଙ୍କ ଉଇକେଟ ହରାଇ ଥିଲା। ଫଳରେ ଦଳ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୭ ଉଇକେଟ ହରାଇ ୧୩୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ରିନେଗେଡ୍ସ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୦.୨ ଓଭରରେ ୫ ଉଇକେଟ ହରାଇ ୬୫ ରନ୍‌ କରିଥିଲା। ଏହିଠାରୁ ଟମ କୁପର ୪୩ ଓ କ୍ରିଷ୍ଟିଆନଙ୍କ ୩୮ ରନ୍‌ ଯୋଗୁ ଦଳ ୨୦ ଓଭର ସୁଦ୍ଧା ୧୪୫ ରନ୍‌ କରିପାରିଥିଲା।

All Right Reserved By

ଖେଳ |

ମଲିଙ୍ଗାଙ୍କ ଅବସର ଘୋଷଣା

ମଲିଙ୍ଗାଙ୍କ ଅବସର ଘୋଷଣା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଲସିଥ ମଲିଙ୍ଗା ଆଗାମୀ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ। 

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌କୁ ଦକ୍ଷିଣ ଆଫ୍ରିକା ଦଳ ଆଗୁଆ ଜିତି ନେଇଛି। 

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ, ୨୩।୩: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର।  ଏହାପୂର୍ବରୁ ବିରାଟ କୋହଲି ପ୍ରଶଂସକଙ୍କ ପାଇଁ ବଡ ଝଟକା ଲାଗିଛି। 

‘କୋହଲିଙ୍କ ରାଗକୁ ଡର ଲାଗେ’

‘କୋହଲିଙ୍କ ରାଗକୁ ଡର ଲାଗେ’

ନୂଆଦିଲ୍ଲୀ,୨୩।୩(ପିଟି)- ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରିଷଭ ପନ୍ତ କାହାରିକୁ ଡରନ୍ତି ନାହିଁ।

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ, ବିଦେଶରେ ବି ରହିଛି ଅନେକ ଖ୍ୟାତି। 

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ   ଧକ୍କା

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକ୍କା

ମୁମ୍ବାଇ,୨୩।୩- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡ ପେସର ଆଡାମ ମିଲନେ ଆଗାମୀ ସିଜନରୁ ଓହରି ଯାଇଛନ୍ତି। 

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଢାକା,୨୩।୩(ପିଟି)- ନିକଟରେ ନ୍ୟୁଜିଲାଣ୍ଡରେ ସଂଘଠିତ ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ବାଂଲାଦେଶ ଦୁଇ କ୍ରିକେଟର ବିବାହ କରିଛନ୍ତି।

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଖେଳ ସହ ମନୋରଞ୍ଜନର ମାଧ୍ୟମ ତଥା ଭାରତୀୟ କ୍ରିକେଟର ସବୁଠୁ ବଡ଼ ପର୍ବ ଆଇପିଏଲ ଆଜିଠାରୁ ଆରମ୍ଭ ହେବ। 

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କୁ ‘ନଜଫଗଡର ନବାବ’ କୁହାଯାଏ। ଏମିତି ବି କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲି ପାରି ନାହାନ୍ତି। 

ରେକର୍ଡ କହୁଛି ଜିତିବ ସିଏସ୍‌କେ

ରେକର୍ଡ କହୁଛି ଜିତିବ ସିଏସ୍‌କେ

ଚେନ୍ନାଇ,୨୨।୩- ସ୍ଥାନୀୟ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରୁ ଆଇପିଏଲ-୧୨ ଆରମ୍ଭ ହେବାକୁ ଯାଉଛି।

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୨ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଖେଳିବାକୁ ଥିବା ଦଳମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହେଉଛି ସବୁଠୁ ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ। 

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଦୁବାଇ,୨୨।୩-ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଫାଷ୍ଟ ବୋଲର ଝୁଲନ ଗୋସ୍ବାମୀ ମହିଳା ବ୍ୟାଟ୍ସଓମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା