ଖେଳ |

ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକାକୁ ନେଇ ପ୍ରଶ୍ନ

ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକାକୁ ନେଇ ପ୍ରଶ୍ନ

ନାଗପୁର,୧୭।୨- ଚଳିତ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ବିଦର୍ଭ ଦଳ ଅବଶିଷ୍ଟ ଭାରତୀୟ ଦଳକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ଲାଗି ଇରାନୀ କପ୍‌ ଜିତିଛି। କିନ୍ତୁ ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଛି। ବିଦର୍ଭକୁ ମ୍ୟାଚ୍‌ ଜିତିବା ପାଇଁ ମାତ୍ର ୧୧ ରନ୍‌ ଦରକାର ଥିବାବେଳେ ଫିଲ୍ଡ ଅମ୍ପାୟର ମ୍ୟାଚ୍‌କୁ ଡ୍ର’ ଘୋଷିତ କରିବା ସଭିଙ୍କୁ ଚକିତ କରିଥିଲେ। ୨୮୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବିଦର୍ଭ ଦଳ ଗଣେଶ ସତୀଶ (୮୭) ଆଉଟ୍‌ ହେବା ସୁଦ୍ଧା ୫ ଉଇକେଟ ହରାଇ ୨୬୯ ରନ୍‌ କରିଥିଲା। ଏହିଠାରୁ ଘରୋଇ ଦଳର ଅଧିନାୟକ ଫୈଜ ଫାଜଲ ଓ ଅବଶିଷ୍ଟ ଭାରତୀୟ ଦଳର ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ମିଳିତ ବୁଝାମଣାରେ ମ୍ୟାଚ୍‌କୁ ଶେଷ କରିବା ନେଇ ନିଷ୍ପତ୍ତି ନେଇଥିଲେ। ହେଲେ ଫିଲ୍ଡ ଅମ୍ପାୟର କେଉଁ କାରଣରୁ ମ୍ୟାଚ୍‌ ଶେଷ କରିବା ପାଇଁ ଅପେକ୍ଷା କରି ନ ଥିଲେ। ବିସିସିଆଇ ବହୁ ଦିନିଆ ମ୍ୟାଚରେ ଦୁଇ ଅଧିନାୟକ ଆଲୋଚନା କରି ମୁକାବିଲାର ଫଳାଫଳ ବାହର କରିବାର କୌଣସ ସ୍ପଷ୍ଟ ନିୟମ ନାହିଁ। ବିସିସିଆଇର ୧୬.୧.୬ ଧାରା ଅନୁଯାୟୀ, ମ୍ୟାଚ୍‌ର ଅନ୍ତିମ ଦିନରେ ଉଭୟ ଅଧିନାୟକ (କ୍ରିଜ୍‌ରେ ଥିବା ବ୍ୟାଟ୍ସମ୍ୟାନ ମଧ୍ୟ ଦଳର ପ୍ରତିନିଧିତ୍ୱ କରିପାରେ) ମ୍ୟାଚ୍‌ର କୌଣସି ଫଳାଫଳ ସମ୍ଭବ ନ ଥିବା ସ୍ବୀକାର କରିବା ପରେ ମ୍ୟାଚ୍‌କୁ ଅମୀମାଂସିତ ଭାବେ ଶେଷ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି। ଅନ୍ତିମ ଘଣ୍ଟା କିମ୍ବା ଦିନର ଶେଷ ୧୫ ଓଭର ଖେଳ ପୂର୍ବରୁ ଏ ନେଇ ଘୋଷଣା କରାଯାଇପାରେ। କିନ୍ତୁ ନାଗପୁରଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଫଳାଫଳ ସ୍ପଷ୍ଟ ଥିଲା। ଅମ୍ପାୟରଙ୍କ ବିନା ସହମ୍ମତିରେ ଉଭୟ ଅଧିନାୟକ ଡ୍ର’ ରଖିବା ନିଷ୍ପତ୍ତି କିଛି ମାନେ ରଖୁନାହିଁ। ସେଠାରେ କ’ଣ ଘଟିଲା, ସେ ସମ୍ପର୍କରେ ମୋତେ ସ୍ପଷ୍ଟ ସୂଚନା ନାହିଁ। ମ୍ୟାଚ୍‌ର ଫଳାଫଳ ସମ୍ଭବ ଥିବାରୁ ଏଭଳି ନିଷ୍ପତ୍ତିରେ ମୁଁ ମଧ୍ୟ ଚକିତ। ଉକ୍ତ ଅମ୍ପାୟରଙ୍କୁ ଖେଳ ବନ୍ଦ କରିବାକୁ ଅନୁମତି ଦେବାର ନ ଥିଲା। ନିୟମ ଦୃଷ୍ଟିରେ ରଖିଲେ, ଏଥିନେଇ କୌଣସି ଅନୁମତି ନାହିଁ ବୋଲି ଜଣେ ବିସିସିଆଇ ଅମ୍ପାୟର କହିଛନ୍ତି।

All Right Reserved By

ଖେଳ |

ମଲିଙ୍ଗାଙ୍କ ଅବସର ଘୋଷଣା

ମଲିଙ୍ଗାଙ୍କ ଅବସର ଘୋଷଣା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଲସିଥ ମଲିଙ୍ଗା ଆଗାମୀ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ। 

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌କୁ ଦକ୍ଷିଣ ଆଫ୍ରିକା ଦଳ ଆଗୁଆ ଜିତି ନେଇଛି। 

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ, ୨୩।୩: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର।  ଏହାପୂର୍ବରୁ ବିରାଟ କୋହଲି ପ୍ରଶଂସକଙ୍କ ପାଇଁ ବଡ ଝଟକା ଲାଗିଛି। 

‘କୋହଲିଙ୍କ ରାଗକୁ ଡର ଲାଗେ’

‘କୋହଲିଙ୍କ ରାଗକୁ ଡର ଲାଗେ’

ନୂଆଦିଲ୍ଲୀ,୨୩।୩(ପିଟି)- ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରିଷଭ ପନ୍ତ କାହାରିକୁ ଡରନ୍ତି ନାହିଁ।

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ, ବିଦେଶରେ ବି ରହିଛି ଅନେକ ଖ୍ୟାତି। 

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ   ଧକ୍କା

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକ୍କା

ମୁମ୍ବାଇ,୨୩।୩- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡ ପେସର ଆଡାମ ମିଲନେ ଆଗାମୀ ସିଜନରୁ ଓହରି ଯାଇଛନ୍ତି। 

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଢାକା,୨୩।୩(ପିଟି)- ନିକଟରେ ନ୍ୟୁଜିଲାଣ୍ଡରେ ସଂଘଠିତ ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ବାଂଲାଦେଶ ଦୁଇ କ୍ରିକେଟର ବିବାହ କରିଛନ୍ତି।

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଖେଳ ସହ ମନୋରଞ୍ଜନର ମାଧ୍ୟମ ତଥା ଭାରତୀୟ କ୍ରିକେଟର ସବୁଠୁ ବଡ଼ ପର୍ବ ଆଇପିଏଲ ଆଜିଠାରୁ ଆରମ୍ଭ ହେବ। 

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କୁ ‘ନଜଫଗଡର ନବାବ’ କୁହାଯାଏ। ଏମିତି ବି କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲି ପାରି ନାହାନ୍ତି। 

ରେକର୍ଡ କହୁଛି ଜିତିବ ସିଏସ୍‌କେ

ରେକର୍ଡ କହୁଛି ଜିତିବ ସିଏସ୍‌କେ

ଚେନ୍ନାଇ,୨୨।୩- ସ୍ଥାନୀୟ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରୁ ଆଇପିଏଲ-୧୨ ଆରମ୍ଭ ହେବାକୁ ଯାଉଛି।

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୨ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଖେଳିବାକୁ ଥିବା ଦଳମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହେଉଛି ସବୁଠୁ ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ। 

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଦୁବାଇ,୨୨।୩-ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଫାଷ୍ଟ ବୋଲର ଝୁଲନ ଗୋସ୍ବାମୀ ମହିଳା ବ୍ୟାଟ୍ସଓମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା