ଫୁରସତ |

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ଶିକ୍ଷାବିତ୍‌ ତଥା ସାହିତି୍ୟକ ଡ. କୈଳାସ ଚନ୍ଦ୍ର ଟିକାୟତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

କେନ୍ଦ୍ରାପଡାର ନାହିଆଡିଆ ଗାଁରେ ମୋର ଜନ୍ମ। ସ୍ଥାନୀୟ ଦାଣ୍ଡିସାହି ନିକଟସ୍ଥ ଜୟହୀନ୍ଦ୍‌ ଉଚ୍ଚ ବିଦ୍ୟାଳୟରୁ ୧୯୬୫ ମସିହାରେ ଏକାଦଶ ପାସ୍‌ କରିବା ପରେ କେନ୍ଦୁଝର ବିଜ୍ଞାନ ମହାବିଦ୍ୟାଳୟ(ଯାହା ଏବେ ଧରଣୀଧର କଲେଜ ଭାବେ ଜଣାଶୁଣା)ରେ ବିଜ୍ଞାନ ବିଭାଗରେ ପ୍ରି-ୟୁନିର୍ଭସିଟି ଓ ପ୍ରି-ପ୍ରଫେସନାଲ୍‌ ପଢିଥିଲି। ଏହାପରେ ଉକ୍ତ କଲେଜରେ କଳାବିଭାଗ ଆରମ୍ଭ ହୋଇଯିବାରୁ ଆଉ ବି.ଏସ୍‌.ସି ନ ପଢି ବି.ଏ ପଢିଲି, ସେ ପୁଣି ଇତିହାସ ଅନର୍ସ ରଖି। କିନ୍ତୁ ଛାତ୍ର ରାଜନୀତିରେ ଅଧିକ ସମୟ କଟୁଥିବାରୁ ପାଠପଢାରେ ଅବହେଳା ହେଲା। ଯେଉଁଥିପାଇଁ ଇତିହାସକୁ ବଦଳାଇ ପୁଣି ଓଡିଆ ଅନର୍ସରେ ବି.ଏ କଲି। ତା’ପରେ ରେଭେନ୍ସା କଲେଜରେ ଓଡିଆରେ ଏମ୍‌.ଏ ପଢିଲି। ଏମ୍‌.ଏ ପାସ୍‌ କରିବା ପରେ ବଲାଙ୍ଗିରସ୍ଥିତ ରାଜେନ୍ଦ୍ର କଲେଜରେ ଓଡିଆ ଅଧ୍ୟାପକ ଭାବେ ଚାକିରି ପାଇଲି। କିନ୍ତୁ ସେ ଚାକିରୀ ଅସ୍ଥାୟୀ ଥିଲା। ପାଖାପାଖି ୬ମାସ ଚାକିରୀ କରିବା ପରେ ଏକକାଳୀନ ୬ମାସର ଦରମା ମିଳିଲା। ମୂଳଦରମା ସହ ମହଙ୍ଗା ଭତ୍ତା ମିଶି ମାସିକ ୪୪୬ଟଙ୍କା ହିସାବରେ ୬ମାସ ପରେ ଯେବେ ଦରମା ପାଇଲି, ସେଦିନ ମୋର ଖୁସି କହିଲେ ନ ସରେ। ଘରର ଚଳଣି ଭଲ ଥିବାରୁ ମୋ ପଇସାର ଘରେ କୌଣସି ଆବଶ୍ୟକତା ନ ଥିଲା। କିନ୍ତୁ ଯେଉଁ ୬ମାସ ଦରମା ମିଳି ନଥିଲା, ସେହି ସମୟରେ ମୋର କିଛି ହାତଉଧାରୀ ହୋଇଯାଇଥିଲା। ତେଣୁ ଦରମା ପାଇଲା ପରେ ପ୍ରଥମେ ସେ ବାକିତକ ଶୁଝିଥିଲି। ତେବେ ମାତ୍ର ୭ମାସ ଉକ୍ତ କଲେଜରେ ରହିବା ପରେ ଜୟପୁରସ୍ଥିତ ବିକ୍ରମଦେବ କଲେଜକୁ ମୋର ବଦଳି ହେଲା। ସେଠାରେ ୩ବର୍ଷ ରହିଲି। ଆଉ ତା’ରି ଭିତରେ ପବ୍ଲିକ୍‌ ସର୍ଭିସ୍‌ କମିଶନ ପରୀକ୍ଷା ଦେଇ ସମଗ୍ର ଓଡିଶାରେ ଦ୍ୱିତୀୟ ସ୍ଥାନ ହାସଲ କଲି। ଏହାପରେ ପୁରୀ ଏସ୍‌.ସି.ଏସ୍‌ କଲେଜକୁ ମୋର ବଦଳି ହେଲା ଆଉ ସେଠାରେ ପ୍ରାୟ ୭ ବର୍ଷ ରହିଲି। ଏଠାରେ ଅଧ୍ୟାପନା ସହ ଏନ୍‌.ସି.ସି, ସ୍ପୋଟର୍‌ସ, ଡ୍ରାମା ଇତ୍ୟାଦି କଥା ବି ବୁଝୁଥିଲି। ତା’ସହିତ ଭାଷା ବିଜ୍ଞାନରେ ପି.ଏଚ୍‌ଡି କରିବାକୁ ମଧ୍ୟ ଗବେଷଣା ଆରମ୍ଭ କରିଦେଇଥିଲି। ୧୯୮୪ରେ ପି.ଏଚ୍‌ଡି ଡିଗ୍ରୀ ପାଇଲି କିନ୍ତୁ ସେତେବେଳକୁ ଭବାନୀପାଟଣାକୁ ମୋର ବଦଳି ହୋଇସାରିଥାଏ। ସେଠାରେ ୭ବର୍ଷ ରହିବା ଭିତରେ ବହୁତ ଲାଗି ଲାଗି କଲେଜରେ ଓଡିଆର ଏମ୍‌.ଏ ଡିପାର୍ଟମେଣ୍ଟ ଖୋଲିଲା। କିନ୍ତୁ ସେଠାରେ ଏମ୍‌.ଏ ପିଲାଙ୍କୁ ପଢାଇବାର ସୂଯୋଗ ପାଇଲିନି। ତା’ପରେ ପୁରୀ ମହିଳା ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ ମାତ୍ର ୧୪ ମାସ ରହି ପୁଣି ଏସ୍‌.ସି.ଏସ୍‌ କଲେଜକୁ ବଦଳି ହୋଇଗଲି। ଅଢେଇ ବର୍ଷ ପରେ ଭଦ୍ରକ କଲେଜକୁ ବଦଳି ହେଲା। ସେଠାରେ ମାତ୍ର ୧୬ ମାସ କାମ କରିବା ପରେ ଧନ୍ଦା ମୂଳକ ଶିକ୍ଷାର ଉପ-ନିର୍ଦ୍ଦେଶକ ଭାବେ ମୋତେ ଦାୟିତ୍ୱ ଦିଆଗଲା। ଏହି ପଦବୀରେ ସାଢେ ଚାରି ବର୍ଷ ରହି ଧନ୍ଦାମୂଳକ ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରିବାରେ ସଫଳ ହେଲି। ଏହା କାର୍ଯ୍ୟକାରୀ ହେବା ପରେ ପୁଣି ପ୍ରାଧ୍ୟାପକ ଭାବେ ରେଭେନ୍ସା କଲେଜକୁ ବଦଳି ହେଲା। ୧୪ ମାସ ପରେ ପୁର୍ନବାର ଏସ୍‌.ସି.ଏସ୍‌ କଲେଜକୁ ଗଲି। ଆଉ ଏଠାରେ ବି ଲାଗିଲାଗି ଓଡିଆରେ ଏମ୍‌.ଏ. ଡିପାର୍ଟମେଣ୍ଟ ଖୋଲିଲା। ତା’ସହିତ ଏମ୍‌.ଏ ପିଲାଙ୍କୁ ପଢାଇବାର ଇଚ୍ଛା ବି ମୋର ଏହିଠାରେ ପୂରଣ ହୋଇଗଲା।  କିନ୍ତୁ ମାତ୍ର ୬ମାସ ଏଠାରେ କାମ କରିବା ପରେ ଓଡିଆ ଭାଷା ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶକ ଭାବେ ମୋତେ ଅତିରିକ୍ତ ଦାୟିତ୍ୱ ଦିଆଗଲା। ଆଉ ଶେଷରେ ଜାନୁୟାରୀ ୩୧, ୨୦୦୭ରେ ଏହି ପଦବୀରେ ଥାଇ ଚାକିରିରୁ ଅବସର ନେଲି। ଚାକିରି ଜୀବନ ବାଦ୍‌ ଛନ୍ଦ କବିତା ଲେଖିବାରେ ମୋର ରୁଚି ରହିଛି। ୟା’ ଭିତରେ ‘ଜୀବନ ଲୋରୀ’ ନାମକ ଏକ କବିତା ସଂକଳନ, ‘କିଛି କଥା କିଛି ବାର୍ତ୍ତା’ ନାମକ ଏକ ପ୍ରବନ୍ଧ ପୁସ୍ତକ, ‘ଭାଷା ବିଚାର’ ଓ ‘ଓଡିଆ ବର୍ଣ୍ଣ ପରିଚୟ’ ନାମରେ ଦୁଇଟି ପୁସ୍ତକ ବି ମୋର ପ୍ରକାଶ ପାଇସାରିଲାଣି। ସେହିପରି କେତୋଟି ପୁସ୍ତକର ଅନୁବାଦ ବି କରିସାରିଲିଣି। ଏହାଛଡ଼ା ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଦିଗରେ ଯେଉଁ ୧୬ ଜଣିଆ କମିଟି ଗଠନ କରାଯାଇଥିଲା, ସେହି କମିଟିର ମୁଁ ଜଣେ ସଦସ୍ୟ ମଧ୍ୟ ଥିଲି। ତା’ଛଡ଼ା ଓଡିଆ ସାହିତ୍ୟ ଏକାଡେମୀର ୬ ବର୍ଷ କାର୍ଯ୍ୟକାରୀ କମିଟିର ଜଣେ ସଦସ୍ୟ ବି ଥିଲି। ଆଉ ଏବେ ସାଧାରଣ ପରିଷଦର ଜଣେ ସଦସ୍ୟ ଅଛି। ସେହିପରି ଓଡିଶା ସଙ୍ଗୀତ ପରିଷଦର କାର୍ଯ୍ୟକାରୀ ସଭାପତି ଏବଂ ଲେଖକ ସହଯୋଗ ସମିତିର ସଭାପତି ଦାୟିତ୍ୱ ବି ତୁଲାଉଛି। ତା’ସହିତ ମୁଁ ଆଉ ମୋର କେତେଜଣ ବନ୍ଧୁ ମିଶି ମଝିରେ ମଝିରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଛାତ୍ରୀଛାତ୍ର ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଓଡିଆ ଭାଷା ଓ ବ୍ୟାକରଣ ଉପରେ ଶିକ୍ଷାଦାନ ଦେଇଚାଲିଛୁ।-ଅମ୍ବ୍ରିତା

All Right Reserved By

ଫୁରସତ |

ହୋଲିରେ ଏସବୁ ରାଶିଙ୍କ ପାଇଁ ହେବ ଧନ ବର୍ଷା; ପ୍ରେମରେ ମିଳିିବ ସଫଳତା...

ହୋଲିରେ ଏସବୁ ରାଶିଙ୍କ ପାଇଁ ହେବ ଧନ ବର୍ଷା; ପ୍ରେମରେ ମିଳିିବ ସଫଳତା...

ରଙ୍ଗର ପର୍ବ ହୋଲିକୁ ପାଳନ କରିବାକୁ ସଭିଏଁ ବେଶ୍‌ ଉତ୍ସୁକତାର ସହିତ ଅପକ୍ଷା କରିଛନ୍ତି। ହୋଲି କେଉଁ କେଉଁ ରାଶି ପାଇଁ ଶୁଭ ଫଳ ଆଣିଦେବ ସେ ବିଷୟରେ ଆସନ୍ତୁ ଜାଣିବା...

ଯେଉଁଠି ରଙ୍ଗ ନୁହେଁ ପଚା ଅଣ୍ଡାରେ ଖେଳାଯାଏ ହୋଲି

ଯେଉଁଠି ରଙ୍ଗ ନୁହେଁ ପଚା ଅଣ୍ଡାରେ ଖେଳାଯାଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସୁକତାର ସହ  ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର ଲଗାଇ ପାଳନ କରୁଥିବା ବେଳେ ଅନ୍ୟଦେଶରେ ଭିନ୍ନ ନାମ ଓ ରୂପେ ପାଳନ କରାଯାଏ।

ରାତିରେ କୁକୁର କାନ୍ଦିବା:  ଅଶୁଭ ସଙ୍କେତ ନା ଆଉକିଛି...

ରାତିରେ କୁକୁର କାନ୍ଦିବା: ଅଶୁଭ ସଙ୍କେତ ନା ଆଉକିଛି...

ଅନେକ ସମୟରେ ରାତିରେ କୁକୁର ଉପରକୁ ମୁହଁ କରି ଭୁକିଥାଏ। ତେବେ ଏହାକୁ କେତେକ ଲୋକେ କୁକୁର କାନ୍ଦୁଥିବା ମଧ୍ୟ କହିଥାନ୍ତି। ଏହାକୁ ଲୋକେ ଅଶୁଭ କହିବା ସହିତ କୁକୁର ଯାହା ଘର ପାଖରେ ଭୁକିଥାଏ ତାଙ୍କ ଘରୁ କାହାର ମୃତ୍ୟୁ ହେବା ନେଇ ଅନେକ ଅନ୍ଧବିଶ୍ୱାସ ରହିଛି। ତେବେ ଜାଣନ୍ତୁ ଏହା କୌଣସି ଅଶୁଭ ସଙ୍କେତ  ନା ଆଉକିଛି...

ଏହି କମ୍ପାସ ଦ୍ୱାରା ଭାରତକୁ ଜଳପଥରେ ଆବିଷ୍କାର କରିଥିଲେ ଭାସ୍କୋଡାଗାମା

ଏହି କମ୍ପାସ ଦ୍ୱାରା ଭାରତକୁ ଜଳପଥରେ ଆବିଷ୍କାର କରିଥିଲେ ଭାସ୍କୋଡାଗାମା

ପର୍ତ୍ତୁଗାଲର ନାବିକ ଭାସ୍କୋଡ଼ାଗାମାଙ୍କ ‘ସମୁଦ୍ର ଦିଗ ସୂଚକ’ ଯନ୍ତ୍ରର ସନ୍ଧାନ ମିଳିଛି। ଗିନିଜ୍‌ ଓ୍ବାର୍ଲଡ ରେକର୍ଡ ଅନୁଯାୟୀ, ଏହି କମ୍ପାସ ବା ସମୁଦ୍ର ଦିଗ ସୂଚକ ଯନ୍ତ୍ରଟି ବହୁ ପୁରୁଣା। ଯାହା ୧୪୯୬ରୁ ୧୫୦୧ ମଧ୍ୟରେ ନିର୍ମିତ ହୋଇଥିବା ଜଣାପଡ଼େ।

ଯେଉଁ ପିଲାକୁ ପ୍ରାଣଭରି ଭଲ ପାଉଛନ୍ତି ପ୍ରଜାପତି...

ଯେଉଁ ପିଲାକୁ ପ୍ରାଣଭରି ଭଲ ପାଉଛନ୍ତି ପ୍ରଜାପତି...

ଉତ୍ତରପ୍ରଦେଶ ବରେଲୀର ତିଗରା ଗାଁରେ ରହୁଥିବା ଜୀବନେଶ ପାଲଟିଛନ୍ତି ପ୍ରଜାପତିଙ୍କ ସାଥୀ।

ବିନା ଶିକ୍ଷାଗତ ଯୋଗ୍ୟତାରେ ମିଳୁଛି କୋଟି କୋଟି ଟଙ୍କା ଦରମାର ଚାକିରି

ବିନା ଶିକ୍ଷାଗତ ଯୋଗ୍ୟତାରେ ମିଳୁଛି କୋଟି କୋଟି ଟଙ୍କା ଦରମାର ଚାକିରି

ବିନା ଶିକ୍ଷାଗତ ଯୋଗ୍ୟତାରେ ସପ୍ତାହକୁ ମାତ୍ର ୪ ଦିନ କାମ କଲେ ବର୍ଷକୁ ମିଳିବ ଦେଢ କୋଟି ଟଙ୍କା ଦରମା। ନ୍ୟୁଜିଲାଣ୍ଡରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ପାଇଁ ଏକ କମ୍ପାନୀ ଏମିତି ଚାକିରି ଦେଉଛି।

ଏହି ହୋଟେଲରେ ହନିମୁନ କଲେ ମିଳେ ୭୦ ଲକ୍ଷ ଟଙ୍କା

ଏହି ହୋଟେଲରେ ହନିମୁନ କଲେ ମିଳେ ୭୦ ଲକ୍ଷ ଟଙ୍କା

ସାଧାରଣତଃ ବିବାହ ସମୟକୁ ଅଭୁଲା କରିବାକୁ ସମସ୍ତେ ଚାହାଁନ୍ତି। କାରଣ ଏହା ଆଉ ଏକ ଜୀବନର ଆରମ୍ଭ। ସେଥିପାଇଁ ଅଧିକାଂଶ କପୁଲ ହନିମୁନକୁ ପ୍ରିଫର କରିଥାଆନ୍ତି। କିଏ ନିଜ ଦେଶରେ ତ କିଏ ବିଦେଶରେ ହନିମୁନ କରିବାକୁ ଯାଇଥାଆନ୍ତି। 

ନେତାଙ୍କର ବି ଅଛନ୍ତି ଫ୍ୟାନ୍‌: ଠାକ୍‌ରେଙ୍କୁ ଆଦର୍ଶ ମାନି କେଶରୀ ରଙ୍ଗ ପ୍ରେମରେ ମୋହନ

ନେତାଙ୍କର ବି ଅଛନ୍ତି ଫ୍ୟାନ୍‌: ଠାକ୍‌ରେଙ୍କୁ ଆଦର୍ଶ ମାନି କେଶରୀ ରଙ୍ଗ ପ୍ରେମରେ ମୋହନ

ବିଶେଷକରି କଳାକାର ଅଥବା ଖେଳାଳିଙ୍କର  ବହୁ ଫ୍ୟାନ୍‌ ବା ପ୍ରଶଂସକ ରହିଥା’ନ୍ତି। ସଚିନ୍‌ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରଭାବଶାଳୀ ବ୍ୟକ୍ତିତ୍ୱମାନଙ୍କର ରହିଛି ବଡ଼ ଫ୍ୟାନ୍‌ ଫଲୋଇଙ୍ଗ। 

ରାତିକ ପାଇଁ ସ୍ତ୍ରୀ ହୁଅନ୍ତି ଅଦଳ ବଦଳ...

ରାତିକ ପାଇଁ ସ୍ତ୍ରୀ ହୁଅନ୍ତି ଅଦଳ ବଦଳ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଉତ୍ତରଆମେରିକା ତଥା ସର୍ବିଆର କେତେକ ଜନଜାତି ବହୁଳ ଅଞ୍ଚଳରେ ସ୍ତ୍ରୀ ଅଦଳ ବଦଳ ପରମ୍ପରା ରହିଛି। ଏଠାରେ ଲୋକେ ନିଜ ସାଙ୍ଗସାଥୀଙ୍କ ମଧ୍ୟରେ ଏଭଳି କରିଥାନ୍ତି। 

ବିନା ପୋଷାକରେ ଶୟନ କଲେ କ’ଣ ହୁଏ...

ବିନା ପୋଷାକରେ ଶୟନ କଲେ କ’ଣ ହୁଏ...

ବିନା ପୋଷାକରେ ଶୟନ ନ କରିବାକୁ ଶାସ୍ତ୍ରରେ କୁହାଯାଇଛି। କିନ୍ତୁ ବିନା ପୋଷାକରେ ଶୟନ କଲେ ଅନେକ ଉପକାର ମିଳିଥାଏ। ଏନେଇ ନେଦରଲାଣ୍ଡ ଲେଇଦେନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

ହୋଲିରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଛାପ, ଭାଜପା ଆଣିଲା ନୂଆ ରଙ୍ଗ ‘ଶୌର୍ଯ୍ୟ ଗୁଲାଲ୍‌’

ହୋଲିରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଛାପ, ଭାଜପା ଆଣିଲା ନୂଆ ରଙ୍ଗ ‘ଶୌର୍ଯ୍ୟ ଗୁଲାଲ୍‌’

ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଆଣିଛି ନୂଆ ରଙ୍ଗ, ଯାହାର ନାଁ ‘ଶୌର୍ଯ୍ୟ ଗୁଲାଲ’। ଏହି ରଙ୍ଗର ଗୋଟିଏ ପ୍ୟାକେଟ୍‌ର ଦାମ ରହିଛି ୩୫ ଟଙ୍କା। ଏଥିରେ ସମସ୍ତ ଭାଜପା କର୍ମୀ ଓ ନେତା ହୋଲି ପାଳିବେ ବୋଲି ଜଣାପଡ଼ିଛି। 

କୌଣସି ଜଳପରୀଠୁ କମ୍‌ ନୁହନ୍ତି ଏହି ଯୁବତୀ

କୌଣସି ଜଳପରୀଠୁ କମ୍‌ ନୁହନ୍ତି ଏହି ଯୁବତୀ

ଅଷ୍ଟ୍ରେଲିଆର ଏକ ଦ୍ୱୀପରେ ରହୁଥିବା ଜଣେ ଯୁବତୀଙ୍କୁ ଜଳପରୀ କୁହାଯାଉଛି। ମରମେଡ ମେଲିସା ନାମକ ଏହି ଯୁବତୀ ଜଣକ ପ୍ରକୃତିକୁ ଖୁବ୍‌ ଭଲ ପାଆନ୍ତି। ବିଶେଷକରି ମେଲିସା ପାଣି ଏବଂ ଏଥିରେ ବାସ କରୁଥିବା ଜଳଚର ଜୀବନମାନଙ୍କୁ ବହୁ ଭଲ ପାଆନ୍ତି। ଜଳଚର ଜୀବନମାନଙ୍କ ସହିତ ସେ ଏମିତି ପ୍ରଭାବିତ ହୋଇଗଲେ ଯେ, ନିଜ ଜୀବନକୁ ବି ଜଳପରୀ ଭାବେ ଗଢ଼ି ଦେଲେ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା