ରାଜ୍ୟ |

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ):ପଲିଥିନ ଓ ପ୍ଲାଷ୍ଟିକ ତିଆରି ସାମଗ୍ରୀ ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାକୁ ପଲିଥିନ ମୁକ୍ତ କରିବାକୁ ପଦକ୍ଷେପ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳରୁ ଏହି ପଦକ୍ଷେପ ନିଆଯାଇଛି। ଏବେ ରାଜ୍ୟକୁ  ପଲିଥିନରୁ ମୁକ୍ତ କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏ ନେଇ ଏକ ନୂତନ ରୁଲ୍‌ ପ୍ରସ୍ତୁତ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ନିୟମ ପ୍ରସ୍ତୁତ କରିବା ପରେ ରାଜ୍ୟ ସରକାରଙ୍କ ଅନୁମତି ପାଇଁ ପଠାଯିବ। ଚଳିତ ବର୍ଷ ଅକ୍ଟୋବରରୁ ରାଜ୍ୟରେ ପଲିଥିନ ନିଷେଧ କରିବାକୁ ଯୋଜନା ରଖାଯାଇଛି ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। 

ଗୋଟିଏ ପଟେ ରାଜ୍ୟ ସରକାର ସମଗ୍ର ଓଡ଼ିଶାକୁ ପଲିଥିନ ମୁକ୍ତ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ମହାନଗର ନିଗମଗୁଡିକର ଖାମଖିଆଲି ମନୋଭାବ  ପଲିଥିନ କଟକଣାକୁ ପାଣିଚିଆ କରିଦେଉଛି। କଟକଣା ଲାଗୁ ହେବାର ୫ ମାସ ବିତିଯିବାକୁ ବସିଥିଲେ  ମଧ୍ୟ ମହାନଗର ନିଗମଗୁଡିକ ପଲିଥିନ ମୁକ୍ତ ହୋଇ ନାହିଁ  । ଚାରିଆଡେ କୁଢ କୁଢ ପଲିଥିନ ଦେଖିବାକୁ ମିଳୁଛି। ବ୍ୟବସାୟୀମାନେ ପଲିଥିନ କାରବାରକୁ ପୁଣି ଜୋରଦାର ଆରମ୍ଭ କରିଦେଇଛନ୍ତି। ସରକାରୀ ଷ୍ଟାମ୍ପମାରି ଖୋଲାଖୋଲି ପଲିଥିନ ବିକ୍ରି କରାଯାଉଥିଲେ ମଧ୍ୟ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସେଥିପ୍ରତି ଆଦୌ ନଜର ନାହିଁ। ସେହି ପଲିଥିନଗୁଡିକ ନଷ୍ଟଯୋଗ୍ୟ ବୋଲି କୁହାଯାଉଛି। ବଜାରରେ ଉପଲବ୍ଧ ହେଉଥିବା ପଲିଥିନକୁ ପରୀକ୍ଷା କରିବା ପାଇଁ ପରିବେଶ ବିଭାଗ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ  ଦେଇଛି। ସେହି ନମୁନାଗୁଡିକୁ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଆଇପିଇଟି)କୁ ପଠାଇ ପରୀକ୍ଷା କରିବା ପରେ ପଦକ୍ଷେପ ନିଆଯିବ ବୋଲି ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସେନ କହିଛନ୍ତି। 

ଅନ୍ୟପକ୍ଷରେ ପଲିଥିନ ନିଷେଧ ନେଇ ଗତ ୪ ମାସ ମଧ୍ୟରେ  କି ପଦକ୍ଷେପ ନିଆଯାଇଛି ସେ ନେଇ ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ ୫ ମହାନଗର ନିଗମ ଓ ପୁରୀ ପୌର ପରିଷଦକୁ ନିର୍ଦ୍ଦେଶ ଦିଆଯାଇଛି। 

ସୂଚନାଯୋଗ୍ୟ ଅକ୍ଟୋବର ୨ ଗାନ୍ଧୀଜୟନ୍ତୀଠାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର,  ସମ୍ବଲପୁର, ରାଉରକେଲା ଏବଂ ପୁରୀ ସହରରେ ପଲିଥିନ/ପ୍ଲାଷ୍ଟିକ ଏବଂ ଥର୍ମୋକୁଲ  ବ୍ୟବହାରକୁ ନିଷେଧ କରାଯାଇଛି। କଟକଣା ଜାରି ହେବା ପରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହାଦ୍ୱାରା ଜାଣିକରି ହେଉ କିମ୍ବା ଅନ୍ୟ ମାଧ୍ୟମରେ  ପଲିଥିନ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ଗଚ୍ଛିତ, ବ୍ୟବହାର କିମ୍ବା ବଣ୍ଟନ କରି ପାରିବେ ନାହିଁ।  

୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ, ୨୦୦ ମିଲିଲିଟରରୁ କମ୍‌ ପାଣିବୋତଲ, ଥର୍ମୋକୁଲ, ପ୍ଲାଷ୍ଟିକ ଚାମଚ, କପ, ପ୍ଲେଟ, ଗ୍ଲାସ, ଥାଳିଆ, ପାଣି ପାଉଚ ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରିପାରିବେ ନାହିଁ। ସେଥିପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ପୂଜାସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କାଫେ, ବିବାହ ପାର୍ଟି, ଅଫିସ, ଆଉଟଡୋର କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଗର ନିଗମର କମିଶନର ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ  ପଲିଥିନ ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏ  ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହି ଅଧିକାରୀମାନେ ପରିବେଶ (ସୁରକ୍ଷା) ଆଇନ, ୧୯୮୬ ଅନୁଯାୟୀ  ନିଜ ଅଞ୍ଚଳ ଭିତରେ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ବିଧାନ କରିପାରିବେ।  ପଲିଥିନ ବିକ୍ରି ବା ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦଣ୍ଡ ବିଧାନ କରିବା ବ୍ୟବସ୍ଥା ରହିଛି। ଜିଲାପାଳ ପଲିଥିନ କଟକଣାକୁ କଡାକଡି କାର୍ଯ୍ୟକାରୀ କରିବା ସକାଶେ ଏଡିଏମ, ଏସ୍‌ପି, ବନଖଣ୍ଡ ଅଧିକାରୀ, ତସହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ପୌର ସଂସ୍ଥାର ଅଧିକାରୀମାନଙ୍କୁ  ଦାୟିତ୍ୱ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଚଢାଉ କରି ୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ୨୩୪ କେ.ଜି. ପଲିଥିନ, ୮୭ ପ୍ୟାକେଟ ଥର୍ମୋକୁଲ, ୪୫ ପ୍ୟାକଟେ ପ୍ଲାଷ୍ଟିକ କପ ଓ ପ୍ଲେଟ ଜବତ କରିଛି। 

All Right Reserved By

ରାଜ୍ୟ |

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ତେନ୍ତୁଳିମୂଳ (ମଶାଣିଆ ନୂଆସାହି) ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଆହତ ହୋଇଛନ୍ତି। 

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କୋଣାର୍କ,୨୩।୩ (ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁ ଖଣତା ନିକଟରେ ଶନିବାର ପୂର୍ବାହ୍ନ ୧୦ଟାରେ ମାରୁତି କାର ସହ ୟାମାହା ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ପାଟଣା,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ଦଳୀୟ ପ୍ରାର୍ଥୀ ଭାବେ ଭବାନୀ ଶଙ୍କର ନାୟକଙ୍କ ନାମ ଘୋଷଣା କରାଯାଇଛି।

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ ଅଫିସ,୨୩।୩: ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ଷ୍ଟେସନ ଅଧୀକ୍ଷକଙ୍କ ଏତାଲା କ୍ରମେ ଶନିବାର  ଜିଆର୍‌ପି ଓ ଆର୍‌ପିଏଫ୍‌ରେ ଆପରାଧିକ ମାମଲା ରୁଜୁ ହୋଇଛି। ଅଧୀକ୍ଷକ ସୋରେନ କୁମାର ନସ୍କରଙ୍କ ଅଭିଯୋଗ ଅନୁଯାୟୀ ଅଗ୍ନିକାଣ୍ଡ ଫଛରେଥିବା କାରଣର ସତ୍ୟାସତ୍ୟ  ଉନ୍ମୋଚନ କରାଯାଉ ବୋଲି ଏତାଲାରେ ଦର୍ଶାଇଛନ୍ତି। 

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନିକଟରେ ବିଜେଡି ଛାଡ଼ିଥିବା କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ବିଧାୟକ ଦଳ ନେତା କେ.ଭି. ସିଂ ଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ଯୋଗ ଦେଇଛନ୍ତି। 

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କଂଗ୍ରେସ ପକ୍ଷରୁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରଣପୁର ବିଧାନସଭା ଆସନରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି ପଣ୍ଡାଙ୍କୁ ଟିକେଟ୍‌ ମିଳିଥିବା ଦେଖିବାକୁ ମିଳିଛି। 

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ  ଲଢ଼ିବାକୁ ନିଷ୍ପତ୍ତି

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ ଲଢ଼ିବାକୁ ନିଷ୍ପତ୍ତି

ଗୁଣପୁର,୨୩।୩(ଡି.ଏନ୍‌.ଏ.):  ୨୦୧୯ ଓଡ଼ିଶା ବିଧାନସଭା ନିିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା କରାଯାଇଛି। 

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ (ନଂ. ୧୩୪) ନିମନ୍ତେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି। 

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଆଉ ୨୨ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

୭ ମହିଳା

୭ ମହିଳା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁ ଛକାପଞ୍ଝା ପରେ ଶୁକ୍ରବାର କଂଗ୍ରେସ ବିଧାନସଭା ଆସନ ଲାଗି ୫୪ ଜଣିଆ ପ୍ରାର୍ଥୀପତ୍ର ତାଲିକା ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କେବଳ ୭ ମହିଳା। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା