ବାଣିଜ୍ୟ |

ଗୋୟଲଙ୍କ ହାତରୁ ଯିବ ଜେଟ୍‌ ଏୟାରଓ୍ବେଜ ନିୟନ୍ତ୍ରଣ

ଗୋୟଲଙ୍କ ହାତରୁ ଯିବ ଜେଟ୍‌ ଏୟାରଓ୍ବେଜ ନିୟନ୍ତ୍ରଣ

ନୂଆଦିଲ୍ଲୀ,୧୭-୨:  ଦୀର୍ଘ ୨୫ ବର୍ଷ ପରେ ପ୍ରମୋଟର ନରେଶ ଗୋୟଲଙ୍କ ହାତରୁ ଜେଟ୍‌ ଏୟାରଓ୍ବେଜର ନିୟନ୍ତ୍ରଣ ଚାଲିଯିବ। ପ୍ରାୟ ୮୪୦୦ କୋଟି ଟଙ୍କାର ଋଣରେ ବୁଡ଼ି ରହିଥିବା ଏହି ଘରୋଇ ବିମାନ କମ୍ପାନୀକୁ ବଞ୍ଚାଇ ରଖିବା ଲାଗି ଗୋୟଲ ଶେଷରେ ଏହାର ନିୟନ୍ତ୍ରଣ ଛାଡ଼ିବାକୁ ରାଜି ହୋଇଛନ୍ତି। ରିଜଲ୍ୟୁଶନ ପ୍ଲାନ ଅନୁଯାୟୀ, ଏଣିକି ଏହାର ନିୟନ୍ତ୍ରଣ ଏସ୍‌ବିଆଇ ନେତୃତ୍ୱାଧୀନ ବ୍ୟାଙ୍କ କନସୋର୍ଟିୟମ ହାତକୁ ଚାଲିଯିବ। ବ୍ୟାଙ୍କ କନସୋର୍ଟିୟମ, ନ୍ୟାଶନାଲ ଇନଭେଷ୍ଟମେଣ୍ଟ ଆଣ୍ଡ୍‌ ଇନଫ୍ରାଷ୍ଟ୍ରକ୍‌ଚର ଫଣ୍ଡ(ଏନ୍‌ଆଇଆଇଏଫ୍‌) ଏବଂ ଏଟିହାଦ ମିଳିତ ଭାବେ  ଜେଟ୍‌ରେ ୩୪୦୦ କୋଟି ଟଙ୍କା ନିବେଶ କରିବାକୁ ରାଜି ହୋଇଛନ୍ତି। ଏହି ଅର୍ଥକୁ ପର୍ଯ୍ୟାୟକ୍ରମେ ନିବେଶ କରାଯିବାକୁ ଥିଲା ବେଳେ ବ୍ୟାଙ୍କ କନସୋର୍ଟିୟମ ହାତରେ ସର୍ବାଧିକ ୩୨% ଅଂଶଧନ ରହିବ। ଏହାଛଡ଼ା ଆବୁଧାବୀସ୍ଥିତ ଏଟିହାଦ ଏବଂ ଏନ୍‌ଆଇଆଇଏଫ୍‌ ନିକଟରେ ଯଥାକ୍ରମେ ୨୪.୯% ଓ ୧୯.୫% ଶେୟାର ରହିବ। ସେହିପରି ଗୋୟଲଙ୍କ ଅଂଶଧନ ୫୧%ରୁ ହ୍ରାସ ପାଇ ୨୦% ହେବ। କିନ୍ତୁ ପୂର୍ବପରି କମ୍ପାନୀର ପ୍ରମୋଟର ଭାବେ ତାଙ୍କୁ ପରିଗଣିତ କରାଯିବ। 

ଜେଟ୍‌ ଏୟାରଓ୍ବେଜ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଏସ୍‌ବିଆଇ ନେତୃତ୍ୱରେ ଗଠିତ ବ୍ୟାଙ୍କ କନସୋର୍ଟିୟମ ନିଜର ଋଣର ଏକ ଅଂଶକୁ ଇକ୍ୟୁଟିରେ ପରିବର୍ତ୍ତିତ କରିବେ। ଏହି ବ୍ୟବସ୍ଥାରେ ଏହା କମ୍ପାନୀର ସବୁଠୁ ବଡ଼ ଶେୟାରଧାରକ ହୋଇଯିବେ। କମ୍ପାନୀର ରିଜଲ୍ୟୁଶନ ପ୍ଲାନରେ ୮୪୦୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ। ଏହାକୁ ଇକ୍ୟୁଟି ଇନଫ୍ୟୁଜନ, ଡେଟ୍‌ ରିଷ୍ଟ୍ରକ୍‌ଚରିଂ, ସେଲ୍‌ ଏବଂ ଲିଜ, ବ୍ୟାଙ୍କ/ରିଫାଇନାନ୍ସିଂର ଯଥାଯଥ ମିଶ୍ରଣ ଜରିଆରେ କରାଯିବ। ତେବେ ଏହି ଡିଲ୍‌ର ଢାଞ୍ଚା କିଭଳି ଭାବେ ପ୍ରସ୍ତୁତ ହେବ ଏହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ, ଗୋୟଲଙ୍କ ହାତରୁ କମ୍ପାନୀର ନିୟନ୍ତ୍ରଣ ଚାଲିଯିବ। ରିଜଲ୍ୟୁଶନ ପ୍ଲାନକୁ ଆସନ୍ତା ୨୧ରେ ବସିବାକୁ ଥିବା ଶେୟାରଧାରକଙ୍କ ବୈଠକରେ ଅନୁମୋଦନ କରାଯିବ। ବ୍ୟାଙ୍କ ନିଜର ଡେଟ୍‌(ଋଣ)କୁ ରିଜର୍ଭ ବ୍ୟାଙ୍କର ସର୍କୁଲାର ଅନୁଯାୟୀ ୧ ଟଙ୍କା ମୂଲ୍ୟରେ ପରିବର୍ତ୍ତିତ କରିବେ। ଶେୟାରଧାରକଙ୍କ ବୈଠକରେ କମ୍ପାନୀର ଅଧିକୃତ ପୁଞ୍ଜି ବଢ଼ାଇବା ଲାଗି ମଞ୍ଜୁରୀ ନିଆଯିବ। ଜେଟ୍‌ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କଗୁଡ଼ିକୁ ୧୧.୪ କୋଟି ଶେୟାର ପ୍ରଦାନ କରାଯିବ। ତେବେ ସମ୍ପୂର୍ଣ୍ଣ ଋଣ ପରିମାଣର କେତେ ଅଂଶକୁ ଇକ୍ୟୁଟିରେ ବଦଳାଯିବ କମ୍ପାନୀ ତାହା ସ୍ପଷ୍ଟ କରି ନାହିଁ। କମ୍ପାନୀ ଅଧିକୃତ ପୁଞ୍ଜିକୁ ବଢ଼ାଇ ୨୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନେଇଯିବାକୁ ଚାହୁଁଛି। ଏଥିରେ ୬୮୦ କୋଟି ଟଙ୍କାର ଇକ୍ୟୁଟି କ୍ୟାପିଟାଲ ଏବଂ ୧୫୨୦ କୋଟି ଟଙ୍କାର ପ୍ରିଫରେନ୍ସ ଶେୟାର କ୍ୟାପିଟାଲ ରହିବ। 

୧୯୯୩ରେ  ଆରମ୍ଭ ହୋଇଥିଲା ଜେଟ୍‌ ଏୟାରଓ୍ବେଜର ଯାତ୍ରା

ନରେଶ ଗୋୟଲ ୧୯୯୨ ଏପ୍ରିଲ ପହିଲାରେ ଜେଟ୍‌ ଏୟାରଓ୍ବେଜ କମ୍ପାନୀ ପ୍ରତିଷ୍ଠା କରିଥିଲେ ହେଁ ଏହାର ଯାତ୍ରା ୧୯୯୩ ମେ ୫ରୁ ଆରମ୍ଭ ହୋଇଥିଲା। ଏହି ଘରୋଇ ବିମାନ କମ୍ପାନୀକୁ ପ୍ରତିଷ୍ଠା କରିବା ଲାଗି ସେ କଠିନ ପରିଶ୍ରମ କରିଥିଲେ। ମା’ଙ୍କର ଗହଣା ବିକି ମାତ୍ର ୧୦ ହଜାର ଟଙ୍କାରେ ସେ  ଆରମ୍ଭ କରିଥିଲେ ଜେଟ୍‌ର ଯାତ୍ରା। ୧୯୬୭ରେ ଦାଦାଙ୍କ ଏଜେନ୍ସିରେ କ୍ୟାଶିୟର ଭାବେ ସେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ। ସେତେବେଳେ ସେ ମାତ୍ର ୩୦୦ ଟଙ୍କା ଦରମା ପାଉଥିଲେ। ସେଠାରେ କାମ କରିବା ଅବସରରେ ତାଙ୍କୁ  ରୟାଲ ଜୋର୍ଡାନ ଏୟାରଲାଇନ୍ସରେ ତାଙ୍କୁ କାମ କରିବାର ସୁଯୋଗ ମିଳିଥିଲା। ମା’ଙ୍କ ଗହଣା ବିକି ଜେଟ୍‌ ଏୟାରଓ୍ବେଜ ନାମରେ ସେ ୧୯୭୪ରେ ଏକ ଟ୍ରାଭେଲ୍‌ ଏଜେନ୍ସି ଖୋଲିଥିଲେ। ୧୯୯୧ରେ ଜେଟ୍‌ ଏୟାରଓ୍ବେଜ ଲାଗି ରାସ୍ତା ଖୋଲିବା ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାର ଓପନ ସ୍କାଇ ପଲିସିକୁ ସବୁଜ ସଙ୍କେତ ଦେଇଥିଲେ ଏବଂ ଗୋୟଲ ଏହାର ସୁଯୋଗ ହାତଛଡ଼ା କରି ନଥିଲେ। ସେ ଘରୋଇ ଅପରେଶନ ଲାଗି ଜେଟ୍‌ ଏୟାରଓ୍ବେଜକୁ ଏକ ବିମାନ କମ୍ପାନୀ ଭାବେ ୧୯୯୨ ଏପ୍ରିଲ ପହିଲାରେ ପଞ୍ଜୀକୃତ କରିଥିଲେ ଏବଂ ଏହା ୧୯୯୩ ମେ ୫ରୁ ଏହାର କାର୍ଯ୍ୟାରମ୍ଭ କରିଥିଲା। ଏହି ଏୟାରଲାଇନ୍ସ ସେହି ଦିନଠାରୁ ଅଭିବୃଦ୍ଧି ରାସ୍ତାରେ ଯାତ୍ରାରମ୍ଭ କରିଥିଲା। ଏହା ବଳରେ ନରେଶ ଗୋୟଲ ଦିନେ ଭାରତର ଶୀର୍ଷ ୨୦ ଧନୀକଙ୍କ ମଧ୍ୟରେ ଅନ୍ୟତମ ଥିଲେ।

All Right Reserved By

ବାଣିଜ୍ୟ |

ପୁଲଓ୍ବାମା ଶହୀଦଙ୍କ ପିତାମାତାଙ୍କ ନାଲ୍‌କୋର ସମ୍ବର୍ଦ୍ଧନା

ପୁଲଓ୍ବାମା ଶହୀଦଙ୍କ ପିତାମାତାଙ୍କ ନାଲ୍‌କୋର ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୨-୩: ପୁଲଓ୍ବାମାରେ ଶହୀଦ ହୋଇଥିବା ବୀର ଜବାନଙ୍କୁ ନାଲ୍‌କୋ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। 

ରାଜ୍ୟପାଳଙ୍କୁ ଭେଟିଲେ ଏଏସ୍‌ବିଏମ୍‌ ପ୍ରତିଷ୍ଠାତା

ରାଜ୍ୟପାଳଙ୍କୁ ଭେଟିଲେ ଏଏସ୍‌ବିଏମ୍‌ ପ୍ରତିଷ୍ଠାତା

ଭୁବନେଶ୍ୱର,୨୨-୩: ଏସିଆନ୍‌ ସ୍କୁଲ ଅଫ୍‌ ବିଜନେସ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌)ର ପ୍ରତିଷ୍ଠାତା ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ରାଜ୍ୟପାଳ ଗଣେଷି ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। 

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି

ଭୁବନେଶ୍ୱର,୨୨-୩: ସମ୍ବଲପୁର-ପୁରୀ-ସମ୍ବଲପୁର ଏକ୍ସପ୍ରେସ ନୂଆ ରୂପରେ ବୁଧବାରଠାରୁ ଚଳାଚଳ ଶୁଭାରମ୍ଭ କରିଛି। ଏହି ଟ୍ରେନର ବଗିଗୁଡ଼ିକୁ ଉତ୍କୃଷ୍ଟ ମାନର ବଗିକୁ ଉନ୍ନୀତ କରାଯାଇଛି। 

ଓଡ଼ିଶା ବଜାରରେ ଲିଭଫାଷ୍ଟର ନୂଆ ପ୍ରଡକ୍ଟ

ଓଡ଼ିଶା ବଜାରରେ ଲିଭଫାଷ୍ଟର ନୂଆ ପ୍ରଡକ୍ଟ

ଭୁବନେଶ୍ୱର,୨୨-୩: ଲିଭଫାଷ୍ଟ ବ୍ୟାଟେରୀଜ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହାର ନୂଆ ପ୍ରଡକ୍ଟ ଓଡିଶା ବଜାରରେ ପ୍ରବେଶ କରିଛି। ଏହା ମଧ୍ୟରେ ୟୁପିଏସ୍‌, ବ୍ୟାଟେରୀ, ଷ୍ଟାବିଲାଇଜର, ସୋଲାର ପ୍ରଡକ୍ଟ ସାମିଲ ରହିଛି। 

ଆଇସିସି ପକ୍ଷରୁ ଜିଏସ୍‌ଟି କର୍ମଶାଳା

ଆଇସିସି ପକ୍ଷରୁ ଜିଏସ୍‌ଟି କର୍ମଶାଳା

ଭୁବନେଶ୍ୱର,୨୨-୩: ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଆଇସିସି) ପକ୍ଷରୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ରେ ହୋଇଥିବା ବିଭିନ୍ନ ଶଂସୋଧନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ମାର୍ଚ୍ଚ ୩୧ରେ ବିଦ୍ୟା ମନ୍ଦିର କ୍ଲାସେସ୍‌ର ଏନ୍‌ଏଟି

ମାର୍ଚ୍ଚ ୩୧ରେ ବିଦ୍ୟା ମନ୍ଦିର କ୍ଲାସେସ୍‌ର ଏନ୍‌ଏଟି

ଭୁବନେଶ୍ୱର,୨୨-୩: ଆଇଆଇଟି ଜେଇଇ କୋଚିଂ କ୍ଷେତ୍ରରେ ପ୍ରମୁଖ ପ୍ରତିଷ୍ଠାନ ବିଦ୍ୟା ମନ୍ଦିର କ୍ଲାସେସ୍‌ ପକ୍ଷରୁ ଏହାର ଜାତୀୟ ଆଡମିଶନ ଟେଷ୍ଟ(ଏନ୍‌ଏଟି) ମାର୍ଚ୍ଚ ୩୧ରେ ଅନୁଷ୍ଠିତ ହେଉଛି। ଅଷ୍ଟମ, ନବମ, ଦଶମ ଏବଂ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିବା ଛାତ୍ରୀଛାତ୍ର ଏହି ପରିକ୍ଷାରେ ଭାଗ ନେଇ ପାରିବେ। 

ଏକ୍ସଆଇଏମ୍‌ବି-ପାଓ୍ବାର ଗ୍ରୀଡ ମଧ୍ୟରେ ଚୁକ୍ତି

ଏକ୍ସଆଇଏମ୍‌ବି-ପାଓ୍ବାର ଗ୍ରୀଡ ମଧ୍ୟରେ ଚୁକ୍ତି

ଭୁବନେଶ୍ୱର,୨୨-୩: ଜାଭିୟର ୟୁନିଭର୍ସିଟି, ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ(ଏକ୍ସଆଇଏମ୍‌ବି)ଏବଂ ପାଓ୍ବାରଗ୍ରୀଡ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ପାଞ୍ଚ ଦିନ ବାତିଲ ରହିବ କଳିଙ୍ଗ ଉତ୍କଳ ଏକ୍ସପ୍ରେସ

ପାଞ୍ଚ ଦିନ ବାତିଲ ରହିବ କଳିଙ୍ଗ ଉତ୍କଳ ଏକ୍ସପ୍ରେସ

ଭୁବନେଶ୍ୱର,୨୨-୩: କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପାଞ୍ଚଦିନ ବାତିଲ ରହିବ। ଉତ୍ତର ରେଳପଥ, ଉତ୍ତର କେନ୍ଦ୍ରୀୟ ରେଳପଥ, ପଶ୍ଚିମ କେନ୍ଦ୍ରୀୟ ରେଳପଥର ବିଭିନ୍ନ ସ୍ଥାନରେ ନିରାପତ୍ତା ଜନିତ ଆଧୁନିକିକରଣ କାର୍ଯ୍ୟ ସହ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଏହି ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। 

ରକ୍ତ ପରୀକ୍ଷାରୁ ବି ଜାଣିହେବ ଅବସାଦ...

ରକ୍ତ ପରୀକ୍ଷାରୁ ବି ଜାଣିହେବ ଅବସାଦ...

ମାନସିକ ଅବସାଦ ସମ୍ପର୍କରେ ସୂଚନା ଏବେ ସହଜରେ ମିଳିପାରିବ। ଏହାଦ୍ୱାରା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଉପଲବ୍ଧ କରାଇବାରେ କୌଣସି ଅସୁବିଧା ରହିବ ନାହିଁ। 

ନୀରବଙ୍କ ୧୧କାର୍‌, ୧୭୩ ପେଣ୍ଟିଙ୍ଗ ବିକ୍ରି ହେବ;ସ୍ତ୍ରୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ନୀରବଙ୍କ ୧୧କାର୍‌, ୧୭୩ ପେଣ୍ଟିଙ୍ଗ ବିକ୍ରି ହେବ;ସ୍ତ୍ରୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ନୂଆଦିଲ୍ଲୀ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ମହାଠକେଇ ମାମଲାରେ ଲଣ୍ଡନରେ ଗିରଫ ହୋଇଛନ୍ତି ହୀରା ବ୍ୟବସାୟୀ ନୀରବ ମୋଦି। ଅନ୍ୟପକ୍ଷରେ ଭାରତରେ ଥିବା ତାଙ୍କର ସମ୍ପତ୍ତି ବିକ୍ରି କରିବା ଲାଗି ଏବେ ଉଦ୍ୟମ ଆରମ୍ଭ ହୋଇଛି।

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକିଥିବା ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ଦୀପକ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। 

କମ୍ପାନୀଙ୍କୁ ବଞ୍ଚାଇବା ଲାଗି ଏସ୍‌ବିଆଇର ଉଦ୍ୟମ;ବଦଳିପାରେ ଜେଟ ଏୟାରଓ୍ବେଜ ପରିଚାଳନା

କମ୍ପାନୀଙ୍କୁ ବଞ୍ଚାଇବା ଲାଗି ଏସ୍‌ବିଆଇର ଉଦ୍ୟମ;ବଦଳିପାରେ ଜେଟ ଏୟାରଓ୍ବେଜ ପରିଚାଳନା

ନୂଆଦିଲ୍ଲୀ,୨୧-୩: ଋଣ ଭାରରେ ବୁଡି ରହିଥିବା ଜେଟ ଏୟାରଓ୍ବେଜ ବିମାନ କମ୍ପାନୀକୁ ବଞ୍ଚାଇବା ଲାଗି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ନେତୃତ୍ୱାଧୀନ ବ୍ୟାଙ୍କଗୁଡ଼ିକ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା