ଖେଳ |

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କାକୁ ରୋମାଞ୍ଚକ ବିଜୟ ଦେଲେ କୁଶଳ

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କାକୁ ରୋମାଞ୍ଚକ ବିଜୟ ଦେଲେ କୁଶଳ

ଡର୍ବାନ, ୧୭।୨- ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୩୦୪ ରନର ଟାର୍ଗେଟ୍‌କୁ ପିଛା କରିଥିବା ଶ୍ରୀଲଙ୍କା ୯ ଉଇକେଟ୍‌ ହରାଇ ଟାର୍ଗେଟ୍‌ ହାସଲ କରିନେଇଛି। କୁଶଳ ପେରେରା ଅପରାଜିତ ୧୫୩ ରନର ମାରାଥନ ଇନିଂସ ଖେଳି ବିଜୟରେ ନାୟକ ସାଜିଥିଲେ। ଏହି ବିଜୟ ସହ ଶ୍ରୀଲଙ୍କା ୨ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍‌ ଫେବୃୟାରୀ ୨୧ରୁ ପୋର୍ଟ ଏଲିଜାବେଥ୍‌ଠାରେ ଆରମ୍ଭ ହେବ। 

  ରନର ଟାର୍ଗେଟ୍‌କୁ ପିଛା କରିଥିବା ଭ୍ରମଣକାରୀ ଶ୍ରୀଲଙ୍କା ପ୍ରାରମ୍ଭରୁ ୫୨ ରନ ମଧ୍ୟରେ ଲାହିରୁ ଥିରିମାନେ (୨୧), ଅଧିନାୟକ ଦିମୁଥ କରୁଣାରତ୍ନେ (୨୦) ଓ କୁଶଳ ମେଣ୍ଡିସ (୦)ଙ୍କ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ଶୁକ୍ରବାର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଶ୍ରୀଲଙ୍କା ଆଉ କୌଣସି ଉଇକେଟ୍‌ ନ ହରାଇ ୮୨/୩ ରନ କରିଥିଲା। ଚତୁର୍ଥ ଦିବସର ଆରମ୍ଭରୁ ଶନିବାର ଓଶଡା ଫର୍ନାଡୋ (୩୭) ଓ ଉଇକେଟ୍‌କିପର ନିରୋଶାନ ଡିକ୍‌ଓ୍ବେଲା (୦)ଙ୍କୁ ଦୁଇଟି ବଲ୍‌ ଅନ୍ତରରେ ଆଉଟ୍‌ କରି ଡେଲ୍‌ ଷ୍ଟେଇନ ଘରୋଇ ଦଳ ଶିବିରରେ ଉତ୍ସାହ କରାଇ ଦେଇଥିଲେ। ତେବେ କୁଶଳ ପେରେରା ଓ ଧନଞ୍ଜୟ ଡି ସିଲ୍‌ଭା (୪୮) ୬ଷ୍ଠ ଉଇକେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ୯୬ ରନ୍‌ ଭାଗୀଦାରି କରି ବିଜୟ ଆଶା ସଞ୍ଚାର କରିଥିଲେ। କିନ୍ତୁ ଦଳୀୟ ସ୍କୋର ୨୦୬ ରନ ହୋଇଥିବାବେଳେ ବାମହାତୀ ସ୍ପିନର କେଶବ ମହାରାଜା ଲଗାତର ୨ଟି ବଲରେ ସିଲ୍‌ଭା ଓ ସୂରଙ୍ଗ ଲାକମଲ (୦)ଙ୍କୁ ଆଉଟ୍‌ କରି ପୁଣିଥରେ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା କବ୍‌ଜାକୁ ଆଣିଥିଲେ। ଏହାପରେ ୮ମ ଓ ୯ମ ଉଇକେଟ୍‌ ଭାବେ ଯଥାକ୍ରମେ ଲସିଥ୍‌ ଏମ୍ବୁଲଡେନିୟା (୪) ଓ କଶୁନ ରଜିଥ୍‌ (୧) ଆଉଟ୍‌ ହେବାବେଳକୁ ଶ୍ରୀଲଙ୍କାର ସ୍କୋର ୨୨୬ ହୋଇଥିଲା ଏବଂ ପରାଜୟ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। ତେବେ ମଧ୍ୟକ୍ରମରେ ଧୈର୍ଯ୍ୟର ସହ ଅପରାଜିତ ରହିଥିବା ୨୮ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ କୁଶଳ କିନ୍ତୁ ହାର୍‌ ମାନିବାକୁ ପ୍ରସ୍ତୁତ ନ ଥିଲେ। ୧୧ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବିଶ୍ୱ ଫର୍ନାଣ୍ଡୋ (୬ ରନ, ୨୭ ବଲ)ଙ୍କୁ ସାଥୀ କରି କୁଶଳ ଏକ ସ୍ମରଣୀ ଇନିଂସ ଖେଳିଥିଲେ। କୁଶଳ ନିଜର ଶତକ ହାସଲ କରିବା ସହିତ ଅନ୍ତିମ ଉଇକେଟ୍‌ରେ ୭୮ ରନ ସଂଗ୍ରହ କରି ଅବିସ୍ମରଣୀୟ ବିଜୟ ଦେଇଥିଲେ। କୁଶଳ ୨୦୦ ବଲରୁ ୧୫୩ ରନ (୧୨ ଚୌକା, ୫ ଛକା) କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ପୂର୍ବରୁ ପ୍ରଥମ ଇନିଂସରେ ମଧ୍ୟ ସେ ୫୧ ରନ କରିଥିଲେ। ମ୍ୟାଚ୍‌ ବିଜୟୀ ଇନିଂସ ଲାଗି କୁଶଳ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୨୦୧୮ ପରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ପରାଜୟ ଥିଲା।   

ସଂକ୍ଷିପ୍ତ ସ୍କୋର:

ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୨୩୫/୧୦ (କ୍ୱିଣ୍ଟନ ଡି କକ୍‌ ୮୦, ବିଶ୍ୱ ଫର୍ନାଡୋ ୪/୬୨)।

ଶ୍ରୀଲଙ୍କା ପ୍ରଥମ ଇନିଂସ- ୧୯୧/୧୦ (କୁଶଳ ୫୧, ଷ୍ଟେଇନ ୪/୪୮)।

ଦ.ଆଫ୍ରିକା ୨ୟ ଇନିଂସ- ୨୫୯/୧୦ (ଫାଫ୍‌ ଡୁ ପ୍ଲେସିସ ୯୦, ଏମ୍ବୁଲଡେନିୟା ୫/୬୬)। 

ଶ୍ରୀଲଙ୍କା ୨ୟ ଇନିଂସ- ୩୦୪/୯, ୮୫.୩ ଓଭର (କୁଶଳ ୧୫୩*, କେଶବ ୩/୭୧)।

All Right Reserved By

ଖେଳ |

ମଲିଙ୍ଗାଙ୍କ ଅବସର ଘୋଷଣା

ମଲିଙ୍ଗାଙ୍କ ଅବସର ଘୋଷଣା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଲସିଥ ମଲିଙ୍ଗା ଆଗାମୀ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ। 

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌କୁ ଦକ୍ଷିଣ ଆଫ୍ରିକା ଦଳ ଆଗୁଆ ଜିତି ନେଇଛି। 

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ, ୨୩।୩: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର।  ଏହାପୂର୍ବରୁ ବିରାଟ କୋହଲି ପ୍ରଶଂସକଙ୍କ ପାଇଁ ବଡ ଝଟକା ଲାଗିଛି। 

‘କୋହଲିଙ୍କ ରାଗକୁ ଡର ଲାଗେ’

‘କୋହଲିଙ୍କ ରାଗକୁ ଡର ଲାଗେ’

ନୂଆଦିଲ୍ଲୀ,୨୩।୩(ପିଟି)- ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରିଷଭ ପନ୍ତ କାହାରିକୁ ଡରନ୍ତି ନାହିଁ।

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ, ବିଦେଶରେ ବି ରହିଛି ଅନେକ ଖ୍ୟାତି। 

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ   ଧକ୍କା

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକ୍କା

ମୁମ୍ବାଇ,୨୩।୩- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡ ପେସର ଆଡାମ ମିଲନେ ଆଗାମୀ ସିଜନରୁ ଓହରି ଯାଇଛନ୍ତି। 

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଢାକା,୨୩।୩(ପିଟି)- ନିକଟରେ ନ୍ୟୁଜିଲାଣ୍ଡରେ ସଂଘଠିତ ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ବାଂଲାଦେଶ ଦୁଇ କ୍ରିକେଟର ବିବାହ କରିଛନ୍ତି।

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଖେଳ ସହ ମନୋରଞ୍ଜନର ମାଧ୍ୟମ ତଥା ଭାରତୀୟ କ୍ରିକେଟର ସବୁଠୁ ବଡ଼ ପର୍ବ ଆଇପିଏଲ ଆଜିଠାରୁ ଆରମ୍ଭ ହେବ। 

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କୁ ‘ନଜଫଗଡର ନବାବ’ କୁହାଯାଏ। ଏମିତି ବି କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲି ପାରି ନାହାନ୍ତି। 

ରେକର୍ଡ କହୁଛି ଜିତିବ ସିଏସ୍‌କେ

ରେକର୍ଡ କହୁଛି ଜିତିବ ସିଏସ୍‌କେ

ଚେନ୍ନାଇ,୨୨।୩- ସ୍ଥାନୀୟ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରୁ ଆଇପିଏଲ-୧୨ ଆରମ୍ଭ ହେବାକୁ ଯାଉଛି।

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୨ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଖେଳିବାକୁ ଥିବା ଦଳମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହେଉଛି ସବୁଠୁ ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ। 

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଦୁବାଇ,୨୨।୩-ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଫାଷ୍ଟ ବୋଲର ଝୁଲନ ଗୋସ୍ବାମୀ ମହିଳା ବ୍ୟାଟ୍ସଓମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା