ସମ୍ପାଦକୀୟ |

ପୁଲ୍‌ଓ୍ବାମା ଆକ୍ରମଣ

ପୁଲ୍‌ଓ୍ବାମା ଆକ୍ରମଣ

ଆକାର ପଟେଲ

ଜୈଶ୍‌-ଇ-ମହମ୍ମଦ ମାନେ ମହମ୍ମଦଙ୍କ ସେନା। କିନ୍ତୁ ରସୁଲ ମହମ୍ମଦଙ୍କର ଦେଶ ଜୟ କରିବାର କୌଣସି ଉଚ୍ଚାକାଂକ୍ଷା ନ ଥିଲା। ମହମ୍ମଦଙ୍କ ମୃତ୍ୟୁ ପରେ ଖଲିଫାମାନଙ୍କ, ବିଶେଷତଃ ଉମରଙ୍କ ନେତୃତ୍ୱରେ ଆରବର ସମ୍ପ୍ରସାରଣ ଘଟିଥିଲା। ଜୈଶ୍‌ ହେଉଛି ଏକ ପାକିସ୍ତାନୀ ସଂଗଠନ ଏବଂ ଏଥିରେ ମୁଖ୍ୟତଃ ଗାଉଁଲି ପଞ୍ଜାବୀମାନେ ନିଯୁକ୍ତି ପାଇଛନ୍ତି। ଲଶ୍କର-ଇ-ତୋଇବାଠାରୁ ଏହା ବହୁତ ଛୋଟ ସଂଗଠନ ଏବଂ ଏହାର ଆଦର୍ଶରେ ମଧ୍ୟ ପାର୍ଥକ୍ୟ ଅଛି। ଆତ୍ମହତ୍ୟାକୁ ସଲାଫି ବା ମହାପାପ ବୋଲି ଇସଲାମରେ ବିଚାର କରାଯାଉଥିବାରୁ ଲଶ୍କରମାନେ ଆତ୍ମଘାତୀ ବିସ୍ଫୋରଣକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ସେମାନେ ଆତଙ୍କବାଦୀମାନଙ୍କୁ ଫିଦାୟିଁ ଆକ୍ରମଣ ପାଇଁ ବା ମୃତ୍ୟୁ ପର୍ଯ୍ୟନ୍ତ ଲଢ଼ିବା ଲାଗି ଆହ୍ବାନ ଦେଇଥାନ୍ତି। ଉରି ସେନା ଶିବିର ଆକ୍ରମଣ ଏବଂ ୨୦୦୮ର ମୁମ୍ବାଇ ଆକ୍ରମଣ ଲଶ୍କର ଦ୍ୱାରା ପରିଚାଳିତ ହୋଇଥିଲା, ଯଦିଚ ସେମାନେ ତାହାକୁ ସ୍ବୀକାର କରିନାହାନ୍ତି। ଜୈଶ୍‌ ହେଉଛି ଏକ ଦେଓବନ୍ଦୀ ମୁସଲମାନଙ୍କ ଆତଙ୍କବାଦୀ ସଂଗଠନ। ସେମାନେ ଅଷ୍ଟମ ଶତାବ୍ଦୀର ମୁସଲମାନ ପଣ୍ଡିତ ଆବୁ ହନିଫାଙ୍କ ନ୍ୟାୟଶାସ୍ତ୍ରକୁ ଗ୍ରହଣ କରୁଥିବାବେଳେ ସୁଫିବାଦ ଓ ଦରଘା ପୂଜାକୁ ଭୁଲ୍‌ ବୋଲି ମାନନ୍ତି। ସିପାହ୍‌-ଇ-ସହାବା ପାକିସ୍ତାନ ଓ ଲଶ୍କର-ଇ-ଝାଙ୍ଗ୍‌ଓ୍ବି ଉଭୟ ହେଉଛନ୍ତି ପଞ୍ଜାବୀ ସଂଗଠନ, ଯେଉଁମାନେ ପାକିସ୍ତାନୀ ଶିଆଙ୍କୁ ହତ୍ୟା କରିଥିଲେ। ଜୈଶ୍‌ ଚାହୁଁଛି ପାକିସ୍ତାନରେ ସମ୍ପୂର୍ଣ୍ଣଭାବେ ଶାରିଆ ଆଇନ ଲାଗୁ ହେଉ ଏବଂ ଆଫଗାନିସ୍ତାନରୁ ଆମେରିକା ହଟିଯାଉ। 

ଜୈଶ୍‌-ଇ-ମହମ୍ମଦ ୨୦୦୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଏବଂ ହରକତ୍‌-ଉଲ୍‌-ମୁଜାହିଦ୍ଦିନର ଅଧିକାଂଶ ସଦସ୍ୟ ଏଥିରେ ଯୋଗ ଦେଇଥିଲେ। ଏହାର ନେତା ମାସୁଦ ଆଝାରଙ୍କ ସମେତ ତିନିଜଣ ଆତଙ୍କବାଦୀଙ୍କୁ ଭାରତ ଗିରଫ କରିଥିଲା। କିନ୍ତୁ ସେମାନଙ୍କ ସହଯୋଗୀମାନେ କାନ୍ଦାହାରଠାରେ ଏକ ଭାରତୀୟ ବିମାନକୁ ଅପହରଣ କରି ସେମାନଙ୍କୁ ମୁକ୍ତି ଦେବାକୁ ତତ୍କାଳୀନ ବାଜପେୟୀ ସରକାରଙ୍କୁ ବାଧ୍ୟ କରିଥିଲେ। ଆଝାରଙ୍କ ସହ ମୁକ୍ତି ପାଇଥିବା ବ୍ରିଟିଶ୍‌ ନାଗରିକ ତଥା ଜୈଶ୍‌ର ସଦସ୍ୟ ଓମର ସଇଦ ଶେଖ୍‌ ୨୦୦୨ ମସିହାରେ କରାଚୀଠାରେ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲର ସାମ୍ବାଦିକ ଡାନିଏଲ ପର୍ଲଙ୍କୁ ଅପହରଣ କରି ନିର୍ମମଭାବେ ହତ୍ୟା କରିଥିଲେ। 

୨୦୦୧ ଡିସେମ୍ବର ମାସରେ ଭାରତର ସଂସଦ ଭବନ ଆକ୍ରମଣ ଘଟଣାରେ ପାକିସ୍ତାନର ରାଷ୍ଟ୍ରପତି ମୁଶରଫ ୨୦୦୨ ମସିହାରେ ଲଶ୍କର-ଇ-ତୋଇବା ସମେତ ଜୈଶ୍‌କୁ ମଧ୍ୟ ନିଷିଦ୍ଧ ଘୋଷଣା କରିଥିଲେ। ପଞ୍ଜାବର ମୁରିଦକେ ସହରରେ ଲଶ୍କରର ଏକ ବିରାଟ ମୁଖ୍ୟାଳୟ ଅଛି ଏବଂ ଏହାର ଅନେକ ସହଯୋଗୀ ସଂଗଠନ ତଥା ପାଣ୍ଠି ଯୋଗାଣକାରୀ ଅଛନ୍ତି। ସେମାନେ ନାମ ପରିବର୍ତ୍ତନ କରି ନିଜର କାରବାର ଜାରି ରଖିଛନ୍ତି। କେତେକ ପାକିସ୍ତାନୀ ବିଶ୍ଳେଷକଙ୍କ ବିଶ୍ୱାସ ଅନୁସାରେ ଜୈଶ୍‌ ଉପରେ ଲଶ୍କର ଅପେକ୍ଷା ପାକିସ୍ତାନୀ ସେନା ଓ ଆଇଏସ୍‌ଆଇର ଅଧିକ ନିୟନ୍ତ୍ରଣ ରହିଛି। ନିଷିଦ୍ଧ ଘୋଷଣା ହେବା ଓ ନିଜର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ଅଚଳ ହେବା ପୂର୍ବରୁ ସେଗୁଡ଼ିକୁ ଖାଲି କରିଦେଇ ଜୈଶ୍‌ ସେହି ଟଙ୍କାକୁ ସେମାନଙ୍କ ତଳିଆ କ୍ୟାଡରମାନଙ୍କ ଭିତରେ ବାଣ୍ଟିଦେଇ ରକ୍ଷାପାଇ ଯାଇଥିଲା। ୨୦୦୩ ମସିହାରେ ଜୈଶ୍‌ ମୁଶରଫଙ୍କ ଉପରେ ଦୁଇଥର ଆତ୍ମଘାତୀ ଆକ୍ରମଣ କରିଥିଲେ ମଧ୍ୟ ମୁଶରଫ ସେଥିରୁ ରକ୍ଷା ପାଇଯାଇଥିଲେ। ଜୈଶ୍‌ର ପ୍ରଥମ ଆତ୍ମଘାତୀ ଆକ୍ରମଣ ଘଟିଥିଲା ୨୦୦୦ ଏପ୍ରିଲ ୧୯ରେ, ଯେଉଁଥିରେ ସେମାନେ ବାଦାମୀ ବାଗଠାରେ ଥିବା ଭାରତୀୟ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏହାପରେ ୨୦୦୧ ଅକ୍ଟୋବରରେ ସେମାନେ ଜମ୍ମୁ-କଶ୍ମୀର ବିଧାନସଭା ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୩୮ ଲୋକଙ୍କର ମୃତ୍ୟୁ ଘଟିଥିଲା। ୨୦୧୩ ମସିହାରୁ ସଂଗଠନ କମ୍‌ ସକ୍ରିୟ ଥିଲା। ତେବେ ପାକିସ୍ତାନ ଭାବୁଛି ମାସୁଦ ଆଝାର ଖୁବ୍‌ ଦାମୀ ଲୋକ। ଚାଇନାର ଭିଟୋ ଯୋଗୁ ଜାତିସଂଘର ସୁରକ୍ଷା ପରିଷଦ ତାଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିପାରି ନ ଥିଲା। 

ସିଆର୍‌ପିଏଫ୍‌ ଉପରେ ଯେଉଁ ଆକ୍ରମଣ ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ। ଏକ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରିବାକୁ ହେଲେ ଉପର ସ୍ତରରୁ ବ୍ୟାପକ ସମର୍ଥନ ଓ ସହଯୋଗ ଦରକାର। ବିସ୍ଫୋରକ ଚୋରାରେ ଆଣିବା, କେମିତି ବୋମା ପ୍ରସ୍ତୁତ ହେବ ତାହା ଶିଖିବା ବା ସେ ବିଷୟରେ ବିଶେଷଜ୍ଞଙ୍କଠାରୁ ତାଲିମ ନେବା ସହ କେତେବେଳେ ଯବାନଙ୍କ ଗାଡ଼ି କେଉଁ ବାଟରେ ଯାଉଛି ତା’ର ଖବର ସଂଗ୍ରହ କରିବା ଓ କାର୍‌ ଆଦି ଯୋଗାଡ଼ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ଦରକାର। ଜୈଶ୍‌ ଏ କାମରେ ସଫଳ ହେବା ଅର୍ଥ ଆତ୍ମଘାତୀ ଆକ୍ରମଣକାରୀଙ୍କ ଛଡ଼ା ଏହା ପଛରେ ଅନେକ ଲୋକଙ୍କ ହାତ ଅଛି, ଯେଉଁମାନେ ଆଖପାଖରେ ଏବେ ବି ଅଛନ୍ତି ଏବଂ ଆମର କ୍ଷତି କରିବାକୁ ଚାହୁଁଛନ୍ତି। ନିଜକୁ ଓ ଅନ୍ୟମାନଙ୍କୁ ମାରିବା ପାଇଁ ଯଦି ଜଣେ କଶ୍ମୀରୀ ବାଳକକୁ ବୁଝାଇ (ବ୍ରେନ୍‌ଓ୍ବାଶ୍‌) ଦିଆଯାଇପାରୁଛି, ତେବେ ସେଥିରୁ ବୁଝିବାକୁ ହେବ ଯେ, ଏଥିପାଇଁ ଏକ ସକ୍ରିୟ କାର୍ଯ୍ୟକ୍ରମ ଚାଲୁ ରହିଛି। ଆହୁରି ଅନେକ ପିଲାଙ୍କୁ ସେମାନେ ନିଯୁକ୍ତି ଦେଇ ଏପରି କାମ ପାଇଁ ମନେଇବା ଅସମ୍ଭବ ନୁହେଁ। ଦୁଃଖର ବିଷୟ ଏହାକୁ ନେଇ ଦୁଇ ସମ୍ପ୍ରଦାୟ ଭିତରେ ରହିଥିବା ସମ୍ପର୍କ ଖରାପ ହେଉଛି। ମାତ୍ର କେଉଁମାନେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିଲେ ଓ ଗୁପ୍ତ ଖବର ଦେଇଥିଲେ ତାହା ଜାଣିବା ଏତେ ସହଜ ନୁହେଁ। ଆମ ଗୁପ୍ତଚର ସଂସ୍ଥା ର’ ମୁସଲମାନଙ୍କୁ ନିଯୁକ୍ତି ଦେଉନାହିଁ ଏବଂ ହିନ୍ଦୁମାନେ କଶ୍ମୀରୀ ମୁସଲମାନଙ୍କ ସାମାଜିକ ଇଲାକାରେ ପଶି ଗୁପ୍ତ ଖବର ସଂଗ୍ରହ କରିବା ମଧ୍ୟ ସମ୍ଭବ ନୁହେଁ। ଗୋଇନ୍ଦା ବ୍ୟୁରୋରେ ଅଳ୍ପ ସଂଖ୍ୟକ ମୁସଲମାନ ଅଛନ୍ତି। ଭାରତର ଅଧିକାଂଶ ବରିଷ୍ଠ ଗୋଇନ୍ଦା ଅଫିସର ଉର୍ଦ୍ଦୁ ପଢ଼ିଜାଣନ୍ତି ନାହିଁ। ଅହମଦାବାଦର ଅକ୍ଷରଧାମ ମନ୍ଦିରରେ ୨୦୦୨ରେ ଯେଉଁ ଫିଦାୟିନ୍‌ ଆକ୍ରମଣ ହେଲା, ତା’ର ନୋଟ୍‌ ଜଣେ ଗୁଜରାଟୀ ଇମାମଙ୍କୁ ପଢ଼ି ପୋଲିସକୁ ଶୁଣାଇବାକୁ ପଡ଼ିଥିଲା। ୧୯୯୩ ଦଙ୍ଗା ପରେ ମୁମ୍ବାଇ ପୋଲିସକୁ ମଧ୍ୟ ଅନୁରୂପ ସମସ୍ୟାର ସାମନା କରିବାକୁ ପଡ଼ିଥିଲା। ବାଜପେୟୀଙ୍କ ଚାପରେ ପଡ଼ି ମୁଶରଫ ଜୈଶ୍‌କୁ ନିଷିଦ୍ଧ ଘୋଷଣା କରିଥିଲେ। ଏବେ ମୋଦି ସରକାର ସେହିପରି କିଛି କରିବାକୁ ଯାଉଛନ୍ତି ବୋଲି ତାଙ୍କ ବିବୃତିରୁ ଜଣାପଡ଼ୁଛି।   

Email: aakar.patel@gmail.com

All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା