ଖେଳ |

ଇରାନୀ କପ୍‌: ଟାଇଟଲ ବଜାୟ ରଖିଲା ବିଦର୍ଭ

ଇରାନୀ କପ୍‌:  ଟାଇଟଲ ବଜାୟ ରଖିଲା ବିଦର୍ଭ

ନାଗପୁର,୧୬।୨(ପି.ଟି.)- ରଣଜୀ ଚାମ୍ପିୟନ ବିଦର୍ଭ ଘରୋଇ କ୍ରିକେଟରେ ତା’ର ଶ୍ରେଷ୍ଠତା ବଜାୟ ରଖିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଅନୁଷ୍ଠିତ ଇରାନୀ କପ୍‌ରେ ବିଦର୍ଭ ତାରକା ଖଚିତ ଅବଶିଷ୍ଟ ଭାରତ ଦଳକୁ ହରାଇ ଟାଇଟଲ ହାସଲ କରିଛି। ଏଥି ସହିତ ବିଦର୍ଭ କ୍ରମାଗତ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ମୁମ୍ବାଇ ଓ କର୍ନାଟକ ପରେ ବିଦର୍ଭ ତୃତୀୟ ଦଳ ଭାେବେ କ୍ରମାଗତ ଭାବେ ଦ୍ୱିତୀୟ ଇରାନୀ କପ୍‌ ଟାଇଟଲ ହାସଲ କରିଛି। ପ୍ରଥମ ଇନିଂସରେ ୧୦୨ରନର ଶତକୀୟ ପାଳି ଖେଳି ବିଦର୍ଭକୁ ଅଗ୍ରଣୀ କରାଇଥିବା ଟେଲଏଣ୍ଡର ଅକ୍ଷୟ କର୍ନଓ୍ବୋର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
    ପ୍ରଥମ ଇନିଂସରେ ୯୫ ରନ ପଛରେ ପଡିଥିବା ଅବଶିଷ୍ଟ ଭାରତ ଦ୍ୱିତୀୟ ଇନିଂସରେ ବିହାରୀଙ୍କ ଅପରାଜିତ ୧୮୦ ରନ(୩୦୦ ବଲ, ୧୯ ଚୌକା, ୪ ଛକା)ର ଶତକୀୟ ପାଳି ବଳରେ ୧୦୭ ଓଭରରେ ୩୭୪/୩ରେ ପାଳି ଘୋଷଣା କରିଥିଲା। ଫଳରେ ବିଦର୍ଭ ସମ୍ମୁଖରେ ୨୮୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବିଦର୍ଭ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରି ପଞ୍ଚମ ତଥା ଅନ୍ତିମ ଦିବସରେ ୧୦୩.୧ ଓଭରରେ ୫ ଉଇକେଟ ହରାଇ ୨୬୯ ରନ କରି ବିଜୟର ନିକଟବର୍ତ୍ତୀ ହୋଇଥିଲା। ବିଜୟ ପାଇଁ ଆମ ମାତ୍ର ୧୧ ରନ ଆବଶ୍ୟକ ହେଉଥିବା ବେଳେ ଦୁଇ ଦଳ ମ୍ୟାଚ ଡ’ ରଖିବାକୁ ସହମତି ପ୍ରକାଶ କରି ହାତ ମିଳାଇଥିଲେ। ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଦର୍ଭ ବିଜୟୀ ଘୋଷିତ ହୋଇଥିଲା। ଟପ୍‌ ସ୍କୋରର ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର ଓ ତାରକା ଦ୍ରୁତ ବୋଲର ଉମେଶ ଯାଦବଙ୍କ ଅନପସ୍ଥିତି ସତ୍ତ୍ୱେ ବିଦର୍ଭ ଉଚ୍ଚକୋଟୀର ପ୍ରଦର୍ଶନ କରି ଶେଷରେ ବାଜି ମାରିଥିଲା।
    ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୩୭/୧ ରୁ ବିଦର୍ଭ ଖେଳ ଆରମ୍ଭ କରିଥିଲା। ଓଭର ନାଇଟ ବ୍ୟାଟ୍ସମ୍ୟାନ ସଞ୍ଜୟ ରଘୁନାଥ ୧୭ରୁ ଖେଳ ଆରମ୍ଭ କରି ୪୨ ରନ କରି ରାଜସ୍ଥାନ ଲେଗ୍‌ ସ୍ପିନର ରାହୁଲ ଚହରଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ଅଥର୍ବ ତାଇଡେ ୧୬ରୁ ଖେଳ ଆରମ୍ଭ କରି ୭୨ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଏଲ୍‌ବିଡବ୍ଲ୍ୟୁ ହେବା ସହ ଚହରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ମୋହିତ କାଲେ ୩୭ ରନର ପାଳି ଖେଳି ଧର୍ମେନ୍ଦ୍ରସିନ୍‌ ଜାଡେଜାଙ୍କ ବଲ୍‌ରେ ତନବୀର ଉଲ ହକ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସେହିପରି ଗଣେଶ ସତୀଶ ୮୭ ରନର ଲଢୁଆ ପାଳି ଖେଳି ଅବଶିଷ୍ଟ ଭାରତ ବୋଲରଙ୍କୁ ନିରାଶ କରିଥିଲେ। ଗଣେଶ ହନୁମା ବିହାରୀଙ୍କ ବଲ୍‌ରେ ବଦଳ ଖେଳାଳି ଏସ୍‌. ସନଦୀପ ଓ୍ବାରିୟରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଗଣେଶ ଆଉଟ ହେବା ପରେ ଉଭୟ ଦଳ ହାତ ମିଳାଇଥିଲେ ଓ ମ୍ୟାଚ୍‌ ଡ୍ର ରଖିବାକୁ ନିଷ୍ପତ୍ତି ନେଇଥିଲେ।  ଉଇକେଟ କିପର ବ୍ୟାଟ୍ସମ୍ୟାନ ଅକ୍ଷୟ ଓ୍ବାଦେକର ୧୦ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଅବଶିଷ୍ଟ ଭାରତ ତରଫରୁ ଚହର ୨, ଅଙ୍କିତ୍‌ ରାଜପୁତ, ଜାଡେଜା ଓ ବିହାରୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅବଶିଷ୍ଟ ଭାରତ ପ୍ରଥମ ଇନିଂସ: ୮୯.୪ ଓଭରରେ ୩୩୦ ଅଲଆଉଟ୍‌।
ବିଦର୍ଭ ପ୍ରଥମ ଇନିଂସ: ୧୪୨.୧ ଓଭରରେ ୪୨୫ ଅଲଆଉଟ୍‌।
ଅବଶିଷ୍ଟ ଭାରତ ଦ୍ୱିତୀୟ ଇନିଂସ: ୧୦୭ ଓଭରରେ ୩୭୪/୩ (ଇନିଂସ ଘୋଷଣା)
ବିଦର୍ଭ ଦ୍ୱିତୀୟ ଇନିଂସ: ୧୦୩.୧ ଓଭରରେ ୨୬୯/୫
(ଗଣେଶ ସତୀଶ- ୮୭, ଅଥର୍ବ ତାଇଡେ- ୪୨, ସଞ୍ଜୟ ରଘୁନାଥ- ୪୨, କାଲେ- ୩୭, ରାହୁଲ ଚହର- ୨/୧୧୬, ଅଙ୍କିତ୍‌ ରାଜପୁତ- ୧/୪୧, ଜାଡେଜା- ୧/୫୯, ବିହାରୀ- ୧/୦)

All Right Reserved By

ଖେଳ |

ମଲିଙ୍ଗାଙ୍କ ଅବସର ଘୋଷଣା

ମଲିଙ୍ଗାଙ୍କ ଅବସର ଘୋଷଣା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଲସିଥ ମଲିଙ୍ଗା ଆଗାମୀ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ। 

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ଟି୨୦ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଆନ,୨୩।୩(ଏଏଫ୍‌ପି)- ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌କୁ ଦକ୍ଷିଣ ଆଫ୍ରିକା ଦଳ ଆଗୁଆ ଜିତି ନେଇଛି। 

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ଆଇପିଏଲରେ ବଡ ଝଟକା: ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ, ୨୩।୩: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର।  ଏହାପୂର୍ବରୁ ବିରାଟ କୋହଲି ପ୍ରଶଂସକଙ୍କ ପାଇଁ ବଡ ଝଟକା ଲାଗିଛି। 

‘କୋହଲିଙ୍କ ରାଗକୁ ଡର ଲାଗେ’

‘କୋହଲିଙ୍କ ରାଗକୁ ଡର ଲାଗେ’

ନୂଆଦିଲ୍ଲୀ,୨୩।୩(ପିଟି)- ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରିଷଭ ପନ୍ତ କାହାରିକୁ ଡରନ୍ତି ନାହିଁ।

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ବିରାଟ କୋହଲିଙ୍କ ରାଗକୁ ଡରୁଛନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୩: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ, ବିଦେଶରେ ବି ରହିଛି ଅନେକ ଖ୍ୟାତି। 

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ   ଧକ୍କା

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକ୍କା

ମୁମ୍ବାଇ,୨୩।୩- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡ ପେସର ଆଡାମ ମିଲନେ ଆଗାମୀ ସିଜନରୁ ଓହରି ଯାଇଛନ୍ତି। 

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଢାକା,୨୩।୩(ପିଟି)- ନିକଟରେ ନ୍ୟୁଜିଲାଣ୍ଡରେ ସଂଘଠିତ ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ବାଂଲାଦେଶ ଦୁଇ କ୍ରିକେଟର ବିବାହ କରିଛନ୍ତି।

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଖେଳ ସହ ମନୋରଞ୍ଜନର ମାଧ୍ୟମ ତଥା ଭାରତୀୟ କ୍ରିକେଟର ସବୁଠୁ ବଡ଼ ପର୍ବ ଆଇପିଏଲ ଆଜିଠାରୁ ଆରମ୍ଭ ହେବ। 

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କୁ ‘ନଜଫଗଡର ନବାବ’ କୁହାଯାଏ। ଏମିତି ବି କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲି ପାରି ନାହାନ୍ତି। 

ରେକର୍ଡ କହୁଛି ଜିତିବ ସିଏସ୍‌କେ

ରେକର୍ଡ କହୁଛି ଜିତିବ ସିଏସ୍‌କେ

ଚେନ୍ନାଇ,୨୨।୩- ସ୍ଥାନୀୟ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରୁ ଆଇପିଏଲ-୧୨ ଆରମ୍ଭ ହେବାକୁ ଯାଉଛି।

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୨ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଖେଳିବାକୁ ଥିବା ଦଳମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହେଉଛି ସବୁଠୁ ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ। 

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଦୁବାଇ,୨୨।୩-ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଫାଷ୍ଟ ବୋଲର ଝୁଲନ ଗୋସ୍ବାମୀ ମହିଳା ବ୍ୟାଟ୍ସଓମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା