ରାୟଗଡା

କାଶୀନଗରରେ ଖୋଲିଲା ଗ୍ରାମ ନ୍ୟାୟାଳୟ

କାଶୀନଗରରେ ଖୋଲିଲା ଗ୍ରାମ ନ୍ୟାୟାଳୟ

କାଶୀନଗର, ୧୬ା୨(ଡି.ଏନ.ଏ.):ଗଜପତି ଜିଲା କାଶୀନଗରଠାରେ ଶନିବାର ଗ୍ରାମ ନ୍ୟାୟାଳୟ ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟର ଏକ ପ୍ରକୋଷ୍ଠରେ ଅସ୍ଥାୟୀ ଭାବେ ଏହି କୋର୍ଟ ଖୋଲାଯାଇଛି। ଜିଲା ଜଜ୍‌ ବିଶ୍ୱଜିତ ଦାସ ଏହାକୁ ଉଦ୍‌ଘାଟନ କରିଛନ୍ତି। ପ୍ରତ୍ୟେକ ଗ୍ରାମରେ ଆଇନ ବ୍ୟବସ୍ଥା ପହଞ୍ଚାଇବା ଓ ଜନସାଧାରଣଙ୍କୁ ସଚେତନ କରିବା ସହ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଆଇନ ବିଭାଗର ଲକ୍ଷ୍ୟ ବୋଲି ଜିଲା ଜଜ୍‌ କହିଥିଲେ। ମୁଖ୍ୟ ଅତିଥି ଭାବେ ଜିଲାପାଳ ଅନୁପମ ଶାହା ଯୋଗଦେଇ କହିଥିଲେ ଯେ, ଏହି ନ୍ୟାୟାଳୟ ପ୍ରତିଷ୍ଠା ଦ୍ୱାରା କାଶୀନଗରବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି। ସେହିପରି ନ୍ୟାୟାଳୟ ଲାଗି ଆବଶ୍ୟକ ଜମି ଓ ଭିତ୍ତିଭୂମି ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ କାଶୀନଗର ବାର୍‌ ସଂଘ ସଭାପତି ରକମ ଜନାର୍ଦ୍ଦନ ରାଓ ଅଧ୍ୟକ୍ଷତା କରିଥିବାବେଳେ ପାରଳାଖେମୁଣ୍ଡି ବାର୍‌ ଆସୋସିଏଶନ ସଭାପତି ରାମନାଥ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସରକାର ତୁରନ୍ତ ଏପିପି ନିଯୁକ୍ତ କରିବା ସହ ଏହି କୋର୍ଟକୁ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ଗଠନ ନିମନ୍ତେ ଦାବି ରଖିଥିଲେ। ଏଠାରେ ପ୍ରଥମ ତଥା ନୂତନ ବିଚାରପତି ଭାବେ ରୁଦ୍ର ପ୍ରକାଶ ନାୟକ ଯୋଗଦେଇଛନ୍ତି। ପ୍ରଥମ ଦିନରେ ସେ ୮ଟି କେସ୍‌ ବିଚାରକୁ ନେଇ ରାଜସାକ୍ଷୀ ଓ ଅନ୍ୟ ସାକ୍ଷୀମାନଙ୍କୁ ଜେରା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିଲା କୋର୍ଟ ରେଜିଷ୍ଟ୍ରାର ସର୍ବେଶ୍ୱର ଦାସ ପରିଚାଳନା କରିଥିଲେ। ଶେଷରେ କାଶୀନଗର ବାର୍‌ ସଂଘ ସମ୍ପାଦକ ରକମ ଶ୍ରୀନିବାସ ରାଓ ଧନ୍ୟବାଦ ଦେଇଥିଲେ। ପାରଳାଖେମୁଣ୍ଡି ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର, କାଶୀନଗର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମାସନ୍ତ, ଓକିଲ କୈଳାସ ଚନ୍ଦ୍ର ଗୌଡ, ଗୁରୁମୂର୍ତ୍ତି, କାଶୀନାଥ ଦାସ, ରଘୁନାଥ ପଣ୍ଡା, କୁନା ଅଧିକାରୀ, ସନ୍ମୁଖ ରାଓ, ସତ୍ୟନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ରାୟଗଡା

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ପାରଳାଖେମୁଣ୍ଡି, ୨୦ା୩(ସ୍ବ.ପ୍ର.): ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡର ରାଜସ୍ବ ନିରୀକ୍ଷକ (ଆର୍‌. ଆଇ) ଚିନ୍ତାମଣି ପାଣିଗ୍ରାହୀ ବୁଧବାର ୧ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ନାରାୟଣ ରାଓ

ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ନାରାୟଣ ରାଓ

ପାରଳାଖେମୁଣ୍ଡି, ୨୦ା୩(ସ୍ବ.ପ୍ର.): ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଭାଜପା ପକ୍ଷରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। 

ନବରଙ୍ଗପୁର ଲୋକସଭା ଓ ବିଧାନସଭା ପାଇଁ ୬ ପ୍ରାର୍ଥିପତ୍ର ଦାଖଲ

ନବରଙ୍ଗପୁର ଲୋକସଭା ଓ ବିଧାନସଭା ପାଇଁ ୬ ପ୍ରାର୍ଥିପତ୍ର ଦାଖଲ

ନବରଙ୍ଗପୁର,୨୦ା୩(ଡି.ଏନ.ଏ)- ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଦୀପ ମାଝୀ ବୁଧବାର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି । ଏକ ବିଶାଳ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅଜିତ କୁମାର ମିଶ୍ରଙ୍କ ନିକଟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ନେତ୍ରାନନ୍ଦ କଲାର, ପିସିସି ସମ୍ପାଦକ ସରୋଜ ପାତ୍ର ଉପସ୍ଥିତ ଥିଲେ।

ପଟ୍ଟାଙ୍ଗି ପାଇଁ ପ୍ରଥମ ପ୍ରାର୍ଥିପତ୍ର ଦେଲେ ରାମଚନ୍ଦ୍ର କାଡାମ

ପଟ୍ଟାଙ୍ଗି ପାଇଁ ପ୍ରଥମ ପ୍ରାର୍ଥିପତ୍ର ଦେଲେ ରାମଚନ୍ଦ୍ର କାଡାମ

କୋରାପୁଟ,୨୦ା୩(ସ୍ବ.ପ୍ର.): ପ୍ରାର୍ଥତ୍ପତ୍ର ଦାଖଲର ତୃତୀୟ ଦିନରେ ବୁଧବାର ପଟ୍ଟାଙ୍ଗି ବିଧାନସଭା ଆସନ ପାଇଁ ପ୍ରଥମ ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସର ରାମଚନ୍ଦ୍ର କାଡାମ। ଅନ୍ୟପକ୍ଷରେ ବିଜେଡି କିମ୍ବା ଭାଜପା ଏପର୍ଯ୍ୟନ୍ତ ଏଠାରୁ ନିଜ ଦଳର ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବୁଧବାର ଅପରାହ୍ନରେ ସରକାରୀ କନିଷ୍ଠ ମହାବିଦ୍ୟାଳୟ ଛକରୁ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସେ କୋରାପୁଟ ଉପଜିଲାପାଳ ଲଳିତ କହଁରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ।

ପ୍ରଥମ ପ୍ରାର୍ଥିପତ୍ର ଦାଖଲ କଲେ ତ୍ରିପତି

ପ୍ରଥମ ପ୍ରାର୍ଥିପତ୍ର ଦାଖଲ କଲେ ତ୍ରିପତି

ଗୁଣପୁର,୨୦।୩(ଡି.ଏନ.ଏ)- ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୁଧବାର   ସିପିଆଇ(ଏମ୍‌ଏଲ୍‌ ) ଜିଲା ସମ୍ପାଦକ ତ୍ରିପତି ଗମାଙ୍ଗ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍  ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଡ. ସିଦ୍ଧେଶ୍ୱର ବଳିରାମଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ଶୋଭାଯାତ୍ରାରେ ଦଳର ଏମ୍‌ପି ପ୍ରାର୍ଥୀ ଦାମୋଦର ଶବର, ଦଳୀୟ କର୍ମକର୍ତ୍ତା ଏବଂ କର୍ମୀମାନେ ଉପସ୍ଥିତ ଥିଲେ। 

ଦଳୀୟ ଟିକେଟ ବିନା ପ୍ରାର୍ଥିପତ୍ର ଦାଖଲ କଲେ ଚନ୍ଦ୍ରଶେଖର

ଦଳୀୟ ଟିକେଟ ବିନା ପ୍ରାର୍ଥିପତ୍ର ଦାଖଲ କଲେ ଚନ୍ଦ୍ରଶେଖର

ଜୟପୁର,୨୦।୩ (ଡି.ଏନ.ଏ):କୋରାପୁଟ ଜିଲା କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ନେତା ତଥା ବିଧାୟକ ଚନ୍ଦ୍ରଶେଖର ମାଝି ବୁଧବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।  ପୂର୍ବାହ୍ନରେ ସେ ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଦଳୀୟ ସମର୍ଥକଙ୍କୁ ନେଇ ପହଞ୍ଚତ୍ବା ପରେ ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଲୋକନାଥ ଦଳବେହେରାଙ୍କ ନିକଟରେ ୪ଖଣ୍ଡ ନାମାଙ୍କନପତ୍ର ସେଟ ଦାଖଲ କରିଛନ୍ତି। କଂଗ୍ରେସ ପକ୍ଷରୁ କେତେକ ବିଧାୟକ ଏବଂ ଲୋକସଭା ଏମ୍‌ପି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କାହାରି ନାମ ଘୋଷଣା କରାଯାଇନାହିଁ।  ତେଣୁ ବିନା ଦଳୀୟ ଟିକଟରେ ଚନ୍ଦ୍ରଶେଖର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସର ରାମଚନ୍ଦ୍ର କାଡାମ

ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସର ରାମଚନ୍ଦ୍ର କାଡାମ


କୋରାପୁଟ, ୨୦।୩(ସ୍ବ.ପ୍ର)-ପ୍ରାର୍ଥତ୍ପତ୍ର ଦାଖଲର ତୃତୀୟ ଦିନରେ ବୁଧବାର କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଥମ ନାମାଙ୍କନ ପତ୍ର ଭାବେ କଂଗ୍ରେସ ଦଳର ରାମଚନ୍ଦ୍ର କାଡାମ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପଟ୍ଟାଙ୍ଗି ବିଧାନସଭା ଆସନ ନିମନ୍ତେ କଂଗ୍ରେସ ପକ୍ଷରୁ କାଡାମଙ୍କୁ ପ୍ରାର୍ଥୀ କରାଯାଇଛି। ବୁଧବାର ଅପରାହ୍ନ ୧ଟାରେ ସେ ସ୍ଥାନୀୟ ସରକାରୀ କନିଷ୍ଠ ମହାବିଦ୍ୟାଳୟ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ।  ସେଠାରେ କୋରାପୁଟ ଉପଜିଲାପାଳ ଲଳିତ କୁମାର କହଁରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ ।

ରାୟଗଡ଼ା ଜିଲା ମତ୍ସ୍ୟ ବିଭାଗ :ଖାଲିପଡିଛି ବହୁ ପଦବୀ

ରାୟଗଡ଼ା ଜିଲା ମତ୍ସ୍ୟ ବିଭାଗ :ଖାଲିପଡିଛି ବହୁ ପଦବୀ


 ରାୟଗଡ଼ା ଅଫିସ୍‌, ୨୦।୩- ରାଜ୍ୟ ସରକାର ଚାଷର ଉନ୍ନତି ଓ ଚାଷୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି  ।  ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି  ।  ବିଶେଷକରି ଆମ ରାଜ୍ୟରେ  ମାଛ ଉତ୍ପାଦନରେ ଚାଷୀମାନେ ପଛରେ ପଡିଥିବାରୁ ଆନ୍ଧ୍ର  ଉପରେ ନିର୍ଭର କରିବାକୁ ପଡ଼ୁଛି  ।  ପ୍ରତ୍ୟେକ ଦିନ  ଆନ୍ଧ୍ରରୁ ଟ୍ରକ୍‌ ଟ୍ରକ୍‌ ମାଛ ଓଡ଼ିଶା ଆସୁଛି , ଯାହା ସ୍ବାଦଯୁକ୍ତ ନୁହେଁ  ।  ବରଫ ପେଟିରେ ୧୦ରୁ ୧୫ ଦିନ ରହି ବିକ୍ରି ହେଉଛି  ।   କିଛି ମାସତଳେ ଏହି ବରଫ ମାଛକୁ ତାଜା କରିବା ପାଇଁ ଭୁବନେଶ୍ୱରର ଏକ ବଜାରରେ  ବ୍ୟବସାୟୀମାନେ ମାଛରେ କେମିକାଲ୍‌ ବୁଡାଇ ବିକ୍ରି କରୁଥିବା ବେଳେ ଧରାପଡିଥିଲେ  ।  ତଥାପି ରାୟଗଡ଼ା ଜିଲାରେ ମଧ୍ୟ ଆନ୍ଧ୍ର ମାଛର ଚାହିଦା ଅଧିକ  ।  ଅନ୍ୟପକ୍ଷରେ ରାୟଗଡ଼ାରେ ଥିବା ମତ୍ସ୍ୟ ବିଭାଗରେ ବହୁ ପଦବୀ ଖାଲି ପଡ଼ିଥିବାରୁ ଚାଷୀମାନେ ବିଭିନ୍ନ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି  ।  ଏନେଇ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।  

ଇଏସ୍‌ଆଇ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଇଏସ୍‌ଆଇ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ


ଜେକେପୁର,  ୨୦।୩(ଡି.ଏନ୍‌.ଏ)- ରାୟଗଡା ଜିଲା ଜେକେପୁରଠାରେ ଥିବା କର୍ମଚାରୀ ରାଜ୍ୟବୀମା ଚିକିତ୍ସାଳୟ ବା ଇଏସ୍‌ଆଇ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।  ୬୭୦୦ଜଣ ବୀମାଭୁକ୍ତ କର୍ମଚାରୀ ତଥା ଜେକେ କାଗଜକଳ ଓ ଇମ୍ଫା କାରଖାନା ପରି ବୃହତ୍‌ ଶିଳ୍ପାନୁଷ୍ଠାନ ନିର୍ଭର କରୁଥିବା ଏହି ଅଞ୍ଚଳର ଏକମାତ୍ର ଇଏସ୍‌ଆଇ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ଧର୍ମକୁ ଆଖିଠାର ନୀତିରେ ଚାଲିଛି । 

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ପାରଳାଖେମୁଣ୍ଡି, ୧୯ା୩(ସ୍ବ.ପ୍ର.): ଗଜପତି ଜିଲା ବିଜେଡିର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓଙ୍କ ସମେତ ୬୭ଜଣ ନେତା ମଙ୍ଗଳବାର ବିଜେଡିରୁ ସମୂହ ଭାବେ ଇସ୍ତଫା ଦେଇଛନ୍ତି ା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରୁ ନାରାୟଣ ରାଓଙ୍କ ପରିବର୍ତ୍ତେ କଲ୍ୟାଣୀ ଗଜପତିଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବା ପ୍ରତିବାଦରେ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଦଳ ଛାଡ଼ିଥିବା ନେତାମାନଙ୍କ ମଧ୍ୟରେ ୨ଜଣ ବ୍ଲକ ଅଧ୍ୟକ୍ଷ, ୩ଜଣ ଜିଲା ପରିଷଦ ସଦସ୍ୟ, ୩୦ଜଣ ସରପଞ୍ଚ, ୩୨ଜଣ ସମିତି ସଭ୍ୟ ରହିଛନ୍ତି। 

ଦକ୍ଷିଣ ଭାରତରେ ଫସିଛନ୍ତି ୪ ପଞ୍ଚାୟତର ୨ ହଜାର ଶ୍ରମିକ

ଦକ୍ଷିଣ ଭାରତରେ ଫସିଛନ୍ତି ୪ ପଞ୍ଚାୟତର ୨ ହଜାର ଶ୍ରମିକ

କୁନ୍ଦୁରା,୧୯।୩(ଡ଼ି.ଏନ.ଏ): ଏମଜିଏନଆରଇଜିଏରେ ବିଭିନ୍ନ କାର୍ଯ୍ୟ  ଶ୍ରମିକମାନଙ୍କ ଦ୍ୱାରା କରାଯିବା ନେଇ ନିୟମ ରହିଛି । ହେଲେ ଜିଲା ବ୍ଲକ ଏବଂ ପଞ୍ଚାୟତସ୍ତରରେ ରହିଥିବା ଅଧିକାରୀମାନେ ନିୟକୁ ଉଲ୍ଲଂଘନ କରି ମେଶିନ ଦ୍ୱାରା ରାତାରାତି କାର୍ଯ୍ୟ କରୁଛନ୍ତି । ଯାଦ୍ୱାରା ଗ୍ରାମାଞ୍ଚଳଗୁଡ଼ିକରେ  ଶ୍ରମିକ ଶ୍ରେଣୀର ଲୋକେ ୧୦୦ ଦିନିଆ କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ବର୍ତ୍ତମାନ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ୨ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଫଶିଥିବା ଦେଖିବାକୁ ମିଳିଛି ।

ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ: ବଦଳିପାରେ ରାଜନୀତିର ଚିତ୍ରପଟ୍ଟ

ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ: ବଦଳିପାରେ ରାଜନୀତିର ଚିତ୍ରପଟ୍ଟ

ଗୁଣପୁର, ୧୯ା୩ (ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ନିର୍ବାଚନ ମଣ୍ଡଳୀ ରାଜନୀତି ଏବେ ଘଡିକେ ଘୋଡା ଛୁଟିବାରେ ଲାଗିଛି। ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଅନ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ଏହା ମଧ୍ୟରେ ସୋମବାର ଗୁଣପୁର ବିଧାୟକ  ତ୍ରିନାଥ ଗମାଙ୍ଗ ଦଳ ଛାଡିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା କେଉଁ ଦଳରେ ମିଶିବେ କି ସ୍ବାଧୀନ ଭାବେ ଲଢିବେ ତାହା ସ୍ପଷ୍ଟ କରି ନାହାନ୍ତି। ତେବେ ବିଧାୟକଙ୍କ ଏହି ନିଷ୍ପତ୍ତି ଗୁଣପୁର ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ସମୀକରଣ ସୃଷ୍ଟି କରିପାରେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା