ଉପକୂଳ ଓଡିଶା

ଯାଜପୁରରୋଡ଼ରେ ଅତିରିକ୍ତ ଜିଲା ଦାୈରାଜଜ୍‌ କୋର୍ଟ ଉଦ୍‌ଘାଟିତ

ଯାଜପୁରରୋଡ଼,୧୬।୨(ନି.ପ୍ର.)- ଯାଜପୁରରୋଡ଼ରେ ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲା ଦାୈରାଜଜ କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛିି। ଏହି କୋର୍ଟ ସ୍ଥାପନ ପାଇଁ ଓକିଲ ସଂଘ ସମେତ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତାମାନେ ଆନ୍ଦୋଳନ କରି ଆସୁଥିଲେ। ଏହି କୋର୍ଟ ଖୋଲିବା ଦ୍ୱାରା ବ୍ୟାସନଗର, କୋରେଇ, ସୁକିନ୍ଦା, ଦାନଗଦୀ ପ୍ରଭୃତି ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଏହି ଅବସରରେ ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ବଳିଦାନ ଦେଇଥିବା ସିଆରପିଏଫ ଜବାନଙ୍କ ପ୍ରତି ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କୋର୍ଟକୁ ଓଡ଼ିଶା ହାଇକୋର୍ଟର ନ୍ୟାୟମୂର୍ତ୍ତି ସଂଜୟ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ହାଇକୋର୍ଟର ବିଚାରପତି ଯତୀନ୍ଦ୍ର ପ୍ରସାଦ ଦାସ, ଯାଜପୁର ଜିଲା ଦାୈରାଜଜ୍‌ ବିରଞ୍ଚି ନାରାୟଣ ମିଶ୍ର ପ୍ରମୁଖ ଏହି ଉଦ୍‌ଘାଟନୀ ଉସତ୍ବରେ ଯୋଗ ଦେଇଥିଲେ। ଏହି ଉସତ୍ବରେ ନୂତନ ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲାଜଜ୍‌ ଦେବଦତ୍ତ ଦାସ ମହାପାତ୍ର, ଯାଜପୁରରୋଡ଼ ଓକିଲ ସଂଘର ସଭାପତି ସରୋଜ କୁମାର କର ଅଧ୍ୟକ୍ଷତା କରିଥିଲେ। ବ୍ୟାସନଗର ଓକିଲ ସଂଘ ସଭାପତି ନାରାୟଣ ପ୍ରସାଦ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଯାଜପୁର ଜିଲା ଟ୍ୟାକ୍ଦବାର ଆସୋସିଏଶନ ସଭାପତି ବିବେକାନନ୍ଦ ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ପୂର୍ବତନ ପାୈରାଧ୍ୟକ୍ଷା ସବିତା ରାଉତ, ବନ୍ଦିତା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ଦାସ ଓ ନାରାୟଣ ଚନ୍ଦ୍ର ଧୀରଙ୍କୁ ସମ୍ମାନିତ କରାଯାଇଥିଲା।

All Right Reserved By

ଉପକୂଳ ଓଡିଶା

 ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବିରିଡ଼ି/ବାଲିଆ,୧୯।୩(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା  ପଞ୍ଚାୟତର ସରପଞ୍ଚ ତଥା ବିରିଡ଼ି ବ୍ଲକ ଜୋନ-୨ର କଂଗ୍ରେସ ସଭାପତି ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଗତ ଫେବୃୟାରୀ ୨୨ ତାରିଖ ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବୋମା ଓ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଅଦ୍ୟାବଧି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।

ରଣପୁରରୁ ୩୬ ବୋତଲ ବିଦେଶୀ ମଦ ଜବତ, ୨ ଜେଲ୍‌ ଗଲେ

ରଣପୁରରୁ ୩୬ ବୋତଲ ବିଦେଶୀ ମଦ ଜବତ, ୨ ଜେଲ୍‌ ଗଲେ

ରଣପୁର,୧୯ା୩(ସ୍ବ.ପ୍ର.)- ରଣପୁର ଥାନା ଚମ୍ପତିପୁର ଛକରେ ମଙ୍ଗଳବାର ପୋଲିସ ଚଢାଉ କରି ୩୬ ବୋତଲ ବିଦେଶୀ ମଦ ଜବତ କରିବା ସହିତ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନିରଞ୍ଜନ ପାତ୍ର (୩୪) ଓ ଅଭିମନୁ ସାହୁ (୩୦)।

ଟ୍ରକ୍‌କୁ ପଛରୁ ପିଟିଲା ହାଇଓ୍ବା, ଚାଳକ ଗୁରୁତର

ଟ୍ରକ୍‌କୁ ପଛରୁ ପିଟିଲା ହାଇଓ୍ବା, ଚାଳକ ଗୁରୁତର

ପଟ୍ଟାମୁଣ୍ଡାଇ, ୧୯।୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବାଇପାସ୍‌ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ରଡ଼ ବୋଝେଇ ଏକ ୧୦ ଚକିଆ ଟ୍ରକ୍‌କୁ ପଥର ବୋଝେଇ ଏକ ହାଇଓ୍ବା ପଛରୁ ଧକ୍କା ଦେବା ଘରେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କଟକ ଜିଲା ଆଠଗଡ଼ ଥାନା ହରିପୁର ଗ୍ରାମର ରସାନନ୍ଦ ଦାସ (୪୮)। 

ପିଚୁକୁଳିରେ ଭାଜପାର ସଂକଳ୍ପ ପଦଯାତ୍ରା

ପିଚୁକୁଳିରେ ଭାଜପାର ସଂକଳ୍ପ ପଦଯାତ୍ରା

ବୋଲଗଡ଼,୧୯ା୩(ଡି.ଏନ.ଏ.)-ସାଧାରାଣ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଭାଜପା ପକ୍ଷରୁ ସଂକଳ୍ପ ପଦଯାତ୍ରା ଆୟୋଜିତ ହେଉଛି । ଏହି ଅବସରରେ ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୋମବାର ବୋଲଗଡ଼ ବ୍ଲକ ପିଚୁକୁଳି ପଞ୍ଚାୟତ ଅଞ୍ଚଳରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ା 

ଅଗ୍ନିକାଣ୍ଡରେ ଫାଟିଗଲା କୋଠାଘର

ଅଗ୍ନିକାଣ୍ଡରେ ଫାଟିଗଲା କୋଠାଘର

ଡେରାବିଶ,୧୮।୩ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ରଘୁଦେଇପୁର ପଞ୍ଚାୟତ କଂସାରୀପାଟଣା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଏକ କୋଠାଘର ଫାଟି ଯାଇଛି। ଏଥିସହିତ ଏହି ଘରେ ଥିବା ନଗଦ ୧୫ ହଜାର ଟଙ୍କା ସହ ସମସ୍ତ ଆସବାବ ପତ୍ର ଜଳିଯାଇଛି। 

ଶୁଭୁନି ଘରଚଟିଆଙ୍କ କିଚିରିମିଚିରି

ଶୁଭୁନି ଘରଚଟିଆଙ୍କ କିଚିରିମିଚିରି

ଖଣ୍ଡପଡା,୧୮ା୩(ଅଜୟ କୁମାର ମହାରଣା)- ମଣିଷ ଓ ପଶୁପକ୍ଷୀଙ୍କ ସହାବସ୍ଥାନ ପ୍ରକୃତିର ନିଷ୍ପତ୍ତି। ମାତ୍ର ସ୍ରଷ୍ଟାଙ୍କ ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷର କ୍ରୁରତାରେ ପଶୁପକ୍ଷୀଙ୍କ ଜୀବନ ଏବେ ବିପନ୍ନ ା ପୂର୍ବରୁ ପଶୁପକ୍ଷୀଙ୍କ ପାଇଁ ମଣିଷ ହୃଦୟରେ ଥିଲା ଜୀବେ ଦୟା ମନୋବୃତ୍ତି।

କେତକୀ ଫୁଲରେ ସଜାହେଲେ ଶ୍ରୀଲଚ୍ଛମନ ଜୀଉ

କେତକୀ ଫୁଲରେ ସଜାହେଲେ ଶ୍ରୀଲଚ୍ଛମନ ଜୀଉ

ଡେରାବିଶ, ୧୮।୩ (ସ୍ବ.ପ୍ର.)-ବିଭିନ୍ନ ପୂଜା, ପର୍ବରେ କେତକୀ ଫୁଲର ଆଦର ସବୁବେଳେ ରହିଆସିଛି। ଜାଗରରେ ଶିବଙ୍କୁ  ଏହି ଫୁଲ ଚଢ଼ାଇଲେ ମାନସିକ ପୁରଣ ହୁଏ ବୋଲି ବିଶ୍ୱାସ ଥିବା ବେଳେ ଫଗୁଣ ମାସ ଦୋଳରେ ବି ଏହି ଫୁଲ ବେଶ ଆବଶ୍ୟକ ପଡ଼ିଥାଏ। 

ସରକାରୀ ନିର୍ଦ୍ଦେଶ ମାନୁ ନାହାନ୍ତି ଶିକ୍ଷକ : ପରୀକ୍ଷା ସରିବା ମାତ୍ରେ ବିଦ୍ୟାଳୟରେ ତାଲା

ନାଉଗଁା,୧୮ା୩(ସ୍ବ.ପ୍ର.): ଦୀର୍ଘଦିନ ହେଲା ଜଗତସିଂହପୁର ଜିଲା ନାଉଗଁାରେ ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀ ନ ଥିବାରୁ ଶିକ୍ଷକମାନେ ମନଇଚ୍ଛା କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। 

ବେସରକାରୀ ଜମିରେ ସରକାରୀ ରାସ୍ତା ନିର୍ମାଣ, ଆର୍‌ଡି ଅଫିସ ସମ୍ମୁଖରେ ଧାରଣା

ବେସରକାରୀ ଜମିରେ ସରକାରୀ ରାସ୍ତା ନିର୍ମାଣ, ଆର୍‌ଡି ଅଫିସ ସମ୍ମୁଖରେ ଧାରଣା

ନିଶ୍ଚିନ୍ତକୋଇଲି, (ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନରେ କଟକ-ଚାନ୍ଦବାଲି ରାସ୍ତାଠାରୁ ଗୋପପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୫୮ ପ୍ୟାକେଜ ପ୍ରକଳ୍ପ ମଞ୍ଜୁରୀ ହୋଇଛି । ଏହି ପ୍ରକଳ୍ପ ପାଇଁ ୧କୋଟି ୮୬ଲକ୍ଷ ବ୍ୟୟବରାଦ କରାଯାଇଛି।

  ଗ୍ରୀନ୍‌ ଆର୍ଥ ପକ୍ଷରୁ ଘରଚଟିଆ ସଂରକ୍ଷଣ ଅଭିଯାନ: ପ୍ରଦୁଷିତ ଜଳବାୟୁ, ସାର, କୀଟନାଶକ ସାଜିଛି ସୁରକ୍ଷା ବାଧକ

ଗ୍ରୀନ୍‌ ଆର୍ଥ ପକ୍ଷରୁ ଘରଚଟିଆ ସଂରକ୍ଷଣ ଅଭିଯାନ: ପ୍ରଦୁଷିତ ଜଳବାୟୁ, ସାର, କୀଟନାଶକ ସାଜିଛି ସୁରକ୍ଷା ବାଧକ

ଖଣ୍ଡପଡ଼ା,୧୮ା୩(ସ୍ବ.ପ୍ର.): ଆଗାମୀ ୨୦ ତାରିଖରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯିବ ା ଏହି ଅବସରରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତ ସଭାଗୃହରେ  ରବିବାର ‘ଗ୍ରୀନ ଆର୍ଥ’ ପକ୍ଷରୁ ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବିଭାଗୀୟ  ଅଧିକାରୀଙ୍କ ଅଣଦେଖା, ବର୍ଷକ ପରେ ସହାୟତା ରାଶି ପାଇନାହାନ୍ତି ମୁଗଚାଷୀ

ବିଭାଗୀୟ ଅଧିକାରୀଙ୍କ ଅଣଦେଖା, ବର୍ଷକ ପରେ ସହାୟତା ରାଶି ପାଇନାହାନ୍ତି ମୁଗଚାଷୀ

ପାଟକୁରା, ୧୭।୩ (ଡି.ଏନ.ଏ.)-ଗରଦପୁର ବ୍ଲକ ଅଧୀନ ବେଡାରୀ ପଞ୍ଚାୟତର ବେଡାରୀ, ସୋଲପାଟ, କୁଳତୁଠୀ, ହରିଦାସପୁର, ପରକଣା, ଶ୍ରୀଚନ୍ଦନପୁର ଓ ଦଳୁଆଣି ଗ୍ରାମରେ ଗତବର୍ଷ କୃଷି ବିଭାଗ ତରଫରୁ ମୁଗଚାଷ କରାଯାଇଥିଲା।

ବୁଥ୍‌ରେ ବ୍ୟବହାର ହେବ ସୋଲାର ଲାଇଟ୍‌

ବୁଥ୍‌ରେ ବ୍ୟବହାର ହେବ ସୋଲାର ଲାଇଟ୍‌

କେନ୍ଦ୍ରାପଡା ଅଫିସ୍‌, ୧୭।୩-କେନ୍ଦ୍ରାପଡା ଜିଲାର ୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍‌ ସଂଖ୍ୟା ୧୪୩୮। ଆସନ୍ତା ଏପ୍ରିଲ ୨୦ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଜିଲାର ସମସ୍ତ ବୁଥ୍‌ରେ କିରୋସିନ ଲଣ୍ଠନ ପରିବର୍ତ୍ତେ ସୌରଚାଳିତ ଲଣ୍ଠନ ବ୍ୟବହାର କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛଇ। ଏଥିପାଇଁ ଟେଣ୍ଡର ମଧ୍ୟ ସରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା