ରାଜ୍ୟ |

ଅଚଳ ହେବ ସମସ୍ତ ଶୀତଳ ଭଣ୍ଡାର, ସହାୟତା ନ କଲେ ୨୨ରୁ ବନ୍ଦ ରହିବ

ଅଚଳ ହେବ ସମସ୍ତ ଶୀତଳ ଭଣ୍ଡାର, ସହାୟତା ନ କଲେ ୨୨ରୁ ବନ୍ଦ ରହିବ

ଭୁବନେଶ୍ୱର,୧୬।୨(ବ୍ୟୁରୋ)-ରାଜ୍ୟରେ ଶୀତଳ ଭଣ୍ଡାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ୨୦୦୦ ସୁଦ୍ଧା ୧୧୦ଟି ଶୀତଳ ଭଣ୍ଡାର ରାଜ୍ୟରେ ଥିବା ବେଳେ ଏବେ ମାତ୍ର ୧୨ରୁ ୧୫ଟି କାର୍ଯ୍ୟକ୍ଷମ ରହିଛି। ବୁଡିଯାଉଥିବା ଶୀତଳ ଭଣ୍ଡାରକୁ ସହାୟତା ନ କଲେ ଆସନ୍ତା୨୨ ତାରିଖରୁ ସମସ୍ତ ଶୀତଳ ଭଣ୍ଡାରରେ ତାଲା ପକାଯିବ। ଓଡିଶା ଶୀତଳ ଭଣ୍ଡାର ସଂଘ ରାଜ୍ୟ ସରକାରଙ୍କୁ ଏଭଳି ଚେତାବନୀ ଦେଇଛି। 

ତିରୋଟ ସମୟରେ ଆଳୁ ଦରକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ୨୦୧୫ରେ ଆଳୁ ମିଶନ ଆରମ୍ଭ କରିଥିଲେ।  ଉତ୍ପାଦିତ ଆଳୁକୁ ଗଚ୍ଛିତ ରଖିବା ପାଇଁ ୧୧୨ଟି ନୂତନ ଶୀତଳ ଭଣ୍ଡାର ୩ ବର୍ଷ ମଧ୍ୟରେ କରିବାକୁ ନିଷ୍ପତ୍ତି ନେଇଥିଲେ। ସେଥିରୁ ଏ ପର୍ଯ୍ୟନ୍ତ କେବଳ ୧୨ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧.୫ ଲକ୍ଷ ଟନ ଗଚ୍ଛିତ ଦକ୍ଷତା ବୃଦ୍ଧି ପାଇଛି । ଯେଉଁ ୨୬ଟି ନୂତନ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା ସେଥିରୁ ୨୪ଟି ଅଚଳାବସ୍ଥାକୁ ଚାଲି ଆସିଛି। ଆଳୁ ମିଶନରେ ୨୦ ପ୍ରତିଶତ ଉତ୍ପାଦନ ବୃଦ୍ଧି ହେବା ସମ୍ଭବ ହୋଇ ନାହିଁ। ସେହି ଶୀତଳ ଭଣ୍ଡାରଗୁଡିକ ପଡି ପଡି ନଷ୍ଟ ହେବାରେ ଲାଗିଛି। ରାଜ୍ୟରେ ମାତ୍ର ୧ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ହେଉଛି, ଯାହାକି ରାଜ୍ୟ ପାଇଁ ମାସେ ମାତ୍ର ଭରଣା କରାଯାଇ  ପାରିବ। ରାଜ୍ୟରେ ଆଳୁ ଉତ୍ପାଦନ ହେଉ ନ ଥିବାରୁ  ବାହାର ରାଜ୍ୟ  ଉପରେ ଶୀତଳ ଭଣ୍ଡାର ନିର୍ଭର କରୁଛି। ବ୍ୟୟ ବହୁଳ ହେଉଥିବାରୁ ଋଣଭାର ବଢି ବଢି ଚାଲିଛି। ଏଥିଯୋଗୁ ରାଜ୍ୟର ସମସ୍ତ ଶୀତଳଭଣ୍ଡାର ରୁଗ୍‌ଣ ଅବସ୍ଥାକୁ ଚାଲି ଆସିଲାଣି। ରାଜ୍ୟ ବାର୍ଷିକ ୧୪ ଲକ୍ଷ ମେଟ୍ରିକ ଟନ ଆଳୁ ଉପରେ ନିର୍ଭର କରୁଥିବା ବେଳେ ମାତ୍ର ୧ ଲକ୍ଷ ଟନ ଉତ୍ପାଦନ ହେଉଛି। ଚାଷୀମାନେ ଆଳୁ ଉତ୍ପାଦନରେ ହେଉଥିବା ଖର୍ଚ୍ଚ ଓ ଶୀତଳ ଭଣ୍ଡାରରେ ରଖିବା ନେଇ ଖର୍ଚ୍ଚ ବୋଝରେ ଅଣନିଃଶ୍ୱାସୀ ହୋଇ ଆଳୁ ଚାଷ କରୁନାହାନ୍ତି। ରାଜ୍ୟରେ ଆଳୁ ଉତ୍ପାଦନ ବଢୁ ନାହିଁ।  ଗତ ୩ ବର୍ଷ ମଧ୍ୟରେ ଶୀତଳ ଭଣ୍ଡାରଗୁଡିକ ୨ରୁ ୩ କୋଟି ଟଙ୍କା କ୍ଷତି ସହି ସାରିଲେଣି। ଗୋଟିଏ ଶୀତଳ ଭଣ୍ଡାର ଯଦି କାର୍ଯ୍ୟକ୍ଷମ ହେବ ତେବେ ଏହା ୫ ହଜାର ମେଟ୍ରିକ ଟନ  ଉତ୍ପାଦିତ ଶସ୍ୟକୁ ଗଚ୍ଛିତ ରଖିବା  ସହ ୧୫ରୁ ୨୦ ଜଣଙ୍କୁ ସିଧାସଳଖ ଓ ୨ଶହରୁ ୩ ଶହ ଜଣଙ୍କୁ ପରୋକ୍ଷ ନିଯୁକ୍ତି ଦେଇଥାଏ।  ୧୦ ହଜାର ଚାଷୀଙ୍କର ଉତ୍ପାଦିତ ଶସ୍ୟକୁ ମଧ୍ୟ ଗଚ୍ଛିତ ରଖିବା ସହ ୪.୪୦ ଲକ୍ଷ ଚାଷୀ ପରିବାରକୁ ଦାନା  ଯୋଗାଇ ଥାଏ । ରାଜ୍ୟର ସମସ୍ତ ଶୀତଳ ଭଣ୍ଡାର ବନ୍ଦ ହେବାକୁ ଯାଉଥିବାରୁ ସଂଘ ପକ୍ଷରୁ  ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମାତ୍ର ସରକାର ଶୀତଳ ଭଣ୍ଡାରଗୁଡିକୁ ବଞ୍ଚାଇବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଦାବି ପୂରଣ ନ କଲେ ଆସନ୍ତା ୨୨ ତାରିଖରୁ ସମସ୍ତ ଶୀତଳ ଭଣ୍ଡାରକୁ ବନ୍ଦ କରିବାକୁ ସଂଘ ଘୋଷଣା କରିଛି। ରାଜ୍ୟ ସରକାର ପ୍ରତ୍ୟେକ ଶୀତଳ ଭଣ୍ଡାରକୁ କ୍ଷତି ଭରଣା ପାଇଁ  ୨ କୋଟି ଟଙ୍କା ପ୍ରଦାନ କରିବା ସହ ୫୦ ପ୍ରତିଶତ ବିଦ୍ୟୁତ୍‌ ରିହାତି, ବିଦ୍ୟୁତ୍‌ ଶୁଳ୍କ ଛାଡ, ସୁଧରେ ରିହାତି,  ରୁଗ୍‌ଣ ଶୀତଳ ଭଣ୍ଡାରଗୁଡିକର ପୁନରୁଦ୍ଧାର କରିବା, ଶୀତଳ ଭଣ୍ଡାରକୁ ପ୍ରୋତ୍ସାହନ  ଦେବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।  

All Right Reserved By

ରାଜ୍ୟ |

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ  ୧ଲକ୍ଷ ୯ହଜାର ଟଙ୍କା  ଜବତ

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ ୧ଲକ୍ଷ ୯ହଜାର ଟଙ୍କା ଜବତ

କୋରାପୁଟ,୨୨।୩(ସ୍ବ.ପ୍ର)- କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କୁଷ୍ଣ କୁଲଦୀପଙ୍କ  କାର୍‌ରୁ ନିର୍ବାଚନ ସ୍କ୍ବାଡ୍‌ ଶୁକ୍ରବାର  ୧ ଲକ୍ଷ ୯ ହଜାର ୫୦୦ ଟଙ୍କା ଜବତ କରିଛି। ସ୍ଥାନୀୟ ଓଏମ୍‌ପି ନିକଟରେ ଚେକିଂ ଚାଲିଥିବା ସମୟରେ ଏହି ଟଙ୍କା ଜବତ କରାଯାଇଛି। 

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ରସୁଲପୁର/ଯାଜପୁର ରୋଡ,୨୨।୩(ଡି.ଏନ.ଏ./ନି.ପ୍ର.)-ହୋଲି ଖେଳି ସାରିବା ପରେ ନଦୀରେ ଗାଧୋଉଥିବାବେଳେ ଶୁକ୍ରବାର ଅପରାହ୍ନରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଇଶ୍ୱରପୁର ଗ୍ରାମର ନିରଞ୍ଜନ ପରମାଣିକ(୨୦)। ସେ ସାଙ୍ଗମାନଙ୍କ ସହିତ ହୋଲି ଖେଳି ସାରି ଅପରାହ୍ନରେ ଖରସ୍ରୋତା ନଦୀର ଜଇପୁର ଘାଟରେ ଗାଧୋଉଥିଲେ।

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ଜୟପୁର, ୨୨।୩(ନି.ପ୍ର.)-ହୋଲି ଖେଳକୁ ନେଇ ଜୟପୁର ବାପୁଜୀ ନଗର ଓ ଡେପୁଗୁଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେଇଥିବା ନେଇ ସୂଚନା ମିଳିଛି। ଉଭୟ ସାହିର ଲୋକେ ପରସ୍ପରକୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ଼ କରିଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ନୂଆଦିଲୀ/ଭୁବନେଶ୍ୱର,୨୨।୩ (ବ୍ୟୁରୋ) : କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା ଶୁକ୍ରବାର ପ୍ରକାଶ ପାଇପାରେ। ଏଥିପାଇଁ ଦିଲୀର ୧୦ ଲୋଧିରୋଡ୍‌ରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରିରହିଛି।

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ସାରା ରାଜ୍ୟରେ ହୋଲିକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡାରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୬ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ପାରାଦୀପ,୨୨।୩(ସ୍ବ.ପ୍ର.)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପାରାଦୀପ ରାଜନୀତିରେ ସେତେମାତ୍ରାରେ ଅସ୍ଥିରତା ସୃଷ୍ଟି ହେବାରେ ଲାଗିଛି। ଗତବର୍ଷ ସେପ୍ଟେମ୍ବର ୧୨ରେ ବିଜେଡି ସ୍ଥାନୀୟ ବିଧାୟକ ଡା.ଦାମୋଦର ରାଉତଙ୍କୁ ବହିଷ୍କାର କରିବା ପରେ ୩ ପ୍ରମୁଖ ଦଳ ମଧ୍ୟରେ ଅସ୍ଥିରତା ଲାଗି ରହିଛି।

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

ଖୋର୍ଦ୍ଧା ଅଫିସ,୨୨।୩: ଖୋର୍ଦ୍ଧା ତହସିଲ ମଳିପଡା ନିକଟସ୍ଥ କଳିଙ୍ଗ ପାହାଡ଼ରେ ଶୁକ୍ରବାର ପୂର୍ବାହ୍ନରେ ପଥର ବିସ୍ଫୋରଣ ସମୟରେ ଅତଡ଼ା ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନଙ୍କୁ  ଗୁରୁବାର  ଭାଜପା ପକ୍ଷରୁ ଟିକେଟ୍‌ ମିଳିଛି। ଏ ନେଇ ଅର୍ଚ୍ଚନା ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ସହଯୋଗୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । 

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଅଫିସ, ୨୨।୩ : ପୁରୀ ସହରରେ ହୋଲିର ମାହୋଲ ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା।

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ:    ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ: ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ  ପ୍ରୟାସ ଆରମ୍ଭ ହୋଇଛି । ଭୋଟରଙ୍କୁ ପ୍ରାର୍ଥୀ ଏବଂ ବିଭିନ୍ନ ଦଳ ପକ୍ଷରୁ ପ୍ରଭାବିତ କରିବା ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି।

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା