ରାଜ୍ୟ |

ସତର୍କ କଲେ ନିର୍ବାଚନ କମିଶନ:ସୋସିଆଲ ମିଡିଆରେ ପ୍ରଚାର କଲେ ଖର୍ଚ୍ଚ ପ୍ରାର୍ଥୀଙ୍କ ତାଲିକାରେ ଯୋଡ଼ା ଯିବ

 ସତର୍କ କଲେ ନିର୍ବାଚନ କମିଶନ:ସୋସିଆଲ ମିଡିଆରେ ପ୍ରଚାର କଲେ ଖର୍ଚ୍ଚ ପ୍ରାର୍ଥୀଙ୍କ ତାଲିକାରେ ଯୋଡ଼ା ଯିବ

ଭୁବନେଶ୍ୱର,୧୬।୨(ବ୍ୟୁରୋ)- ସୋସିଆଲ ମିଡିଆରେ ଯଦି କୌଣସି ପ୍ରାର୍ଥୀ ନିର୍ବାଚନ ପ୍ରଚାର କରିବେ ତେବେ ତାହାକୁ ସେହି ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚରେ ଯୋଡ଼ା ଯିବ। ଭାରତର ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା  ୬ଜଣିଆ ଟିମ୍‌ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  ଶୁକ୍ରବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଲାଭାସା କହିଛନ୍ତି ଯେ, ବିଭିନ୍ନ ଆପ୍‌ ନିର୍ବାଚନ ଉପରେ କଡା ନଜର ରଖିବ। ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବା ପାଇଁ ଭାରତର ନିର୍ବାଚନ କମିଶନ  ସୂଚନା ପ୍ରଯୁକ୍ତି ବିଦ୍ୟାର ସାହାର ନେଇଛନ୍ତି। ବିଭିନ୍ନ ଆପ୍‌ ମାଧ୍ୟମରେ ନିର୍ବାଚନ ମଣ୍ଡଳୀ, ପ୍ରାର୍ଥୀମାନଙ୍କର ପ୍ରଚାର ଖର୍ଚ୍ଚ ଏବଂ ମତଦାନ ଆଦିକୁ ସିଧାସଳଖ ନିୟନ୍ତ୍ରଣ କରିବେ। ସମାଧାନ, ସୁବିଧା, ସିଭିଜିଲ ଆପ୍‌, ମୋବାଇଲ ଆପ୍‌, ଭୋଟର ହେଲ୍‌ପ ଲାଇନ ଆପ୍‌, ପିଡବ୍ଲ୍ୟୁଡି ଆପ୍‌, ଅବଜରଭର ଆପ୍‌ଗୁଡିକୁ ବ୍ୟବହାର କରାଯିବ। ରାଜନୈତିକ ଦଳ କିମ୍ବା ଜନସାଧାଣ ସରକାରୀ କର୍ମଚାରୀଙ୍କ ଉପରେ ନିର୍ଭର ନ କରି  ନିଜର ଅଭିଯୋଗ ସମାଧାନ  ଆପ୍‌ ମାଧ୍ୟମରେ କରିପାରିବେ। ସେହିପରି ସୁବିଧା ଆପ୍‌ ସିଙ୍ଗିଲଓ୍ବିଣ୍ଡୋ ଭଳି କାର୍ଯ୍ୟ କରିବ। ଏହି ଆପ୍‌ରେ ନାମାଙ୍କନ ଦାଖଲ, ଅନୁମତି, ଭୋଟ ଗଣତି ଏବଂ ଫଳାଫଳ ପ୍ରଦର୍ଶିତ କରାଯିବ। ନିର୍ବାଚନ ଘୋଷଣା ହେବା ମାତ୍ରେ  ସିଭିଜିଲ ଆପ୍‌  ଓଡିଶାରେ କାର୍ଯ୍ୟକ୍ଷମ ହେବ। ଯେ କୌଣସି ବ୍ୟକ୍ତି ନିର୍ବାଚନ ଆରଚଣ ବିଧି ଉଲ୍ଲଂଘନ ହେଉଥିବା ଜାଣିବା ମାତ୍ରେ ଏହି ଆପ୍‌ ଜରିଆରେ ଅଭିଯୋଗ କରିପାରିବେ। ନିର୍ବାଚନ କମିଶନ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଲାଭାସା  କହିଛନ୍ତି। ଏହି ଆପ୍‌ ଗତ ବିଧାନସଭା ନିର୍ବାଚନଗୁଡିକରେ ସଫଳତାର ସହ କାର୍ଯ୍ୟ କରିଛି। ଏହାଛଡା ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ରକ୍ଷା କରିବା ଓ  ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ଓ  ପୋଲିସ ଅଧିକାରୀମାନଙ୍କୁ କମିଶନ ନିର୍ଦ୍ଦେଶ  ଦେଇଛନ୍ତି। ଯଦି କୌଣସି ଅଧିକାରୀ ଦାୟିତ୍ୱ ସମ୍ପନ୍ନ ବେଳେ ନିଜର କର୍ତ୍ତବ୍ୟ ଠିକ୍‌ ଭାବେ ପାଳନ ନ କରିବେ କିମ୍ବା କୌଣସି ରାଜନୈତିକ ଦଳକୁ ସମର୍ଥନ ଜଣାଇବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ସତର୍କ କରାଇ ଦେଇଛନ୍ତି। ଗତ ନିର୍ବାଚନରେ ହୋଇଥିବା ହିଂସାକାଣ୍ଡର ପଡିରହିଥିବା ମାମଲାଗୁଡିକୁ ତୁରନ୍ତ ଫଇସଲା କରିବା ସହ ଜାମିନବିହୀନ ଗିରଫ ପରଓ୍ବାନା(ଏନ୍‌ବିଡବ୍ଲ୍ୟୁ)କୁ କଡାକଡି ଲାଗୁ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି। ସମ୍ବେଦନଶୀଳ ସ୍ଥାନରେ ଆବଶ୍ୟକ ପରିମାଣର ସିଆରପିଏଫ ନିଯୁକ୍ତି ଦେବା ଓ ଅପରାଧୀମାନଙ୍କୁ ଚହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଚେକ୍‌ପୋଷ୍ଟକୁ ୨୪ ଘଣ୍ଟିଆ ଭିଡିଓଗ୍ରାଫ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି। ନୂତନ ମତଦାତା ଓ ଦିବ୍ୟାଙ୍ଗମାନଙ୍କ ନାମ ପଞ୍ଜୀକରଣ ପାଇଁ  ଫେବୃୟାରୀ ୧୭ରୁ ୨୩ ମଧ୍ୟରେ ସ୍ବତନ୍ତ୍ର ଡ୍ରାଇଭ୍‌ କରାଯିବ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଭୋଟର ସହାୟତା କେନ୍ଦ୍ର ସ୍ଥାପନ କରାଯିବ। ପ୍ରତ୍ୟେକ ରାଜନୈତିକ ଦଳ ବ୍ଲକସ୍ତରରେ ଜଣେ ଲେଖାଏ ଏଜେଣ୍ଟ ଦେବାକୁ କମିଶନ ପରାମର୍ଶ ଦେଇଛନ୍ତି।  ସମ୍ପ୍ରଦାୟ ଆଧାରରେ ଭୋଟଗ୍ରହଣ କେନ୍ଦ୍ର  ନ କରିବାକୁ କମିଶନ କଡା ଚେତାବନୀ ଦେଇଛନ୍ତି। ରାଜ୍ୟରେ ୩୦ ହଜାର ୭୯୮ଟି ସ୍ଥାନରେ ୩୭ ହଜାର ୬୦୬ ପୋଲିଂ ଷ୍ଟେଶନ ରହିଛି।  ସେହି ସବୁ ସ୍ଥାନରେ ୬୩.୧୧ ପ୍ରତିଶତ ବିଦ୍ୟୁତ୍‌ ବ୍ୟବସ୍ଥା ଥିବା ବେଳେ ୯୨.୬୦ ପ୍ରତିଶତ ର଼୍ୟାମ୍ପ, ୯୮.୫୧ ପ୍ରତିଶତ ପିଇବା ପାଣି, ୯୨.୭୮ ପ୍ରତିଶତ ପାଇଖାନା ଏବଂ ୧୦୦ ପ୍ରତିଶତ ଓ୍ବେଟିଂ ରୁମ ନିର୍ମାଣ କରାଯାଇଛି ବୋଲି କମିଶନ ସୂଚନା ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଭୋଟ କେନ୍ଦ୍ରକୁ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥ ଓ ବାହୁବଳକୁ ରୋକିବା  ପାଇଁ କଡା ପଦକ୍ଷେପ ନେବାକୁ ନିର୍ବଚାନ ଅଧିକାରୀମାନଙ୍କୁ କମିଶନ ପରାମର୍ଶ ଦେଇଛନ୍ତି। ପେଡ୍‌ ନ୍ୟୁଜ ଉପରେ ସତର୍କ ଦୃଷ୍ଟି ରଖିବାକୁ ମିଡିଆ ସାର୍ଟିଫିକେଶନ କମିଟି ମେମ୍ବରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ପୂର୍ବରୁ ଲଗାଯାଇଥିବା ହୋର୍ଡିଂଗୁଡିକୁ ତୁରନ୍ତ ହଟାଇବାକୁ ପରାମର୍ଶ ଦିଆଯାଇଛି। ପ୍ରଥମ ଥର ଲାଗି ସମସ୍ତ ବୁଥରେ ଭିଭିପାଟ୍‌ ମେଶିନ ବ୍ୟବହାର କରାଯିବ। ଏହାଦ୍ୱାରା ମତଦାତା କାହାକୁ ଭୋଟ ଦେଲେ ଜାଣିପାରିବେ। ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅତି କମ୍‌ରେ ଗୋଟିଏ ମହିଳା ବୁଥ୍‌ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି। ସେହି ବୁଥ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ। ଯେତେ ଅଧିକ ମହିଳା ବୁଥ କରାଯାଇ ପାରିବ ସେ ନେଇ ପଦକ୍ଷେପ ନେବାକୁ ନିର୍ବାଚନ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। କମିଶନଙ୍କ ଟିମ୍‌ ଦୁଇଦିନ ଧରି  ବିଭିନ୍ନ ରାଜନୈତିକ ଦଳ, ରାଜ୍ୟ ପ୍ରଶାସନ ସହ ନିର୍ବଚାନ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ। ରାଜନୈତିକ ଦଳଗୁଡିକ ଦେଇଥିବା ପ୍ରସ୍ତାବକୁ ଗୁରୁତର ସହ ନେଇଥିବା କମିଶନର ସୂଚନା ଦେଇଥିଲେ। 

ଆଲୋଚନା ବେଳେ ସାଧାରଣ ନିର୍ବାଚନ ସମୟରେ ପ୍ରାଶାସନିକ  କଳ, ବାହୁବଳ  ଓ ଅର୍ଥ କାରବାରକୁ ରୋକିବା ସହ  ନିର୍ବାଚନକୁ ନିରପେକ୍ଷ ଓ ହିଂସାମୁକ୍ତ କରିବାକୁ ସମସ୍ତ ପଦକ୍ଷେପ ନେବାକୁ ବିଭିନ୍ନ ରାଜନୈତିକ ଦଳ  କମିଶନଙ୍କ ନିକଟରେ ଦାବି କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ  ସ୍ଥିତି ପରଖିବା ସହ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ  ଭାରତର ନିର୍ବାଚନ କମିଶନର ଲାଭାସାଙ୍କ ନେତୃତ୍ୱରେ  ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ୬ ଜଣିଆ ପ୍ରତିନିଧିଦଳ ରାଜନୈତିକ ଦଳ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଗୁରୁବାର ଆଲୋଚନା କରିଥିଲେ। ବୈଠକରେ ଭାଜପା, କଂଗ୍ରେସ, ବିଜେଡି, ସିପିଆଇ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ସାମିଲ ହୋଇ ନିଜର ପକ୍ଷ ରଖିବା ସହିତ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ବିଷୟରେ କମିଶନଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ମାଓବାଦୀ ପ୍ରବଣ, ରାଜନୈତିକ ହିଂସା ଓ ସମ୍ବେଦଳଶୀଳ ବୁଥ୍‌ଗୁଡ଼ିକ ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ  ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେବାକୁ ଦାବି କରାଯାଇଛି। 

All Right Reserved By

ରାଜ୍ୟ |

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ତେନ୍ତୁଳିମୂଳ (ମଶାଣିଆ ନୂଆସାହି) ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଆହତ ହୋଇଛନ୍ତି। 

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କୋଣାର୍କ,୨୩।୩ (ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁ ଖଣତା ନିକଟରେ ଶନିବାର ପୂର୍ବାହ୍ନ ୧୦ଟାରେ ମାରୁତି କାର ସହ ୟାମାହା ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ପାଟଣା,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ଦଳୀୟ ପ୍ରାର୍ଥୀ ଭାବେ ଭବାନୀ ଶଙ୍କର ନାୟକଙ୍କ ନାମ ଘୋଷଣା କରାଯାଇଛି।

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ ଅଫିସ,୨୩।୩: ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ଷ୍ଟେସନ ଅଧୀକ୍ଷକଙ୍କ ଏତାଲା କ୍ରମେ ଶନିବାର  ଜିଆର୍‌ପି ଓ ଆର୍‌ପିଏଫ୍‌ରେ ଆପରାଧିକ ମାମଲା ରୁଜୁ ହୋଇଛି। ଅଧୀକ୍ଷକ ସୋରେନ କୁମାର ନସ୍କରଙ୍କ ଅଭିଯୋଗ ଅନୁଯାୟୀ ଅଗ୍ନିକାଣ୍ଡ ଫଛରେଥିବା କାରଣର ସତ୍ୟାସତ୍ୟ  ଉନ୍ମୋଚନ କରାଯାଉ ବୋଲି ଏତାଲାରେ ଦର୍ଶାଇଛନ୍ତି। 

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନିକଟରେ ବିଜେଡି ଛାଡ଼ିଥିବା କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ବିଧାୟକ ଦଳ ନେତା କେ.ଭି. ସିଂ ଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ଯୋଗ ଦେଇଛନ୍ତି। 

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କଂଗ୍ରେସ ପକ୍ଷରୁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରଣପୁର ବିଧାନସଭା ଆସନରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି ପଣ୍ଡାଙ୍କୁ ଟିକେଟ୍‌ ମିଳିଥିବା ଦେଖିବାକୁ ମିଳିଛି। 

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ  ଲଢ଼ିବାକୁ ନିଷ୍ପତ୍ତି

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ ଲଢ଼ିବାକୁ ନିଷ୍ପତ୍ତି

ଗୁଣପୁର,୨୩।୩(ଡି.ଏନ୍‌.ଏ.):  ୨୦୧୯ ଓଡ଼ିଶା ବିଧାନସଭା ନିିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା କରାଯାଇଛି। 

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ (ନଂ. ୧୩୪) ନିମନ୍ତେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି। 

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଆଉ ୨୨ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

୭ ମହିଳା

୭ ମହିଳା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁ ଛକାପଞ୍ଝା ପରେ ଶୁକ୍ରବାର କଂଗ୍ରେସ ବିଧାନସଭା ଆସନ ଲାଗି ୫୪ ଜଣିଆ ପ୍ରାର୍ଥୀପତ୍ର ତାଲିକା ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କେବଳ ୭ ମହିଳା। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା