ରାଜ୍ୟ |

କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ: ପ୍ରଥମ ପର୍ଯ୍ୟାୟରେ ୧୧ଲୋକ ସଭା, ୭୭ ବିଧାନସଭା ଆସନ ପାଇଁ ବଛାଗଲା

କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ: ପ୍ରଥମ ପର୍ଯ୍ୟାୟରେ ୧୧ଲୋକ ସଭା, ୭୭ ବିଧାନସଭା ଆସନ ପାଇଁ ବଛାଗଲା

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୧ ଲୋକ ସଭା ଓ ଏହା ଅନ୍ତର୍ଗତ ୭୭ ବିଧାନସଭା ଆସନ ପାଇଁ ଏହି ତାଲିକା ପ୍ରସ୍ତୁତ ହୋଇଛି। କଟକ, ଭୁବନେଶ୍ୱର, ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡା ଏବଂ ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ ପାଇଁ କାହାକୁ ପ୍ରାର୍ଥୀ କରାଗଲେ ଦଳ ଭଲ ପ୍ରଦର୍ଶନ କରିପାରିବ ସେନେଇ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥିସାନ ୩ଦିନ ଧରି ରାଜ୍ୟ କାର୍ଯ୍ୟାଳୟଠାରେ ବିଭିନ୍ନ ବର୍ଗର ନେତା ଓ କର୍ମୀଙ୍କ ମତାମତ ଲୋଡ଼ିଥିଲେ। ତାହାକୁ ଆଧାର କରାଯାଇ ପ୍ରତି ନିର୍ବାଚନମଣ୍ଡଳୀ ପାଇଁ ୨ରୁ ୪ ଜଣ ଲେଖାଏ ବଛାଯାଇଛି। ସେହିପରି ଏହି ଲୋକ ସଭା ଆସନ ଅନ୍ତର୍ଗତ ବିଧାନସଭା କ୍ଷେତ୍ରଗୁଡିକ ପାଇଁ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି। ସେହିପରି ଆସିକା, ବ୍ରହ୍ମପୁର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ସ୍କ୍ରିନିଂ କମିଟିର ଅନ୍ୟଜଣେ ସଦସ୍ୟ ନୌସାଦ ସୋଲାଙ୍କି ବ୍ରହ୍ମପୁରଠାରେ ଦଳୀୟ ନେତା ଓ କର୍ମୀଙ୍କ ମତ ସଂଗ୍ରହ କରିଥିଲେ। ତଦନୁଯାୟୀ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ ଲୋକ ସଭା ଆସନ ଓ ୭୦ ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀ ଚୟନ ପାଇଁ ପୁନର୍ବାର ଦଳର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ସଦସ୍ୟ ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ। 

ଏହାପରେ ୨୫ ତାରିଖ ମଧ୍ୟରେ ଦଳର ପିଇସି (ପ୍ରଦେଶ ଇଲେକ୍ସନ କମିଟି) ବୈଠକ ବସିବ। ସେଥିରେ ସ୍କ୍ରିନିଂ କମିଟିର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏକ ତାଲିକା ସିଇସି(ସେଣ୍ଟ୍ରାଲ ଇଲେକ୍ସନ କମିଟି) ନିକଟକୁ ପଠାଯିବ। ଫେବୃୟାରୀ ଶେଷସୁଦ୍ଧା କଂଗ୍ରେସ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ। ହେଲେ ଏଥିରେ ସାମାନ୍ୟ ବିଳମ୍ବ ହୋଇ ମାର୍ଚ୍ଚ ପ୍ରଥମ ସପ୍ତାହରେ ଚୂଡାନ୍ତ ପ୍ରାର୍ଥୀ ତାଲିକା କଂଗ୍ରେସ ଘୋଷଣା କରିବ ବୋଲି ସୂଚନା ମିଳିଛି। ତେବେ ପିଇସି ବୈଠକରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଜଣାପଡିବା ସମ୍ଭାବନା ରହିଛି। ତେଣୁ ପିଇସି ବୈଠକ ଉପରେ ସଭିଁଙ୍କ ନଜର ରହିଛି। ବହୁ ନୂଆ ମୁହଁ ଏବେ ଟିକେଟ ପାଇଁ ପିଇସି ସଦସ୍ୟମାନଙ୍କ ପାଖରେ ଲବି ଆରମ୍ଭ କରିଦେଇଥିବା ଜଣାପଡିଛି। 

ଅନ୍ୟପଟେ କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଆସନ ପାଇଁ ସାଥିସାନଙ୍କ ତାଲିକାରେ କେଉଁମାନଙ୍କ ନାମ ସ୍ଥାନପାଇଛି ତାହା ଏକ ସୂତ୍ରରୁ ଜଣାପଡିଛି। ଢେଙ୍କାନାଳ ଲୋକ ସଭା ଆସନ ପାଇଁ କେ.ପି. ସିଂଦେଓ, ଶାରଦା ପ୍ରସାଦ ପ୍ରଧାନ ଓ ହେମନ୍ତ ସାମଲଙ୍କ ନାମ ରହିଥିବା ଜଣାପଡିଛି। ଅନ୍ୟପଟେ ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ର ତଥା ଢେଙ୍କାନାଳ ପାଇଁ ନବୀନ ଚନ୍ଦ୍ର ନାରାୟଣ ଦାସ, ସରୋଜ ପଟ୍ଟନାୟକ ଓ ଶ୍ରୀଧର ସାହୁଙ୍କ ନାମ ଯାଇଛି। ତେବେ ପୂର୍ବତନ ବିଧାୟକ ନବୀନ ନନ୍ଦ ଯଦି ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେବେ ତେବେ ତାଙ୍କୁ କଂଗ୍ରେସ ଟିକେଟ ମିଳିବା ନିଶ୍ଚିତ ବୋଲି ଜଣାପଡ଼ିଛି। ହିନ୍ଦୋଳ ଆସନ ପାଇଁ ବାମଦେବ ନାୟକ, ମମତାଞ୍ଜଳି ବେହେରା ଓ ଦିବାକର ନାୟକଙ୍କ ନାମ ରହିଛି। କାମାକ୍ଷାନଗର ଆସନ ପାଇଁ ଭବାନୀ ମହାପାତ୍ର, ଆଦିତ୍ୟ ମହାପାତ୍ର ଓ ବିନୟ ସାହୁଙ୍କ ନାମ ରହିଛି। ପରଜଙ୍ଗ ପାଇଁ ବିଶ୍ୱତୋଷ ସାହୁଙ୍କ ନାମ ପ୍ରଥମେ ରହିଥିବାବେଳେ ବିମଳ ବେହେରା ଓ ସନ୍ତୋଷ ରାଉତଙ୍କ ନାଁ ରହିଛି। ଅନୁଗୋଳ ପାଇଁ ଅମ୍ବିକା ପ୍ରସାଦ ଭଟ୍ଟ, ବିପ୍ଲବ ଜେନା, ଜିତେନ୍ଦ୍ର ସାହୁ ଓ ଜୟନ୍ତ ସାହୁଙ୍କ ନାମ ରହିଛି। ତାଳଚେର ଆସନ ପାଇଁ ସୁରେଶ ବେହେରା, ପ୍ରଫୁଲ ଦାସ, ବିଷ୍ଣୁ ରଥ ଓ କେଶବ ଭୂତିଆଙ୍କ ନାମ ରହିଛି। ପାଲଲହଡା ପାଇଁ ସୁବୋଧ ପାଣି ଓ ସୁବ୍ରତ ଗଡନାୟକଙ୍କ ନାମ ରହିଛି। ଅପରପକ୍ଷରେ କେନ୍ଦ୍ରାପଡା ଲୋକ ସଭା ଆସନ ପାଇଁ ଭାଗବତ ମହାନ୍ତି, ଧରଣୀଧର ନାୟକ, ଚିନ୍ମୟ ବେଉରା ଏବଂ ଲୋକନାଥ ମହାରଥୀଙ୍କ ନାମ ଥିବା ଜଣାପଡ଼ିଛି। ଏହି ଲୋକ ସଭା ଆସନ ଅନ୍ତର୍ଗତ ବିଧାନସଭା କ୍ଷେତ୍ର ତଥା କେନ୍ଦ୍ରାପଡା ଆସନ ପାଇଁ ଗଣେଶ୍ୱର ବେହେରା, ହଳଧର ସେଠୀ, ମାନସ ମଲ୍ଲିକଙ୍କ ନାମ ରହିଛି। ପାଟକୁରା ଆସନ ପାଇଁ ଜୟନ୍ତ ମହାନ୍ତି, ଚିନ୍ମୟ ବେଉରା, ଗାୟତ୍ରୀ ମହାନ୍ତି ଓ ଅଜୟ ସାମଲଙ୍କ ନାମ ରହିଛି। ମହାକାଳପଡା ଆସନ ପାଇଁ ଲୋକନାଥ ମହାରଥୀ ଓ ରାକେଶ ମହାନ୍ତିଙ୍କ ନାମ ରହିଛି। ସାଲେପୁର ଆସନ ପାଇଁ ପ୍ରକାଶ ବେହେରାଙ୍କ ନାମ ଥିବାବେଳେ ଆଳି ଆସନ ପାଇଁ ଦେବେନ୍ଦ୍ର ଶର୍ମା ଓ ଦେବସ୍ମିତା ଶର୍ମାଙ୍କ ନାମ ରହିଛି। ମାହାଙ୍ଗା ପାଇଁ ଦେବାଶିଷ ଭୁୟାଁ ଓ ଦେବେନ୍ଦ୍ର ସାହୁଙ୍କ ନାମ ତାଲିକାରେ ଥିବାବେଳେ ରାଜନଗର ଆସନ ପାଇଁ ଅଂଶୁମାନ ମହାନ୍ତିଙ୍କ ନାମ ଥିବା ଜଣାପଡିଛି।

All Right Reserved By

ରାଜ୍ୟ |

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ  ୧ଲକ୍ଷ ୯ହଜାର ଟଙ୍କା  ଜବତ

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ ୧ଲକ୍ଷ ୯ହଜାର ଟଙ୍କା ଜବତ

କୋରାପୁଟ,୨୨।୩(ସ୍ବ.ପ୍ର)- କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କୁଷ୍ଣ କୁଲଦୀପଙ୍କ  କାର୍‌ରୁ ନିର୍ବାଚନ ସ୍କ୍ବାଡ୍‌ ଶୁକ୍ରବାର  ୧ ଲକ୍ଷ ୯ ହଜାର ୫୦୦ ଟଙ୍କା ଜବତ କରିଛି। ସ୍ଥାନୀୟ ଓଏମ୍‌ପି ନିକଟରେ ଚେକିଂ ଚାଲିଥିବା ସମୟରେ ଏହି ଟଙ୍କା ଜବତ କରାଯାଇଛି। 

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ରସୁଲପୁର/ଯାଜପୁର ରୋଡ,୨୨।୩(ଡି.ଏନ.ଏ./ନି.ପ୍ର.)-ହୋଲି ଖେଳି ସାରିବା ପରେ ନଦୀରେ ଗାଧୋଉଥିବାବେଳେ ଶୁକ୍ରବାର ଅପରାହ୍ନରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଇଶ୍ୱରପୁର ଗ୍ରାମର ନିରଞ୍ଜନ ପରମାଣିକ(୨୦)। ସେ ସାଙ୍ଗମାନଙ୍କ ସହିତ ହୋଲି ଖେଳି ସାରି ଅପରାହ୍ନରେ ଖରସ୍ରୋତା ନଦୀର ଜଇପୁର ଘାଟରେ ଗାଧୋଉଥିଲେ।

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ଜୟପୁର, ୨୨।୩(ନି.ପ୍ର.)-ହୋଲି ଖେଳକୁ ନେଇ ଜୟପୁର ବାପୁଜୀ ନଗର ଓ ଡେପୁଗୁଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେଇଥିବା ନେଇ ସୂଚନା ମିଳିଛି। ଉଭୟ ସାହିର ଲୋକେ ପରସ୍ପରକୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ଼ କରିଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ନୂଆଦିଲୀ/ଭୁବନେଶ୍ୱର,୨୨।୩ (ବ୍ୟୁରୋ) : କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା ଶୁକ୍ରବାର ପ୍ରକାଶ ପାଇପାରେ। ଏଥିପାଇଁ ଦିଲୀର ୧୦ ଲୋଧିରୋଡ୍‌ରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରିରହିଛି।

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ସାରା ରାଜ୍ୟରେ ହୋଲିକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡାରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୬ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ପାରାଦୀପ,୨୨।୩(ସ୍ବ.ପ୍ର.)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପାରାଦୀପ ରାଜନୀତିରେ ସେତେମାତ୍ରାରେ ଅସ୍ଥିରତା ସୃଷ୍ଟି ହେବାରେ ଲାଗିଛି। ଗତବର୍ଷ ସେପ୍ଟେମ୍ବର ୧୨ରେ ବିଜେଡି ସ୍ଥାନୀୟ ବିଧାୟକ ଡା.ଦାମୋଦର ରାଉତଙ୍କୁ ବହିଷ୍କାର କରିବା ପରେ ୩ ପ୍ରମୁଖ ଦଳ ମଧ୍ୟରେ ଅସ୍ଥିରତା ଲାଗି ରହିଛି।

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

ଖୋର୍ଦ୍ଧା ଅଫିସ,୨୨।୩: ଖୋର୍ଦ୍ଧା ତହସିଲ ମଳିପଡା ନିକଟସ୍ଥ କଳିଙ୍ଗ ପାହାଡ଼ରେ ଶୁକ୍ରବାର ପୂର୍ବାହ୍ନରେ ପଥର ବିସ୍ଫୋରଣ ସମୟରେ ଅତଡ଼ା ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନଙ୍କୁ  ଗୁରୁବାର  ଭାଜପା ପକ୍ଷରୁ ଟିକେଟ୍‌ ମିଳିଛି। ଏ ନେଇ ଅର୍ଚ୍ଚନା ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ସହଯୋଗୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । 

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଅଫିସ, ୨୨।୩ : ପୁରୀ ସହରରେ ହୋଲିର ମାହୋଲ ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା।

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ:    ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ: ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ  ପ୍ରୟାସ ଆରମ୍ଭ ହୋଇଛି । ଭୋଟରଙ୍କୁ ପ୍ରାର୍ଥୀ ଏବଂ ବିଭିନ୍ନ ଦଳ ପକ୍ଷରୁ ପ୍ରଭାବିତ କରିବା ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି।

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା