ରାଜ୍ୟ |

ପୁଲଓ୍ବାମା ଆକ୍ରମଣ ଘଟଣା: ଶହୀଦ୍‌ଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା, ଆଜି ସବୁ ଶିକ୍ଷାନୁଷ୍ଠାନରେ ନୀରବ ପ୍ରାର୍ଥନା

ପୁଲଓ୍ବାମା ଆକ୍ରମଣ ଘଟଣା: ଶହୀଦ୍‌ଙ୍କ ପରିବାରକୁ  ୧୦ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା, ଆଜି ସବୁ ଶିକ୍ଷାନୁଷ୍ଠାନରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୪ଜଣ ସିଆର୍‌ପିଏଫ୍‌ ଯବାନ୍‌ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୨ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରା। ଦେଶମାତୃକା ପ୍ରତି ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଶନିବାର ପୂର୍ବାହ୍ନ ୧୧ଟାରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅନୁରୋଧ କରିଛନ୍ତି। ଏହାସହ ଶହୀଦ ଯବାନ ପ୍ରସନ୍ନ ସାହୁଙ୍କ ମା’ ଏବଂ ମନୋଜ ବେହେରାଙ୍କ ସ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଟେଲିଫୋନ୍‌ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି। ଘଟଣାରେ ସେ ବହୁତ ଦୁଃଖୀ, ସବୁବେଳେ ସେମାନଙ୍କ ପରିବାର ସହ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ୧୦ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶହୀଦଙ୍କ ପରିବାରବର୍ଗଙ୍କ ପାଖକୁ ଯାଇ ବ୍ୟକ୍ତିଗତଭାବେ ସମବେଦନା ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶହୀଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ଦେଶ ପାଇଁ ଶହୀଦ ହୋଇଥିବା ଯବାନଙ୍କ ବଳିଦାନ କେବେହେଲେ ବ୍ୟର୍ଥ ଯିବନାହିଁ ବୋଲି କହିଛନ୍ତି। ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ଘଟଣାରେ ସାରା ଦେଶବାସୀ କେବଳ ମର୍ମାହତ ନୁହନ୍ତି, ସେମାନଙ୍କ ମନରେ ଆକ୍ରୋଷ ମଧ୍ୟ ରହିଛି। କେତେଥର ଶିକ୍ଷା ପାଇଲେ ପାକିସ୍ତାନ ନିଜ ସ୍ବଭାବ ବଦଳାଇବ ବୋଲି ସେ କହିଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ଏକାଠି ରହିବାର ଆବଶ୍ୟକତା ଅଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। 

ଅନ୍ୟପକ୍ଷରେ ଘଟଣାକୁ ନେଇ ସାରା ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋକସଭା ଆୟୋଜିତ ହୋଇଛି।  ସାମ୍ବାଦିକମାନେ ରାମମନ୍ଦିର ନିକଟରେ ସମୂହ ଦୀପଦାନ କରିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ରାମମନ୍ଦିର ସମ୍ମୁଖରେ ଶହୀଦଙ୍କ ବଳିଦାନକୁ ସମ୍ମାନ ଜଣାଇ ଶୋକସଭା କରାଯାଇଛି।  

All Right Reserved By

ରାଜ୍ୟ |

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ  ୧ଲକ୍ଷ ୯ହଜାର ଟଙ୍କା  ଜବତ

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ ୧ଲକ୍ଷ ୯ହଜାର ଟଙ୍କା ଜବତ

କୋରାପୁଟ,୨୨।୩(ସ୍ବ.ପ୍ର)- କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କୁଷ୍ଣ କୁଲଦୀପଙ୍କ  କାର୍‌ରୁ ନିର୍ବାଚନ ସ୍କ୍ବାଡ୍‌ ଶୁକ୍ରବାର  ୧ ଲକ୍ଷ ୯ ହଜାର ୫୦୦ ଟଙ୍କା ଜବତ କରିଛି। ସ୍ଥାନୀୟ ଓଏମ୍‌ପି ନିକଟରେ ଚେକିଂ ଚାଲିଥିବା ସମୟରେ ଏହି ଟଙ୍କା ଜବତ କରାଯାଇଛି। 

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ରସୁଲପୁର/ଯାଜପୁର ରୋଡ,୨୨।୩(ଡି.ଏନ.ଏ./ନି.ପ୍ର.)-ହୋଲି ଖେଳି ସାରିବା ପରେ ନଦୀରେ ଗାଧୋଉଥିବାବେଳେ ଶୁକ୍ରବାର ଅପରାହ୍ନରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଇଶ୍ୱରପୁର ଗ୍ରାମର ନିରଞ୍ଜନ ପରମାଣିକ(୨୦)। ସେ ସାଙ୍ଗମାନଙ୍କ ସହିତ ହୋଲି ଖେଳି ସାରି ଅପରାହ୍ନରେ ଖରସ୍ରୋତା ନଦୀର ଜଇପୁର ଘାଟରେ ଗାଧୋଉଥିଲେ।

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ଜୟପୁର, ୨୨।୩(ନି.ପ୍ର.)-ହୋଲି ଖେଳକୁ ନେଇ ଜୟପୁର ବାପୁଜୀ ନଗର ଓ ଡେପୁଗୁଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେଇଥିବା ନେଇ ସୂଚନା ମିଳିଛି। ଉଭୟ ସାହିର ଲୋକେ ପରସ୍ପରକୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ଼ କରିଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ନୂଆଦିଲୀ/ଭୁବନେଶ୍ୱର,୨୨।୩ (ବ୍ୟୁରୋ) : କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା ଶୁକ୍ରବାର ପ୍ରକାଶ ପାଇପାରେ। ଏଥିପାଇଁ ଦିଲୀର ୧୦ ଲୋଧିରୋଡ୍‌ରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରିରହିଛି।

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ସାରା ରାଜ୍ୟରେ ହୋଲିକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡାରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୬ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ପାରାଦୀପ,୨୨।୩(ସ୍ବ.ପ୍ର.)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପାରାଦୀପ ରାଜନୀତିରେ ସେତେମାତ୍ରାରେ ଅସ୍ଥିରତା ସୃଷ୍ଟି ହେବାରେ ଲାଗିଛି। ଗତବର୍ଷ ସେପ୍ଟେମ୍ବର ୧୨ରେ ବିଜେଡି ସ୍ଥାନୀୟ ବିଧାୟକ ଡା.ଦାମୋଦର ରାଉତଙ୍କୁ ବହିଷ୍କାର କରିବା ପରେ ୩ ପ୍ରମୁଖ ଦଳ ମଧ୍ୟରେ ଅସ୍ଥିରତା ଲାଗି ରହିଛି।

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

ଖୋର୍ଦ୍ଧା ଅଫିସ,୨୨।୩: ଖୋର୍ଦ୍ଧା ତହସିଲ ମଳିପଡା ନିକଟସ୍ଥ କଳିଙ୍ଗ ପାହାଡ଼ରେ ଶୁକ୍ରବାର ପୂର୍ବାହ୍ନରେ ପଥର ବିସ୍ଫୋରଣ ସମୟରେ ଅତଡ଼ା ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନଙ୍କୁ  ଗୁରୁବାର  ଭାଜପା ପକ୍ଷରୁ ଟିକେଟ୍‌ ମିଳିଛି। ଏ ନେଇ ଅର୍ଚ୍ଚନା ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ସହଯୋଗୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । 

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଅଫିସ, ୨୨।୩ : ପୁରୀ ସହରରେ ହୋଲିର ମାହୋଲ ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା।

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ:    ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ: ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ  ପ୍ରୟାସ ଆରମ୍ଭ ହୋଇଛି । ଭୋଟରଙ୍କୁ ପ୍ରାର୍ଥୀ ଏବଂ ବିଭିନ୍ନ ଦଳ ପକ୍ଷରୁ ପ୍ରଭାବିତ କରିବା ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି।

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା