ବାଣିଜ୍ୟ |

ରାଜ୍ୟରେ ସ୍ଥାପନ ହେବ ୩ ନୂଆ ଏଲପିଜି : ବଟଲିଂ ପ୍ଲାଣ୍ଟ

ରାଜ୍ୟରେ ସ୍ଥାପନ ହେବ ୩ ନୂଆ ଏଲପିଜି  :   ବଟଲିଂ ପ୍ଲାଣ୍ଟ

ଭୁବନେଶ୍ୱର,୧୬-୨: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚପିସିଏଲ୍‌) ପକ୍ଷରୁ ରାୟଗଡାଠାରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ସ୍ଥାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ରାୟଗଡାର ଆଇଆଇଡି ସେଣ୍ଟରଠାରେ ହେବାକୁ ଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ମାସ ୧୯ରେ ଏହାର ଭିତ୍ତିପ୍ରସ୍ତର ଦେବେ। କାର୍ଯ୍ୟକ୍ରମ ଅବସରରେ ଲୋକସଭା ସଦସ୍ୟ ଝିନ ହିକକା ଏବଂ ରାୟଗଡା ଏମ୍‌ଏଲ୍‌ଏ ଲାଲ ବିହାରି ହିମିରିକା ଯୋଗଦେବେ ବୋଲି ଏଠାରେ ତୈଳକମ୍ପାନୀ ତଥା ଅଂଶୀଦାରଙ୍କ ପକ୍ଷରୁ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି।  

୨୧ ଏକର ପରିମିତ ସ୍ଥାନରେ ଏହି ପ୍ଲାଣ୍ଟ ସ୍ଥାପନ କରାଯିବ। ଏହାର କ୍ଷମତା ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ରହିବ। ସେପ୍ଟେମ୍ବର ୨୦୨୦ ସୁଦ୍ଧା ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରାଯିବାକୁ ଯୋଜନା ରଖାଯାଇଛି। ଉକ୍ତ ୟୁନିଟ କାର୍ଯ୍ୟକାରୀ ହେଲେ ନିକଟବର୍ତ୍ତୀ ୧୧ ଜିଲାକୁ ଏଲ୍‌ପିଜି ଯୋଗାଣ ନେଇ କାର୍ଯ୍ୟ କରିବ। ରାଜ୍ୟରେ ଏଲପିଜି ବ୍ୟବହାର ଦ୍ରୁତ ହାରରେ ବୃଦ୍ଧି ଘଟୁଥିବା ବେଳେ ଗତ ଚାରି ବର୍ଷରେ ଏହା ୨୦.୨୨ ଲକ୍ଷରୁ ବୃଦ୍ଧି ଘଟି ୭୬.୬୫ ଲକ୍ଷ ଛୁଇଁଛି। ଏହି ସମୟରେ ଅଭିବୃଦ୍ଧି ହାର ୨୭୯.୧% ରହିଛି। ଗତ ବର୍ଷ ରାଜ୍ୟରେ ବାର୍ଷିକ ପ୍ୟାକଡ ଏଲପିଜି ଚାହିଦା ୩.୨ କୋଟି ଥିବା ବେଳେ ଏହା ୨୦୨୦ ବେଳେକୁ ୪.୩ କୋଟି ଛୁଇଁବ ବୋଲି ଆକଳନ କରାଯାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପକ୍ଷରୁ ରାଜ୍ୟରେ ୪ଟି ବଟଲିଂ ପ୍ଲାଣ୍ଟ ରହିଛି। ଏହି ପ୍ଲାଣ୍ଟଗୁଡ଼ିକର ବାର୍ଷିକ କ୍ଷମତା ୨.୮୦ କୋଟି  ସିଲିଣ୍ଡର ରହିଛି। ଭୁବନେଶ୍ୱର ଏବଂ ବଲାଙ୍ଗୀରରେ ନୂଆ ପ୍ଲାଣ୍ଟ ଯୋଜନା ରହିଛି। ୩ ନୂଆ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ବଟଲିଂ ପ୍ଲାଣ୍ଟ ସଂଖ୍ୟା ୭ ଛୁଇଁବା ସହ କ୍ଷମତା ୪.୦୬ କୋଟି ବଟଲ ରହିବ। କାର୍ଯ୍ୟକ୍ରମ ଅବସରରେ ଏଚପିସିଏଲ ଡିଜିଏମ୍‌ ଧର୍ମେନ୍ଦ୍ର ବେହୁରା, ବରିଷ୍ଠ ମାର୍କେଟିଂ ପ୍ରବନ୍ଧକ ତୃପ୍ତି ରଞ୍ଜନ ସାହୁ, ଏଚପିସିଏଲ୍‌ ଜଟଣୀ ପ୍ଲାଣ୍ଟର ଚିଫ ମ୍ୟାନେଜର ଅନୀଲ କୁମାର ତ୍ରିପାଠୀ, ପୂର୍ବତଟ ରେଳପଥର ଏସ୍‌ପିଆର୍‌ଓ ନିରାକାର ଦାସ ଉପସ୍ଥିତ ଥିଲେ। 

All Right Reserved By

ବାଣିଜ୍ୟ |

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଓଡ଼ିଶାରେ ଏହାର ସେଲ୍ସ ଟିମ୍‌ର ସମ୍ପ୍ରସାରଣ

ଭୁବନେଶ୍ୱର,୨୩-୩: ଗ୍ରୀନ୍‌ ସିମେଣ୍ଟ ପ୍ରସ୍ତୁତକାରୀ କମ୍ପାନୀ, ଜେଏସଡ୍ଲ୍ୟୁ ସିମେଣ୍ଟ, ଗ୍ରାହକ ଅନୁଭୂତିକୁ ବୃଦ୍ଧି କରିବା ପାଇଁ ପୂର୍ବ ଭାରତରେ ଏହାର ସେଲ୍ସ ଟିମ୍‌କୁ ସମ୍ପ୍ରସାରିତ କରୁଛି। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳରେ ୧୫୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ନିଯୁକ୍ତି ସହିତ ଏହାର ସେଲ୍ସ ଫୋର୍ସକୁ ବୃଦ୍ଧି କରୁଛି।

ଆମ୍‌ୱେ ପକ୍ଷରୁ ଇଟ୍‌ ହାର୍ଡ ଇଟ୍‌ ସ୍ମାର୍ଟ ଅଭିଯାନ

ଆମ୍‌ୱେ ପକ୍ଷରୁ ଇଟ୍‌ ହାର୍ଡ ଇଟ୍‌ ସ୍ମାର୍ଟ ଅଭିଯାନ

ଭୁବନେଶ୍ୱର,୨୩-୩: ଆମ୍‌ୱେ ଇଣ୍ଡିଆ ପକ୍ଷରୁ ଏକ ସୁସ୍ଥକର ଜୀବନଶୈଳୀ ପାଇଁ ସନ୍ତୁଳିତ ପୋଷଣ ଗ୍ରହଣ କରିବାର ଲାଭକୁ ସମର୍ଥନ କରିବା ଏବଂ ପ୍ରଚାର କରିବା ପାଇଁ ଇଟ୍‌ ହାର୍ଡ ଇଟ୍‌ ସ୍ମାର୍ଟ ନାମକ ଅଭିଯାନର ଶୁଭାରମ୍ଭ କରାଯାଇଛି।

ଲାଇଫବୟ ପକ୍ଷରୁ ’ସ୍ବାସ୍ଥ୍ୟ ସେହଭାଗୀ’ କାର୍ଯ୍ୟକ୍ରମ

ଲାଇଫବୟ ପକ୍ଷରୁ ’ସ୍ବାସ୍ଥ୍ୟ ସେହଭାଗୀ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୩-୩: ଲାଇଫବୟ ପକ୍ଷରୁ କୁମ୍ଭ ମେଳା ଅବସରରେ ଗ୍ରାହକଙ୍କ ସହ ଯୋଡ଼ିହେବା ପାଇଁ ହାତ ଧୋଇବା ସଚେତନତା କାର୍ଯ୍ୟକ୍ରମ ‘ସ୍ବାସ୍ଥ୍ୟ ସେହଭାଗୀ ’ନିକଟରେ ସମାପ୍ତ ହୋଇଛି

ନୂତନ  ଅଗ୍‌ମେଣ୍ଟେଡ଼ ରିଅଲିଟି ଟି-ସାର୍ଟ ବଜାରରେ

ନୂତନ ଅଗ୍‌ମେଣ୍ଟେଡ଼ ରିଅଲିଟି ଟି-ସାର୍ଟ ବଜାରରେ

ଭୁବନେଶ୍ୱର,୨୩-୩: ଲାଇଫ୍‌ଷ୍ଟାଇଲ୍‌ ବ୍ରାଣ୍ଡ, ରୋଡ଼ଷ୍ଟର ପକ୍ଷରୁ ଅଗ୍‌ମେଣ୍ଟେଡ଼ ରିଅଲିଟି ଟିଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଏହି ଶୁଭାରମ୍ଭ ସହିତ ରୋଡ଼ଷ୍ଟେର୍‌ ମ୍ୟାରେଜ୍‌ ଫ୍ୟାସନ୍‌, ଡିଜାଇନ୍‌ ଓ ଜ୍ଞାନକୌଶଳ ସହ ଗ୍ରାହକମାନଙ୍କୁ ଏକ ସେଟ୍‌ର ଟି-ସାର୍ଟଗୁଡ଼ିକ ପ୍ରଦାନ କରୁଛି। 

୧୬୬ କୋଟି ସଂଗ୍ରହ କଲା ଆଦିତ୍ୟ ବିର୍ଲା ସନଲାଇଫ ରିଟାୟାରଡ ଫଣ୍ଡ

୧୬୬ କୋଟି ସଂଗ୍ରହ କଲା ଆଦିତ୍ୟ ବିର୍ଲା ସନଲାଇଫ ରିଟାୟାରଡ ଫଣ୍ଡ

ଭୁବନେଶ୍ୱର,୨୩-୩: ଆଦିତ୍ୟ ବିର୍ଲା କ୍ୟାପିଟାଲ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ଆଦିତ୍ୟ ବିର୍ଲା ସନଲାଇଫ୍‌ ରିଟାୟାରମେଣ୍ଟ ଫଣ୍ଡ୍‌ ପକ୍ଷରୁ ଏହାର ଏନ୍‌ଏଫ୍‌ଓ ଅବଧିରେ ୧୬୬ କୋଟି ଟଙ୍କା ସଂଗ୍ରହ କରାଯାଇଛି।

ଫୋନ୍‌ ପେ ଆପ୍‌ର ବ୍ୟବହାର କରୁଛନ୍ତି ଦେଶର ଦେଢ ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର ବ୍ୟବସାୟୀ

ଫୋନ୍‌ ପେ ଆପ୍‌ର ବ୍ୟବହାର କରୁଛନ୍ତି ଦେଶର ଦେଢ ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର ବ୍ୟବସାୟୀ

ଭୁବନେଶ୍ୱର,୨୩-୩: ଦେଶର ୭୦ ଅଧିକ ସହରର ୧.୫୦ ଲକ୍ଷ କ୍ଷୁଦ୍ର ଦୋକାନରେ ଫୋନ୍‌ ପେର ବ୍ୟବହାର ହେଉଛି। ବଡ ବଡ ଷ୍ଟୋର ଷ୍ଟୋର ସହ ପ୍ରମୁଖ ଇକମର୍ସ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଫୋନ ପେ ଦ୍ୱାରା ପେମେଣ୍ଟ ଗ୍ରହଣ କରୁଥିବା ଜଣା ପଡିଛି। 

ସାମ୍‌ସଙ୍ଗ୍‌ର ଗ୍ୟାଲେକ୍ସି ଏ-୧୦ ସ୍ମାର୍ଟଫୋନ୍‌ ଏବେ ବଜାରରେ

ସାମ୍‌ସଙ୍ଗ୍‌ର ଗ୍ୟାଲେକ୍ସି ଏ-୧୦ ସ୍ମାର୍ଟଫୋନ୍‌ ଏବେ ବଜାରରେ

ଭୁବନେଶ୍ୱର,୨୩-୩: ସାମ୍‌ସଙ୍ଗ୍‌ ପକ୍ଷରୁ  ପରବର୍ତ୍ତୀ ପିଢିର ନୂତନ ଗ୍ୟାଲେକ୍ସି ଏ-୧୦ ମୋବାଇଲ୍‌ ବଜାରକୁ ଆସିଛି। ଏହାର ବଜାର ଦର ୮୪୯୦ ଟଙ୍କା ରହିଛି। 

ଆନନ୍ଦ ମାର୍ଗ ସ୍କୁଲକୁ ଏସ୍‌ବିଆଇ ଲାଇଫର ସହାୟତା

ଆନନ୍ଦ ମାର୍ଗ ସ୍କୁଲକୁ ଏସ୍‌ବିଆଇ ଲାଇଫର ସହାୟତା

ଭୁବନେଶ୍ୱର,୨୩-୩: ଏସବିଆଇ ଲାଇଫ୍‌ ରାଜ୍ୟରେ ଅପପୁଷ୍ଟି ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟର ବାଲେଶ୍ୱର ଜିଲ୍ଲା ଆକିନିଆରେ ଥିବା ଆନନ୍ଦ ମାର୍ଗ ସ୍କୁଲର ପିଲାମାନଙ୍କ ପାଇଁ ମୌଳିକ ଆବଶ୍ୟକତା ସୁବିଧା ପ୍ରଦାନ  ଦିଗରେ କମ୍ପାନୀ କାର୍ଯ୍ୟ କରିଛି। 

ଆଦିତ୍ୟ ହ୍ୟୁଣ୍ଡାଇରେ ସର୍ଭିସ କ୍ୟାମ୍ପ

ଭୁବନେଶ୍ୱର,୨୩-୩ : ଆଦିତ୍ୟ ହ୍ୟୁଣ୍ଡାଇର ଉତ୍ତରାସ୍ଥିତ ଶୋ’ରୁମ ପକ୍ଷରୁ ସର୍ଭିସ କ୍ୟାମ୍ପ‘ଏକ୍ସପେରିଏନ୍ସ ହ୍ୟୁଣ୍ଡାଇ’ ଆୟୋଜିତ ହୋଇଯାଇଛି। କମ୍ପାନୀର ଏଭିପି ହରମୋହନ ମହାନ୍ତି ଏହାକୁ ଉଦଘାଟନ କରିଥିଲେ। 

ପସନ୍ଦ ପାଲଟୁଛି  ବ୍ଲାଷ୍ଟ ପ୍ରୁଫ୍‌ ଏଲ୍‌ପିଜି ସିଲିଣ୍ଡର

ପସନ୍ଦ ପାଲଟୁଛି ବ୍ଲାଷ୍ଟ ପ୍ରୁଫ୍‌ ଏଲ୍‌ପିଜି ସିଲିଣ୍ଡର

ନାଗପୁର,୨୩-୩: କନଫିଡେନ୍ସ ପେଟ୍ରୋଲିୟମ ଇଣ୍ଡିଆ ଲିମିଟେଡ ପକ୍ଷରୁ ବଜାରକୁ ଆସିଥିବା ଗୋ ଗ୍ୟାସ ଏଲିଟ୍‌ ଏଲ୍‌ପିଜି ସିଲିଣ୍ଡର ଏବେ ଗ୍ରାହକଙ୍କ ପସନ୍ଦ ପାଲଟୁଛି। ଏଲ୍‌ପିଜି ସିଲିଣ୍ଡର ଫାଟିବା ଯୋଗୁ ଅନେକ କ୍ଷୟକ୍ଷତି ସାମ୍ନାକୁ ଆସୁଛି। 

ପୁଲଓ୍ବାମା ଶହୀଦଙ୍କ ମାତାପିତା ଙ୍କୁ  ନାଲ୍‌କୋର ସମ୍ବର୍ଦ୍ଧନା

ପୁଲଓ୍ବାମା ଶହୀଦଙ୍କ ମାତାପିତା ଙ୍କୁ ନାଲ୍‌କୋର ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୨-୩: ପୁଲଓ୍ବାମାରେ ଶହୀଦ ହୋଇଥିବା ବୀର ଜବାନଙ୍କୁ ନାଲ୍‌କୋ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। 

ରାଜ୍ୟପାଳଙ୍କୁ ଭେଟିଲେ ଏଏସ୍‌ବିଏମ୍‌ ପ୍ରତିଷ୍ଠାତା

ରାଜ୍ୟପାଳଙ୍କୁ ଭେଟିଲେ ଏଏସ୍‌ବିଏମ୍‌ ପ୍ରତିଷ୍ଠାତା

ଭୁବନେଶ୍ୱର,୨୨-୩: ଏସିଆନ୍‌ ସ୍କୁଲ ଅଫ୍‌ ବିଜନେସ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌)ର ପ୍ରତିଷ୍ଠାତା ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ରାଜ୍ୟପାଳ ଗଣେଷି ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା