ରାୟଗଡା

ଚନ୍ଦାହାଣ୍ଡି ବ୍ଲକ୍‌ରେ କୁଆପଥର ବର୍ଷା

ଚନ୍ଦାହାଣ୍ଡି ବ୍ଲକ୍‌ରେ କୁଆପଥର ବର୍ଷା

ଚନ୍ଦାହାଣ୍ଡି,୧୫।୨(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ର ବିଭିନ୍ନ ସ୍ଥାନରେ  ଅପରାହ୍ନରେ କୁଆପଥର ବର୍ଷା ହୋଇଛି। ସକାଳୁ ପାଗ ନିର୍ମଳ ଥିଲେ ମଧ୍ୟ ମଧ୍ୟାହ୍ନ ପରେ ଆକାଶ ମେଘାଚ୍ଛନ୍ନ ହୋଇ କୁଆପଥର ସହ ବର୍ଷା ହୋଇଥିଲା। ବିଶେଷ କରି  ଧୋଡ଼ିପାଣି ପଞ୍ଚାୟତ ଫଲାସାପଣା ଗ୍ରାମରେ  କୁଆପଥର  ବର୍ଷାରେ ପରିବା ଫସଲ ନଷ୍ଟ ହୋଇଛି। ଇଟାଭାଟି ମାଲିକ ମଧ୍ୟ କ୍ଷତି ସହିଛନ୍ତି।

All Right Reserved By

ରାୟଗଡା

ନବରଙ୍ଗପୁର ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ: ଶେଷ ଦିବସରେ ୨୩ ପ୍ରାର୍ଥତ୍ପତ୍ର ଦାଖଲ

ନବରଙ୍ଗପୁର ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ: ଶେଷ ଦିବସରେ ୨୩ ପ୍ରାର୍ଥତ୍ପତ୍ର ଦାଖଲ

ନବରଙ୍ଗପୁର,୨୫।୩(ବି.ପ୍ର.)- ନବରଙ୍ଗପୁର ଲୋକସଭା ଓ ୪ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିବସରେ ମୋଟ ୨୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନବରଙ୍ଗପୁର ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଅଜିତ କୁମାର ମିଶ୍ରଙ୍କ ନିକଟରେ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ, ଭାଜପା ପ୍ରାର୍ଥୀ ବଳଭଦ୍ର ମାଝୀ ଓ ବିଏସପି ପ୍ରାର୍ଥୀ ଚନ୍ଦ୍ରଧ୍ୱଜ ମାଝୀ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ ।

୬ ଦିନ ହେଲା ଜଳଯୋଗାଣ ବନ୍ଦ: ଡ଼ହଳବିକଳ ଗ୍ରାମବାସୀ

୬ ଦିନ ହେଲା ଜଳଯୋଗାଣ ବନ୍ଦ: ଡ଼ହଳବିକଳ ଗ୍ରାମବାସୀ

ଟିକିରି,୨୫।୩(ଡ଼ି.ଏନ.ଏ)- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଗ୍ରାମରେ ଦୀର୍ଘ ୬ ଦିନ ହେଲାଣି ଜଳଯୋଗାଣ ବନ୍ଦ ରହିଛି । ଫଳରେ ଗ୍ରାମବାସୀ ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି । ପାନୀୟ ଜଳ ପ୍ରକଳ୍ପରେ ଥିବା ମୋଟର ଅଚଳ ଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଜଣାଯାଇଛି ।

ମାଲକାନଗିରି ଜିଲା କଂଗ୍ରେସରୁ ୩ ବହିଷ୍କୃତ

ମାଲକାନଗିରି,୨୫ା୩ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା କଂଗ୍ରେସ ଦଳ ସଭାପତି ଗୋବିନ୍ଦ ପାତ୍ର ଏବଂ କାର୍ଯ୍ୟକାରୀ ସଭାପତି ରାମ ପଟ୍ଟନାୟକ ସୋମବାର ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ୩ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି। 

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର,୨୫।୩(ବି.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ଚିଲକପଦର ପଞ୍ଚାୟତ ଛଟାଗୁଡ଼ା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ପୋଖରୀ ନିକଟରେ ଥିବା ଜାମୁ କୋଳି ଗଛରେ ପ୍ରେମୀଯୁଗଳ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଛନ୍ତି। 

ସହକାରୀ ଜିଲାପାଳଙ୍କ ଆତ୍ମହତ୍ୟା

ସହକାରୀ ଜିଲାପାଳଙ୍କ ଆତ୍ମହତ୍ୟା

ରାୟଗଡା ଅଫିସ୍‌, ୨୪।୩- ରାୟଗଡା ସହକାରୀ ଜିଲାପାଳ ଶିବପ୍ରସାଦ ପାଣିଗ୍ରାହୀ ରବିବାର ଆତ୍ମହତ୍ୟା କରିଛନ୍ତି। କିଛି ବଟିବା ବହୁ ମାତ୍ରାରେ ଖାଇଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । କାର୍ଯ୍ୟାଳୟର  ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପୁତୁରା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଏନେଇ ରାୟଗଡା ଥାନା ପୋଲିସ  ଏକ ଅପମୃତ୍ୟୁ ମାମଲା (୧୧/୧୯) ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ନିହାର ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି। 

ଖାଦ୍ୟରେ ବିଷକ୍ରିୟା ଯୋଗୁ ଛାତ୍ରୀ ମୃତ, ୫ ଗୁରୁତର

ଖାଦ୍ୟରେ ବିଷକ୍ରିୟା ଯୋଗୁ ଛାତ୍ରୀ ମୃତ, ୫ ଗୁରୁତର

ପାରଳାଖେମୁଣ୍ଡି/ଗୋଷଣି, ୨୪।୩ (ସ୍ବ.ପ୍ର.) - ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମାରିଙ୍ଗି ସମନ୍ବିତ ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ହଷ୍ଟେଲରେ ଶନିବାର ରାତିରେ ଖାଦ୍ୟ ବିଷକ୍ରିୟା ଯୋଗୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ରାତିରେ ଭାତ, ଡାଲି ଓ ଖଟା ଖାଇବା ପରେ କେତେକ ଛାତ୍ରୀ କୌଣସି କାରଣରୁ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଟୁନି ରଇତଙ୍କର ମୃତ୍ୟୁ ଘଟିଥିଲା।  ମୃତ ଛାତ୍ରୀଙ୍କ ଘର ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଏନ୍‌.ରାହୋସିଂ ବୋଲି ଜଣାପଡିଛି । 

 କଂଗ୍ରେସ ଟିକେଟ ମିଳିଲାନି: ସ୍ବାଧୀନ ଭାବେ ଲଢିବେ ତିରୁପତି

କଂଗ୍ରେସ ଟିକେଟ ମିଳିଲାନି: ସ୍ବାଧୀନ ଭାବେ ଲଢିବେ ତିରୁପତି


ପାରଳାଖେମୁଣ୍ଡି, ୨୪।୩(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ପାଇବାରୁ ବଞ୍ଚତ୍ତ ହେବା ପରେ ସ୍ବାଧୀନ ଭାବେ ଲଢିବେ ବୋଲି ପାରଳା ସ୍ବାଭିମାନ ମଞ୍ଚ ସଭାପତି ତିରୁପତି ପାଣିଗ୍ରାହୀ କହିଛନ୍ତି। 

ଜୟପୁର ଭାଜପାରେ ବିଦ୍ରୋହ: ଘୋଷଣା ହେଉହେଉ ପ୍ରାର୍ଥୀଙ୍କୁ ବିରୋଧ

ଜୟପୁର ଭାଜପାରେ ବିଦ୍ରୋହ: ଘୋଷଣା ହେଉହେଉ ପ୍ରାର୍ଥୀଙ୍କୁ ବିରୋଧ

ଜୟପୁର,୨୪।୩(ନି.ପ୍ର.)-ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ଗୌତମ ସାମନ୍ତରାୟଙ୍କ ନାମ ଘୋଷଣା କରିଛି। ପୂର୍ବରୁ ଗୌତମଙ୍କୁ ବହିଷ୍କାର କରାଯାଇଥିବା ବେଳେ ଏବେ ତାଙ୍କୁ ପ୍ରାର୍ଥୀ କରାଯିବା ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଜୟପୁର ଭାଜପା କାର୍ଯ୍ୟାଳୟରେ ତାଲା ପକାଇ ନେତା ଓ କର୍ମୀ ରାଜ୍ୟସ୍ତରୀୟ ନେତାଙ୍କ ବିରୋଧରେ ସ୍ଲୋଗାନବାଜି କରିଛନ୍ତି। 

୩୦ରେ ମା’ ଇଂଲାଜିନି ଠାକୁରାଣୀଙ୍କ ମଣ୍ଡେଇ ଯାତ୍ରା

୩୦ରେ ମା’ ଇଂଲାଜିନି ଠାକୁରାଣୀଙ୍କ ମଣ୍ଡେଇ ଯାତ୍ରା

ଧୋଡ୍ରା,୨୪।୩(ଡି.ଏନ.ଏ)- ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରାଠାରେ ମା’ ଇଂଲାଜିନି ଠାକୁରାଣୀଙ୍କ ପ୍ରସିଦ୍ଧ ଧୋଡ୍ରା ମଣ୍ଡେଇ ମହୋତ୍ସବ ପାଇଁ ଶନିବାର ମଣ୍ଡେଇ ବାଜା ବଜାଇ ଡାକରା ଦିଆଯାଇଛି। ପୂଜାରୀ, ଦିଶାରୀ, ଗାଣ୍ଡା, ଚଲାଣ, ଗାଉଁଟିଆ ଏବଂ ମଣ୍ଡେଇ କମିଟି ସମସ୍ତେ ଇଂଲାଜିନି ଠାକୁରାଣୀଙ୍କ ପୂଜାରୀ ଭଗବାନ ପୂଜାରିଙ୍କ ଘରୁ ଫୁଲ ଡବଲା ଧରି ମଣ୍ଡେଇ ପଡିଆକୁ ଏକ ପଟୁଆରରେ ଯାଇଥିଲେ। ସେଠାରେ ପ୍ରଥମେ ଭୂମି ପୂଜନ କରଯାଇଥିଲା

ରାସ୍ତାକଡ଼ରୁ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ରାସ୍ତାକଡ଼ରୁ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

କାଲିମେଳା,୨୪।୩୯ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ମହାରାଜାପଲ୍ଲୀ ନିକଟ ରାସ୍ତାକଡ଼ରୁ ରବିବାର ଜଣେ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଏମ୍‌ପିଭି-୪୩ ଗ୍ରାମର ରମେନ୍‌ ବିଶ୍ୱାସ। 

ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ମୁନିଗୁଡ଼ା,୨୪ା୩(ଡି.ଏନ୍‌.ଏ): ରାୟଗଡ଼ା ଜିଲା ମୁନିଗୁଡ଼ା ନିକଟସ୍ଥ ଝାମରାଗୁଡ଼ାରେ ଥିବା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।

ଶିଶିର ଭାଜପା ପ୍ରାର୍ଥୀ ହେବା ପରେ ଗୁଣପୁରରେ ତୁମ୍ବିତୋଫାନ

ଶିଶିର ଭାଜପା ପ୍ରାର୍ଥୀ ହେବା ପରେ ଗୁଣପୁରରେ ତୁମ୍ବିତୋଫାନ

ଗୁଣପୁର,୨୪ା୩(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁରରେ ରାଜନୈତିକ ବାତାବରଣ ସରଗରମ ହୋଇଛି ା ଭାଜପା ଓ ବିଜେଡିରେ ଏବେ ଅସନ୍ତୋଷ ଏବଂ ବିଦ୍ରୋହ ା ଗୁରୁବାର ବିଜେଡି ପକ୍ଷରୁ ରଘୁନାଥ ଗମାଙ୍ଗ  ନାମାଙ୍କନପତ୍ର ଦାଖଲ କରିବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି |


Model This Week

ରଶ୍ମି
Why Dharitri