ଅପରାଧ | ବାଲେଶ୍ୱର

ବ୍ୟାଙ୍କରେ ଡକାୟତି: ଜମାକାରୀଙ୍କଠାରୁ ୫ ମୋବାଇଲ, ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବ୍ୟାଙ୍କରେ ଡକାୟତି: ଜମାକାରୀଙ୍କଠାରୁ ୫ ମୋବାଇଲ, ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବଡ଼ବିଲ,୧୫।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଆଲ୍ଲାହାବାଦ ବ୍ୟାଙ୍କ ଶାଖାରେ ଶୁକ୍ରବାର  ଡକାୟତି ହୋଇଛି। ସକାଳ ୧୦ଟା ସମୟରେ ବନ୍ଧୁକ ଧରି ୫ ଦୁର୍ବୃତ୍ତ ବ୍ୟାଙ୍କ ଭିତ୍ତରକୁ ପଶି କ୍ୟାଶିୟର ଓ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରିବା ସହିତ ଜମାକାରୀଙ୍କଠାରୁ ୫ଟି ମୋବାଇଲ, ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ। କ୍ୟାଶିୟର ଓ ସିକ୍ୟୁରିଟି ଗାର୍ଡଙ୍କୁ ଗୁରୁତର ଅବସ୍ଥାରେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

All Right Reserved By

ଅପରାଧ | ବାଲେଶ୍ୱର

୨୦ ହଜାର ଝାମ୍ପିନେଲେ ଦୁର୍ବୃତ୍ତ

୨୦ ହଜାର ଝାମ୍ପିନେଲେ ଦୁର୍ବୃତ୍ତ

ଓଡ଼ଗାଁ, ୨୬।୩(ସ୍ବ.ପ୍ର.)-ସ୍ଥାନୀୟ ଲକ୍ଷ୍ମୀ ବଜାର ଛକରେ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟ୍‌ ହୋଇଛି। ସେ ଲସି ପିଇବାକୁ ପାଖ ଦୋକାନକୁ ଯିବା ବେଳେ ମୋପେଡରେ ଟାଙ୍ଗିଥିବା ଟଙ୍କାଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି।  

ପୋଷ୍ଟର ଚିରାକୁ ନେଇ ଉତ୍ତେଜନା, ଥାନାରେ ଏତଲା

ପୋଷ୍ଟର ଚିରାକୁ ନେଇ ଉତ୍ତେଜନା, ଥାନାରେ ଏତଲା

ଦିଗପହଣ୍ଡି,୨୫ା୩(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଗୌଡ଼ଗାଁରେ ବିଜେଡିର ପୋଷ୍ଟର ଚିରାକୁ କେନ୍ଦ୍ରକରି ଚାପା ଉତ୍ତେଜନା ଲାଗି ରହିଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ବଜାର ଛକରେ ଥିବା ଅମର ବେହେରାଙ୍କ ଘର କାନ୍ଥରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋ ସମ୍ବଳିତ ପୋଷ୍ଟରକୁ କେହି ଉପାଡି ନେଇଥିଲେ। ସୋମବାର ସକାଳେ ଏନେଇ ଭାଜପା ଗୋଷ୍ଠୀର ଯୁବକଙ୍କ ସହ କଥା କଟାକଟି ଓ ଯୁକ୍ତିତର୍କ ହୋଇଥିଲା। ସନ୍ଧ୍ୟାରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଭାଜପାର କେତେଜଣ କର୍ମୀ ଜବରଦସ୍ତ ଅମରଙ୍କ ଛାତ ଉପରେ ଚଢ଼ି ପୋଷ୍ଟର ଉପାଡ଼ି ନେବା ସହ ତାଙ୍କୁ ଧମକ ଚମକ ଦେଇଥିବା ସେ କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି।

ବୃଦ୍ଧାଙ୍କ ଆକାଉଣ୍ଟରୁ ୩୫ ହଜାର ଗାଏବ

ବୃଦ୍ଧାଙ୍କ ଆକାଉଣ୍ଟରୁ ୩୫ ହଜାର ଗାଏବ

ଦାରିଙ୍ଗବାଡ଼ି,୨୫।୩(ଡି.ଏନ.ଏ)- ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟବ୍ୟାଙ୍କରେ ଥିବା ଜଣେ ବୃଦ୍ଧାଙ୍କ ଜମାଖାତାରୁ ୩୫ ହଜାର ଟଙ୍କା କେହି ଦୁର୍ବୃତ୍ତ ଚଞ୍ଚକତା କରି ଗାଏବ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ଭ୍ରମରବାଡ଼ି ପଞ୍ଚାୟତ କେରୁବାଡ଼ି ଗ୍ରାମ ଶ୍ରାମବାଡ଼ି ସାହିର ସୁଜନା ନାୟକ। ସୋମବାର ସେ ଶାଖା ପରିଚାଳକ କିଶୋର ଚନ୍ଦ୍ର ସେଠୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ ସହ ସୁଜନାଙ୍କ ଦସ୍ତଖତକୁ ଯାଞ୍ଚ କରୁଥିବା ଶାଖା ପରିଚାଳକ ସେଠୀ କହିଛନ୍ତି।

ଠକେଇ ମାମଲା: ଅଭିଯୁକ୍ତଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୨୫।୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପାଟପୁର ଥାନା ଜିଉରା ଗ୍ରାମର ବାବୁ ସେଠୀଙ୍କୁ ମୁମ୍ବାଇ ଦହିସର ଥାନା ପୋଲିସ ସୋମବାର ଘରୁ ଉଠାଇ ନେଇଛି। ଦହିସର ଥାନା ମାମଲା ନଂ.୧୧୬/୧୯ ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଟ୍ରାନଜିଟ୍‌ ରିମାଣ୍ଡରେ ନେବା ପାଇଁ ସାନଖେମୁଣ୍ଡି ଗ୍ରାମ ନ୍ୟାୟାଳୟ ମାଜିଷ୍ଟ୍ରେଟଙ୍କ ନିକଟରେ ଦହିସର ଥାନା ସବ୍‌ଇନ୍ସପେକ୍ଟର ଶ୍ରୀକାନ୍ତ ଏସ. ମଗର ଲିଖିତ ଆବେଦନ କରିଥିଲେ।

ବେଆଇନ ବନ୍ଧୁକ ରଖି ଗିରଫ

ବେଆଇନ ବନ୍ଧୁକ ରଖି ଗିରଫ

ଘଣ୍ଟାପଡା, ୨୫।୩ (ଡି.ଏନ.ଏ):କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଉମା ଗ୍ରାମରେ ରବିବାର ପୋଲିସ ଚଢାଉ କରି ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

ନାବାଳିକାଙ୍କୁ ଅପହରଣ ମାମଲା:  ଅଭିଯୁକ୍ତ କୋର୍ଟଚାଲାଣ

ନାବାଳିକାଙ୍କୁ ଅପହରଣ ମାମଲା: ଅଭିଯୁକ୍ତ କୋର୍ଟଚାଲାଣ

ଭୁବନ,୨୫ା୩(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଯମୁନାକୋଟ ଗ୍ରାମର କାର୍ତ୍ତିକ ନାୟକ (୧୯)କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। 

୨ୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

୨ୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ପରଜଙ୍ଗ,୨୫ା୩(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ରବିବାର ରାତିରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। 

ଡକାୟତି ଯୋଜନା ପଣ୍ଡ, ମାରଣାସ୍ତ୍ର ସହ ୯ ଗିରଫ

ଡକାୟତି ଯୋଜନା ପଣ୍ଡ, ମାରଣାସ୍ତ୍ର ସହ ୯ ଗିରଫ

ବାଲେଶ୍ୱର ଅଫିସ, ୨୫।୩-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ଫିରିଙ୍ଗିପାଟଣା ଅଞ୍ଚଳର ଏକ ପରିତ୍ୟକ୍ତ ଘରେ ରବିବାର ରାତି ପ୍ରାୟ ୧୨ଟା ୪୦ମିନିଟ୍‌ରେ ୯ଜଣ ଡକାୟତ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ହାତରେ ଧରାପଡ଼ିଛନ୍ତି। 

ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

କଟକରୋଡ, ୨୫।୩(ଡି.ଏନ୍‌.ଏ.): ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ରବିବାର ରାତିରେ ବଡ଼ଗଡ଼ ପୋଲିସ ଗିରଫ କରିଛି। 

କଲେଜ ଅଧ୍ୟକ୍ଷଙ୍କୁ ଉଠାଇ ନେଲେ ଯୁବକ

କଲେଜ ଅଧ୍ୟକ୍ଷଙ୍କୁ ଉଠାଇ ନେଲେ ଯୁବକ

ରଣପୁର,୨୫ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ଦର୍ପନାରାୟଣପୁର କଲେଜ ଅଧ୍ୟକ୍ଷଙ୍କୁ ସୋମବାର ଅପରାହ୍ନରେ ମୁହଁରେ କଳାକପଡ଼ା ବାନ୍ଧିଥିବା ଦୁଇ ଯୁବକ କଲେଜ ଭିତରୁ ଉଠାଇ ନେଇ ଇଟାମାଟି ଥାନା ଲାଠିପଡ଼ା ଗ୍ରାମରେ ଏକ କୋଠରିରେ ବନ୍ଦ କରି ରଖିଥିଲେ।

ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ

ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ

ରାଉରକେଲା ଅଫିସ,୨୫ା୩ : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରୁଟକୁପିଢ଼ି-ଚିକଟଚଣ୍ଡୀ ଫରେଷ୍ଟ ରୋଡ୍‌ରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ତିର୍କୀ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ ଗୁଳି ବାଜିଥିବାବେଳେ ତାଙ୍କୁ ଆଇଜିଏଚ୍‌୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରେଲଓ୍ବେ ସାଇଡ୍‌ରୁ ଚ୍ୟାନେଲ ଚୋରି: କବାଡ଼ିଆଙ୍କୁ ବାନ୍ଧିଲା ପୋଲିସ

ରେଲଓ୍ବେ ସାଇଡ୍‌ରୁ ଚ୍ୟାନେଲ ଚୋରି: କବାଡ଼ିଆଙ୍କୁ ବାନ୍ଧିଲା ପୋଲିସ

ପରଜଙ୍ଗ, ୨୫।୩(ଡି.ଏନ୍‌.ଏ.) ପରଜଙ୍ଗ ଥାନା ବାରିହାପୁର ଗ୍ରାମ ନିକଟରେ ନିର୍ମାଣାଧୀନ ରେଳପଥର ବେକେନ୍‌ ଇମ୍ଫା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ୍‌ କ୍ୟାମ୍ପ ସାଇଡ୍‌ରୁ ୭ଟି ଲୁହା ଚ୍ୟାନେଲ ଚୋରି ଅଭିଯୋଗରେ କବାଡ଼ିଆ ବିନୟ ସାହୁଙ୍କୁ ପୋଲିସ ଗିରଫ କରିଛି। 


Model This Week

ରଶ୍ମି
Why Dharitri