ବାଲେଶ୍ୱର

ସଚେତନତା ପାଇଁ ସାଇକେଲ ଯାତ୍ରା

ସଚେତନତା ପାଇଁ ସାଇକେଲ ଯାତ୍ରା

ଭଦ୍ରକ ଅଫିସ, ୧୫।୨ - ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଭଦ୍ରକରୁ କନ୍ୟାକୁମାରୀ ଭାୟା ବାଙ୍ଗାଲୋରକୁ ସାଇକେଲରେ ଯାତ୍ରା କରିବେ ଭଦ୍ରକର ବିଭୂତି ଭୂଷଣ ପଣ୍ଡା(୩୦)। ଆସନ୍ତା ୨୦ ତାରିଖରୁ ସେ ସାଇକେଲରେ ଯାତ୍ରା କରି ୨୧ ଦିନ ମଧ୍ୟରେ ୨୯ ଶହ କି.ମି ଅତିକ୍ରମ କରିବେ। 

ବିଭୂତିଙ୍କ ଘର ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର କେଶରପୁର ଗଁାରେ। ସେ ଯୁକ୍ତ ୨ ପରେ ବୈଷୟିକ ତାଲିମ ନେଇ ସାରିଛନ୍ତି। ସେ ଭଦ୍ରକରୁ ବାହାରି ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ୍‌, ବିଜୟନଗରମ୍‌, ବିଜୟୱାଡା, ଚେନ୍ନାଇ, ରାମେଶ୍ୱରମ୍‌, କନ୍ୟାକୁମାରୀ, ସାଲମ୍‌ରୁ ବାଙ୍ଗାଲୋରରେ ପହଞ୍ଚି ଯାତ୍ରା ଶେଷ କରିବେ। ମୁଖ୍ୟତଃ ଧୂମପାନ ଓ ନିଶାଦ୍ରବ୍ୟଠାରୁ ଯୁବପିଢ଼ିଙ୍କୁ ଦୂରେଇ ରଖିବା, ବୃକ୍ଷରୋପଣ, ପରିବେଶ ସୁରକ୍ଷା, କ୍ୟାନ୍‌ସର ଭଳି ଦୁରାରୋଗ୍ୟଠାରୁ ଦୂରେଇ ରହିବା ନେଇ ସେ ଲୋକଙ୍କୁ ସଚେତନ କରାଇବେ। ରାସ୍ତାରେ ଯାଉଥିବା ଲୋକ, ରାସ୍ତାପାର୍ଶ୍ୱ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ଏବଂ ରାତ୍ରିକାଳୀନ ସମୟରେ ଆଖପାଖ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ଏହି ଯାତ୍ରା କରୁଥିବା ବିଭୂତି ପ୍ରତିକ୍ରିୟା ରଖିଛନ୍ତି। ଏଥିପୂର୍ବରୁ ସେ ଭଦ୍ରକରୁ ପୁରୀ ଓ କୋଣାର୍କ ୨୫୦ କି.ମି. ଗୋଟିଏ ଦିନରେ, ଭୁବନେଶ୍ୱରରୁ କୋରାପୁଟ ଯିବାଆସିବା ୧୨ ଦିନରେ ସାଇକେଲ ଯାତ୍ରା କରି ଚର୍ଚ୍ଚା ପରିସରକୁ ଆସିଥିଲେ। ସରକାରୀ ପ୍ରୋତ୍ସାହନ ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ମିଳିପାରିଲେ ସେ ସାଇକ୍ଲିଂରେ ରାଜ୍ୟସ୍ତରରେ ପାରଦର୍ଶିତା ହାସଲ କରିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

All Right Reserved By

ବାଲେଶ୍ୱର

ତିହିଡିରେ କାଳବୈଶାଖୀର ତାଣ୍ଡବ

ତିହିଡିରେ କାଳବୈଶାଖୀର ତାଣ୍ଡବ

ତିହିଡି,୨୨।୩(ଡି.ଏନ.ଏ): ଭଦ୍ରକ ଜିଲା ତିହିଡି ବ୍ଲକ ବାରସର ପଞ୍ଚାୟତରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ତିଆଡିସାହି ଗ୍ରାମର ୬ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। 

‘ହକ୍‌ ପାଇଁ ଲଢୁଛି ବିଜେଡି’

‘ହକ୍‌ ପାଇଁ ଲଢୁଛି ବିଜେଡି’

ବନ୍ତ, ୨୨।୩ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ତ ବ୍ଲକର ୧୬ ନମ୍ବର ଜୋନ ଅଧୀନ କେନ୍ଦୁଆପଦାଠାରେ ବିଜେଡି ପକ୍ଷରୁ ‘ହକ୍‌ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ: ସେମିରେ ଇଣ୍ଡିଆନ ନେଭି, କାନାରା ବ୍ୟାଙ୍କ

ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ: ସେମିରେ ଇଣ୍ଡିଆନ ନେଭି, କାନାରା ବ୍ୟାଙ୍କ

ବନ୍ତ, ୨୨।୩ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ତ ଟିଲୋ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ୮ମ ଦିନରେ ଅନୁଷ୍ଠିତ ୨ଟି ମ୍ୟାଚ୍‌ରେ ବିଜୟଲାଭ କରି ମୁମ୍ବାଇ ଇଣ୍ଡିଆନ ନେଭି ଓ ବାଙ୍ଗାଲୋର କାନାରା ବ୍ୟାଙ୍କ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ସୂର୍ଯ୍ୟପୁର ମେଳଣରେ ଖିରିଖିଆ ପର୍ବ

ସୂର୍ଯ୍ୟପୁର ମେଳଣରେ ଖିରିଖିଆ ପର୍ବ

ଧାମନଗର, ୨୨।୩ (ଡି.ଏନ.ଏ) - ଧାମନଗର ବ୍ଲକରେ ପ୍ରସିଦ୍ଧ ସୂର୍ଯ୍ୟପୁର ମେଳଣରେ  ଆରମ୍ଭ ହୋଇଛି ଖିରିଖିଆ ପର୍ବ। ମେଳଣ ପଡ଼ିଆରେ ଶୁକ୍ରବାର ଭୋର ସୁଦ୍ଧା ସମସ୍ତ ବିମାନରେ ଠାକୁର ବାଡ଼ିରୁ ରାଧାକୃଷ୍ଣଙ୍କ ବିଗ୍ରହକୁ  ବାଣବାଜା ରୋଷଣିରେ ଆଣାଯାଇଥିଲା। ଦିନସାରା ମେଳଣ ପଡିଆରେ ଜୀଉଙ୍କ ଦର୍ଶନ ପରେ ଅପରାହ୍ନରେ ଖିରିଖିଆ ପର୍ବ। ଏହି  ପର୍ବରେ ହଜାର ହଜାର ଭକ୍ତଙ୍କୁ ଖିରି ବଣ୍ଟନ କରାଯିବାର ପରମ୍ପରା ରହିଛି। 

ଶତାଧିକ ମଧୁମେହ ରୋଗୀ ଚିହ୍ନଟ

ଶତାଧିକ ମଧୁମେହ ରୋଗୀ ଚିହ୍ନଟ

ଭଣ୍ଡାରିପୋଖରୀ, ୨୨।୩ (ଡି.ଏନ.ଏ) - ଭଣ୍ଡାରିପୋଖରୀ ବ୍ଲକ ବାରିକପୁରସ୍ଥିତ ଶ୍ରୀରାମ ମେଡିସିନ ଷ୍ଟୋରଠାରେ ଡାବର ଇଣ୍ଡିଆ ପକ୍ଷରୁ ମଧୁମେହ ରୋଗୀ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।

ଐତିହାସିକ ପତିରାଜପୁର ଦୋଳ ମେଳା

ଐତିହାସିକ ପତିରାଜପୁର ଦୋଳ ମେଳା

ଖଇରା, ୨୨।୩ (ଡି.ଏନ.ଏ) - ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତର୍ଗତ ପତିରାଜପୁରରେ ଚାଲିଥିବା ଐତିହାସିକ ଦୋଳ ମେଳାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

ନାଳିଆ ନଦୀରେ କୁମ୍ଭ ବୁଡ଼ାଇଲେ ୫୦୦ ଯାଦବ

ନାଳିଆ ନଦୀରେ କୁମ୍ଭ ବୁଡ଼ାଇଲେ ୫୦୦ ଯାଦବ

ତିହିଡ଼ି, ୨୨।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବାରୋ ଚାରିମାହାଲ ଯାଦବ ସମିତି ପକ୍ଷରୁ ଐତିହାସିକ କୁମ୍ଭମେଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। 

ସୀତାକୁଣ୍ଡରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ସୀତାକୁଣ୍ଡରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ବାରିପଦା ଅଫିସ, ୨୨।୩ - ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶ, ବାରିପଦା ସଦର ଥାନା ଅଧୀନ ସୀତାକୁଣ୍ଡ ଜଳପ୍ରପାତରେ ବୁଡ଼ି ଜଣେ ଯୁବକ ଶୁକ୍ରବାର ପ୍ରାଣ ହରାଇଛନ୍ତି।

ପାଳସାହି ମେଳଣ: ଶ୍ରଦ୍ଧାଳୁଙ୍କ ସମାଗମ

ପାଳସାହି ମେଳଣ: ଶ୍ରଦ୍ଧାଳୁଙ୍କ ସମାଗମ

ଆରଡ଼ି, ୨୨।୩ (ଡି.ଏନ.ଏ.) - ଭଦ୍ରକ ଜିଲା ଧାମନଗର ବ୍ଲକର ପାଳସାହି ଓ ବେତାଳିଗଁ। ଅଧିବାସୀଙ୍କ ମିଳିତ ଉଦ୍ୟମରେ ପାଳସାହିଠାରେ ପ୍ରଥମ ଥର ପାଇଁ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ଏହି ମେଳଣରେ ପ୍ରାୟ ୧୫ଟି ମେଢ଼ ଯୋଗ ଦେଇଥିଲେ। ମେଢ଼ରେ ସୁସଜ୍ଜିତ ରାଧାକୃଷ୍ଣ ମୂର୍ତ୍ତିକୁ ବିମାନରେ ଆଣି ଏଠାରେ ରଖାଯାଇଥିଲା। 

କଳସ ଶୋଭାଯାତ୍ରା:  ରାଧାକୃଷ୍ଣ ନୃତ୍ୟରେ ଦୁଲୁକିଲା ଗଁ। ଦାଣ୍ଡ

କଳସ ଶୋଭାଯାତ୍ରା: ରାଧାକୃଷ୍ଣ ନୃତ୍ୟରେ ଦୁଲୁକିଲା ଗଁ। ଦାଣ୍ଡ

ଆରଡ଼ି, ୨୨। ୩ (ଡି.ଏନ.ଏ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତ କାଠମୁଣ୍ଡା ଗଁ। ଗୋପବନ୍ଧୁ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି। 

ଆଗରପଡ଼ା ମେଳନ: ୫୦ରୁ ଊର୍ଦ୍ଧ୍ୱ ଦୋଳବିମାନ ସାମିଲ

ଆଗରପଡ଼ା ମେଳନ: ୫୦ରୁ ଊର୍ଦ୍ଧ୍ୱ ଦୋଳବିମାନ ସାମିଲ

ବନ୍ତ,୨୨।୩(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ରାମଗଡ଼ ମେଳନରେ ଶୁକ୍ରବାର ଭୋରରୁ ୫୦ରୁ ଅଧିକ ବିମାନ ଶୋଭାଯାତ୍ରାରେ ଆସି ମଣ୍ଡପରେ ବିରାଜମାନ କରିଛନ୍ତି। 

ବଡବିଲରେ ଆର୍ଥିକ ଦୁର୍ବଳଙ୍କୁ ମିଳିବ ମାଗଣା ଆମ୍ବୁଲାନ୍ସ ସେବା

ବଡବିଲରେ ଆର୍ଥିକ ଦୁର୍ବଳଙ୍କୁ ମିଳିବ ମାଗଣା ଆମ୍ବୁଲାନ୍ସ ସେବା

ବଡବିଲ, ୨୧।୩ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ଆର୍ଥିକ ଦୁର୍ବଳଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ମିଳିବ। ସ୍ଥାନୀୟ ଏକ ଘରୋଇ କମ୍ପାନୀ ଦ୍ୱାରା ଯୁବ ସଙ୍ଗଠନ ପ୍ରୟାସକୁ ଏହି ଆମ୍ବୁଲାନ୍ସ ହସ୍ତାନ୍ତର କରାଯାଇଥିଲାବେଳେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ସଂପୃକ୍ତ ଘରୋଇ କମ୍ପାନୀର ପଦାଧିକାରୀ ଯୋଗଦେଇ ଥିଲାବେଳେ ସଙ୍ଗଠନର କର୍ମକର୍ତ୍ତା, ସଦସ୍ୟ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା