ରାୟଗଡା

କୋଟପାଡ଼ ଉପକାରାଗାରରୁ କଏଦୀ ଚମ୍ପଟ

କୋଟପାଡ଼ ଉପକାରାଗାରରୁ କଏଦୀ ଚମ୍ପଟ

କୋଟପାଡ଼,୧୪ା୨(ଡି.ଏନ୍‌.ଏ.)- କୋରାପୁଟ ଜିଲା କୋଟପାଡ଼ ଉପକାରାଗାରରୁ ଗୁରୁବାର ଜଣେ କଏଦୀ ଚମ୍ପଟ ମାରିଛନ୍ତି। ଫେରାର୍‌ ଥିବା କଏଦୀ ନବରଙ୍ଗପୁର ଜିଲା କତେଙ୍ଗା ଅଞ୍ଚଳର ମୋତିସିଂହ ଚାଲାଣ(୫୭)। ସେ ନିଜ ପୁଅ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଉକ୍ତ ଉପକାରଗାରରେ ୧୦ ବର୍ଷ ସଜା କାଟୁଛନ୍ତି। ୨୧ା୯ା୨୦୨୨ରେ ତାଙ୍କର ଜେଲଦଣ୍ଡ ଶେଷ ହେବ।  ଜେଲ୍‌ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ୫ ଜଣ କଏଦୀ ଜେଲ କୋଠରି ବାହାରକୁ ବଗିଚା ସଫା କରିବା ପାଇଁ ଯାଇଥିଲେ। କାମ ଶେଷକରି ୪ ଜଣ ଜେଲ୍‌ କୋଠରିକୁ ଫେରିଥିବାବେଳେ ଜଣେ ଫେରି ନ ଥିଲେ। ଜେଲ କର୍ମଚାରୀ ଏବଂ ୪ ଜଣ କଏଦୀଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ ସେମାନେ ଜାଣି  ନ ଥିବା କହିଥିଲେ। ଏନେଇ କୋଟପାଡ଼ ଥାନାରେ ଏତଲା ଦିଆଯାଇଛି।  ମୋତିସିଂହ କେବେ ଜେଲ୍‌ରେ ବିଶୃଙ୍ଖଳା କରି ନ ଥିଲେ , ବେଳେବେଳେ ମାନସିକ ବିକୃତଙ୍କ ଭଳି ବ୍ୟବହାର କରୁଥିବା ଉପାକାରଗାର ସୁପରିଣ୍ଟେଣ୍ଡେଣ୍ଟ ଶୁକ୍ରୁ ଭୋଇ କହିଛନ୍ତି। ଏବେ ଉକ୍ତ ଉପକାରାଗାରରେ  ୨୪ ଜଣ କଏଦୀ ରହୁଛନ୍ତି। ପୂର୍ବରୁ ଏଠାରେ  ଜଣେ କଏଦୀ ଆତ୍ମହତ୍ୟା କରିଥିଲେ। କଏଦୀମାନଙ୍କୁ ନେଇ ବାହାର କାର୍ଯ୍ୟରେ ଲଗାଯାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।

All Right Reserved By

ରାୟଗଡା

ଏମିତି ଏକ ମନ୍ଦିର: ଭାଇ ଭଉଣୀ ଭାବେ ପୁଜା ପାଆନ୍ତି ଶିବପାର୍ବତୀ

ଏମିତି ଏକ ମନ୍ଦିର: ଭାଇ ଭଉଣୀ ଭାବେ ପୁଜା ପାଆନ୍ତି ଶିବପାର୍ବତୀ

କୋରାପୁଟ,୨୩।୪(ସ୍ବ.ପ୍ର)-କୋରାପୁଟ ଜିଲା  ଦଶମନ୍ତପୁର ବ୍ଳକ  ଗିର୍ଲିଗୁମ୍ମା ପଞ୍ଚାୟତରେ  ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶିବ ଓ ପାର୍ବତୀ ପତିପତ୍ନୀ ଭାବେ ନୁହେଁ ଭଉଣୀଭାଇ ଭାବେ ପୁଜା ପାଇଥାନ୍ତି । କେଉଁ ଅନାଦି କାଳରୁ ଏହି ମନ୍ଦିରରେ ଶିବ ପାର୍ବତୀଙ୍କୁ  ଭଉଣୀଭାଇ ଭାବେ ପୁଜାକରନ୍ତି ସ୍ଥାନୀୟ ଲୋକେ । ତେଣୁ ଏହି ମନ୍ଦିର ଭାଇ ଭଉଣୀ ମନ୍ଦିର ଭାବେ ଏହି ଅଞ୍ଚଳରେ ବେଶ୍‌ ପରିଚିତ । ନିଃସନ୍ତାନମାନେ ମାନସିକ ରଖି ଏଠାରେ ପୂଜାର୍ଚ୍ଚନା କଲେ ମାନସିକ ପୂରଣ ହୋଇଥାଏ ବୋଲି  ଲୋକଙ୍କ ବିଶ୍ୱାସ ରହିଛି । ଏହି ମନ୍ଦିରରେ ଆଦିବାସୀ ପୂଜକ ମନ୍ମଥ ଜାନି ଓ  ପଦ୍ମଲୋଚନ ବିଷୋୟୀ ପୂଜା କାର୍ଯ୍ୟ କରିଥାନ୍ତି ।

ଗ୍ରାମବାସୀଙ୍କ ଦ୍ୱାରା ମୟୂର ଉଦ୍ଧାର

ଗ୍ରାମବାସୀଙ୍କ ଦ୍ୱାରା ମୟୂର ଉଦ୍ଧାର

ସେମିଳିଗୁଡା,୨୩।୪(ସ୍ବ.ପ୍ର)- କୋରାପୁଟ ସେମିଳିଗୁଡା ବ୍ଲକ ବଡବଡି ଗାଁ  ନିକଟ ଜଙ୍ଗଲରୁ ଗ୍ରାମବାସୀ ଏକ ମୟୁରକୁ ଉଦ୍ଧାର କରିଛନ୍ତି । ଖବରପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚତ୍ ଉକ୍ତ ମୟୂରକୁ ନେଇଯାଇଥିଲେ । ତାହାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଜଙ୍ଗଲରେ ଛାଡି  ଦେଇଛନ୍ତି ।  

କୁଟୁରା ଛୁଆ ଉଦ୍ଧାର

କୁଟୁରା ଛୁଆ ଉଦ୍ଧାର

ଜୟପୁର,୨୩।୪(ଡି.ଏନ.ଏ)- କୋରାପୁଟ ଜିଲା ଜୟପୁର ବନ ବିଭାଗ ରେଞ୍ଜର ପାତ୍ରପୁଟ ବନାଞ୍ଚଳର ମହାଳିଆପୁଟ ଗ୍ରାମବାସୀଙ୍କ ଦ୍ୱାରା  ନିକଟସ୍ଥ ଘାଟଘୁମର ସଂପକ୍ଷିତ  ଜଙ୍ଗଲରୁ  ଏକ ୬ ମାସର କୁଟୁରା ଛୁଆକୁ ଉଦ୍ଧାର କରିଥିଲେ ।

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଝୋଡିଆପଡ଼ା

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଝୋଡିଆପଡ଼ା

ରାୟଗଡା ଅଫିସ୍‌, ୨୩।୪- 

ରାୟଗଡା ସହରର ୨୪ନମ୍ବର ଓ୍ବାର୍ଡରେ ରହିଛି ଝୋଡିଆପଡ଼ା ବସ୍ତି । ଏହି ବସ୍ତିରେ ୪୪ଟି ପରିବାରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ହେଲେ ସେମାନଙ୍କୁ ଯେଉଁ ସୁବିଧା ଉପଲବ୍ଧ ହେବାକଥା ତାହା ହେଉନାହିଁ। ପାନୀୟ ଜଳ ଠାରୁ ଆରମ୍ଭକରି ରାସ୍ତା, ପକ୍କାଘର ଭଳି ଅନେକ ଯୋଜନାରୁ ଏମାନେ  ବଞ୍ଚତ୍ତ। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ  ମିଳୁ ନ ଥିବା ସେମାନେ କହିଛନ୍ତି। 

୬ ବର୍ଷ ହେଲା ବୋରଓ୍ବେଲ ପାଇଁ ଟଙ୍କା ଦେଇ ୨୪ ଚାଷୀ ହତାଶ

ଚିତ୍ରକୋଣ୍ଡା,୨୩।୪(ଡି.ଏନ୍‌.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସରକାରୀ କଳର କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀଙ୍କ ପାଇଁ ସରକାରଙ୍କ ଯୋଜନାରୁ ସୁଫଳ ପାଉନାହାନ୍ତି ଚାଷୀ। ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲ୍ଳକ ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଚାଷୀ ଜମିରେ ବୋରଓ୍ବେଲ ଖୋଳାଇବା ଲାଗି ପାଣି ପରୀକ୍ଷା କରିବାକୁ ସ୍ଥାନ ଚିହ୍ନଟ ଲାଗି ବିଭାଗ ନିକଟରେ ୧ହଜାର ଲେଖାଏ ଟଙ୍କା ବାନ୍ଧି ୬ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ପାଣି ପରୀକ୍ଷା ହୋଇପାରିନାହିଁ। ଏନେଇ ଚାଷୀମାନେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡି ନିରାଶ ହୋଇଛନ୍ତି। ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ। 

ନିଖୋଜ ମହିଳାଙ୍କ ମୃତଦେହ  କୂଅରୁ ଉଦ୍ଧାର

ନିଖୋଜ ମହିଳାଙ୍କ ମୃତଦେହ କୂଅରୁ ଉଦ୍ଧାର

ସେମିଳିଗୁଡା,୨୨ା୪(ସ୍ବ.ପ୍ର)- ସେମିଳିଗୁଡା ବ୍ଳକ ପିତାଗୁଡା ପଞ୍ଚାୟତର ଚୋରି ମାଳିପୁଟ ଗ୍ରାମର ଏକ କୂଅରୁ ନିଖୋଜ  ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ା 

ଗ୍ୟାସ କିଟ ବଣ୍ଟନରେ ଅନିୟମିତତା ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଉପଭୋକ୍ତା

ସେମିଳିଗୁଡା,୨୨ା୪(ସ୍ବ.ପ୍ର)-  ଉଜ୍ୱଳା ଯୋଜନାରେ ଗ୍ୟାସ କିଟ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା, ୨ ଗିରଫ

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା, ୨ ଗିରଫ

ଝରିଗାଁ,୨୨।୪(ସ୍ବ.ପ୍ର)-କଂଗ୍ରେସ ରାଲିରେ ଯୋଗ ଦେବାକୁ ଆସିଥିବା ନବରଙ୍ଗପୁର ଜିଲା  ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଚିକିଲି ଗୌଡଗୁଡା ଗ୍ରାମର ଅଭିଜିତ ମଣ୍ଡଳ ନିଖୋଜ ହେବାର ୮ ଦିନ ପରେ କୁସୁମପାଣି ଜଙ୍ଗଲରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା। 

ମହିଳାଙ୍କୁ ଯୌତୁକ ନିର୍ଯାତନା

ମହିଳାଙ୍କୁ ଯୌତୁକ ନିର୍ଯାତନା

ଜୟପୁର,୨୨ା୪(ଡି.ଏନ.ଏ)- କୋରାପୁଟ ଜିଲା ଜୟପୁର ସଦରଥାନା ଫୁଲବାଡ ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛନ୍ତି ା

  ଅଜଣା ରୋଗରେ ଆତଙ୍କିତ ଅଁଳା

ଅଜଣା ରୋଗରେ ଆତଙ୍କିତ ଅଁଳା

ଦଶମନ୍ତପୁର,୨୨।୪(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନରେ ଥିବା ଏସ୍‌. ଦଣ୍ଡାବାଡ଼ ଗ୍ରାମର କଂଶାରୀ ଦିଶାରୀଙ୍କ ସ୍ତ୍ରୀ ଅଁଲା ଦୀର୍ଘବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ଅଛନ୍ତି।

ବିକାଶର ବାଟ ଓଗାଳୁଛି ଟିପଚିହ୍ନ

ବୈପାରୀଗୁଡ଼ା,୨୨ା୪(ଡି.ଏନ୍‌.ଏ.):ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଲିମାଲାଡ଼ି ଗ୍ରାମର ବିଧବା ବୃଦ୍ଧା ସନମତି କାକଲପଡ଼ିଆ । ପିଲାଛୁଆ କେହି ନାହାନ୍ତି। ଏଭଳି ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିବା ତାଙ୍କ ପାଖରେ ଘର ଖଣ୍ଡିଏ ନ ଥିଲା। ତାଙ୍କ ନାମରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା। ଗଁ।ର କେତେକ ଦଲାଲ ଶ୍ରେଣୀର ଲୋକେ ଘର ନିର୍ମାଣ ଦାୟିତ୍ବ ନେଇଥିଲେ। କିନ୍ତୁ ଘରର କେବଳ ପୁନାଦି ପକାଇ ସନମତିଙ୍କ ଟିପଚିହ୍ନ ନେଇ ବ୍ୟାଙ୍କ ଜମାଖାତାରୁ ସଂପୂର୍ଣ୍ଣ ଅନୁଦାନ ଲୁଟିନେଲେ । କେତେକ ସରକାରୀ କର୍ମଚାରୀ ସ୍ବାର୍ଥ ପାଇଁ ସେମାନଙ୍କୁ ସହାୟତା କରିଥିଲେ । ବୈପାରୀଗୁଡ଼ା ବ୍ଲକରେ ଏମିତି ଅନେକ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି।

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ ଜେନା(୨୨)ଙ୍କୁ ଗ୍ରାମର କିଛି ଯୁବକ ପଥରରେ ତାଙ୍କ ମୁହଁକୁ ଛେଚି ହତ୍ୟା କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri