ବ୍ରହ୍ମପୁର

ଆକ୍ରମଣ ମାମାଲ: ଯୁବକଙ୍କୁ ୭ମାସ ଜେଲ

ଆକ୍ରମଣ ମାମାଲ: ଯୁବକଙ୍କୁ ୭ମାସ ଜେଲ

ଶେରଗଡ,୧୪।୨(ଡି.ଏନ୍‌.ଏ.)- ଶେରଗଡ ମାଜିଷ୍ଟ୍ରେଟ ରେଖାରାଣୀ ନାୟକ ଗୁରୁବାର ଏକ ଆକ୍ରମଣ ମାମଲାର ଶୁଣାଣି କରି ଜଣେ ଅଭିଯୁକ୍ତଙ୍କୁ ୭ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ପ୍ରକାଶ ଯେ, ୨୦୧୭ ଅଗଷ୍ଟ ୧୧ରେ କାଞ୍ଜିଆମାର ଜୟରାମ ପ୍ରଧାନଙ୍କୁ ଗ୍ରାମର ସନ୍ତୋଷ ଜେନା ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏନେଇ ଜୟରାମ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସନ୍ତୋଷ ଜାମିନରେ ମୁକୁଳିଥିଲେ। ୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଶେରଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନାୟକ ସନ୍ତୋଷଙ୍କୁ ୭ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କୁ ଆସିକା ଜେଲ ହାଜତକୁ ପଠାଇ ଦିଆଯାଇଛି। ପିପି ସରୋଜ କୁମାର ମଲ୍ଲିକ ଓ ରାଧାକୃଷ୍ଣ ଡାକୁଆ ମାମଲା ପରିଚାଳନା କରିଥିଲେ।

All Right Reserved By

ବ୍ରହ୍ମପୁର

ଚୋର ସନ୍ଦେହ: ଯୁବକଙ୍କୁ ଲଣ୍ଡାକରି ମାଡ଼

ଚୋର ସନ୍ଦେହ: ଯୁବକଙ୍କୁ ଲଣ୍ଡାକରି ମାଡ଼

କବିସୂର୍ଯ୍ୟନଗର,୨୦।୩- କବିସୂର୍ଯ୍ୟନଗର ନନ୍ଦିଆଗଡ଼ା ଗ୍ରାମରେ ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ମଙ୍ଗଳବାର ରାତିରେ ଲଣ୍ଡା କରି ନିସ୍ତୁକ ମାଡ ମାରିବା ସହ ବୁଧବାର ସକାଳେ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ ଗ୍ରାମରେ ପହଞ୍ଚତ୍ ଯୁବକଙ୍କୁ ଥାନାକୁ ଆଣିଥିଲା। ମାତ୍ର ସମ୍ପୃକ୍ତ ଯୁବକ ଜଣକ ପାଲଟା ଅଭିଯୋଗ କରିଛନ୍ତି, ସେ ରାତିରେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିବାବେଳେ ଲୋକମାନେ ତାଙ୍କୁ ବାନ୍ଧି ମାଡ ମାରିଛନ୍ତି। ଏନେଇ ନଂ.୬୯/୧୯ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

ପ୍ରାର୍ଥୀପତ୍ର ଦାଖଲ କଲେ ବୀରେନ୍ଦ୍ର

ପ୍ରାର୍ଥୀପତ୍ର ଦାଖଲ କଲେ ବୀରେନ୍ଦ୍ର

ଭଞ୍ଜନଗର,୨୦।୩(ଡି.ଏନ.ଏ.)- ପ୍ରାର୍ଥୀପତ୍ର ଦାଖଲର ବୁଧବାର ଦ୍ୱିତୀୟ ଦିବସରେ ଭଞ୍ଜନଗର ନିର୍ବାଚନମଣ୍ଡଳୀ ପାଇଁ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବେ ବୀରେନ୍ଦ୍ର କୁମାର ଗୌଡ଼ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବୀରେନ୍ଦ୍ର ନିଜ ସମର୍ଥକଙ୍କୁ ନେଇ ସ୍ଥାନୀୟ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ବିଜେଡ଼ିରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଷଷ୍ଠ ଥର ପାଇଁ ବିଧାୟକ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ। ସେହିଭଳି କଂଗ୍ରେସରୁ ସଞ୍ଜୟ କୁମାର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିବେ। ଉଭୟ ନେତା ୨୫ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବା ସମ୍ଭାବନା ରହିଛି। ଏହାପୂର୍ବରୁ ଶୋଭାଯାତ୍ରା, ନିର୍ବାଚନ ପ୍ରଚାର ପାଇଁ ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅପରପକ୍ଷେ ଭାଜପା ପକ୍ଷରୁ ବୁଧବାର ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇ ପାରିନାହିଁ। ଯାହାକୁ ନେଇ ଭାଜପା ନେତା ଓ କର୍ମୀ ଦ୍ୱନ୍ଦରେ ଅଛନ୍ତି। ତଥାପି ଆଶାୟୀ ପ୍ରାର୍ଥୀମାନେ କାଗଜପତ୍ର ପ୍ରସ୍ତୁତରେ ବ୍ୟସ୍ତ ଥିବା ଜଣାପଡ଼ିଛି।

ମଦ ଜବତ କଲେ ମହିଳା

ମଦ ଜବତ କଲେ ମହିଳା

ଫିରିଙ୍ଗିଆ,୨୦।୩- ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତରେ ମହିଳାମାନେ ମଦ ବିରୋଧି ଆନ୍ଦୋଳନକୁ ଜୋରଦାର କରିଛନ୍ତି। ବୁଧବାର ବନ୍ଧଗଡ ମହିଳା ସଂଘ ସଦସ୍ୟଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ବିଭିନ୍ନ ଗ୍ରାମକୁ ଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛନ୍ତି ା ଏଥିସହ ମଦ କାରବାର କରୁଥିବା କିଛି ବ୍ୟକ୍ତିଙ୍କୁ ଧରିଛନ୍ତି ା ଏହାପରେ ମହିଳାମାନେ ସ୍ଥାନୀୟ ପଞ୍ଚାୟତ ସମ୍ମୁଖରେ ବୈଠକ କରି ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ଜରିମାନା ଆକାରରେ ୧୦୦୦ ଲେଖାଏଁ ଆଦାୟ କରିଥିଲେ। ଆଗାମୀ ଦିନରେ ମଦ ରାନ୍ଧିବା କିମ୍ବା ବ୍ୟବସାୟ କରି ଧରାପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା। ସଂଘ ସଭାପତି ପଦ୍ମିନୀ ବାରିକ, ସରପଞ୍ଚ ଦମୟନ୍ତୀ କହଁର, ତହସିଲଦାର ପୁନମ ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

୪ କୁଇଣ୍ଟାଲ ଗଞ୍ଜେଇ ସହ ଟ୍ରକ୍‌ ଜବତ, ଜଣେ ଗିରଫ

୪ କୁଇଣ୍ଟାଲ ଗଞ୍ଜେଇ ସହ ଟ୍ରକ୍‌ ଜବତ, ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ.ଏ.)- ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ବୋଝେଇ ଏକ ଟ୍ରକର ପିଛା କରି ଗଞ୍ଜାମ ଥାନା ପୁଇଁତୋଳା ଛକଠାରେ ଧରିଛି। ଜବତ ଟ୍ରକରୁ ୪କୁଇଣ୍ଟାଲ (୧୬ବସ୍ତା) ଗଞ୍ଜେଇ ଜବତ ହୋଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ହରିୟାଣାର ପାଲୱାଲା ଜିଲା କୋଟ-୨୮୦ ଗ୍ରାମର ନାସିର (୨୨)। ଚଢାଉ କରିଥିବା ଅଧିକାରୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିଗପହଣ୍ଡି ଏବଂ ଚିକିଟି ଅଞ୍ଚଳରୁ ଉକ୍ତ ଗାଡ଼ିରେ ଗଞ୍ଜେଇ ଲୋଡ ହୋଇ ହରିୟାଣା ଯାଉଥିଲା।

ଦାସକାଠିଆ ମାଧ୍ୟମରେ ସଚେତନତା

ଦାସକାଠିଆ ମାଧ୍ୟମରେ ସଚେତନତା

ଚନ୍ଦ୍ରଗିରି,୨୦।୩(ଡି.ଏନ୍‌.ଏ.)-ଚନ୍ଦ୍ରଗିରି ହାଟରେ ବନ ବିଭାଗ ପକ୍ଷରୁ  ଦାସକାଠିଆ ମାଧ୍ୟମରେ ନିଆଁ ଦାଉରୁ ଜଙ୍ଗଲକୁ କିଭଳି ରକ୍ଷା କରାଯାଇପାରିବ ସେ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ନିକଟସ୍ଥ ଲେମ୍ବେଇ ଗ୍ରାମର ଗାୟକ ସୁବାସ ଚନ୍ଦ୍ର ବେହେରା ଏବଂ ବାଙ୍କତରା ଗ୍ରାମର ପାଳିଆ ଜଗନ୍ନାଥ ନାୟକ ଦାସକାଠିଆ ନାଚଗୀତ ଦ୍ୱାରା ଜନସାଧାରଙ୍କୁ ସଚେତନ କରାଇଥିଲେ। ଚନ୍ଦ୍ରଗିରି ବନବିଭାଗ କାର୍ଯ୍ୟାଳୟ ଅଧିକାରୀ ବାରିକ ବେହେରା, ଗାର୍ଡ ମନସ୍ବିନୀ ମାଦଳା, ଭୋଗମୟୀ ପ୍ରଧାନ, ଗାର୍ଡ ଗୁରୁନାଥ ଗମାଙ୍ଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ପୁରୁଷୋତ୍ତମପୁର,୨୦।୩(ଡି.ଏନ୍‌.ଏ.)- ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନାମାଙ୍କନପତ୍ର ଦାଖଲ ପୂର୍ବରୁ ତାରାତାରିଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। 

ଘରଚଟିଆଙ୍କ ସୁରକ୍ଷା ପାଇଁ  ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ଘରଚଟିଆଙ୍କ ସୁରକ୍ଷା ପାଇଁ ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୨୦।୩:  ଗଞ୍ଜାମ ଜିଲା ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ  ପକ୍ଷରୁ ବୁଧବାର ବିଶ୍ବ ଘରଚଟିଆ ଦିବସ ପାଳନ କରାଯାଇଛି । 

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଆଜି ହିଞ୍ଜିଳିରୁ ନାମାଙ୍କନପତ୍ର ଦାଖଲ କରିବେ ନବୀନ

ଆଜି ହିଞ୍ଜିଳିରୁ ନାମାଙ୍କନପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,(ବ୍ୟୁରୋ)/ଛତ୍ରପୁର, ୨୦ା୩(ଡି.ଏନ.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲାର ହିଞ୍ଜିଳି ଏବଂ ବରଗଡ଼ ଜିଲାର ବିଜେପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବୁଧବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପାଇଁ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। 

ନାମାଙ୍କନ ଦାଖଲ: ଦ୍ୱିତୀୟ ଦିନରେ ୨ ଜଣ 

ନାମାଙ୍କନ ଦାଖଲ: ଦ୍ୱିତୀୟ ଦିନରେ ୨ ଜଣ 

ବ୍ରହ୍ମପୁର ଅଫିସ,୨୦ା୩-ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଦ୍ୱିତୀୟ ଦିନରେ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ୨ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। 

ଲତିକାଙ୍କ ହାତରେ ବିଜେଡି, ବିଜୟଙ୍କ ହାତରେ କଂଗ୍ରେସ ଟିକେଟ 

ବେଗୁନିଆପଡା,୨୦ା୩(ଡି.ଏନ୍‌.ଏ.)-ସାଧାରଣ ନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସରିଛି। କବିସୂର୍ଯ୍ୟନଗର ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ଲତିକା ପ୍ରଧାନ ଟିକେଟ ହାତେଇଛନ୍ତି। 

କଂଗ୍ରେସରୁ ଇସ୍ତଫା ଦେଲେ ନିରଞ୍ଜନ 

ବ୍ରହ୍ମପୁର ଅଫିସ,୨୦ା୩-ଗଞ୍ଜାମ ଜିଲାରେ କଂଗ୍ରେସ ପ୍ରାର୍ଥୀ ଚୟନରେ ଗୁରୁତର ବିଭ୍ରାଟ ହୋଇଛି। ରାଜ୍ୟ କଂଗ୍ରେସ ବିଜେଡି ସହ ଭିତିରି ସମ୍ପର୍କ ରଖି ଟିକେଟ ବଣ୍ଟନ କରୁଥିବା ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ସଦସ୍ୟ ତଥା ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ନିରଞ୍ଜନ ପାଣିଗ୍ରାହୀ ମଙ୍ଗଳବାର ସଙ୍ଗିନ ଅଭିଯୋଗ କରିଛନ୍ତି । 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା