ରାୟଗଡା

ଲୁହାଝର ଦୁର୍ଘଟଣାକୁ ବର୍ଷେ ପୂରିଲା: ମୃତାହତଙ୍କ ପରିବାର ଆଖିରୁ ଶୁଖିନି ଲୁହ

ଲୁହାଝର ଦୁର୍ଘଟଣାକୁ ବର୍ଷେ ପୂରିଲା: ମୃତାହତଙ୍କ ପରିବାର ଆଖିରୁ ଶୁଖିନି ଲୁହ

ଗୁମ୍ମା,୧୪ା୨(ଡି.ଏନ.ଏ.): ଲୁହାଝର ଦୁର୍ଘଟଣାକୁ ବୁଧବାର ବର୍ଷେ ପୂରିଲା। ଏବେ ବି ମୃତାହତଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମନରୁ ଲିଭିନି ଏହି ଦୁଃଖଦ ଘଟଣା। ସେଦିନର ଘଟଣାକୁ  ମନେ ପକାଇ ଏବେ ବି ସେମାନଙ୍କ ଆଖିରୁ ଝରୁଛି ଲୁହ। ଗଜପତି ଜିଲା କାଶୀନଗର ବ୍ଲକ ପାର୍ତ୍ତଡା ପଞ୍ଚାୟତର ଲୁହାଝର ଘାଟିରାସ୍ତାରେ ଗତବର୍ଷ ଫେବୃୟାରୀ ୧୩ରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏଥିରେ ଗୁମ୍ମା ବ୍ଲକର ୯ଜଣ ଶ୍ରମିକଙ୍କ ଜୀବନ ଯାଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଥିଲେ। ସେହି ଘଟଣା କଥା ମନେ ପଡିଗଲେ ଅଞ୍ଚଳବାସୀଙ୍କ ଲୋମ ଟାଙ୍କୁରି ଉଠୁଛି।

ଘଟଣାର ୬ମାସ ପରେ ଅନୁକୁମ୍ବା ଗ୍ରାମର ଜୁବୁଲା ଗମାଙ୍ଗ କୋମାରୁ ଫେରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ପାରି ମା’ ବାପାଙ୍କ ଆଶ୍ରୟରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ମାତ୍ର ୩୦ହଜାର ଟଙ୍କା ସହାୟତା ମିଳିଥିଲା। ତେବେ ତାଙ୍କ ଚିକିତ୍ସା ବାବଦରେ ଏପର୍ଯ୍ୟନ୍ତ ୪ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି। ଠିକ୍‌ ଭାବେ ଚଲାବୁଲା କରିପାରୁନଥିବାରୁ ଏବେ ବି ଚିକିତ୍ସା ଜାରି ରହିଥିବା ସେ କହିଛନ୍ତି। ସେଦିନର ଦୁର୍ଘଟଣା କଥା ମନେପଡ଼ିଲେ ଭୟରେ ଦେହ ଥରିଉଠୁଛି ଆଉ ଆଖିରୁ ଲୁହ ଝରିପଡୁଛି ବୋଲି ଜୁବୁଲା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ସେହିପରି ଇନଶ ଗମାଙ୍ଗ ନିଜ ପରିବାର ପାଇଁ ଏକମାତ୍ର ସାହା ଭରସା ହୋଇଥିବାବେଳେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ କାମଧନ୍ଦା କିଛି କରିପାରୁନାହାନ୍ତି। ସ୍ତ୍ରୀ ରୋଜଗାର କରି ଯେଉଁ ଦି’ ପଇସା ଆଣୁଛନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ଚଳାଇବା ସହ ଔଷଧ ଖର୍ଚ୍ଚ ତୁଲାଇବାକୁ ପଡୁଛି। ରେଡକ୍ରସ ପାଣ୍ଠିରୁ କେବଳ ୫ହଜାର ଟଙ୍କା ପ୍ରଶାସନ ଦେଇଥିଲା ବୋଲି ସେ କହିଛନ୍ତି। ଦିଲିପ ନିଜ ମା’, ବାପାଙ୍କୁ ଦୁର୍ଘଟଣାରେ ହରାଇ ବେସାହାରା ହୋଇପଡ଼ିଥିବା ବେଳେ ଘରେ ଏକା ରହୁଛନ୍ତି। ସେ ପାଠପଢି ବଡ ମଣିଷ ହେବାର ସ୍ବପ୍ନ ଦେଖିଥିଲେ। ସେ ସ୍ବପ୍ନ ଏବେ ଉଜୁଡ଼ିଯିବାକୁ ବସିଛି। ସେହିପରି ନିଜ ମା’ ମିଲଖା ଗମାଙ୍ଗଙ୍କୁ ହରାଇଥିବା ରାହୁଲ ଗମାଙ୍ଗ ପାରଳାଖେମୁଣ୍ଡିରେ ରହି ପଢୁଥିଲେ। ସେ ସେଠାରୁ ଚାଲିଆସି ଘରେ ରହି ଗ୍ରାମ ସ୍କୁଲରେ ପଢ଼ାପଢ଼ି କରୁଛନ୍ତି। ତାଙ୍କ ବାପା ଦାଦନ ଖଟିବାକୁ ବମ୍ବେ ଯାଇଛନ୍ତି। ମା’ଙ୍କୁ ସବୁବେଳେ ଝୁରି ହେଉଥିବା ସେ କହିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୀତା ଗମାଙ୍ଗଙ୍କ ଛୋଟ ୨ପୁଅ ଓ ଗୋଟିଏ ଝିଅ ଏବେ ନିଜ ଜେଜେମା ପାଖରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ବଡ ପିଲାଟି ଗାଁ ସ୍କୁଲରେ ନାମ ଲେଖାଇଛି। ଏହି କୁନି କୁନି ପିଲା ତିନିହେଁ ମା’ଙ୍କୁ ଝୁରି ହେଉଛନ୍ତି। ଦୁର୍ଘଟଣାରେ ଆରାଉଲ ଗ୍ରାମର ୩ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ୨ଲକ୍ଷ ଟଙ୍କା ଲେଖାଏ ମିଳିଥିଲା। ଏହି ପରିବାରଗୁଡ଼ିକ ଅତି ଗରିବ ହୋଇଥିଲେ ମଧ୍ୟ ବିପିଏଲ କାର୍ଡ ନାହିଁ କି କୌଣସି ଯୋଜନାରେ ସାମିଲ କରାଯାଇନାହିଁ। ଏବିଜନଙ୍କ ମା ସୁମନ ଭୂୟାଁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଭତ୍ତା ମିଳୁନାହିଁ। ରୋଜଗାରିଆ ପୁଅକୁ ହରାଇ ସେ ପାଗିଳି ପ୍ରାୟ ହୋଇପଡ଼ିଛନ୍ତି। ପୁଅର କବର ପାଖରେ ବସି ଅଧିକାଂଶ ସମୟ କାନ୍ଦୁଥିବା ଦେଖିବାକୁ ମିଳିଛି। ଏହିସବୁ ପରିବାରଙ୍କ ସହାୟତା ସମ୍ପର୍କରେ ବିଡିଓ ନଟବର ଗରଡାଙ୍କୁ ପଚାରିବାରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବି ବୋଲି କହିଛନ୍ତି। 

All Right Reserved By

ରାୟଗଡା

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳାଳିଙ୍କଠାରୁ କେନ୍ଦୁପତ୍ର ଖରିଦ କରିବା ଆରମ୍ଭ କରିଛନ୍ତି। ମାତ୍ର ମାଲକାନଗିରି ସଦର ବ୍ଲକ ଗୋରାଖଣ୍ଟା ପଞ୍ଚାୟତର ୧୧ଟି ଗ୍ରାମର ଗ୍ରାମବାସୀ କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି। 

୩ ହାର୍ଡକୋର ମାଓବାଦୀ ଗିରଫ

୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି,୧୯।୪ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ୩ ଜଣ ହାର୍ଡକୋର ମାଓବାଦୀଙ୍କୁ ପୋଲିସ ଗିରଫ କରିଛି।

ବିଦ୍ୟୁତ ଆଘାତରେ  ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପାପଡାହାଣ୍ଡି,୧୯।୪(ଡ.ିଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ଖୁଣ୍ଟରେ ଚଢି ତାର ମରାମତି ସମୟରେ ବିଦ୍ୟୁତ ଆଘାତରେ ମନ କାତିଙ୍କ ମୃତ୍ୟୁ ହୋଇଥିଲା । ଶୁକ୍ରବାର କଚିଆଗୁଡା ଗ୍ରାମବାସୀ  କ୍ଷତିପୂରଣ ଦାବି କରି ଟାୟାର ଜାଳି ରାସ୍ତାରୋକୋ କରିଥିଲେ। 

ନାଲକୋ ହିଲ୍‌ଟପ୍‌ରେ ଛାଇଗଲା କୁଆପଥର

ନାଲକୋ ହିଲ୍‌ଟପ୍‌ରେ ଛାଇଗଲା କୁଆପଥର

ଦାମନଯୋଡ଼ି/କୋରାପୁଟ,୧୯ା୪(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ିରେ ଶୁକ୍ରବାର ଅପରାହ୍ନରେ ପ୍ରବଳ କୁଆପଥର ବର୍ଷା ହୋଇଛି। ଏଥିରେ ନାଲକୋର ହିଲଟପ୍‌ ବରଫାବୃତ୍ତ ହୋଇ କାଶ୍ମୀରର ଭ୍ରମ ସୃଷ୍ଟି କରିଛି। 

ଆବାସ ଅଧାରେ ଥାଇ ହଡ଼ପ ହେଉଛି ଅର୍ଥ

ଆବାସ ଅଧାରେ ଥାଇ ହଡ଼ପ ହେଉଛି ଅର୍ଥ

ଦଶମନ୍ତପୁର,୧୯।୪(ଡି.ଏନ୍‌.ଏ.): ଆବାସ ଯୋଜନାରେ ଦୁର୍ନୀତିର ଗନ୍ତାଘର ସାଜିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ। କେଉଁଠି ପୁନାଦିରେ କାମ ରହି ମଧ୍ୟ ଶେଷ ବିଲ୍‌ ଉଠାଯାଇ ଥିବାବେଳେ ଅନ୍ୟ କେଉଁଠି ଗୃହ ସଂପୂର୍ଣ୍ଣ ହୋଇ ନଥିଲେ ହେଁ କାର୍ଯ୍ୟାଳୟରେ ଫଟୋ ଦେଖାଇ କିଛି କର୍ମଚାରୀଙ୍କ ସହ ସଲାସୁତୁରାରେ ଟଙ୍କା ଉଟିଛି।

ଚାଷ ଉଜାଡୁଛି ପଥର କ୍ୱାରି, କ୍ରଶର

ଚାଷ ଉଜାଡୁଛି ପଥର କ୍ୱାରି, କ୍ରଶର

ନନ୍ଦପୁର,୧୯।୪(ଡି.ଏନ୍‌.ଏ.): ନନ୍ଦପୁର ବ୍ଲକ ଘାଗ ଗ୍ରାମ ନିକଟରେ ଏକ ପଥର କ୍ୱାରି ସହ କ୍ରସର ଚାଲୁଥିବା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜୁଥିବା ସ୍ଥାନୀୟ ଗ୍ରାମବାସୀ   ନନ୍ଦପୁର ଥାନାରେ ଏତଲା ଦେଇଛନ୍ତି।

ବିହନ ଅନୁକୂଳ, ସାଥୀ ବାଛିବାର ପର୍ବ ‘ଚୈତ୍ର’: ଗୀତବାଦ୍ୟ ସହ ଢେମ୍‌ସା ନାଚରେ କମ୍ପୁଛି ଆଦିବାସୀ ପଡ଼ା

ବିହନ ଅନୁକୂଳ, ସାଥୀ ବାଛିବାର ପର୍ବ ‘ଚୈତ୍ର’: ଗୀତବାଦ୍ୟ ସହ ଢେମ୍‌ସା ନାଚରେ କମ୍ପୁଛି ଆଦିବାସୀ ପଡ଼ା

କୋରାପୁଟ,୧୯।୪(ସ୍ବ.ପ୍ର.): କୋରାପୁଟ ଜିଲାର ଆଦିବାସୀ ବହୁଳ ଅଞ୍ଚଳ ଚୈତ୍ର ପରବ ପାଇଁ ଉତ୍ସବମୁଖର ହୋଇପଡ଼ିଛି। ଆଦିବାସୀ ତରୁଣୀଙ୍କ ଢେମସା ନାଚ ସାଙ୍ଗକୁ ମାଇକରେ ଆଦିବାସୀ ଗୀତ ସାଙ୍ଗକୁ ଯୁବକଙ୍କ ବାଦ୍ୟ ଗାଁଦାଣ୍ଡ ପ୍ରକମ୍ପିତ କରୁଛି। 

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ଜୀବନ ଗଲା,  କ୍ଷତି ପୂରଣ ଦାବିରେ  ରାସ୍ତାରୋକୋ

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ଜୀବନ ଗଲା, କ୍ଷତି ପୂରଣ ଦାବିରେ ରାସ୍ତାରୋକୋ

ପାପଡ଼ାହାଣ୍ଡି, ୧୯।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ବିଦ୍ୟୁତ୍‌ ତାର ସଜାଉଥିବା ବେଳେ ଏହାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। 

୪ ଶିଶୁ ଶ୍ରମିକଙ୍କୁ ବିହାରରୁ ଉଦ୍ଧାର କରିବ ଶିଶୁ କଲ୍ୟାଣ ସମିତି

ପାରଳାଖେମୁଣ୍ଡି, ୧୯।୪ (ସ୍ବ.ପ୍ର.) - ଗଜପତି ଜିଲା ସଦର ପାରଳାଖେମୁଣ୍ଡିସ୍ଥିତ ଶିଶୁ କଲ୍ୟାଣ ସମିତି ପକ୍ଷରୁ ବିହାରରେ ଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଆଣିବା ପାଇଁ ବ୍ୟବସ୍ଥା ହେଉଥିବା ଶିଶୁକଲ୍ୟାଣ ସମିତି ପକ୍ଷରୁ କୁହାଯାଇଛି। 

୪୦.୮ ଡିଗ୍ରୀରେ ମାଲକାନଗିରି :  ୨୨ ପର୍ଯ୍ୟନ୍ତ କାଳବୈଶାଖୀ

୪୦.୮ ଡିଗ୍ରୀରେ ମାଲକାନଗିରି : ୨୨ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପୂର୍ବାପେକ୍ଷା ଗୁରୁବାର ସାମାନ୍ୟ ତାପମାତ୍ରା କମିଛି। କିନ୍ତୁ ଗରମ, ଗୁଳୁଗୁଳି ଯେଉଁଭଳି ଅନୁଭୂତ ହେଉଥିଲା, ସେଥିରେ କୌଣସି ପରିବର୍ତ୍ତନ ହୋଇନି। ଗୁରୁବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।

 ମଦ ଜବତ, ୪ ଗିରଫ

ମଦ ଜବତ, ୪ ଗିରଫ

ରାୟଗଡା ଅଫିସ୍‌, ୧୮।୪-  ରାୟଗଡା ପୋଲିସ  ୨ଟି ସ୍ଥାନରେ ଚଢ଼ାଉ କରି ୭୦ଲିଟର ବିଦେଶୀ ମଦ ଜବତ କରିିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମନୋଜ ନାୟକ, ପି.ରାବଣା, ରଞ୍ଜିତ ସାହୁ ଏବଂ ଜଗନ୍ନାଥ ସାହୁ ।

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନଗଲା

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନଗଲା

ପାପଡାହାଣ୍ଡି,୧୮।୪(ଡ.ିଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।  ଯୁବକ ଜଣକ  ହେଉଛନ୍ତି କଚିଆଗୁଡା ଗାଁର ମନ କାତି ।


Model This Week

କ୍ରିଷ୍ଣା
Why Dharitri