ରାୟଗଡା

ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଟିକିରି,୧୩।୨(ଡି.ଏନ୍‌.ଏ.): କାଶୀପୁର ବ୍ଲକରେ ରହିଛି ଝିରିଗୁମ୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ୨୦୦୬ ନଭେମ୍ବର ୨୭ ତାରିଖରେ ସ୍ଥାପିତ ଏହି ବିଦ୍ୟାଳୟରେ ୧୦୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ଶିକ୍ଷାଦାନ ପାଇଁ ୫ ଜଣ ଶିକ୍ଷକ ଅଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଦେଖାଦେଇଛି। ଏଠାରେ ପାଚେରି ନାହିଁ । ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ପିଲାମାନେ ବାରଣ୍ଡାରେ ବସି ପଢୁଛନ୍ତି। ସ୍କୁଲକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ବର୍ଷାଦିନେ ଉକ୍ତ ରାସ୍ତାରେ ଯିବା ଆସିବା କରିବାରେ ପିଲାମାନେ ବହୁ ଅସୁବିଧା ଭୋଗିଥାନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନ ଥିବା ଶିକ୍ଷକମାନେ କହିଛନ୍ତି। ରାଜ୍ୟ ସରକାର ଗରିବ ଛାତ୍ରୀଛାତ୍ରମାନଙ୍କ ଶିକ୍ଷାଦାନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏହାର ଠିକ୍‌ ଉପଯୋଗ ହୋଇପାରୁ ନ ଥିବା ଗ୍ରାମବାସୀ କହିଛନ୍ତି। ତେଣୁ ତୁରନ୍ତ ପାଚେରି ଓ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଜିଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

All Right Reserved By

ରାୟଗଡା

କେନ୍ଦୁପତ୍ର ତୋଳାଳିଙ୍କ ପ୍ରାପ୍ୟ ଦେଉନାହାନ୍ତି କ୍ରୟକାରୀ ସଂସ୍ଥା: ଲାଇସେନ୍ସ ରଦ୍ଦ ପାଇଁ ଡିଏଫ୍‌ଓଙ୍କ ଚିଠି

ଜୟପୁର,୨୪।୪(ଡି.ଏନ୍‌.ଏ.) - ମାଲକାନଗିରି ଓ କୋରାପୁଟ ଜିଲାରେ ୨୦୧୮ରେ ତୋଳାଳିଙ୍କଠାରୁ କେନ୍ଦୁପତ୍ର କିଣିଛନ୍ତି ଘୋରଇ ସଂସ୍ଥା। କିନ୍ତୁ କିଛି ସଂସ୍ଥା ତୋଳାଳିଙ୍କୁ ପ୍ରାପ୍ୟ ଦେଇନାହାନ୍ତି। 

ଏମିତି ଏକ ମନ୍ଦିର: ଭାଇ ଭଉଣୀ ଭାବେ ପୁଜା ପାଆନ୍ତି ଶିବପାର୍ବତୀ

ଏମିତି ଏକ ମନ୍ଦିର: ଭାଇ ଭଉଣୀ ଭାବେ ପୁଜା ପାଆନ୍ତି ଶିବପାର୍ବତୀ

କୋରାପୁଟ,୨୩।୪(ସ୍ବ.ପ୍ର)-କୋରାପୁଟ ଜିଲା  ଦଶମନ୍ତପୁର ବ୍ଳକ  ଗିର୍ଲିଗୁମ୍ମା ପଞ୍ଚାୟତରେ  ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶିବ ଓ ପାର୍ବତୀ ପତିପତ୍ନୀ ଭାବେ ନୁହେଁ ଭଉଣୀଭାଇ ଭାବେ ପୁଜା ପାଇଥାନ୍ତି । 

ଗ୍ରାମବାସୀଙ୍କ ଦ୍ୱାରା ମୟୂର ଉଦ୍ଧାର

ଗ୍ରାମବାସୀଙ୍କ ଦ୍ୱାରା ମୟୂର ଉଦ୍ଧାର

ସେମିଳିଗୁଡା,୨୩।୪(ସ୍ବ.ପ୍ର)- କୋରାପୁଟ ସେମିଳିଗୁଡା ବ୍ଲକ ବଡବଡି ଗାଁ  ନିକଟ ଜଙ୍ଗଲରୁ ଗ୍ରାମବାସୀ ଏକ ମୟୁରକୁ ଉଦ୍ଧାର କରିଛନ୍ତି । ଖବରପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚତ୍ ଉକ୍ତ ମୟୂରକୁ ନେଇଯାଇଥିଲେ । ତାହାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଜଙ୍ଗଲରେ ଛାଡି  ଦେଇଛନ୍ତି ।  

କୁଟୁରା ଛୁଆ ଉଦ୍ଧାର

କୁଟୁରା ଛୁଆ ଉଦ୍ଧାର

ଜୟପୁର,୨୩।୪(ଡି.ଏନ.ଏ)- କୋରାପୁଟ ଜିଲା ଜୟପୁର ବନ ବିଭାଗ ରେଞ୍ଜର ପାତ୍ରପୁଟ ବନାଞ୍ଚଳର ମହାଳିଆପୁଟ ଗ୍ରାମବାସୀଙ୍କ ଦ୍ୱାରା  ନିକଟସ୍ଥ ଘାଟଘୁମର ସଂପକ୍ଷିତ  ଜଙ୍ଗଲରୁ  ଏକ ୬ ମାସର କୁଟୁରା ଛୁଆକୁ ଉଦ୍ଧାର କରିଥିଲେ ।

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଝୋଡିଆପଡ଼ା

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଝୋଡିଆପଡ଼ା

ରାୟଗଡା ଅଫିସ୍‌, ୨୩।୪-  ରାୟଗଡା ସହରର ୨୪ନମ୍ବର ଓ୍ବାର୍ଡରେ ରହିଛି ଝୋଡିଆପଡ଼ା ବସ୍ତି । ଏହି ବସ୍ତିରେ ୪୪ଟି ପରିବାରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। 

୬ ବର୍ଷ ହେଲା ବୋରଓ୍ବେଲ ପାଇଁ ଟଙ୍କା ଦେଇ ୨୪ ଚାଷୀ ହତାଶ

ଚିତ୍ରକୋଣ୍ଡା,୨୩।୪(ଡି.ଏନ୍‌.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସରକାରୀ କଳର କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀଙ୍କ ପାଇଁ ସରକାରଙ୍କ ଯୋଜନାରୁ ସୁଫଳ ପାଉନାହାନ୍ତି ଚାଷୀ। ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲ୍ଳକ ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଚାଷୀ ଜମିରେ ବୋରଓ୍ବେଲ ଖୋଳାଇବା ଲାଗି ପାଣି ପରୀକ୍ଷା କରିବାକୁ ସ୍ଥାନ ଚିହ୍ନଟ ଲାଗି ବିଭାଗ ନିକଟରେ ୧ହଜାର ଲେଖାଏ ଟଙ୍କା ବାନ୍ଧି ୬ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ପାଣି ପରୀକ୍ଷା ହୋଇପାରିନାହିଁ। ଏନେଇ ଚାଷୀମାନେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡି ନିରାଶ ହୋଇଛନ୍ତି। ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ। 

ନିଖୋଜ ମହିଳାଙ୍କ ମୃତଦେହ  କୂଅରୁ ଉଦ୍ଧାର

ନିଖୋଜ ମହିଳାଙ୍କ ମୃତଦେହ କୂଅରୁ ଉଦ୍ଧାର

ସେମିଳିଗୁଡା,୨୨ା୪(ସ୍ବ.ପ୍ର)- ସେମିଳିଗୁଡା ବ୍ଳକ ପିତାଗୁଡା ପଞ୍ଚାୟତର ଚୋରି ମାଳିପୁଟ ଗ୍ରାମର ଏକ କୂଅରୁ ନିଖୋଜ  ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ା 

ଗ୍ୟାସ କିଟ ବଣ୍ଟନରେ ଅନିୟମିତତା ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଉପଭୋକ୍ତା

ସେମିଳିଗୁଡା,୨୨ା୪(ସ୍ବ.ପ୍ର)-  ଉଜ୍ୱଳା ଯୋଜନାରେ ଗ୍ୟାସ କିଟ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା, ୨ ଗିରଫ

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା, ୨ ଗିରଫ

ଝରିଗାଁ,୨୨।୪(ସ୍ବ.ପ୍ର)-କଂଗ୍ରେସ ରାଲିରେ ଯୋଗ ଦେବାକୁ ଆସିଥିବା ନବରଙ୍ଗପୁର ଜିଲା  ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଚିକିଲି ଗୌଡଗୁଡା ଗ୍ରାମର ଅଭିଜିତ ମଣ୍ଡଳ ନିଖୋଜ ହେବାର ୮ ଦିନ ପରେ କୁସୁମପାଣି ଜଙ୍ଗଲରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା। 

ମହିଳାଙ୍କୁ ଯୌତୁକ ନିର୍ଯାତନା

ମହିଳାଙ୍କୁ ଯୌତୁକ ନିର୍ଯାତନା

ଜୟପୁର,୨୨ା୪(ଡି.ଏନ.ଏ)- କୋରାପୁଟ ଜିଲା ଜୟପୁର ସଦରଥାନା ଫୁଲବାଡ ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛନ୍ତି ା

  ଅଜଣା ରୋଗରେ ଆତଙ୍କିତ ଅଁଳା

ଅଜଣା ରୋଗରେ ଆତଙ୍କିତ ଅଁଳା

ଦଶମନ୍ତପୁର,୨୨।୪(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନରେ ଥିବା ଏସ୍‌. ଦଣ୍ଡାବାଡ଼ ଗ୍ରାମର କଂଶାରୀ ଦିଶାରୀଙ୍କ ସ୍ତ୍ରୀ ଅଁଲା ଦୀର୍ଘବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ଅଛନ୍ତି।

ବିକାଶର ବାଟ ଓଗାଳୁଛି ଟିପଚିହ୍ନ

ବୈପାରୀଗୁଡ଼ା,୨୨ା୪(ଡି.ଏନ୍‌.ଏ.):ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଲିମାଲାଡ଼ି ଗ୍ରାମର ବିଧବା ବୃଦ୍ଧା ସନମତି କାକଲପଡ଼ିଆ । ପିଲାଛୁଆ କେହି ନାହାନ୍ତି। ଏଭଳି ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିବା ତାଙ୍କ ପାଖରେ ଘର ଖଣ୍ଡିଏ ନ ଥିଲା। ତାଙ୍କ ନାମରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା। ଗଁ।ର କେତେକ ଦଲାଲ ଶ୍ରେଣୀର ଲୋକେ ଘର ନିର୍ମାଣ ଦାୟିତ୍ବ ନେଇଥିଲେ। କିନ୍ତୁ ଘରର କେବଳ ପୁନାଦି ପକାଇ ସନମତିଙ୍କ ଟିପଚିହ୍ନ ନେଇ ବ୍ୟାଙ୍କ ଜମାଖାତାରୁ ସଂପୂର୍ଣ୍ଣ ଅନୁଦାନ ଲୁଟିନେଲେ । କେତେକ ସରକାରୀ କର୍ମଚାରୀ ସ୍ବାର୍ଥ ପାଇଁ ସେମାନଙ୍କୁ ସହାୟତା କରିଥିଲେ । ବୈପାରୀଗୁଡ଼ା ବ୍ଲକରେ ଏମିତି ଅନେକ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri