ସମ୍ପାଦକୀୟ |

ରାଜନୈତିକ ପଶାପାଲିରେ ଅର୍ଥନୀତି

 ରାଜନୈତିକ ପଶାପାଲିରେ ଅର୍ଥନୀତି
ଡ. ବିଶ୍ୱରଞ୍ଜନ ମହାନ୍ତି ଭାରତରେ ଅର୍ଥନୀତିକୁ ନେଇ ଗତ କିଛି ମାସ ହେବ ରାଜନୀତି ଜୋର ଧରିଛି। ପ୍ରମୁଖ ଗଣମାଧ୍ୟମ, ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ସବୁ ରାଜନୈତିକ ଦଳ ଦେଶର ଅର୍ଥନୀତିକୁ ନେଇ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି। ଇତିମଧ୍ୟରେ ବିଶ୍ୱବ୍ୟାଙ୍କ୍‌, ଆଇଏମ୍‌ଏଫ୍‌ ଏବଂ ଏଡିବି ଭଳି ପ୍ରତିଷ୍ଠିତ ଆର୍ଥିିକ ସଂସ୍ଥାରେ ଭାରତୀୟ ଅର୍ଥନୀତିକୁ ନେଇ ପ୍ରକାଶ ପାଇଥିବା ତଥ୍ୟ ଅତ୍ୟନ୍ତ ନୈରାଶ୍ୟଜନକ। ସେହିଭଳି ‘ଦି ଇକୋନୋମିଷ୍ଟ’, ‘ଫୋର୍ବସ ଇଣ୍ଡିଆ’ ଭଳି ପତ୍ରିକାରେ ମଧ୍ୟ ଭାରତୀୟ ଅର୍ଥନୀତିର ମାନ୍ଦାବସ୍ଥାକୁ ନେଇ ବିଭିନ୍ନ ତଥ୍ୟ ପ୍ରକାଶ ପାଇଛି। ଗତମାସରେ ୱାଶିଂଟନ୍‌ସ୍ଥିତ ଆଇଏଫ୍‌ପିଆର୍‌ଆଇ ଭଳି ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ୧୦୦କୁ ଖସିଆସିଛି। ୨୦୧୪ରେ ଭାରତ ୫୫ତମ ସ୍ଥାନରେ ଥିବାବେଳେ ତିନିବର୍ଷ ମଧ୍ୟରେ ଏହା ଆଉ ୪୫ଟି ଦେଶ ତଳକୁ ଆସିଯାଇଛି, ଯାହାକି ଆମ ପାଇଁ ସତର୍କଘଣ୍ଟି ସଦୃଶ। ସେହିଭଳି ବିଶ୍ୱ ସୁଖ ସୂଚକାଙ୍କରେ ମଧ୍ୟ ଭାରତର ସ୍ଥାନ ୧୧୪ରୁ ୧୮୪କୁ ଖସିଆସିଛି- ଏହା ଆମ ଅର୍ଥବ୍ୟବସ୍ଥା ପ୍ରତି ନିଶ୍ଚିତ ଭାବେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏଠି ପ୍ରଶ୍ନ ଉଠୁଛି, ଦେଶରେ ଆର୍ଥିତ୍କ ସଂସ୍କାର ନାମରେ ସରକାର ଆଣିଥିବା କିଛି ପରିବର୍ତ୍ତନ ଆର୍ଥିିକ ସୁଧାର ଆଣିଛି ନା ସେଥିରେ ବାଧକ ହୋଇଛି? ପ୍ରକୃତରେ ସରକାର ଏଥିରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଥିଲା ବେଳେ ଏହା ଦେଶର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କଲାଭଳି ମନେହେଉଛି। ବିମୁଦ୍ରୀକରଣ ଓ ଜିଏସ୍‌ଟି ଅର୍ଥନୀତି ଉପରେ କିଭଳି ପ୍ରଭାବ ପକାଇଛି ତା’ର ଆକଳନ ହେବା ଆବଶ୍ୟକ। ଗତବର୍ଷ ୮ ନଭେମ୍ବର ମଧ୍ୟରାତ୍ରିରେ ସରକାର ବିମୁଦ୍ରୀକରଣ ନିଷ୍ପତ୍ତି ନେଲେ। ଏହାର ପ୍ରମୁଖ ଲକ୍ଷ୍ୟ ଥିଲା ଦେଶରେ କଳାଧନ ନିୟନ୍ତ୍ରଣ ସହ ନକଲି ନୋଟ୍‌ କାରବାର ଏବଂ ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପ ଉପରେ ରୋକ୍‌ ଲଗାଇବା। ଏପରି ନିଷ୍ପତ୍ତିି ଯୋଗୁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେ ଏବଂ ବହୁ ଲୋକଙ୍କ ଜୀବନ ମଧ୍ୟ ଗଲା। କିନ୍ତୁ ଏଥିରୁ କେତେ କଳାଟଙ୍କା ଜବତ ହେଲା ଏବଂ ପ୍ରକୃତ କଳାଧନ ମହଜୁଦକାରୀମାନେ କିଏ ତାହା ଏ ଯାଏ ଜଣାପଡ଼ିଲା ନାହିଁ। ଆର୍‌ବିଆଇ ରିପୋର୍ଟ ଆଧାରରେ ଯେଉଁ ୧୫.୪୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କରାଯାଇଥିଲା ତାହା ମଧ୍ୟରୁ ୧୫.୨୮ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ୍‌କୁ ଫେରିଆସିଛି। ହେଲେ ୧୬,୦୦୦ କୋଟି ଟଙ୍କା ଆସିପାରିନାହିଁ। ଏହା ମଧ୍ୟରେ କିଛି ପରିମାଣର ପୁରୁଣା ନୋଟ୍‌୍‌ ବିଦେଶରେ ରହୁଥିବା ଭାରତୀୟଙ୍କ ପାଖରେ ଥିଲାବେଳେ କିଛି ଟଙ୍କା ରୟାଲ୍‌ ବ୍ୟାଙ୍କ ନେପାଳ ଓ ଭୁଟାନରେ ମଧ୍ୟ ଗଚ୍ଛିତ ରହିଛି। ସରକାରଙ୍କ ଭାଷାରେ ଏହି ୧୬,୦୦୦ କୋଟି ଟଙ୍କା ମଧ୍ୟରେ କିଛି କଳାଧନ ରହିଛି। ଏଠି ପ୍ରଶ୍ନ ଉଠୁଛି ଏହି ୧୬,୦୦୦ କୋଟି ଟଙ୍କା ଠାବ ପାଇଁ, ନୂଆ ନୋଟ ଛାପିବାରେ ରିଜର୍ଭ ବ୍ୟାଙ୍କ ୨୫,୩୯୧ କୋଟି ଟଙ୍କା ଖର୍ଚ୍ଚ କରିବା କେଉଁ ପ୍ରକାର ଅର୍ଥନୀତି? ୧୦ ଡିସେମ୍ବର ୨୦୧୬ରେ ଦେଶର ଆଟର୍ନି ଜେନେରାଲ୍‌ ସୁପ୍ରିମ୍‌କୋର୍ଟରେ ଯୁକ୍ତି ବାଢ଼ିଥିଲେ, ଏହି ୧୫ ଲକ୍ଷ କୋଟିରୁ ୧୦ରୁ ୧୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ୍‌କୁ ଫେରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ସମାନ ଯୁକ୍ତି ବାରମ୍ବାର ସର୍ବସାଧାରଣରେ ରଖୁଥିଲେ। ଜନସାଧାରଣ ଆଶା କରୁଥିଲେ ଏହି ୪/୫ ଲକ୍ଷ କୋଟି ଟଙ୍କା ବୋଧହୁଏ କଳାଧନ ଏବଂ ଏହା ବ୍ୟାଙ୍କ୍‌କୁ ଫେରିବନି। ଅଥଚ ମାତ୍ର ୧୬,୦୦୦ କୋଟି ଟଙ୍କା ଫେରିଲାନି। ଆର୍‌ବିଆଇ ଦ୍ୱାରା ପ୍ରକାଶିତ ରିପୋର୍ଟ ଆଧାରରେ ଯେଉଁ ୧୫.୨୮ ଲକ୍ଷ କୋଟି ଟଙ୍କା ବ୍ୟାଙ୍କରେ ଜମାହେଲା ତାହା ମଧ୍ୟରୁ କେବଳ ୪୧ କୋଟି ଟଙ୍କା ଜାଲ୍‌ ନୋଟ୍‌ ଥିଲା, ଯାହାକି ସମୁଦାୟ ଟଙ୍କାର ମାତ୍ର ୦.୦୦୧୩ ପ୍ରତିଶତ। ଏହା ମଧ୍ୟରେ ବିଭିନ୍ନ ରାଜ୍ୟରେ ନକଲି ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଜବତ ହେବା ଏବଂ ଏଟିଏମ୍‌ ମେଶିନ୍‌ରୁ ନକଲି ନୋଟ୍‌ ବାହାରିବା ଚିତ୍ର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଲା। ବିମୁଦ୍ରୀକରଣ ପରେ କେବଳ ଜମ୍ମୁ-କଶ୍ମୀରରେ ୪୦ ଥର ଆତଙ୍କବାଦୀ ଆକ୍ରମଣ ଘଟିସାରିଲାଣି। ସେହିପରି ୧୩ଟି ବଡବଡ ମାଓବାଦୀ ଆକ୍ରମଣରେ ଦେଶରେ ୬୯ ଜଣ ସୁରକ୍ଷାକର୍ମୀଙ୍କ ସହ ୮୧ ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଯୁକ୍ତି ହେଲା ବିମୁଦ୍ରୀକରଣ ପରେ ମେ ୨୦୧୭ ସୁଦ୍ଧା ୧୭,୫୨୬କୋଟି ଟଙ୍କାର ଅଘୋଷିତ ଆୟ ବା କଳାଧନ ଠାବ ହୋଇଛି। କିନ୍ତୁ ଏହାପୂର୍ବରୁ ୨୦୧୨-୧୩ରେ ୨୯,୬୩୦ କୋଟି, ୨୦୧୩-୧୪ରେ ୧,୦୧,୧୮୩ କୋଟି, ୨୦୧୪-୧୫ରେ ୨୩,୧୦୮ କୋଟି, ୨୦୧୫-୧୬ରେ ୨୦,୭୨୧ କୋଟି ଏବଂ ୨୦୧୬-୧୭ରେ ୨୯,୨୧୧ କୋଟି ଟଙ୍କାର ଅଘୋଷିତ ଆୟ ବା କଳାଧନ ସରକାର ଜବତ କରିଛନ୍ତି। ତେବେ ବିମୁଦ୍ରୀକରଣ ଦ୍ୱାରା ଅଧିକ କି ଲାଭ ମିଳିଲା ତା’ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୂର୍ବତନ ମନ୍ତ୍ରୀ ଅରୁଣ ସୌରୀଙ୍କ ମତରେ ‘ବିମୁଦ୍ରୀକରଣ, କଳାଟଙ୍କାକୁ ଧଳା କରିବାର ଏକ ବଡ ଯୋଜନା’। ହଠାତ୍‌ ଉତ୍ତରପ୍ରଦେଶ, ପଞ୍ଜାବ ଆଦି ରାଜ୍ୟ ନିର୍ବାଚନ ସମୟରେ ଏ ନିଷ୍ପତ୍ତି କିଛି ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ନୁହେଁ ତ? ଦେଶରେ ଟିକସ ସଂସ୍କାର ଆଣିବା ପାଇଁ ସରକାରଙ୍କ ଆଉ ଏକ ବଡ ନିଷ୍ପତ୍ତି ଥିଲା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ, ଯାହାକୁ ନେଇ ଏବେ ବି ଦେଶରେ ବହୁ ତର୍କବିତର୍କ ଚାଲିଛି। ଜିଏସ୍‌ଟିର ମୂଳ ଉଦ୍ଦେଶ୍ୟ ଥିଲା, ଏକ ସରଳ, ସ୍ବଚ୍ଛ ଏକକ ଟିକସ ବ୍ୟବସ୍ଥା କରିବା, ଯାହାଦ୍ୱାରା ଦରଦାମ୍‌ ବୃଦ୍ଧିକୁ ରୋକି ହେବ। କିନ୍ତୁ ଏହା ଏକକ ଟିକସ ବ୍ୟବସ୍ଥା ବଦଳରେ ବହୁଟିକସ ବ୍ୟବସ୍ଥା ତଥା ସରଳ ବଦଳରେ ଜଟିଳ ଟିକସ ବ୍ୟବସ୍ଥାରେ ପରିଣତ ହେଲା। ଏଥିରେ ୭ରୁ ଅଧିକ ପ୍ରକାରର ଟିକସ ବ୍ୟବସ୍ଥା ରହିଛି। ରାଜନୈତିକ ଫାଇଦା ପାଇଁ ଏହାକୁ ତରବରିଆ ଭାବେ ଲାଗୁ କରାଯିବାରୁ ବିମୁଦ୍ରୀକରଣ ପରେ ଭୁଶୁଡି ପଡିଥିବା କୃଷି ଆଦି ଅଣସଙ୍ଗଠିତ କ୍ଷେତ୍ର ଉପରେ ଏହାର କୁପ୍ରଭାବ ପଡିଛି। କ୍ଷୁଦ୍ର ଓ ମଧ୍ୟମ ବେପାରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ଦୁଇଟି ପ୍ରମୁଖ ଆର୍ଥିିକ ସଂସ୍କାର ଦ୍ୱାରା ଭାରତର ଅର୍ଥନୀତି ଉପରେ ସକାରାମତ୍କ ନା ନକାରାମତ୍କ ପ୍ରଭାବ ପଡିଛି? ଏହା ମଧ୍ୟରେ ଦେଶର ଅଭିବୃଦ୍ଧି ହାର ଯଥେଷ୍ଟ କମିଛି। ଏବେ ଦେଶରେ ଅର୍ଥନୀତିର ସମସ୍ତ ସୂଚକାଙ୍କ ଯେପରିକି ଶିଳ୍ପ ଉପତ୍ାଦନ, କୃଷି ଅଭିବୃଦ୍ଧି, ମାନୁଫ୍ୟାକ୍ଚରିଂ, ବାଣିଜ୍ୟ ଓ ରପ୍ତାନିର ଅଭିବୃଦ୍ଧି ହାର ହ୍ରାସ ପାଇଥିବା ବେଳେ ଦେଶର ଅର୍ଥନୀତି ଦ୍ରୁତଗତିରେ ଆଗେଇଛି ଓ ମଜବୁତ ଅଛି ବୋଲି କହିବା ରାଜନୈତିକ ଟିପ୍ପଣୀ ପରି ମନେହୁଏ। ଦେଶରେ ମୁଦ୍ରାସ୍ଫୀତି କମିଛି ବୋଲି କୁହାଯାଉଛି, ଅଥଚ ଦରବୃଦ୍ଧିରେ ଲଗାମ୍‌ ନାହିଁ। ଦେଶରେ ଥିବା ବ୍ୟାଙ୍କ୍‌ଗୁଡ଼ିକର ଅନାଦେୟ ଋଣ ୩ ବର୍ଷରେ ୩୬,୦୦୦ କୋଟି ଟଙ୍କାରୁ ଯାଇ ୮.୩୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କ୍‌ର ଏହି ଦେବାଳିଆ ସ୍ଥିତିକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ଏବେ ୨.୧୧ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏଥିରୁ ବ୍ୟାଙ୍କ ଅର୍ଥନୀତି କିଭଳି ସ୍ତରରେ ପହଞ୍ଚିଛି ସହଜରେ ଅନୁମେୟ। ରାଜନୀତିମୁକ୍ତ ଓ ନିରପେକ୍ଷ ଅର୍ଥନୀତି ଦେଶର ବିକାଶ କ୍ଷେତ୍ରରେ ସହାୟକ ହୁଏ, କିନ୍ତୁ ଅର୍ଥନୀତିକୁ ଯଦି ରାଜନୀତି ସହ ଯୋଡ଼ି ଦିଆଯାଏ ଓ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ପରିଚାଳନା କରାଯାଏ, ତେବେ ଦେଶ ବିକାଶ ବଦଳରେ ବିନାଶ ଆଡକୁ ଯିବ। ସାଧାରଣ ସମ୍ପାଦକ ଓ ମୁଖପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ମୋ- ୯୯୩୭୭୧୫୨୭୦
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...

ମୁଖ୍ୟ ଅର୍ଥନୀତିଜ୍ଞ

ମୁଖ୍ୟ ଅର୍ଥନୀତିଜ୍ଞ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ବିଶ୍ୱର ୧୮୯ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି, ବାଣିଜ୍ୟକୁ ସୁଗମ କରିବା, ଉଚ୍ଚ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିବା ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୫ରେ ଗଠିତ ଏହି ବିଶ୍ୱ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡି.ସି.ରେ ଅବସ୍ଥିତ। ଅନ୍ତର୍ଜାତୀୟ ସ୍ତରରେ ...

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ ବି ସେମାନଙ୍କ ମନକୁ ଅହଂକାର ଛୁଇଁ ନ ଥାଏ। ସେମାନେ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଥାଆନ୍ତି। ଏପରି ଏକ ଘଟଣାକ୍ରମରେ ମହାରାଷ୍ଟ୍ର ନାସିକ ଅଞ୍ଚଳର ଡାକ୍ତର ଦୁଇଭାଇ ଆସନ୍ତା ମାସରେ ଶ୍ରୀନଗରରୁ କନ୍ୟାକୁମାରୀ ଯାତ୍ରା କରି ‘ସୁସ୍ଥ ଜୀବନଶୈଳୀ’ର ବାର୍ତ୍ତା ପ୍ରଚାର କରିବେ। ସେମାନେ ହେଉଛନ୍ତି ଡା. ମହେନ୍ଦ୍ର ମହାଜନ ...

ସୁରକ୍ଷା ରଣନୀତି

ସୁରକ୍ଷା ରଣନୀତି


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି। ଗତ କିଛିମାସ ଭିତରେ ସରକାର ପ୍ରତିରକ୍ଷା ଯୋଜନା କମିଟି (ଡିପିସି) ଗଠନ କରିଛନ୍ତି, ଜାତୀୟ ସୁରକ୍ଷା କାଉନ୍‌ସିଲ ସେକ୍ରେଟାରିଏଟ୍‌ ପାଇଁ ବଜେଟ୍‌ ବୃଦ୍ଧି କରିଛନ୍ତି ଏବଂ ଜାତୀୟ ସୁରକ୍ଷା ପରିଷଦକୁ ସହାୟତା କରିବା ପାଇଁ ଷ୍ଟ୍ରାଟେଜିକ୍‌ ପଲିସି ଗ୍ରୁପ୍‌ (ଏସ୍‌ପିଜି)ର ପୁନର୍ଗଠନ କ...

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମନ-ମାନଚିତ୍ର/ ଡ. ନରହରି ବେହେରା

ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ସ୍ଥାନ କୌଣସି ପବିତ୍ର ଦେବାଳୟଠାରୁ କମ୍‌ ନୁହେଁ। ଯେକୌଣସି ବିବଦମାନ ବିଷୟରେ ନ୍ୟାୟାଳୟର ନିର୍ଣ୍ଣାୟକ ମନ୍ତବ୍ୟକୁ ଉକତ୍ଣ୍ଠାର ସହିତ ଅପେକ୍ଷା କରିଥାନ୍ତି ଜନସାଧାରଣ। ଏବେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ କେତୋଟି ରାୟ ଶୁଣାଇଛନ୍ତି, ସେଗୁଡ଼ିକ ରାଜନୀତିକ, ସାମାଜିକ ଏବଂ ପାରମ୍ପରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ରାୟ ଉପରେ ବିତର୍କ ହେବା ସ୍ବାଭାବିକ।...