ସମ୍ପାଦକୀୟ |

ବିପର୍ଯ୍ୟସ୍ତ ପରିମଳ ଓ ଡେଙ୍ଗୁ

ବିପର୍ଯ୍ୟସ୍ତ ପରିମଳ ଓ ଡେଙ୍ଗୁ

ଡା. ଉମେଶ ଚନ୍ଦ୍ର ପାତ୍ର
ହାଡ଼ଭଙ୍ଗା (ବ୍ରେକ ବୋନ୍‌ ଫିଭର୍‌) ବା ଡେଙ୍ଗୁ ଜ୍ୱର ସାଧାରଣତଃ ଗ୍ରୀଷ୍ମମଣ୍ଡଳ ବା କ୍ରାନ୍ତି ବଳୟରେ ଦେଖାଯାଇଥାଏ। ପ୍ରତିବର୍ଷ ୫୦୦ ଲକ୍ଷ ଲୋକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି ଓ ୫ ଲକ୍ଷ ଲୋକ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି। ସମଗ୍ର ଦକ୍ଷିଣ ଏସିଆ, ଆଫ୍ରିକା ଓ ଆମେରିକାରେ ଏହି ରୋଗର ପ୍ରାଦୁର୍ଭାବ ଦେଖାଯାଏ। ପୁଣି ସେହି ଦେଶକୁ ଯେଉଁମାନେ ବୁଲିବାକୁ ଯାଆନ୍ତି ସେମାନେ ମଧ୍ୟ ଏ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। ୧୯୯୦ରୁ ୧୯୯୯ ମଧ୍ୟରେ ପ୍ରତିବର୍ଷ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪.୭ ଲକ୍ଷ ଥିଲାବେଳେ ୨୦୦୦ରୁ ୨୦୦୫ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ଦୁଇଗୁଣ ବଢ଼ି ୯.୨ ଲକ୍ଷ ହୋଇଛି। ଏହି ଜ୍ୱର ଏଡିସ୍‌ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ମ୍ୟାଲେରିଆ ଓ ଡେଙ୍ଗୁ ଉଭୟ ମଶା ଦ୍ୱାରା ସଂକ୍ରମିତ ହୁଏ। ଏହି ଜ୍ୱର ଫ୍ଲେଭିଭାଇରସ୍‌ ଭୂତାଣୁ ଦ୍ୱାରା ହୋଇଥାଏ। ଏହା ଏକ ଆର୍‌ଏନ୍‌ଏ ଭୂତାଣୁ ଓ ଏହାର ଜିନୋମ୍‌ ଏକଧାରାବାହୀ। ସମ୍ପ୍ରତି ଡେଙ୍ଗୁର ଭୟାବହତା ରାଜ୍ୟର ବହୁ ସ୍ଥାନରେ ଦେଖାଯାଉଛି। ଏହି ଭୂତାଣୁକୁ ବହନ କରୁଥିବା ମଶା ହେଉଛି ଏଡିସ୍‌ ଇଜିପ୍ଟିି ଏବଂ ଏଡିସ୍‌ ଆଲ୍‌ବୋପିକ୍ଟସ୍‌। ଦେଖିବାକୁ କଳା ରଙ୍ଗର ଏବଂ ସେମାନଙ୍କ ଉପରେ ଧଳା ଦାଗ ଥିବାରୁ ଏହି ମଶାକୁ ବାଘୁଆ ମଶା କୁହାଯାଏ। ଏହି ମଶାମାନେ ବିଶେଷକରି ସନ୍ତସନ୍ତିଆ ଜାଗା, ପାଣି ଜମିଥିବା ସ୍ଥାନ ଏବଂ ଆବର୍ଜନା ଜମିଥିବା ସ୍ଥାନରେ ବଂଶ ବୃଦ୍ଧି କରିଥାନ୍ତି। ଏହି ମଶା କାମୁଡ଼ିବାର ପାଞ୍ଚ ଛଅ ଦିନ ପରେ ଡେଙ୍ଗୁର ଲକ୍ଷଣ ଦେଖାଯାଇଥାଏ। ଏହି ଭୂତାଣୁ ଶରୀରରେ ଚାରିରୁ ଦଶଦିନ ପର୍ଯ୍ୟନ୍ତ ରହିଥାଏ। ଡେଙ୍ଗୁ ଭୂତାଣୁ ଶରୀରର ବିଭିନ୍ନ ଅଙ୍ଗକୁ ଅଚଳ କରିଦିଏ। ଡେଙ୍ଗୁ ଯୋଗୁ ରକ୍ତଚାପ କମିଯାଏ, ଶରୀରରେ ପ୍ଲାଟିଲେଟ୍‌ ହ୍ରାସ ପାଏ। ଡେଙ୍ଗୁ ଭୂତାଣୁ ଜଣ୍ଡିସ୍‌ ସୃଷ୍ଟି କରିବାର ସମ୍ଭାବନା ବି ରହିଛି। ଏହା ଯକୃତ, ବୃକ୍କ, ମସ୍ତିଷ୍କ, ଅଗ୍ନ୍ୟାଶୟ ଓ ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଇଥାଏ। କେବଳ ସେତିକି ନୁହେଁ ଡେଙ୍ଗୁ ଯୋଗୁ ମଲ୍ଟିଅର୍ଗାନ ଫେଲିଓର ହେବାର ସମ୍ଭାବନା ବି ରହିଛି। ଡେଙ୍ଗୁ ଭୂତାଣୁ ଯକୃତ ଉପରେ ବିଶେଷ ପ୍ରଭାବ ପକାଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଡେଙ୍ଗୁର ପ୍ରାଦୁର୍ଭାବକୁ ଚାରିଟି କ୍ରମରେ ବିଭକ୍ତ କରିଛନ୍ତି। ସେଗୁଡ଼ିକ ହେଲା- ଜ୍ୱର ସହିତ କିଛି କ୍ଷେତ୍ରରେ ବାନ୍ତି ହେବା ସହ ନିଦ୍ରା ହୋଇ ନ ଥାଏ। ରୋଗୀଟି ପ୍ରାୟତଃ ଅସ୍ଥିର ରହି ଦୀର୍ଘ ସମୟ ଧରି କାନ୍ଦିଥାଏ। ନିଃଶ୍ୱାସ ନେବାରେ କଷ୍ଟ ହେବା ସହ ଦ୍ୱିତୀୟ କ୍ରମରେ ଶରୀରର ନାକ, ପାଟି, ଦାନ୍ତମାଢ଼ିରୁ ରକ୍ତସ୍ରାବ ହୋଇଥାଏ। ତୃତୀୟ କ୍ରମରେ ରକ୍ତଚାପ କମିଯିବା ସହ ନାଡ଼ିର ଗତି ଦୁର୍ବଳ ହୋଇଥାଏ। ଚତୁର୍ଥ କ୍ରମରେ ନାଡ଼ିର ସ୍ପନ୍ଦନ ଜଣା ନ ପଡ଼ିଲେ ଏବଂ ରକ୍ତଚାପ କମିଗଲେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଭୟ ବି ରହିଥାଏ। ଏହାକୁ ଯଥାକ୍ରମେ ଡେଙ୍ଗୁ ଜ୍ୱର, ଡେଙ୍ଗୁ ରକ୍ତଜ୍ୱର ଓ ଡେଙ୍ଗୁ ସକ୍‌ସିଣ୍ଡ୍ରୋମ କୁହାଯାଏ। ଲିଭର ସଂକ୍ରମଣ ସାଧାରଣତଃ ମହିଳା ଓ ଶିଶୁମାନଙ୍କଠାରେ ବିଶେଷ ଭାବେ ଦେଖାଦିଏ ଏବଂ ଏମାନଙ୍କ କ୍ଷେତ୍ରରେ ଡେଙ୍ଗୁର ପ୍ରାଦୁର୍ଭାବ ବେଶି। ଡାଇବେଟିସ୍‌, ଆଜ୍‌ମା, କ୍ରନିକ୍‌ ଲିଭର ଡିଜିଜ୍‌ ଓ ଅନ୍ୟାନ୍ୟ ରୋଗୀଙ୍କୁ ଡେଙ୍ଗୁ ହେଲେ ଡେଙ୍ଗୁର ପ୍ରାଦୁର୍ଭାବ ଅଧିକ ଉପଲବ୍ଧ ହୁଏ। ଯକୃତ ଆକ୍ରାନ୍ତ ହେଲେ ପେଟ ବ୍ୟଥା ହୁଏ, ଭୋକ କମିଯାଏ, ବାନ୍ତି ହୁଏ, ପେଟ ଓ ଛାତିରେ ପାଣି ଜମିଯାଏ। ଯକୃତ ଫୁଲିଯାଏ ଓ ବେଳେ ବେଳେ ମସ୍ତିଷ୍କ ଓ ହୃତ୍‌ପିଣ୍ଡ ମଧ୍ୟ ଆକ୍ରାନ୍ତ ହୁଏ। ଏହି ଭୂତାଣୁ ସିଧାସଳଖ ଲିଭରକୁ ଆକ୍ରମଣ କରନ୍ତି। ବେଳେ ବେଳେ ରୋଗପ୍ରତିରୋଧକ ଶକ୍ତିର ପରିବର୍ତ୍ତନ ଯୋଗୁ ମଧ୍ୟ ଲିଭର କୋଷ ଆକ୍ରାନ୍ତ ହୁଏ। ଦେହରେ ଆଲବୁମିନ୍‌ କମିଯାଏ ଓ ଦେହହାତ ଫୁଲିଯାଏ। ରକ୍ତଜମାଟ ବାନ୍ଧିବା ପଦ୍ଧତି ବା ସ୍ପନ୍ଦନରେ ତ୍ରୁଟି ଦେଖାଦିଏ। ଯଦିଓ ଏହା ଏକ ଭୟାବହ ରୋଗ କିନ୍ତୁ ଅଧିକାଂଶ କ୍ଷେତ୍ରରେ ରୋଗୀମାନେ ଆରୋଗ୍ୟ ଲାଭ କରନ୍ତି। ଡେଙ୍ଗୁର ମୃତ୍ୟୁହାର ଏକ ପ୍ରତିଶତରୁ କମ୍‌। ଗତବର୍ଷ ସମଗ୍ର ଦେଶରେ ୯୯,୦୦୦ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୨୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଓଡ଼ିଶାରେ ମଧ୍ୟ ଗତବର୍ଷ ୦.୭% ରୋଗୀ ମୃତ୍ୟୁବରଣ କରିଥିଲେ। ଏହି ରୋଗର ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଏ। ଶରୀରରେ ପ୍ଲାଟିଲେଟ୍‌ ଓ ସ୍ପନ୍ଦନ ଉପାଦାନ କମିଗଲେ ରୋଗୀକୁ ପ୍ଲାଟିଲେଟ୍‌ ଦିଆଯାଏ। ବେଳେ ବେଳେ ଆଲବୁମିନ୍‌ ମଧ୍ୟ ଦେବାକୁ ପଡ଼େ। ବାନ୍ତି, ଜ୍ୱର ଓ ଡିହାଇଡ୍ରେଶନ୍‌ ଇତ୍ୟାଦି ହେଲେ ତଦନୁଯାୟୀ ଚିିକିତ୍ସା କରିବାକୁ ପଡ଼େ। ସାଲାଇନ୍‌, ରାବିପ୍ରାଜୋଲ୍‌, ଅଣ୍ଡେନ୍‌ସେଟ୍ରନ, ମଲ୍ଟି ଭିଟାମିନ ଓ ପାରାସିଟାମଲ୍‌ ଇତ୍ୟାଦି ଔଷଧ ଦିଆଯାଏ। ଡ୍ରେନ୍‌ରେ ମଶାତେଲ ଓ ମଶାଧୂଅଁା ଦେବାର ବନ୍ଦୋବସ୍ତ ହେଲେ ଭଲ। ଶିଳ୍ପାଞ୍ଚଳ ଓ ଖଣି ଖାଦାନରେ ପାଣି ନ ଜମିବା ଓ ବୃକ୍ଷରୋପଣ ଇତ୍ୟାଦିର ବନ୍ଦୋବସ୍ତ କଲେ ମଶାମାନେ ବଢ଼ିପାରିବେ ନାହିଁ। ସ୍ବଚ୍ଛ ଭାରତ ଯୋଜନାର ଉପଯୁକ୍ତ ରୂପାୟନରେ ଡେଙ୍ଗୁର ନିରାକରଣ ହୋଇପାରିବ। ଡେଙ୍ଗୁ ପାଇଁ ସମ୍ପ୍ରତି ସରକାର ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଜିଲାସ୍ତରୀୟ ହସ୍ପିଟାଲ ଏବଂ ବଡ଼ ମେଡିକାଲ ସବୁଠି ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି। ଏ କ୍ଷେତ୍ରରେ ତୁଟୁକାତୁଟୁକି ଚିକିତ୍ସା ବା ବିଶ୍ୱାସ ଅପେକ୍ଷା ସରକାରୀ ଚିକିତ୍ସା ଓ ସହାୟତା ହିଁ ନିର୍ଭରଯୋଗ୍ୟ ଓ ଜରୁରୀ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ, କଟକ, ମୋ- ୯୪୩୭୦୫୧୯୫୭

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ଅନ୍‌ଲାଇନ୍‌ ଠକେଇ

ସମ୍ପାଦକୀୟ/ ଅନ୍‌ଲାଇନ୍‌ ଠକେଇ

ଗ୍ଲୋବାଲ ଫାଇନାନ୍‌ସିଆଲ ଇନ୍‌ଫର୍ମେଶନ କମ୍ପାନୀ ‘ଏକ୍ସପେରିଆନ୍‌’ ୧୮ ଜୁନ୍‌, ୨୦୧୮ରେ ଭାରତୀୟଙ୍କ ଉପରେ ଏକ ରିପୋର୍ଟ ପ୍ରକାଶ କରି କହିଛି ଯେ ଏଠାକାର ୨୫ ପ୍ରତିଶତ ନାଗରିକ ଆର୍ଥିକ ଠକେଇର ସମ୍ମୁଖୀନ ହେଉଛନ୍ତି। ଏହା ପଛରେ ରହିଛି ଅନ୍‌ଲାଇନ୍‌ କାରବାର। କିଛି ସୁବିଧା ଓ ସେବା ପାଇବା ପାଇଁ ୫୧ ପ୍ରତିଶତ ଭାରତୀୟ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାୟାସରେ ଦେଇଦେଉଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଆଜିର ଡିଜିଟାଲ ଯୁଗରେ ପ୍ରାୟ ପ୍ରତି କ୍ଷେତ୍ରରେ ଇଣ୍ଟରନେଟ୍‌ ମାଧ୍ୟମରେ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏକ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ବୈଷୟିକ ବିକାଶ ଅତ୍ୟନ୍ତ ଜରୁରୀ। କିନ୍ତୁ ଯେଉଁମାନେ ଏହାର ପ୍ରୟୋଗାତ୍ମକ ଦିଗ ସହ ଅଭ୍ୟସ୍ତ ହୋଇନାହାନ୍ତି, ସେମାନେ ଅନ୍ୟମାନଙ୍କ ଉପରେ ନିର୍ଭର କରି ପ୍ରବଳ ...

ଦୀପ ତେଜିଲେ ହାତ ଚିକ୍କଣ

ଦୀପ ତେଜିଲେ ହାତ ଚିକ୍କଣ

ବୈକୁଣ୍ଠନାଥ ମିଶ୍ର ମାତ୍ର ଛ’ବର୍ଷର ଝିଅ ଲକ୍ଷ୍ମୀ। ଦରିଦ୍ର ମାତାପିତାଙ୍କ କାରୁଣ୍ୟ ତାକୁ ବିଚଳିତ କରେ। ଗ୍ରାମର ଆରାଧ୍ୟ ଦେବତା ନୀଳମାଧବଙ୍କ ଉପରେ ତା’ର ପ୍ରଗାଢ ବିଶ୍ୱାସ। ପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରି ତା’ ନିଜର ତଥା ପରିବାରର ଦୈନ୍ୟ ପ୍ରକାଶ କରିବାର ଲିପ୍ସା ତା’ ମନ ମଧ୍ୟରେ ଜାଗ୍ରତ ହୋଇଛି। ହେଲେ ଭଜନକୀର୍ତ୍ତନ ଓ ଗହଳଚହଳରେ ସଦା ପ୍ରକମ୍ପିତ ମନ୍ଦିରକୁ ଆସି ପ୍ରଭୁଙ୍କୁ ଦର୍ଶନ କରିବା କଷ୍ଟକର। ଦିନେ ବୈଶାଖର ନିଛାଟିଆ ଝାଞ୍ଜି ଦି’ପହରେ ସେ ସାହସ କରି ଘରୁ ଗୋଡ କାଢିଲା ଓ ମନ୍ଦିର ସଂଲଗ୍ନ ଝଙ୍କାଳିଆ କୃଷ୍ଣଚୂଡା ଗଛମୂଳେ ଠିଆ ହେଲା। କ୍ଷୁଦ୍ର ବାତାୟନ ମଧ୍ୟ ଦେଇ ଦେଖିଲା- ଗର୍ଭଗୃହର ଅନ୍ଧକାର ଭେଦକରି ପ୍ରଭୁ ସତେଯେମିତି ...

ରହସ୍ୟ ଖୋଲିବ କୁଞ୍ଚି

ରହସ୍ୟ ଖୋଲିବ କୁଞ୍ଚି

ସୁଧୀର କୁମାର ନାୟକ କୁଞ୍ଚି ମନ ଦୁଃଖ। ଅନ୍ୟମାନଙ୍କର ଅବହେଳା ପାଇଁ ସେ ଆଜି ଲଜ୍ଜିତ, ଚର୍ଚ୍ଚିତ। ତା’ ହଜିବା କଥାଟା ରାଜ୍ୟ ବାହାରକୁ ବି ଚାଲିଗଲାଣି। ବାସ୍ତବିକ ସେ କ’ଣ ଯାହିତାହି କୁଞ୍ଚି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରନତ୍ଭଣ୍ଡାରର କୁଞ୍ଚି, ଯେଉଁଠି ଅଛି ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ, କାହିଁରେ କେତେ। କୁଞ୍ଚି ନିଜକୁ ନିଜେ ପଚାରୁଛି ଏତେ ନୀତିନିୟମ, କଟକଣାର ଦ୍ୱାର ଡେଇଁ ସେ ହଜିଗଲା କିପରି? ସେ ନିଜେ ହଜିଲା, ନା ତାକୁ କିଏ ହଜାଇଲା? କୁଞ୍ଚି ହଜିବାର ତନାଘନା ଭିତରେ ତାହାର ନକଲ (ଡୁପ୍ଲିକେଟ୍‌ କାଠି) ମିଳିଛି, ...

ଏଇ ଭାରତରେ

ଏଇ ଭାରତରେ

ପୁଅଝିଅଙ୍କ ନାମକରଣ କରିବା ପାଇଁ ବାପାମା’ମାନେ ଶବ୍ଦ ଯୋଗାଡ଼ରେ ଲାଗିଥାଆନ୍ତି କାହିଁ କେତେ ଦିନରୁ। ଏଥିପାଇଁ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ପରାମର୍ଶ ଲୋଡ଼ିଥାଆନ୍ତି। ମହାରାଷ୍ଟ୍ରର ନାଗପୁର ଅଞ୍ଚଳର ଏକ ଦମ୍ପତି ସେମାନଙ୍କ ନବଜାତ ଶିଶୁପୁତ୍ରର ନାମକରଣ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେମାନେ ଏଥିପାଇଁ ୩ଟି ନାଁ ବାଛିଥିଲେ। ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବମାନେ ଭୋଟ ଦେଇ ସେଥିମଧ୍ୟରୁ ନାଁ ଚୟନ କରିଛନ୍ତି। ଏଥିରେ ନିର୍ବାଚନ ପ୍ରଚାରପତ୍ର ଲାଗିବା ସାଙ୍ଗକୁ ବାଲାଟ୍‌ ବକ୍ସ ବି ବ୍ୟବହାର ହୋଇଥିଲା। ଗୋଣ୍ଡିଆ ଜିଲାର ଦେଓରି ତାଲୁକା ଅନ୍ତର୍ଗତ ମିଥୁନ ଏବଂ ମାନ୍‌ସି ବ୍ୟାଙ୍ଗ୍‌ ଏଭଳି ଏକ ଅଭିନବ ଉପାୟ ସ୍ଥିର କରିଛନ୍ତି। ଏପ୍ରିଲ ୫ରେ ଜନ୍ମିତ ସନ୍ତାନର ନାମକରଣ ପାଇଁ ଜୁନ୍‌ ୧୫ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ...

ଦାୟୀ କିଏ

ଦାୟୀ କିଏ

ତଥାଗତ ସତପଥୀ: ଝଡ଼ତୋଫାନ ଯୋଗୁ ୧୬ ଜୁନ୍‌ ୨୦୧୮ ସନ୍ଧ୍ୟାରେ ଚିଲିକାରେ ଯାତ୍ରୀବାହୀ ଡଙ୍ଗା ବୁଡ଼ିଗଲା। ଜୁନ୍‌ ୧୭ରେ ୪ ଜଣଙ୍କ ମୃତଦେହ ମିଳିବା ପରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ପାଖାପାଖି ଦେଢ଼ ବର୍ଷ ପରେ ଏଭଳି ଅଘଟଣର ପୁନରାବୃତ୍ତି ଘଟିଛି। ୧୦ ଡିସେମ୍ବର ୨୦୧୬ରେ ଚିଲିକାରେ ହୋଇଥିବା ଡଙ୍ଗାବୁଡ଼ିରେ ୨ ଜଣ ଶିଶୁଙ୍କ ସହ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଏହାକୁ ରୋକାଯାଇ ନ ପାରିବା ବିଷୟ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରୁଛି। ଦେଖିବାକୁ ଗଲେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନ ଇନ୍‌ଲାଣ୍ଡ ଓ୍ବାଟର ଟ୍ରାନ୍ସପୋର୍ଟ ସର୍ଭିସେସ୍‌ (ଅନ୍ତର୍ଦେଶୀୟ ଜଳପଥ ପରିବହନ ସେବା)ର ବାଲୁଗାଁଠାରେ ରହିଥିବା ସରକାରୀ କାର୍ଯ୍ୟାଳୟ ଚିଲିକା ଜଳରାଶିରେ ଚାଲୁଥିବା ଡଙ୍ଗାଗୁଡ଼ିକୁ ପଞ୍ଜୀକରଣ କରିବା ସହ ସେଗୁଡ଼ିକୁ ନିୟମିତ ଯାଞ୍ଚ କରିବାର ବ୍ୟବସ୍ଥା ରହିଛି।

ଏଇ ଭାରତରେ

ଏଇ ଭାରତରେ

ବିହାରର ରାଜଧାନୀ ପାଟ୍‌ନାରେ ଏକ ମ୍ୟୁଜିକାଲ୍‌ ବ୍ୟାଣ୍ଡ୍‌ ଗଠନ କରାଯାଇଛି। କେବଳ ଦଳିତ ମହିଳାମାନଙ୍କୁ ନେଇ ଏହା ଗଠିତ ହୋଇଛି। ସମାଜର ଧରାବନ୍ଧା ନୀତିନିୟମକୁ ଭଙ୍ଗକରି ଏହି ମହିଳାମାନେ ବାଦ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି। ‘ସର୍ଗମ୍‌ ବ୍ୟାଣ୍ଡ୍‌’ ନାମକ ଏହି ଦଳ ବାହାଘର ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବାଦ୍ୟ ବଜାଇ ଥାଆନ୍ତି। ପାଟ୍‌ନାର ଦାନପୁର ସବ୍‌ଡିଭିଜନ୍‌ ଅନ୍ତର୍ଗତ ଧିବ୍ରା ଗଁାର ୧୦ଜଣ ମହିଳା ଏଥିରେ ସାମିଲ ହୋଇଛନ୍ତି।...

କି ଥିଲା ସେ ବିଦ୍ୟା

କି ଥିଲା ସେ ବିଦ୍ୟା

ଅଭୟ ସୂତାର ଆଧୁନିକ ଯୁଗରେ ବିଜ୍ଞାନ ଢେର ଅଗ୍ରଗତି କରିଛି। ପୃଥିବୀରୁ ଗ୍ରହ-ଉପଗ୍ରହକୁ ଯାତ୍ରା ଓ ସଫଳ ପ୍ରତ୍ୟାବର୍ତ୍ତନ, ସମୁଦ୍ରର ସର୍ବନିମ୍ନ ସ୍ତରରୁ ସମ୍ପଦ ସଂଗ୍ରହ, ପରମାଣୁ ଶକ୍ତି, ମୋବାଇଲ ଫୋନ୍‌, କମ୍ପ୍ୟୁଟର, ଇଣ୍ଟରନେଟ୍‌, ଟେଲିଭିଜନ ଇତ୍ୟାଦିର ବ୍ୟବହାରକୁ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି। ମାତ୍ର ପ୍ରାଚୀନ ଭାରତରେ ବି ବିଜ୍ଞାନ କମ୍‌ ଉନ୍ନତି କରି ନ ଥିଲା। ଅବଶ୍ୟ ଏହାର ଐତିହାସିକ ପ୍ରମାଣ ନାହିଁ, ଏ କଥା ପୁରାଣଶାସ୍ତ୍ରରୁ ଯାହା ଜାଣିହୁଏ। ରାବଣର ପୁଷ୍ପକ ବିମାନ, ରାମଙ୍କ ସେତୁବନ୍ଧ ନିର୍ମାଣ ଇତ୍ୟାଦି ବିଷୟକୁ କେତେକେ କାଳ୍ପନିକ ବୋଲି ବିଚାର କରୁଥିଲେ ମଧ୍ୟ କହିବାକୁ ପଡ଼ୁଛି ଯେ, ଯଦି ଏ ଯୁଗରେ ବିଜ୍ଞାନର ଏଭଳି ପ୍ରଗତି ସମ୍ଭବ ହୋଇପାରିଛି, ତେବେ ସେ ଯୁଗରେ ଏ ସବୁ କଥା ହୋଇ ନ ଥିବ କାହିଁକି?...

ନିରାଶାର ଚାରିବର୍ଷ

ନିରାଶାର ଚାରିବର୍ଷ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ନେତୃତ୍ୱାଧୀନ ସରକାରର ଚାରିବର୍ଷ ପୂର୍ତ୍ତି ଅବସରରେ କଟକଠାରେ ଏକ ଜନସମାବେଶରେ ଉଦ୍‌ବୋଧନ ଦେଇଛନ୍ତି। ଗତ ଚାରିବର୍ଷ ମଧ୍ୟରେ ନିଜ ସରକାରର ଉପଲବ୍ଧିର ପ୍ରଚାର ପାଇଁ ଉଦ୍ଦିଷ୍ଟ ଏହି ସମାବେଶରେ ସେ ଜନଧନ ଯୋଜନାରେ ବ୍ୟାଙ୍କ୍‌ ଖାତା ଖୋଲିବାଠାରୁ ଆରମ୍ଭ କରି ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରଙ୍କୁ ମାଗଣାରେ ଗ୍ୟାସ୍‌ ସଂଯୋଗ ପର୍ଯ୍ୟନ୍ତ ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ବଢ଼େଇ ଚଢ଼େଇ ଉପସ୍ଥାପନ କରିବା ଦେଖିବାକୁ ମିଳିଲା। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଦେଶ ସାରା ବୁଲି ସରକାରଙ୍କ ଚାରିବର୍ଷର ସଫଳତାକୁ ଜନଗଣଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଏହି ସରକାର ଆତ୍ମପ୍ରଚାରକୁ କେତେ ଗୁରୁତ୍ୱ ଦିଏ ତାହା ଗତ ଚାରିବର୍ଷ ମଧ୍ୟରେ କେବଳ ଖବରକାଗଜ ଓ ଟିଭିରେ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିବା ୪୩୪୩.୨୬ କୋଟି ଟଙ୍କାରୁ ସ୍ପଷ୍ଟ ବୁଝି ହେଉଛି।...

 କାହିଁକି ପାରୁନାହୁଁ

କାହିଁକି ପାରୁନାହୁଁ

ଆକାର ପଟେଲ ଶନିବାର ରୁଷିଆରେ ଆଇସ୍‌ଲାଣ୍ଡ ସହ ଆର୍ଜେଣ୍ଟିନା ଫିଫା ବିଶ୍ୱ କପ୍‌ ଖେଳିଛି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୫ମ ଓ ୧୨ଶ ସ୍ଥାନରେ ଥିବା ଦୁଇଦଳ ମଧ୍ୟରେ ଏହି ଖେଳ ବଡ଼ ଚମକଦାର ଥିଲା। ତେବେ ଶେଷରେ ଖେଳ ଡ୍ର ରହିଲା। ସବୁଠାରୁ ମଜାର କଥା ହେଲା ମାତ୍ର ୩ ଲକ୍ଷ ଲୋକସଂଖ୍ୟା ଥିବା ଆଇସ୍‌ଲାଣ୍ଡ ମାତ୍ର ପ୍ରାୟ ୨ ବର୍ଷ ତଳେ ର଼୍ୟାଙ୍କିଙ୍ଗ୍‌ରେ ଭାରତଠାରୁ ତଳେ ୧୩୩ତମ ସ୍ଥାନରେ ଥିଲା। ଏହା ନିଜସ୍ବ ଶୈଳୀରେ ଇଂଲଣ୍ଡକୁ ହରାଇ ବିଶ୍ୱ କପ୍‌ ଖେଳିବାର ସୁଯୋଗ ପାଇଲା। ଭାରତ ୯୭ତମ ସ୍ଥାନରେ ଥାଇ ବି ବିଶ୍ୱ କପ୍‌ ଖେଳିବାରୁ ବଞ୍ଚିତ ହୋଇଛି। ..

 ତଳକୁ ଟିକେ ଚାହଁ

ତଳକୁ ଟିକେ ଚାହଁ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଜଣେ ଜିଜ୍ଞାସୁର ପ୍ରଶ୍ନ ଥିଲା ସ୍ବାମୀ ବିବେକାନନ୍ଦଙ୍କୁ- ”ମୁଁ ଏକା କାହିଁକି ଦୁଃଖରେ ରହିବି? ମୋ ଆଖପାଖର ସମସ୍ତେ ସୁଖରେ ରହୁଥିଲାବେଳେ, ମାନସମ୍ମାନ, ପ୍ରାଚୁର୍ଯ୍ୟ ପ୍ରତିଷ୍ଠା କାହିଁରେ ବି ଊଣା ନ ଥାଇ ହସଖୁସିରେ ଦିନ କାଟୁଥିଲାବେଳେ ସବୁଥିରୁ ବଞ୍ଚିତ ହୋଇ ମୁଁ କାହିଁକି ଦୁଃଖରେ ବଞ୍ଚତ୍ବି ? ଈଶ୍ୱର ପରା ସମସ୍ତଙ୍କ ପାଇଁ ସମାନ। ଅନ୍ୟ ସଭିଙ୍କୁ ସବୁପ୍ରକାରେ ପରିପୂର୍ଣ୍ଣ କରି ରଖିଥିବାବେଳେ ମୋ ପାଇଁ ଅପ୍ରାପ୍ତି ଅସନ୍ତୋଷଭରା ଶୂନ୍ୟ ଜୀବନଟିଏ କାହିଁକି?“ ସ୍ବାମିଜୀଙ୍କ ଉଦ୍ଦେଶ୍ୟରେ ଅସହାୟ ଯୁବକର ...

ଅନୁଭବୀ ଅଧିକାରୀ

ଅନୁଭବୀ ଅଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ସରକାରୀ କ୍ଷେତ୍ରରେ ଦୁର୍ନୀତି ରୋକିବା ପାଇଁ ୧୯୬୪ରେ ପ୍ରତିଷ୍ଠା କରାଯାଇଥିଲା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)। ୨୦୦୩ରେ ଏହି ଭ୍ରଷ୍ଟାଚାର ନିରୋଧୀ ସଂସ୍ଥାକୁ ବୈଧାନିକ ମାନ୍ୟତା ମିଳିଥିଲା। ଏହା ଏକ ସ୍ବୟଂଚାଳିତ ସଂସ୍ଥା, ଯାହା ଉପରେ କୌଣସି କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷଙ୍କ କର୍ତ୍ତୃତ୍ୱ ନ ଥାଏ। କିନ୍ତୁ ସିଭିସି ପାର୍ଲାମେଣ୍ଟକୁ ଉତ୍ତରଦାୟୀ। କେ. ଭି. ଚୌଧ୍‌ରୀ ଏହାର ମୁଖ୍ୟ ଥିବା ବେଳେ ଡକ୍ଟର ତେଜେନ୍ଦ୍ର ମୋହନ ଭାସିନ୍‌ଙ୍କୁ ଭିଜିଲାନ୍ସ କମିଶନର ପଦରେ ଅବସ୍ଥାପିତ କରାଯାଇଛି। ଖାଲି ପଡ଼ିଥିବା ଅନ୍ୟତମ ଭିଜିଲାନ୍ସ କମିଶନର ପଦବୀରେ ୨୦୧୮ ଜୁନ୍‌ ୧୦ରେ ବରିଷ୍ଠ ଆଇପିଏସ୍‌ ଶରଦ କୁମାରଙ୍କୁ ନିଯୁକ୍ତି ମିଳିଛି। ଫଳରେ...

ଏଇ ଭାରତରେ

ଏଇ ଭାରତରେ

ଆମେ ଜାଣୁ ଦ୍ୱାପର ଯୁଗରେ ମାମୁ କଂସ ଭଉଣୀ ଦେବକୀଙ୍କ ସନ୍ତାନମାନଙ୍କୁ ହତ୍ୟା କରିଥିଲେ। ହତ୍ୟା ପଛରେ ଭଣଜାମାନଙ୍କ ପକ୍ଷରୁ ପ୍ରାଣନାଶର ଆଶଙ୍କା ଥିଲା। କିନ୍ତୁ କଳିଯୁଗରେ କେତେକ ବ୍ୟକ୍ତି ବିନା ଦୋଷରେ ଭଣଜାଭାଣିଜୀଙ୍କୁ ହତ୍ୟାକରିବାକୁ ପଛାନ୍ତି ନାହିଁ। ମାନସିକ ସ୍ତରରେ ଦୁର୍ବଳ ଦୁଇ ଯମଜ ଭଣଜା (୧୨)ଙ୍କୁ ଜଣେ ବ୍ୟକ୍ତି ନୃଶଂସଭାବେ ହତ୍ୟା କରିଛନ୍ତି। ଏପରି ଏକ ଘଟଣା ଘଟିଛି ତେଲେଙ୍ଗାନାର ନାଲ୍‌ଗୋଣ୍ଡା ଅଞ୍ଚଳରେ। ନାଲ୍‌ଗୋଣ୍ଡା ନିକଟବର୍ତ୍ତୀ ମିରିଆଲ୍‌ଗୁଡାଠାରେ ଭଡାଘରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କର ଦୁଇଭଣଜାଙ୍କୁ ଘରକୁ ବୁଲାଇ ଆଣିଥିଲେ। ଶୁକ୍ରବାର ରାତିରେ ଏହି ବ୍ୟକ୍ତି ଜଣକ ସେମାନଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ଅଭିଯୁକ୍ତ ମୃତଦେହ ଦୁଇଟିକୁ କାର୍‌ ଯୋଗେ ନେବାକୁ ଉଦ୍ୟମ କରୁଥିବା ବେଳେ ଘର ମାଲିକ ଏହା ଦେଖିବାକୁ ପାଇଥିଲେ। ...

Model This Week

ପ୍ରଭାତ