ଫୁରସତ |

ଚାଷ ଦେଖାଇଛି ବାଟ: ଜୟ ସିଂହ ବରଡ଼(ସଫଳ ଚାଷୀ)

ଚାଷ ଦେଖାଇଛି ବାଟ: ଜୟ ସିଂହ ବରଡ଼(ସଫଳ ଚାଷୀ)
ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ଜୟସିଂହ ବରଡ। ମା’ ମୁକୁତା ବରଡ଼ ଓ ପିତାଙ୍କ ନାମ କୃଷ୍ଣ ବରଡ। ଇଲୋକ୍ଟ୍ରୋନିକ୍ସ ବିଭାଗରେ ରାଉରକେଲା ଆଇଟିଆଇରୁ ପାସ୍‌ କରିବା ପରେ ଗୋପାଳପୁର ପୋର୍ଟରେ ଚାକିରି କଲେ ଜୟକୃଷ୍ଣ। ହଠାତ୍‌ ମନକୁ ଆସିଲା ପୈତୃକ ୫ ଏକର ଜମିରେ ଚାଷ କରି ସ୍ବରୋଜଗାରକ୍ଷମ ହେବେ। ଅବଶ୍ୟ ଏହି ସମୟରେ ଅର୍ଥାତ୍‌ ୧୯୯୦ରେ ବନ୍ୟା ଆସିଲା। ତାଙ୍କ ଫସଲର ବହୁ କ୍ଷତି ଘଟିଲା। ତେବେ ମାଆ-ବାପାଙ୍କୁୁ ଭରସା ଦେଇ ଚାକିରି ଛାଡି ସ୍ବାବଲମ୍ବୀ ହେବା ଲାଗି ଚାଷ କାର୍ଯ୍ୟରେ ମନଦେଲେ। ପ୍ରଥମେ ଗାଁ ପାଖ କନ୍ଦାଳ ଜମିରେ ଏକ ପୋଖରୀ ଖୋଳିଲେ। ପାରମ୍ପରିକ ଧାନ ଚାଷକୁ ଗୁରୁତ୍ୱ ନ ଦେଇ ଫୁଲ ଚାଷ କଲେ। ଏଥିସହ ଲଗାଇଲେ ନଡିଆ, ଗୁଆ ଓ ଆମ୍ବ ଗଛ। କିଛି ଜମିରେ ପରିବା ଚାଷ କଲେ। ଖୋଳିଥିବା ପୋଖରୀରେ ଛାଡିଲେ ରୋହି ଓ ଭାକୁର ମାଛ। ଫୁଲ ଚାଷରୁ ଭଲ ଦି’ପଇସା ରୋଜଗାର ହେଲା। ପାନ ଚାଷ କଲେ। ଏଥିରେ ବି ଭଲ ଆଦାୟ ହେଲା। ଏହିପରି ତାଙ୍କର ଜୀବନଯାତ୍ରା ଚାଲିଲା। ପୁଣି ୧୯୯୯ ମହାବାତ୍ୟାରେ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଲା। କିନ୍ତୁ ସେ ଦବି ନ ଯାଇ ନୂଆ କିଛି କରିବା ଲାଗି ସାହସ ଜୁଟାଇଲେ। ପୁଣି ପ୍ରାୟ ଏକରେ ଜମିରେ ଗୁଆ ଗଛ ଲଗାଇଲେ। ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ଏକ ପଲ୍ଲିହାଉସ ନିର୍ମାଣ କରି ସେଥିରେ ଗୋଲାପ ଫୁଲ ଓ ପରିବା ଚାଷ କଲେ। ଏହାପରେ ପଲ୍ଲି ନେଟ୍‌ ହାଉସ କରି ସେଥିରେ ପାନ ଚାଷ କଲେ। ଏହି ନେଟ ହାଉସରୁ ଯେଉଁ ପାନ ଅମଳ ହେଲା ତା’ର ଚାହିଦା ମାର୍କେଟରେ ଅଧିକ ହେଲା। ପାନକୁ ରାୟପୁର, ଛତିଶଗଡ଼ର କେତେକ ସ୍ଥାନକୁ ପଠାଇଲେ। ତେବେ ୨୦୧୩ ଫାଇଲିନ୍‌ ବାତ୍ୟା ପୂର୍ବରୁ ଅର୍ଥାତ୍‌ ୧୯୯୯ରେ ଲଗାଇଥିବା ଗୁଆ ଗଛରୁ ଗୁଆ ଆଦାୟ ଆରମ୍ଭ ହୋଇଥିଲା। ଇଣ୍ଟରକ୍ରପ ଭାବେ ସେଥିରେ ଛତୁ ଚାଷ କଲେ। କେବଳ ଏହି ଗୁଆରୁ ବାର୍ଷିକ ଦେଢ଼ଲକ୍ଷ ଟଙ୍କା ଓ ଛତୁରୁ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ମିଳୁ୍‌ଥିବା କଥା କୁହନ୍ତି ଜୟସିଂହ।   ଫାଇଲିନ୍‌ ବାତ୍ୟାରେ ତାଙ୍କର ପାଖାପାଖି ୪୦ ଲକ୍ଷ ଟଙ୍କା କ୍ଷତି ଘଟିଥିବା ସେ କୁହନ୍ତି। ସରକାରୀ ସାହାଯ୍ୟ ଭାବେ ୫୦ କେଜି ଚାଉଳ ଓ ୫ ଶହ ଟଙ୍କା ବ୍ୟତୀତ ଆଉ କିଛି ସହାୟତା ମିଳିନାିଁିିି। ସେହି ବାତ୍ୟାରେ ପଲ୍ଲିହାଉସର ପଲିଥିନ ଜରି ଉଡାଇନେଇଥିଲା ଯାହାକି ସେ ଆଜି ପର୍ଯ୍ୟନ୍ତ କାମଚଳାରେ ଚାଷ କରୁଛନ୍ତି। ତେବେ ସ୍ତ୍ରୀଙ୍କ ସୁନା ବିକି ଏକ ବଡ ବୋରଓ୍ବେଲ ତିଆରି କରିଛନ୍ତି। ଫାଇଲିନ୍‌ ବାତ୍ୟାରେ ବ୍ୟାପକ ଗୁଆ ଗଛ ନଷ୍ଟ ପରେ ବି ପୁଣି ଥରେ ଗୁଆ ଗଛ ଜମିରେ ଲଗାଇଛନ୍ତି। ଅମଳ ଗୁଆକୁ ଶୁଖାଇବା ନିମନ୍ତେ ସୌରତାପରେ ଡ୍ରାଏ ମେଶିନ୍‌ ବ୍ୟବସ୍ଥା କରିଛନ୍ତି। କୋଡାଖୋସା ଯନ୍ତ୍ର ସହ ଅନ୍ୟାନ୍ୟ ଆଧୁନିକ ଯନ୍ତ୍ର ମଧ୍ୟ କିଣିଛନ୍ତି। ସମ୍ପ୍ରତି ୩ଟି ପୋଖରୀରେ ମାଛ ଚାଷ ମଧ୍ୟ କରୁଛନ୍ତି। ପୂର୍ବରୁ ଭାଗଚାଷରେ ରଖିଥିବା ଜମିରେ ରଜନୀଗନ୍ଧା ଫୁଲ ଚାଷ କରିଥିଲେ। ରଜନୀଗନ୍ଧା ଫୁଲ ସମ୍ପର୍କରେ ସେ ଏକ ରୋଚକ କଥା କୁହନ୍ତି, ଏହି ଫୁଲକୁ ଛତିଶଗଡର ରାୟପୁରକୁ ପଠାଉଥିଲେ। ସେଠାରେ ବ୍ୟବସାୟୀମାନେ ଫୁଲ ମଉଳି ଯାଉଥିବା ଏବଂ ପଚି ନଷ୍ଟ ହେଉଥିବା ଆଳ ଦେଖାଇ ଜୟସିଂହଙ୍କ ପ୍ରାପ୍ୟ ଟଙ୍କାରୁ କିଛି କାଟି ପ୍ରଦାନ କରୁଥିଲେ। ଏହି ସମୟରେ ଜୟସିଂହଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। ପାନ ପଠାଇବା ବେଳେ ଓଦା ପାଳ ଦେଇ ଯେପରି ପ୍ୟାକ୍‌ କରାଯାଏ ତାହାକୁ ରଜନୀଗନ୍ଧା ଫୁଲ ଦେଇ ପ୍ୟାକିଂ କରାଇଲେ। ରାୟପୁରରେ ୨୪ ଘଣ୍ଟାରୁ ୩୬ ଘଣ୍ଟା ପରେ ରଜନୀଗନ୍ଧା ଫୁଲ ପ୍ୟାକିଂ ପହଞ୍ଚିବାବେଳେ ଫୁଲ ଅଧିକ ବଡ ଦିଶିବା ସହ ସତେଜ ରହୁଥିଲା। କେବଳ ପ୍ୟାକିଂ ଯୋଗୁ ତାଙ୍କ ଫୁଲର ଆଦର ବଢିଲା। ଜୟସିଂହ କୁହନ୍ତି ଏହି ପ୍ୟାକିଂ ଯୋଗୁ ଅନ୍ୟମାନଙ୍କ ଫୁଲ ଅପେକ୍ଷା ମାର୍କେଟରେ ତାଙ୍କ ଫୁଲର ଦାମ ଅଧିକ ରହିଲା ଓ ସେ ସେଥିରୁ ଅଧିକ ଲାଭବାନ ହେଲେ। ସମ୍ପ୍ରତି ଅମଳ କରୁଥିବା ଫୁଲକୁ ବ୍ରହ୍ମପୁର ମଣ୍ଡିରେ ଦେଉଛନ୍ତି। ପାନକୁ ମହାଜନ ଦ୍ୱାରା ବିକ୍ରି କରୁଛନ୍ତି। ଜମିରେ କଟିକି, ପୋଟଳ, ଅଲଡି, କାକୁଡି ଇତ୍ୟାଦି ଲଗାଇଛନ୍ତି। ୨ ଏକର ଜମିରେ ଧାନ ଚାଷ, ୩ଏକର ଜମିରେ ଫୁଲ, ପରିବା, ଗୁଆ, ଆମ୍ବ, ମାଛ ଚାଷ ଇତ୍ୟାଦି କରି ବାର୍ଷିକ ପାଖାପାଖି ୩ ଲକ୍ଷ ଟଙ୍କା ମିଳୁଥିବା କଥା କୁହନ୍ତି। ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ବିବେଚିତ ଜୟକୃଷ୍ଣଙ୍କ ବଡ ପୁଅ ରତିକାନ୍ତ ବି.ଟେକ୍‌ ପଢୁଥିବା ବେଳେ ସାନପୁଅ ରାଧାକାନ୍ତ ମାଟ୍ରିକ୍‌ ପଢ଼ୁଛି। ଝିଅ ରିତୁକୁ ବିବାହ ଦେଇଛନ୍ତି। ସ୍ତ୍ରୀ ସଂଯୁକ୍ତା ତାଙ୍କୁ ବିଭିନ୍ନ ସମୟରେ ଚାଷ କାର୍ଯ୍ୟରେ ସହଯୋଗ କରନ୍ତି। ତାଙ୍କ ନାମରେ ଫାର୍ମ ହାଉସ କରିବା ସହ ଗାଈ ପାଳନ କରୁଛନ୍ତି। ଚାକିରି ଛାଡି ଚାଷ କାର୍ଯ୍ୟ କରି ସ୍ବାବଲମ୍ବୀ ହୋଇଥିବା ଜୟକୃଷ୍ଣ କୁହନ୍ତି, ‘ଚାଷରୁ ମିଳୁଛି ଆନନ୍ଦ, ଏହା ମୋର ଏକ ଭିନ୍ନ ପରିଚୟ ବି ଦେଇଛି, ତଥାପି ସଂଘର୍ଷକୁ ସାଥୀ କରିଚାଲିଛି। - ଦ୍ୱିତୀକୃଷ୍ଣ ପଣ୍ଡା
All Right Reserved By

ଫୁରସତ |

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା। 

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପାର୍ବଣ ଅବସରରେ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଏହା ଦ୍ୱାରା କାର୍ଯ୍ୟରେ କୌଣସି ବିଘ୍ନ ସୃଷ୍ଟି ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସମୟରେ କିଛି ବାସ୍ତୁ କାର୍ଯ୍ୟ କରିବା ଦ୍ୱାରା ଗୃହ ତଥା ବ୍ୟବସାୟ ଆଦିରେ ଶୁଭଫଳ ପ୍ରାପ୍ତି ହୋଇଥାଏ।  

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଲାଗି ଗାଁଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତେ ପ୍ରସ୍ତୁତି ଚଳାଇଛନ୍ତି। 

ଝିଅ ନୁହେଁ ହୀରା

ଝିଅ ନୁହେଁ ହୀରା

କମୁନି କନ୍ୟାଭ୍ରୂଣ ହତ୍ୟା। ଆଜି ବି ଅଳିଆ, ଆବର୍ଜନା, ପରିତ୍ୟକ୍ତ ସ୍ଥାନରୁ ଶୁଭୁଛି କଅଁଳ ଶିଶୁକନ୍ୟାର କରୁଣ କ୍ରନ୍ଦନ। ହେଲେ ସେହି ଝିଅ ବାରବାର ପ୍ରମାଣିତ କରିଆସିଛି, ସେ ନୁହେଁ କାହାଠାରୁ କମ୍‌। ସେ ଘର ସମ୍ଭାଳି ପାରେ, ଦେଶ ବି। 

କେମିତି କଟିବ ପୂଜା

କେମିତି କଟିବ ପୂଜା

ପୂଜା ପାର୍ବଣରେ ସମସ୍ତେ ଛୁଟି ମନାନ୍ତି। ପରିବାର ସହ ସମୟ ଅତିବାହିତ କରନ୍ତି। ମାତ୍ର କଳାକାରଙ୍କର ଛୁଟି ନଥାଏ। କାରଣ ମନୋରଞ୍ଜନ କରିବା ସେମାନଙ୍କର ଧର୍ମ। ଜଲିଉଡ୍‌ର କେତେକ ଲୋକପ୍ରିୟ କଳାକାରଙ୍କ ପାର୍ବଣ ଅବସରକୁ ନେଇ ଏଇ ଆଲେଖ୍ୟ...

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ଲେଖିକା ପଙ୍କଜବାସିନୀ ଭଞ୍ଜଦେଓ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ମା’ ସିଂହାସନୀ

ମା’ ସିଂହାସନୀ

ପ୍ରାକୃତିକ ଶୋଭା ସମ୍ପଦରେ ବିମଣ୍ଡିତ ଓଡ଼ିଶାର ଗଞ୍ଜାମ ଜିଲା। ଏଠାରେ ରହିଛି ଅନେକ ଦେବୀପୀଠ। ତେବେ ପୋଲସରାଠାରୁ ପ୍ରାୟ ୨୭ କି.ମି ଦୂର ପାହାଡ଼ ଜଙ୍ଗଲଘେରା ପ୍ରାକୃତିକ ପରିବେଶରେ ଥିବା ମା’ ସିଂହାସନୀଙ୍କ ପୀଠ ଅନ୍ୟତମ।