ରାୟଗଡା

ଘର ବାହୁଡ଼ିବେ ହେମା ଗମାଙ୍ଗ: ଦିଲ୍ଲୀରେ କଂଗ୍ରେସ ନେତୃବୃନ୍ଦଙ୍କୁ ଭେଟିଲେ

ଘର ବାହୁଡ଼ିବେ ହେମା ଗମାଙ୍ଗ: ଦିଲ୍ଲୀରେ କଂଗ୍ରେସ ନେତୃବୃନ୍ଦଙ୍କୁ ଭେଟିଲେ

କୋରାପୁଟ,୧୨ା୨(ସ୍ବ.ପ୍ର.): ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ତଥା ପୂର୍ବତନ ଏମ୍‌ପି ହେମା ଗମାଙ୍ଗ ପୁଣିଥରେ କଂଗ୍ରେସକୁ ଫେରିବେ। ନୂଆଦିଲ୍ଲୀଠାରେ ସେ କଂଗ୍ରେସ ଦଳର କେତେକ ବରିଷ୍ଠ ନେତାଙ୍କୁ ଭେଟି ଘର ବାହୁଡ଼ା ଇଚ୍ଛା ପ୍ରକଟ କରିଛନ୍ତି। କଂଗ୍ରେସ ଦଳରେ ଥାଇ ସେ ୧୯୯୯ରେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଏମ୍‌ପି ଓ ୨୦୦୪ରେ ଗୁଣପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ନିର୍ବାଚନରେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦଳ ତାଙ୍କୁ ଲଢ଼ିବା ପାଇଁ ଟିକେଟ୍‌ ନ ଦେବାରୁ ସେ ଅସନ୍ତୁଷ୍ଟ ଥିଲେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେ ବିଜେଡିରେ ଯୋଗଦେବା ପରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ିବା ପାଇ ଦଳ ତାଙ୍କୁ ଟିକଟ ଦେଇଥିଲା। କିନ୍ତୁ କଂଗ୍ରେସର କୈଳାସ କୁଲେସିକାଙ୍କଠାରୁ ୧୭୦୦ ଭୋଟ୍‌ରେ ସେ ପରାସ୍ତ ହୋଇଥିଲେ। ପରେ ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡି ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ସେ ୨୦୧୮ରେ ବିଜେଡି ହାତ ଛାଡ଼ିଥିଲେ। ସେତେବେଳେ ସେ ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ସେ ନୂଆଦିଲ୍ଲୀରେ କଂଗ୍ରେସ ବରିଷ୍ଠ ନେତୃବୃନ୍ଦଙ୍କୁ ଭେଟିବା ପରେ ଏହା ଇଙ୍ଗିତ କରୁଛି ଯେ, ସେ କଂଗ୍ରେସକୁ ବାହୁଡ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଯଦି ପୁଣିଥରେ କଂଗ୍ରେସ ଦଳକୁ ହେମାଙ୍କ ଘରବାହୁଡ଼ା ହୁଏ, ତେବେ ତାଙ୍କୁ ଅବିଭକ୍ତ କୋରାପୁଟ ଜିଲାର କେଉଁସ୍ଥାନରୁ ଲୋକସଭା ନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ନେବା ପାଇଁ କଂଗ୍ରେସ ସୁଯୋଗ ଦେବ, ସେନେଇ ସ୍ଥାନୀୟ ରାଜନୀତି ମହଲରେ ଏବେ ଚର୍ଚ୍ଚା ଜୋର୍‌ ଧରିଲାଣି। ଏ ସମ୍ପର୍କରେ ହେମା ‘ଧରିତ୍ରୀ’କୁ କହିଛନ୍ତି ଯେ କଂଗ୍ରେସରେ ଯୋଗଦେବା ନେଇ ଏ ପର୍ଯ୍ୟନ୍ତ ଦଳୀୟ ନିଷ୍ପତ୍ତି ହୋଇନାହିଁ। ସମସ୍ତଙ୍କ ସହ ଯୋଗାଯୋଗ କରୁଛି। ଦିଲ୍ଲୀର ବହୁ ବରିଷ୍ଠ ନେତାଙ୍କୁ ଭେଟିଛି। ରାହୁଲ ଗାନ୍ଧିଙ୍କ ସହ ସାକ୍ଷାତ୍‌ ହୋଇନାହିଁ। ସେ ବାହାରେ ଥିବାରୁ ପରେ କେବେ ତାଙ୍କୁ ଭେଟିବେ ବୋଲି ହେମା କହିଛନ୍ତି। ଏକଦା କଂଗ୍ରେସ ଛାଡ଼ି ପୁଣିଥରେ ଦଳକୁ କାହିଁକି ଫେରିଲେ ବୋଲି ପ୍ରଶ୍ନରେ ସେ କହିଛନ୍ତି, କଂଗ୍ରେସ ଛାଡ଼ିବା ଏବେ ପୁରୁଣା କଥା। ସମସ୍ତେ ମିଶି ଜିଲା, ରାଜ୍ୟ ନେତୃତ୍ୱ ମୋ ବିରୋଧରେ ଚକ୍ରାନ୍ତ କରିଥିଲେ। ସେତେବେଳର ପିସିସି ସଭାପତି ମୋ ଟିକଟ କାଟିଥିଲେ। ସେଥିପାଇଁ ମୁଁ ଦଳ ଛାଡ଼ିଥିଲି। କଂଗ୍ରେସ ଗୋଟେ ଭଲ ଦଳ। ଲୋକମାନେ ଚାହିଁଲେ ଏବେ ମୁଁ ଫେରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

All Right Reserved By

ରାୟଗଡା

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ ଜେନା(୨୨)ଙ୍କୁ ଗ୍ରାମର କିଛି ଯୁବକ ପଥରରେ ତାଙ୍କ ମୁହଁକୁ ଛେଚି ହତ୍ୟା କରିଛନ୍ତି।

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପାରଳାଖେମୁଣ୍ଡି,୨୨।୪ (ସ୍ବ.ପ୍ର.)-  ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଐତିହାସିକ ସୀତାସାଗର ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିଛି।

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ ଠିକା କର୍ମଚାରୀ ଦରମା ପାଇନାହାନ୍ତି। 

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ପଦ୍ମପୁର/ଗୁଡାରୀ, ୨୧ା୪(ଡି.ଏନ୍‌.ଏ)- ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ କିନିଡ଼ି ଗ୍ରାମ ନିକଟ ମାଛବନ୍ଧଠାରେ ରବିବାର ଏକ ବରଯାତ୍ରୀ ଗାଡ଼ି  ଦୁର୍ଘଟଣାଗ୍ରସ୍ତ ହୋଇଛି ା 

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ଡାବୁଗାଁ, ୨୧ା୪ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡି ଗ୍ରାମରେ ଶନିବାର ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ ଘଟିଛି ା 

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଏମଭି-୭୯ ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି।

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ଆଦିବାସୀଙ୍କ ବିକାଶ ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ  ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। 

ଜଙ୍ଗଲରେ ନିଆଁ

ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)- ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ନିଆଁ ଯୋଗୁ ଜଙ୍ଗଲର ନାହିଁ ନ ଥିବା କ୍ଷତି ଘଟିଛି।

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

ଚନ୍ଦ୍ରପୁର,୨୦ା୪(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସୋରଡ଼ା ସଦର ମହକୁମାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଥିବା ଗ୍ରାମ ମଙ୍ଗଳ ବିଭାଗର ଛାତ୍ରୀ ନିବାସରେ ୧୦୦ ଆଦିବାସୀ ଛାତ୍ରୀ ରୁହନ୍ତି

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ରାୟଗଡା ଅଫିସ୍‌, ୨୦ା୪- ରାୟଗଡା ଜିଲା ଅଦାଲତ ପରିସରରେ ଶନିବାର ଏକ ଲୋକ ଅଦାଲତ ଉଦ୍‌ଘାଟିତ ହୋଇଯାଇଛିହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଦାଲତକୁ ଉଦ୍‌ଘାଟନ କରିଥିଲେ ା 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri