ରାୟଗଡା

ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଉତ୍ତେଜନା: ଜନତା-ପୋଲିସ ଧସ୍ତାଧସ୍ତି, ଏସ୍‌ଆଇଙ୍କ ମୁଣ୍ଡ ଫାଟିଲା

ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଉତ୍ତେଜନା: ଜନତା-ପୋଲିସ ଧସ୍ତାଧସ୍ତି, ଏସ୍‌ଆଇଙ୍କ ମୁଣ୍ଡ ଫାଟିଲା

ଲମତାପୁଟ/ଜୟପୁର,୧୨ା୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଲମତାପୁଟ ବ୍ଲକ ସଦର-ପାଡୁଆ ରାସ୍ତାର ଆଦର୍ଶ ବିଦ୍ୟାଳୟ ନିକଟରେ ସୋମବାର କାର୍‌ ଧକ୍କାରେ ଜଣେ ବ୍ୟକ୍ତି ଓ ଗୋଟିଏ ଗାଈର ମୃତ୍ୟୁ ହୋଇଛି। ଏଥିରେ ଉତ୍ତ୍ୟକ୍ତ ଥିବା ଗ୍ରାମବାସୀ ଓ ମୃତକଙ୍କ ପରିବାର ମଙ୍ଗଳବାର ଲମତାପୁଟ ଫାଣ୍ଡି ଭିତରକୁ ଧସେଇ ପଶିବା ସହ ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି। ଏଥିରେ ମାଛକୁଣ୍ଡ ଥାନା ଅଧିକାରୀ ଦାୟିତ୍ୱରେ ଥିବା ଏସ୍‌ଆଇ ସୁଦର୍ଶନ ନାୟକଙ୍କ ମୁଣ୍ଡ ଫାଟିଛି। ଅନ୍ୟପକ୍ଷରେ ଉତ୍ତ୍ୟକ୍ତ ଜନତା ଜୟପୁର-ଲମତାପୁଟ-ମାଛକୁଣ୍ଡ-ପାଡୁଆ ରାସ୍ତା ଅବରୋଧ ମଧ୍ୟ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ସୋମବାର ରାତି ୯ଟାରେ ଲମତାପୁଟ ସଦର ମାଲେଙ୍ଗା ଗ୍ରାମର ବାସିନ୍ଦା ଗୌରାଙ୍ଗ ଖିଲ (୫୦) ଗାଈକୁ ନେଇ ଯାଉଥିବା ବେଳେ ଦୁଇଟି କାର୍‌ ପୃଥକ୍‌ ଭାବେ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଗୌର ଓ ଗାଈର ମୃତ୍ୟୁ ହୋଇଥିଲା। ଖବରପାଇ ଲମତାପୁଟ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଦୁର୍ଘଟଣା ଘଟାଇଥିବା ଉଭୟ କାର୍‌ ଜବତ କରାଯାଇଥିବା ବେଳେ ଉଭୟ ଚାଳକ ସେଠାରୁ ଖସିଯାଇଥିଲେ। ମଙ୍ଗଳବାର ପରିବାର ଓ ଗ୍ରାମବାସୀ ଫାଣ୍ଡିରେ ପହଞ୍ଚତ୍ ଆଲୋଚନା କରିବା ବେଳେ ପୋଲିସ ଦୁର୍ବ୍ୟବହାର କରିବାରୁ ସେମାନେ ଏହାର ପ୍ରତିବାଦ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ଜନତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ା ଫଳରେ ମାଛକୁଣ୍ଡ ଥାନା ଅଧିକାରୀ ନାୟକଙ୍କ ମୁଣ୍ଡ ଫାଟିଯାଇଥିଲା। ମୃତଦେହ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ିରହିଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ଓ ପରିବାର ତୁରନ୍ତ କ୍ଷତିପୂରଣ ଦାବିକରି ରାସ୍ତାରୋକୋ ମଧ୍ୟ କରିଥିଲେ। ସନ୍ଧ୍ୟା ସୁଦ୍ଧା ଅବରୋଧ ଜାରି ରହିଥିଲା। ନନ୍ଦପୁର ଏସ୍‌ଡିପିଓ ତପନ ମହାନନ୍ଦିଆ, ମାଛକୁଣ୍ଡ ଥାନା ଅଧିକାରୀ ନାୟକ ଏବଂ ଲମତାପୁଟ ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଷଡ଼ଙ୍ଗୀଙ୍କ ସମେତ ୨ ସେକ୍ସନ ବିଏସ୍‌ଏଫ୍‌ ଯବାନ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି।

All Right Reserved By

ରାୟଗଡା

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ ଜେନା(୨୨)ଙ୍କୁ ଗ୍ରାମର କିଛି ଯୁବକ ପଥରରେ ତାଙ୍କ ମୁହଁକୁ ଛେଚି ହତ୍ୟା କରିଛନ୍ତି।

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପାରଳାଖେମୁଣ୍ଡି,୨୨।୪ (ସ୍ବ.ପ୍ର.)-  ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଐତିହାସିକ ସୀତାସାଗର ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିଛି।

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ ଠିକା କର୍ମଚାରୀ ଦରମା ପାଇନାହାନ୍ତି। 

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ପଦ୍ମପୁର/ଗୁଡାରୀ, ୨୧ା୪(ଡି.ଏନ୍‌.ଏ)- ରାୟଗଡ଼ା ଜିଲା ଗୁଡ଼ାରୀ ବ୍ଲକ କିନିଡ଼ି ଗ୍ରାମ ନିକଟ ମାଛବନ୍ଧଠାରେ ରବିବାର ଏକ ବରଯାତ୍ରୀ ଗାଡ଼ି  ଦୁର୍ଘଟଣାଗ୍ରସ୍ତ ହୋଇଛି ା 

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ଡାବୁଗାଁ, ୨୧ା୪ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡି ଗ୍ରାମରେ ଶନିବାର ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ ଘଟିଛି ା 

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ସ୍ବାମୀର ଏସିଡ୍‌ ମାଡରେ ସ୍ତ୍ରୀ ଗୁରୁତର

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଏମଭି-୭୯ ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି।

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁରଠାରେ ପୋଲିସ ଗୁଳିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। 

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ନାହିଁନାହିଁର ଗାଁ ଜାମୁଗୁଡା: ୪୮ ପରିବାର ପାଇଁ ଗୋଟିଏ ନଳକୂପ

ମାଲକାନଗିରି,୨୧ା୪ (ଡି.ଏନ୍‌.ଏ.)-ଆଦିବାସୀଙ୍କ ବିକାଶ ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ  ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। 

ଜଙ୍ଗଲରେ ନିଆଁ

ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)- ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ନିଆଁ ଯୋଗୁ ଜଙ୍ଗଲର ନାହିଁ ନ ଥିବା କ୍ଷତି ଘଟିଛି।

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

ଚନ୍ଦ୍ରପୁର,୨୦ା୪(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସୋରଡ଼ା ସଦର ମହକୁମାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଥିବା ଗ୍ରାମ ମଙ୍ଗଳ ବିଭାଗର ଛାତ୍ରୀ ନିବାସରେ ୧୦୦ ଆଦିବାସୀ ଛାତ୍ରୀ ରୁହନ୍ତି

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ଲୋକ ଅଦାଲତ ଉଦ୍‌ଘାଟିତ : ପ୍ରଥମ ଦିନରେ ୨ ମାମଲା ବିଚାର

ରାୟଗଡା ଅଫିସ୍‌, ୨୦ା୪- ରାୟଗଡା ଜିଲା ଅଦାଲତ ପରିସରରେ ଶନିବାର ଏକ ଲୋକ ଅଦାଲତ ଉଦ୍‌ଘାଟିତ ହୋଇଯାଇଛିହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଦାଲତକୁ ଉଦ୍‌ଘାଟନ କରିଥିଲେ ା 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri