ଫୁରସତ |

ଏମିତି ମନ୍ଦିର ଯେଉଁଠି ସ୍ତ୍ରୀ ରୂପରେ ପୂଜା ପାଆନ୍ତି ଗଣେଶ...

ଏମିତି ମନ୍ଦିର ଯେଉଁଠି ସ୍ତ୍ରୀ ରୂପରେ ପୂଜା ପାଆନ୍ତି ଗଣେଶ...

ପ୍ରଭୁ ଗଣେଶଙ୍କୁ ଅଗ୍ରପୂଜ୍ୟ ଭାବେ ସମସ୍ତ କାର୍ଯ୍ୟ ଆରମ୍ଭରେ ପୂଜା କରାଯାଇଥାଏ।  ଭାରତର କେତେକ ସ୍ଥାନରେ ପ୍ରଭୁଙ୍କର ସ୍ତ୍ରୀ ରୂପ ବିନାୟକୀଙ୍କୁ ପୂଜା କରାଯାଇଥାଏ। ବାରଭୂଜା ବିନାୟକୀ ଦେବୀ ବିଭିନ୍ନ ହସ୍ତରେ ଭିନ୍ନ ଭିନ୍ନ ଅସ୍ତ୍ର ଧାରଣ କରିଥାନ୍ତି। ଓଡ଼ିଶାର ଚୌଷଠି ଯୋଗିନୀ ମନ୍ଦିରରେ ବିନାୟକୀଙ୍କର ଏଭଳି ମୂର୍ତ୍ତି ରହିଛି। ସେହିପରି କାଶୀ, ତାମିଲନାଡୁର ଚିଦାମ୍ବରମ୍‌ ମନ୍ଦିର, ଜବଲପୁରଠାରେ ଥିବା ମନ୍ଦିର ଏବଂ ବିଳାସପୁରଠାରେ ଥିବା ମନ୍ଦିରରେ ଗଣେଶୀ ବା ବିନାୟକୀଙ୍କର ମନ୍ଦିର ରହିଛି। ଧର୍ମୋତ୍ତର ପୁରାଣ ଏବଂ ମତ୍ସ୍ୟ ପୁରାଣରେ ଗଣେଶଙ୍କର ସ୍ତ୍ରୀ ରୂପ ସମ୍ପର୍କରେ ଉଲ୍ଲେଖ ରହିଛି। ପୁରାଣ ଅନୁସାରେ  ଅନ୍ଧକ ନାମକ ରାକ୍ଷସ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ଇଛା ପ୍ରକାଶ କଲା। ସେଥିପାଇଁ ସେ ମାତା ପାବର୍ତୀଙ୍କ ଇଛା ବିରୁଧରେ କାର୍ଯ୍ୟ କରିବାକୁ ପ୍ରୟାସ କଲା। ଏହାଦେଖି ଭୋଳାନାଥ ଶିବ ନିଜ ତିଶୂଳରେ ଅନ୍ଧକ ରାକ୍ଷସକୁ ପ୍ରହାର କଲେ। ତ୍ରିଶୂଳ ରାକ୍ଷସର ପେଟରେ ଭୁସି ହୋଇଗଲା। ରକ୍ତର ଧାର ବୋହିବାକୁ ଲାଗିଲା। ତେବେ ପ୍ରତି ଠୋପା ରକ୍ତ ଭୂଇଁରେ ପଡ଼ିବା ମାତ୍ରେ ସେଥିରୁ ଅନ୍ଧକର ସ୍ତ୍ରୀ ରୂପ ଅନ୍ଧକୀ ସୃଷ୍ଟି ହେବାରେ ଲାଗିଲା। ଶହ ଶହ ଅନ୍ଧକୀ ସୃଷ୍ଟି ହେଉଥିବା ଦେଖି ମାତା ପାବର୍ତୀ ବୁଝି ଗଲେ ଯେ ରାକ୍ଷସ ମଧ୍ୟରେ ଥିବା ପୁରୁଷ ରୂପ ବୁଦ୍ଧି ଦେଉଥିବାବେଳେ ନାରୀ ରୂପ ଶକ୍ତିର ଉତ୍ସ ପାଲଟିଛି। ତେଣୁ ସେ ରାକ୍ଷସକୁ ବଧ କରିବା ପାଇଁ ଦେବଗଣଙ୍କ ସହାୟତା ଲୋଡିଲେ। ମାତ୍ର ରାକ୍ଷସର ରକ୍ତ ଧାରା ବନ୍ଦ ହେଲା ନାହିଁ। ପ୍ରଭୁ ଗଣେଶ ମାତାଙ୍କୁ ରକ୍ଷା କରିବା ପାଇଁ ସ୍ତ୍ରୀ ରୂପ ଧାରଣ କଲେ। ରକ୍ତକୁ ପାନ କରିବା ସହିତ ସେ ରାକ୍ଷସକୁ ବଧ କଲେ। ସେବେଠାରୁ ଶ୍ରୀଗଣେଶଙ୍କ ସ୍ତ୍ରୀ ରୂପର ପୂଜା କେତେକ ତନ୍ତ୍ର ପୀଠରେ ଆରମ୍ଭ ହୋଇଥିଲା।

All Right Reserved By

ଫୁରସତ |

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ‘ଅକ୍ଷୟ ତୃତୀୟା’ ଭାବେ ପାଳନ କରାଯାଏ। ହିନ୍ଦୁଧର୍ମ ଅନୁସାରେ ଏହି ଦିନର ବଡ଼ ମହତ୍ତ୍ୱ ରହିଛି। ଅକ୍ଷୟ ତୃତୀୟାରେ ଦାନ, ଧର୍ମ, ଜପ, ତପ ଆଦି କର୍ମ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ତାମିଲନାଡୁର ମଦୁରାଇ ନିକଟରେ ରହିଛି କଲିମାୟନ ଗାଁ। ଏଠାକାର ପରମ୍ପରା ନିଆରା। ଗାଁରେ କୌଣସି ଲୋକ ଚପଲ ପିନ୍ଧନ୍ତି ନାହିଁ। 

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। 

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ବଡୋଦରା, ୨୩।୪: ୨୦୧୯ ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୬ଟି ରାଜ୍ୟର ୧୧୭ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। 

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

କୋପେନହାଗେନ,୨୩।୪: ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ।

ପିଲାଙ୍କୁ ଓ୍ବାଟର ପାର୍କ ନେଉଥିଲେ...

ପିଲାଙ୍କୁ ଓ୍ବାଟର ପାର୍କ ନେଉଥିଲେ...

ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ପିଲାମାନଙ୍କର ଖରାଛୁଟି ବି ହୋଇଗଲାଣି। ଆପଣ ଚାହିଁଲେ ପିଲାକୁ ଓ୍ବାଟର ପାର୍କ ନେଇ ସମୟ ବିତାଇପାରିବେ। ତେବେ ସେଠାକୁ ବୁଲିବାକୁ ଯାଉଥିଲେ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ ଏସବୁ ସାମଗ୍ରୀ...

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ପୃଥିବୀରେ ରହିଛି ଅନେକ ଅଜଣା ରହସ୍ୟ। ଯାହା ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରି ପାରିନି। ଜାପାନର ଟୋକିଓରେ ରହିଛି ଏକ ୭ଶହ ବର୍ଷର ପୁରୁଣା କର୍ପୂର ଗଛ। ଏହି ଗଛକୁ ନେଇ ସ୍ଥାନୀୟ ଲୋକେ ଅନେକ କଥା କହିଥାନ୍ତି। 

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। 

କାହିଁକି ଏ ଶୁକ୍ରଦଶା

କାହିଁକି ଏ ଶୁକ୍ରଦଶା

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ନିରାପଦ ସୀମା ୩୫୦ପିପିଏମ୍‌ ଥିବା ବେଳେ ବର୍ତ୍ତମାନ ଏହା ୪୦୦ ପିପିଏମ୍‌କୁ ଛୁଇଁଲାଣି। ୨୦୦୧ ମସିହା ପରେ ଏହି ବାଷ୍ପର ମାତ୍ରା ଅସ୍ବାଭାବିକ ଭାବରେ ବୃଦ୍ଧି ପାଇଛି।

ଜନବସତିମୁହାଁ ତୁଷାର ଭାଲୁ

ଜନବସତିମୁହାଁ ତୁଷାର ଭାଲୁ

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ମେରୁ ଅଞ୍ଚଳରେ ଥିବା ପ୍ରାଣୀ ତଥା ଉଦ୍ଭିଦ ଜଗତ ପ୍ରଭାବିତ ହେବାରେ ଲାଗିଛି। ଏଠାରେ ଲଗାତର ବରଫ ପାହାଡ଼ ତରଳିବାରେ ଲାଗିଛି। ଫଳରେ ଆବଶ୍ୟକ ତାପମାତ୍ରା ଅଭାବ ଏବଂ ଖାଦ୍ୟ ସଙ୍କଟ ଯୋଗୁ ଏଠାରେ ବାସ କରୁଥିବା ତୁଷାର ଭାଲୁ ସ୍ଥାନାନ୍ତର ହେବାରେ ଲାଗିଛନ୍ତି। 

ଆଉ ଅଧିକ  ବୋଝ ଦେବା ନାହିଁ

ଆଉ ଅଧିକ ବୋଝ ଦେବା ନାହିଁ

ସାଧାରଣ ଭାବରେ ବର୍ଷକୁ ୧-୫ ଭିତରେ ଜୀବଜାତି ଲୁପ୍ତ ହୋଇଥାଏ। କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଏହା ୧୦୦୦-୧୦,୦୦୦ ଗୁଣ ବୃଦ୍ଧି ପାଇଛି, ଯାହା ପରିବେଶବିତ୍‌ମାନଙ୍କର ଚିନ୍ତାର କାରଣ ହୋଇଛି। 

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି,  କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ। ସେହି ବ୍ୟକ୍ତି ଜଣକ ହେଉଛନ୍ତି କେରଳର ଅଖିଳେଶ କୁମାର। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri