ରାଜ୍ୟ |

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୨୯ ଜଣଙ୍କୁ ମିଳିଲା ନୂଆ ଦାୟିତ୍ୱ

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୨୯ ଜଣଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର, ୧୨।୨(ବ୍ୟୁରୋ): ଆଗକୁ ନିର୍ବାଚନ ଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୨୯ ଜଣଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସୁନୀଲ ରାଏଙ୍କୁ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି କରାଯାଇଛି। ବିନୟାନନ୍ଦ ଝାଙ୍କୁ ଓଏଚ୍‌ଆର୍‌ସି ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ସିଦ୍ଧାର୍ଥ ନରଭଣେ ହୋଇଛନ୍ତି ଏଚ୍‌ଆର୍‌ପିସି ଏଡିଜି। ମହେନ୍ଦ୍ର ପ୍ରତାପଙ୍କୁ ଜେଲ ବିଭାଗ ଏଡିଜି ଦାୟିତ୍ୱ ମିଳିଥିବା ବେଳେ ସଞ୍ଜିବ ପଣ୍ଡା ହୋଇଛନ୍ତି ଆଇନ ଶୃଙ୍ଖଳା ବିଭାଗର ଏଡିଜି। ଅମିତାଭ ଠାକୁର ଏସ୍‌ଏପିର ଆଇଜି ଦାୟିତ୍ୱ ଦିଆଯାଇଛି। ସେହିପରି ଏସ୍‌. ସାଇନିଙ୍କୁ ବିଜୁ ପଟ୍ଟନାୟକ ଏକାଡେମୀର ଆଇଜି ଭାବେ ନୂଆ ନିଯୁକ୍ତି ମିଳିଥିବା ବେଳେ ହିମାଂଶୁ ଲାଲଙ୍କୁ କୋରାପୁଟ ରେଞ୍ଜ ଡିଆଇଜି କରାଯାଇଛି। ଯତୀନ୍ଦ୍ର କୋୟଲଙ୍କୁ ବ୍ରହ୍ମପୁର ରେଞ୍ଜ ଦାୟିତ୍ୱ ମିଳିଛି। ଆଶିଷ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନ୍‌ଚାର୍ଜ ଦାୟିତ୍ୱ ଦିଆଯାଇଛି।

ପୁରୀ ଏସ୍‌ପ ସାର୍ଥକ ଷଡ଼ଙ୍ଗୀଙ୍କୁ ରାଉରକେଲା ବଦଳି କରାଯାଇଥିବା ବେଳେ ଉମାଶଙ୍କର ଦାଶଙ୍କୁ ପୁରୀ ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି। ସାରା ଶର୍ମାଙ୍କୁ ଗଜପତି ଏସ୍‌ ଭାବେ ବଦଳି କରାଯାଇଥିବା ବେଳେ ଏସ୍‌ପି ଅନୁପମା ଜେମ୍ସଙ୍କୁ ଢେଙ୍କାନାଳ ଏସ୍‌ପି କରାଯାଇଛି। ରାହୁଲ ପି.ଆର୍‌ଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପି କରାଯାଇଥିବା ବେଳେ ବିବେକାନନ୍ଦ ଶର୍ମାଙ୍କୁ ପୁଲିସ ମୁଖ୍ୟାଳୟରେ ଏଆଇଜି ଭାବେ ଅବସ୍ଥାପିତ କରାଯାଇଛି। ପଦ୍ମିନୀ ସାହୁଙ୍କୁ ଡିସିପି ହେଡକ୍ୱାର୍ଟର୍ସ ଦାୟିତ୍ୱ ମିଳିଥିବା ବେଳେ ରାହୁଲ ଜୈନଙ୍କୁ ଦେବଗଡ଼ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ଶର୍ଭଣା ବିବେକ ରାୟଗଡ଼ା ଏସ୍‌ପି ଭାବେ ନିଯୁକ୍ତି ପାଇଥିବା ବେଳେ କୁଶାଲକର ନୀତିନ ଡୁଗଡୁଙ୍କୁ ନବରଙ୍ଗପୁର ଏସ୍‌ପି ହୋଇଛନ୍ତି। ପ୍ରତ୍ୟୁଷ ଦିବାକରଙ୍କୁ ଗଭର୍ଣ୍ଣରଙ୍କ ଏଡିସି ଦାୟିତ୍ୱ ମିଳିଥିବା ବେଳେ ମାଧବଚନ୍ଦ୍ର ସାହୁ ଏଆଇଜି ପର୍ସୋନେଲ ଦାୟିତ୍ୱ ପାଇଛନ୍ତି। ଅମୂଲ୍ୟ କୁମାର ଦାସଙ୍କୁ ଖୋର୍ଦ୍ଧା ଏସ୍‌ପି କରାଯାଇଥିବା ବେଳେ ଦୀପ୍ତିରଞ୍ଜନ ରାୟ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ନୂଆ ଦାୟିତ୍ୱ ପାଇଛନ୍ତି।  

All Right Reserved By

ରାଜ୍ୟ |

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ସଜନାଗଡ଼,୧୭।୨(ଡି.ଏନ୍‌.ଏ): ବାଲେଶ୍ୱର  ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଧୋସିଳା ପଞ୍ଚାୟତ ଚଲଣାପାଳ ଗ୍ରାମର ଏକ ବୁଦା ନିକଟରୁ ରକ୍ତାକ୍ତ ଅବସ୍ଥାରେ ରବିବାର ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। 

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୭।୨: ଖୋର୍ଦ୍ଧା ଷ୍ଟେଟବ୍ୟାଙ୍କ ଛକରୁ ଚଣ୍ଡିଚୂଆ ରାସ୍ତାକୁ ସଂଯୋଗ ରାସ୍ତା ଗତ କିଛି ଦିନ ତଳେ ପୁନରୁଦ୍ଧାର ହୋଇଛି। 

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

ବ୍ରହ୍ମପୁର ଅଫିସ,୧୭ା୨-୧୦ ଫୁଟ ଗଭୀର କୂଅରେ ଫଶିଯାଇଥିବା ଏକ ଗାଈକୁ  ବ୍ରହ୍ମପୁର ଅଗ୍ନିଶମବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଆରଡି, ୧୭।୨, (ଡି.ଏନ.ଏ.):କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟାହ୍ଣରେ ଭଦ୍ରକରେ ପହଞ୍ଚିି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ୧୫ମିନିଟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲେ। 

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ବାସୁଦେବପୁର, ୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଶହୀଦ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଗଞ୍ଜାମ, ୧୭।୨(ଡି.ଏନ.ଏ): ଶହୀଦ୍‌ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଞ୍ଜାମ ସହର ବିଭିନ୍ନ ସଂଗଠନ, ପ୍ରେସ୍‌ କ୍ଲବ, ବ୍ୟବସାୟୀ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। 

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ପୁରୀ ଅଫିସ୍‌, ୨୭।୨: ଶ୍ରୀମନ୍ଦିରରେ ସୃଷ୍ଟି ହେଉଥିବା ଅବ୍ୟବସ୍ଥା ଏବଂ ବିଶୃଙ୍ଖଳାର ସମାଧାନ ପାଇଁ ଗୋବର୍ଦ୍ଧନ ମଠରେ ରବିବାର ଆରମ୍ଭ ହୋଇଛି ଶୃଙ୍ଖଳା ବୈଠକ।

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ଭଦ୍ରକ ଅଫିସ, ୧୭।୨: ତିନି କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଛିl ଏଥିପାଇଁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି।

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା, ୧୭ା୨ (ଡି.ଏନ୍‌.ଏ.): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲା ଗସ୍ତରେ ଆସି ୯୦୬.୮୪ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥିସହିତ ୪୭୬.୮୬ କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି।

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ):ପଲିଥିନ ଓ ପ୍ଲାଷ୍ଟିକ ତିଆରି ସାମଗ୍ରୀ ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। 

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

କଟକ ଅଫିସ, ୧୭।୨:ପୁୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛି ଓଡ଼ିଶା ଆଇପିଏସ୍‌ ଅଫିସର ସଂଘ।