ଖେଳ |

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌: ରୋଡ୍ରିଗୁଏଜ୍‌, ମନ୍ଧାନାଙ୍କ ଉନ୍ନତି

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌:  ରୋଡ୍ରିଗୁଏଜ୍‌, ମନ୍ଧାନାଙ୍କ ଉନ୍ନତି

ଦୁବାଇ,୧୨।୨(ପି.ଟି.)- ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଦୁଇ ଭାରତୀୟ ମହିଳା କ୍ରିକେଟର ଜେମିମା ରୋଡ୍ରିଗୁଏଜ ଓ ସ୍ମୃତି ମନ୍ଧାନା ଉନ୍ନତି କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତ ୩-୦ରେ ପରାସ୍ତ ହେବା ସତ୍ତ୍ୱେ ରୋଡ୍ରିଗୁଏଜ୍‌ ଓ ମନ୍ଧାନା ୪ଟି ଲେଖାଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ଦ୍ୱିତୀୟ ଓ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ୩ଟି ମ୍ୟାଚ୍‌ରେ ରୋଡ୍ରିଗୁଏଜ୍‌ ୧୩୨ ରନ ସଂଗ୍ରହ କରିଥିଲେ। ସେହିପରି ମନ୍ଧାନା ଗତ ସପ୍ତାହରେ ଦିନିକିଆରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ତେବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ୩ଟି ମ୍ୟାଚ୍‌ରୁ ସର୍ବାଧିକ ୧୮୦ ରନ ସଂଗ୍ରହ କରିଥିଲେ। ବାମହାତୀ ମନ୍ଧାନା ଦୁଇ ଅର୍ଦ୍ଧଶତକ ହାସଲ କରିଥିଲେ। ହାମିଲଟନରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍‌ରେ ସେ ୮୬ ରନର ଦ୍ରୁତ ଅର୍ଦ୍ଧଶତକ ପାଳି ଖେଳିଥିଲେ। ଅବଶ୍ୟ ଭାରତ ଏହି ମ୍ୟାଚ୍‌ରେ ୨ ରନରେ ପରାସ୍ତ ହୋଇଥିଲା। ସ୍ପିନର ରାଧା ଯାଦବ ସିରିଜରେ ୪ ଉଇକେଟ ନେଇ ୧୮ଟି ସ୍ଥାନ ଉପରକୁ ଉଠି ଦଶମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦିପ୍ତୀ ଶର୍ମା ୫ଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ୧୪ତମ ସ୍ଥାନ ହାସଲ କରିଛନ୍ତି। 
    ଅପରପକ୍ଷରେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍‌ ସିରିଜରେ ୧୫୩ ରନ ସଂଗ୍ରହ କରି ଦୁଇଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଅଧିନାୟିକା ଏମି ସାଟରଥ୍‌ଓ୍ବେଟ୍‌ ୨୩ରୁ ୧୭ତମ ସ୍ଥାନକୁ ଉଠିଛନ୍ତି। ବୋଲିଂ ତାଲିକାରେ ଲି ତାହୁହୁ ୫ଟି ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନ ଅଧିକାର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ର ଡିଏଣ୍ଡ୍ରା ଡଟ୍ଟିନ ଅଲରାଉଣ୍ଡର ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ପାକିସ୍ତାନର ବିସ୍‌ମା ମାରୁଫ୍‌ ୩ଟି ସ୍ଥାନ ଉପରକୁ ଉଠି ନିଜ ଦେଶର ଜାଭେରିଆ ଖାଁଙ୍କ ସହ ଯୁଗ୍ମ ଭାବେ ବ୍ୟାଟିଂ ତାଲିକାର ୧୫ତମ ସ୍ଥାନରେ ରହିଛନ୍ତି। ଦିନିକିଆରେ ଟପ୍‌ ର଼୍ୟାଙ୍କର ସାନା ମୀର ସିରିଜରେ ୩ଟି ଉଇକେଟ ଅକ୍ତିଆର କରି ୬ଟି ସ୍ଥାନ ଉପରକୁ ଉଠି ୨୮ ତମ ସ୍ଥାନ ଅଧିକାର କରିଛନ୍ତି।
    ଦଳୀୟ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡକୁ ପଛରେ ପକାଇ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ତେବେ ଅଷ୍ଟ୍ରେଲିଆ ପୂର୍ବପରି ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି। ସେହିପରି ଓ୍ବେଷ୍ଟଇଣ୍ଡିଜ୍‌ ଓ ଭାରତ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।

All Right Reserved By

ଖେଳ |

ଏରୋଫ୍ଲୋଟ ଓପନ ଚେସ୍‌: ଡେଭିଡ୍‌ଙ୍କୁ ହରାଇଲେ ଦେବାଶିଷ

ଏରୋଫ୍ଲୋଟ ଓପନ ଚେସ୍‌: ଡେଭିଡ୍‌ଙ୍କୁ ହରାଇଲେ ଦେବାଶିଷ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- ରୁଷିଆରେ ଆରମ୍ଭ ହୋଇଥିବା ଏରୋଫ୍ଲୋଟ ଓପନ-୨୦୧୯ ଚେସ୍‌ରେ ଓଡ଼ିଶାର ଏକମାତ୍ର ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ଡ୍ର’ରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। 

ଦିଲ୍ଲୀ ଶୁଟିଂ ବିଶ୍ୱକପରୁ ଅଲିମ୍ପିକ୍ସ କୋଟା ପ୍ରତ୍ୟାହାର

ଦିଲ୍ଲୀ ଶୁଟିଂ ବିଶ୍ୱକପରୁ ଅଲିମ୍ପିକ୍ସ କୋଟା ପ୍ରତ୍ୟାହାର

ନୂଆଦିଲ୍ଲୀ, ୨୨।୨(ପି.ଟି.)- ନୂଆଦିଲ୍ଲୀ  ଶୁଟିଂ ବିଶ୍ୱକପରୁ ୧୬ଟି ଯାକ ଅଲିମ୍ପିକ୍ସ କୋଟା ପ୍ରତ୍ୟାହାର କରି ନିଆ ଯାଇଛି। ଫୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ପାକିସ୍ତାନୀ ଶୁଟରଙ୍କୁ ଭିଜା ଦିଆ ନ ଯିବା ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ଫେଡେରେଶନ ପକ୍ଷରୁ ଏପରି ନିଷ୍ପତ୍ତି ନିଆ ଯାଇଛି ବୋଲି ଆଇଏସଏସଏଫ ସଭାପତି ଭ୍ଲାଡିମିର ଲିସିନ ପ୍ରକାଶ କରିଛନ୍ତି। 

ବରାବର ସ୍ଥିତିରେ ଦ୍ୱିତୀୟ ଟେଷ୍ଟ

ବରାବର ସ୍ଥିତିରେ ଦ୍ୱିତୀୟ ଟେଷ୍ଟ

ପୋର୍ଟ ଏଲିଜାବେଥ,୨୨।୨(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବରାବର ସ୍ଥିତିରେ ରହିଛି। 

ଟି୨୦ରେ ଆୟାରଙ୍କ ରେକର୍ଡ

ଟି୨୦ରେ ଆୟାରଙ୍କ ରେକର୍ଡ

ନୂଆଦିଲ୍ଲୀ,୨୨।୨- ଶ୍ରେୟାଶ ଆୟାର ଟି୨୦ ଫର୍ମାଟ୍‌ରେ ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। 

ନାଡା ବ୍ଲାକ୍‌ ଲିଷ୍ଟରେ ନିଷିଦ୍ଧ ଔଷଧ ଯୋଗାଣକାରୀ

ନାଡା ବ୍ଲାକ୍‌ ଲିଷ୍ଟରେ ନିଷିଦ୍ଧ ଔଷଧ ଯୋଗାଣକାରୀ

ନୂଆଦିଲ୍ଲୀ,୨୨।୨(ପି.ଟି.)- ଡେକାଥଲେଟ ଜଗତର ସିଂଙ୍କ ଡୋପିଂ ମାମଲାର ତଦନ୍ତ କରୁଥିବାବେଳେ ନାଡାର ଆଣ୍ଟି ଡୋପିଂ ଅପିଲ ପ୍ୟାନେଲ (ଏଡିଏପି) ଜାବାହରଲାଲ ନେହେରୁ ଷ୍ଟାଡିୟମରେ ନିଷିଦ୍ଧ ଔଷଧ ଯୋଗାଣକାରୀଙ୍କୁ ଧରି ନେଇଛି। 

ଏରୋଫ୍ଲୋଟ ଓପନ ଚେସ୍‌: ଡ୍ର’ରୁ ଦେବାଶିଷଙ୍କ ଅଭିଯାନ

ଏରୋଫ୍ଲୋଟ ଓପନ ଚେସ୍‌: ଡ୍ର’ରୁ ଦେବାଶିଷଙ୍କ ଅଭିଯାନ

ଭୁବନେଶ୍ୱର, ୨୧।୨(କ୍ରୀଡ଼ା ପ୍ରତିନିଧି)- ରୁଷିଆରେ ଆରମ୍ଭ ହୋଇଥିବା ଏରୋଫ୍ଲୋଟ ଓପନ-୨୦୧୯ ଚେସ୍‌ରେ ଓଡ଼ିଶାର ଏକମାତ୍ର ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ଡ୍ର’ରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। 

ସୟଦ ମୁସ୍ତାକ ଅଲ୍ଲୀ ଟି୨୦:  ଓଡ଼ିଶା ୧୦ ଉଇକେଟରେ ପରାସ୍ତ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଓଡ଼ିଶା ୧୦ ଉଇକେଟରେ ପରାସ୍ତ

କଟକ ଅଫିସ,୨୧ା୨- ବାରବାଟୀ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୧୦ ଉଇକେଟରେ ଛତିଶଗଡ଼ଠାରୁ ପରାସ୍ତ ହୋଇଛି । 

ଗିନିଜ ଓ୍ବାଲର୍‌ଡ ରେକର୍ଡ ବୁକ୍‌ରେ ଅଷ୍ଟ୍ରେଲୀୟ ଉଇକେଟ୍‌କିପର ହେଲୀ

ଗିନିଜ ଓ୍ବାଲର୍‌ଡ ରେକର୍ଡ ବୁକ୍‌ରେ ଅଷ୍ଟ୍ରେଲୀୟ ଉଇକେଟ୍‌କିପର ହେଲୀ

ମେଲବୋର୍ନ, ୨୧।୨- ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳର ଉଇକେଟ୍‌କିପର ଆସଲୀ ହେଲୀ ସର୍ବାଧିକ ଉଚ୍ଚତାରୁ କ୍ୟାଚ୍‌ ନେଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ବୁକ୍‌ରେ ନିଜ ନାମକୁ ସ୍ଥାନିତ କରିଛନ୍ତି।

ପୂଜାରା ସୌରାଷ୍ଟ୍ରର ପ୍ରଥମ ଟି୨୦ ଶତକ ହାସଲକାରୀ

ପୂଜାରା ସୌରାଷ୍ଟ୍ରର ପ୍ରଥମ ଟି୨୦ ଶତକ ହାସଲକାରୀ

ଇନ୍ଦୋର, ୨୧।୨- ଟେଷ୍ଟ ସ୍ପେଶାଲିଷ୍ଟ ଭାବେ ପରିଚିତ ତଥା ଗତକିଛି ବର୍ଷ ଧରି ଆଇପିଏଲ୍‌ ଖେଳାଳି ନିଲାମୀରେ ଅଲୋଡ଼ା ରହିଆସୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ସୀମିତ ଓଭର କ୍ରିକେଟରେ ମଧ୍ୟ ବିସ୍ଫୋରକ ଇନିଂସ ଖେଳିପାରନ୍ତି ତାହା ପ୍ରମାଣ କରି ଦେଖାଇଛନ୍ତି।

ମହିଳା ଦିନିକିଆ କ୍ରିକେଟ: ବିଜୟ ଅଭିଯାନ ଲକ୍ଷ୍ୟରେ ଭାରତ

ମହିଳା ଦିନିକିଆ କ୍ରିକେଟ: ବିଜୟ ଅଭିଯାନ ଲକ୍ଷ୍ୟରେ ଭାରତ

ମୁମ୍ବାଇ, ୨୧।୨(ପି.ଟି.)- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି।

ଛକା ମାରିବାରେ ଆଫ୍ରିଦୀଙ୍କୁ ଟପିଲେ ଗେଲ୍‌

ଛକା ମାରିବାରେ ଆଫ୍ରିଦୀଙ୍କୁ ଟପିଲେ ଗେଲ୍‌

ବ୍ରିଜ୍‌ଟାଉନ (ବାର୍ବାଡସ), ୨୧।୨(ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ (ଟେଷ୍ଟ, ଦିନିକିଆ ଓ ଟି୨୦)ରେ ସର୍ବାଧିକ ଛକା ମାରିବାର ରେକର୍ଡର ଅଧିକାରୀ ହୋଇଛନ୍ତି ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌। 

ରଏ-ରୁଟ୍‌ଙ୍କ ଶତକ: ଇଂଲଣ୍ଡର ରେକର୍ଡ ରନ୍‌ ଚେଜ୍‌

ରଏ-ରୁଟ୍‌ଙ୍କ ଶତକ: ଇଂଲଣ୍ଡର ରେକର୍ଡ ରନ୍‌ ଚେଜ୍‌

 ବ୍ରିଜ୍‌ଟାଉନ (ବାର୍ବାଡସ), ୨୧।୨(ଏଏଫ୍‌ପି)- ଓପନର୍‌ ଜାସନ ରଏ ଓ ଜୋ ରୁଟ୍‌ଙ୍କ ଦମ୍‌ଦାର ଶତକ ବଳରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌କୁ ଭ୍ରମଣକାରୀ ଇଂଲଣ୍ଡ ୬ ଉଇକେଟ୍‌ରେ ଜିତିନେଇଛି।