ଜାତୀୟ |

କବରରୁ ବାହାରିଲା ୪୩୩ କୋଟି ଗୁପ୍ତଧନ

କବରରୁ ବାହାରିଲା ୪୩୩ କୋଟି ଗୁପ୍ତଧନ

ଚେନ୍ନାଇ,୧୨।୨: ତାମିଲନାଡୁ ଚେନ୍ନାଇର ଏକ କବରରୁ ଚଢ଼ାଉ ସମୟରେ ଆୟକର ଅଧିକାରୀଙ୍କୁ ମିଳିଛି ୪୩୩ କୋଟି ଟଙ୍କାର ଗୁପ୍ତଧନ। ଆୟକର ଅଧିକାରୀଙ୍କୁ ଖବର ମିଳିଥିଲା ଯେ, ସବର୍ନା ଷ୍ଟୋର, ଲୋଟସ୍‌ ଗ୍ରୁପ୍‌ ତଥା ଜି କୋରିୟର ମାଲିକ ନଗଦ କାରବାରରେ ୧୮୦ କୋଟି ଟଙ୍କାର ସମ୍ପତ୍ତି କ୍ରୟ କରିଛନ୍ତି। ଏଥିରେ ଆୟକର ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ କୋଏମ୍ବାଟୁର ଏବଂ ଚେନ୍ନାଇଠାରେ ଥିବା ୭୨ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ଆୟକର ଅଧିକାରୀଙ୍କୁ ସଫଳତା ମିଳି  ନ ଥିଲା। ଏହାପରେ ସହରର ବିଭିନ୍ନ ରାସ୍ତାର ସିସିଟିଭି ଫୁଟେଜ୍‌ ଯାଞ୍ଜ୍‌ କରାଯାଇଥିଲା। ଦେଖାଯାଇଥିଲା ଅଭିଯୋଗ ଆସିଥିବା ଦିନସାରା ଏକ ଏସୟୁଭି ଅଯଥାରେ ଘୁରି ବୁଲୁଛି। ଏହାପରେ ପୋଲିସ ସମ୍ପୃକ୍ତ ଗାଡ଼ିର ଡ୍ରାଇଭରଙ୍କୁ ଗିରଫ କରିଥିଲା। ତାଙ୍କୁ ପଚରା ଉଚରା ପରେ ସେ ଆୟକର ଅଧିକାରୀଙ୍କୁ ଏକ କବରସ୍ତାନକୁ ନେଇ ଯାଇଥିଲେ। ସେଠାରେ ଶହ ଶହ କବର ମଧ୍ୟରୁ ଏକ ନିଦ୍ଦିଷ୍ଟ କବରକୁ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଆୟକର ଅଧିକାରୀ ଆରମ୍ଭ କରିଥିଲେ କବର ଖୋଳା। ସେଥିରୁ ମିଳିଥିଲା ନଗଦ ୨୫ କୋଟି ଟଙ୍କା, ୧୨ କିଲୋଗ୍ରାମ୍‌ ସୁନା ଅଳଙ୍କାର ଏବଂ ୬୨୬ କ୍ୟାରେଟ୍‌ ହୀରା। ଏସବୁର ଆନୁମାନିକ ମୂଲ୍ୟ ୪୩୩ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

All Right Reserved By

ଜାତୀୟ |

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ନୂଆଦିଲ୍ଲୀ/ସିଓଲ, ୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। 

ଆଉ ନାହାନ୍ତି ‘ମୈନେ ପ୍ୟାର କିୟା’ ଫିଲ୍ମ ପ୍ରଯୋଜକ ରାଜ୍‌ କୁମାର ବଡଜାତ୍ୟା

ଆଉ ନାହାନ୍ତି ‘ମୈନେ ପ୍ୟାର କିୟା’ ଫିଲ୍ମ ପ୍ରଯୋଜକ ରାଜ୍‌ କୁମାର ବଡଜାତ୍ୟା

ମୁମ୍ବାଇ, ୨୧।୨: ବଲିଉଡର ବିଶିଷ୍ଟ ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା। ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। 

ଘରୋଇ କଳିରୁ ନିୟନ୍ତ୍ରଣ ରେଖା ଟପିଲେ ମହିଳା: ବିଏସ୍‌ଏଫ୍‌ ଗୁଳିରେ ଆହତ

ଘରୋଇ କଳିରୁ ନିୟନ୍ତ୍ରଣ ରେଖା ଟପିଲେ ମହିଳା: ବିଏସ୍‌ଏଫ୍‌ ଗୁଳିରେ ଆହତ

ଅମୃତସର,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାପରେ ଏବେ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୁରୁବାର ପଞ୍ଜାବ ଗୁରୁଦାସପୁର ଜିଲା ବାଙ୍ଗରପୋଷ୍ଟଠାରେ ନିୟନ୍ତ୍ରଣ ରେଖା ଅତିକ୍ରମ କରୁଥିବା ଜଣେ ସନ୍ଦିଗ୍ଧ ମହିଳାଙ୍କୁ ଗୁଳି କରିଛନ୍ତି।

କଂଗ୍ରେସ ଟାର୍ଗେଟ୍‌ରେ ମୋଦି: ପୁଲଓ୍ବାମା ଘଟଣା ସମୟରେ ଉତ୍ତରାଖଣ୍ଡରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ

କଂଗ୍ରେସ ଟାର୍ଗେଟ୍‌ରେ ମୋଦି: ପୁଲଓ୍ବାମା ଘଟଣା ସମୟରେ ଉତ୍ତରାଖଣ୍ଡରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ୭ ଦିନ ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛି।  ଫେବୃୟାରୀ ୧୪ରେ ଅପରାହ୍ନ ୩ଟା ୧୦ରେ ପୁଲଓ୍ବାମା ଘଟଣା ଘଟିଥିବାବେଳେ ପ୍ରଧାନମନ୍ତ୍ରୀ ଏହି ସମୟରେ ଉତ୍ତରାଖଣ୍ଡ କର୍ବେଟ୍‌ ନ୍ୟାସନାଲ ପାର୍କରେ ଏକ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ।

ହଜିନି ମଣିଷ ପଣିଆ: କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଶିଖ୍‌ ଖାଲ୍‌ସା

ହଜିନି ମଣିଷ ପଣିଆ: କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଶିଖ୍‌ ଖାଲ୍‌ସା

ଚଣ୍ଡିଗଡ଼,୨୧।୨: ଭାରତ ସବୁବେଳେ ଦୟା, ପ୍ରେମ ଏବଂ ମଣିଷ ପଣିଆର ଉଦାହରଣ ସୃଷ୍ଟି କରିଥାଏ। ଏଠାକାର ମଣିଷ ପଣିଆ କେବେ ମଧ୍ୟ ହଜେନା। ମଇଁଷି ଶିଙ୍ଗ ଫଟା ଜୁଝିଲା ବେଳକୁ ଗୋଟା ଭଳି ଭାରତରେ ଭିନ୍ନତା ମଧ୍ୟରେ ଏକତା ହିଁ ସବୁବେଳେ ରହି ଆସିଛି।

୨-୩ ଦିନ ମଧ୍ୟରେ ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

୨-୩ ଦିନ ମଧ୍ୟରେ ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ଶ୍ରୀନଗର,୨୧।୨: ପୁଲଓ୍ବାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଲୁହ ଏବେ ଶୁଖିନି ଶହୀଦ୍‌ ପରିବାରଙ୍କ ଆଖିରୁ। ମାତ୍ର ପୁଣି ଏକ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ଗୋଇନ୍ଦା ବିଭାଗ। 

ପୁଲଓ୍ବାମା ଶହୀଦ୍‌ ପରିବାରଙ୍କୁ ୬ ଲକ୍ଷ ସହାୟତା ଦେଲେ ମନ୍ଦିରରେ ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା

ପୁଲଓ୍ବାମା ଶହୀଦ୍‌ ପରିବାରଙ୍କୁ ୬ ଲକ୍ଷ ସହାୟତା ଦେଲେ ମନ୍ଦିରରେ ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା

ଆଜମେର,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଢ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। 

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ନୂଆଦିଲ୍ଲୀ/ରିୟାଦ୍‌, ୨୧।୨: ସୌଦିର ବିଭିନ୍ନ ଜେଲ୍‌ରେ ବନ୍ଦୀ ଭାବେ ଥିବା ୮୫୦ ଭାରତୀୟ ଘର ବାହୁଡ଼ିବେ। ଏନେଇ ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ ସବୁଜ ସଙ୍କେତ ଦେଇଛନ୍ତି।

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ଶ୍ରୀନଗର/ଇସଲାମାବାଦ୍‌,୨୧।୨: ଜମ୍ମ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜୈଶ୍‌-ଇ-ମହମ୍ମଦର କୌଣସି ହାତ ନାହିଁ । ଏନେଇ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର ଗୁରୁବାର ଜାରି କରିଛନ୍ତି ଏକ ଅଡ଼ିଓ ଟେପ୍‌।

ଆତଙ୍କବାଦ ଦମନ ଯୋଜନା: ୨୨ ହୁରିୟାତ୍‌ ନେତାଙ୍କ ସମେତ ୧୫୫ଙ୍କର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହଟିଲା

ଆତଙ୍କବାଦ ଦମନ ଯୋଜନା: ୨୨ ହୁରିୟାତ୍‌ ନେତାଙ୍କ ସମେତ ୧୫୫ଙ୍କର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହଟିଲା

ନୂଆଦିଲ୍ଲୀ,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଦମନ ପାଇଁ ଆରମ୍ଭ କରିଛନ୍ତି ନୂଆ ଯୋଜନା। 

ସୁପ୍ରିମକୋର୍ଟରେ ସାରଦା ଚିଟଫଣ୍ଡ୍‌ ମାମଲା:ଶୁଣାଣିରୁ ଓହରିଲେ ଜଷ୍ଟିସ ରାଓ

ସୁପ୍ରିମକୋର୍ଟରେ ସାରଦା ଚିଟଫଣ୍ଡ୍‌ ମାମଲା:ଶୁଣାଣିରୁ ଓହରିଲେ ଜଷ୍ଟିସ ରାଓ

ନୂଆଦିଲ୍ଲୀ,୨୧।୨(ପି.ଟି.): ବହୁ କୋଟି ଟଙ୍କା ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ପଶ୍ଚିମବଙ୍ଗ ସରକାର ପ୍ରତିବନ୍ଧକ ସାଜୁଥିବା ସିବିଆଇ ଅଭିଯୋଗର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଏଲ୍‌. ନାଗେଶ୍ୱର ରାଓ ବୁଧବାର ଓହରିଯାଇଛନ୍ତି।

ଲେଖକ ନାମବର ସିଂଙ୍କ ବିୟୋଗ

ଲେଖକ ନାମବର ସିଂଙ୍କ ବିୟୋଗ

ନୂଆଦିଲ୍ଲୀ,୨୧।୨(ପି.ଟି.):ହିନ୍ଦୀ ସାହିତ୍ୟର ଖ୍ୟାତନାମା ଲେଖକ, କବି ତଥା ସମାଲୋଚକ ନାମବର ସିଂଙ୍କର ମଙ୍ଗଳବାର ରାତିରେ ଏମ୍ସରେ ପରଲୋକ ହୋଇଯାଇଛି।