
ଯଦି ଲଗାତର କାଶ ହେଉଥାଏ ତେବେ ତୁରନ୍ତ ଚକୋଲେଟ୍ ଖାଆନ୍ତୁ। ସଙ୍ଗେ ସଙ୍ଗେ କାଶ ଦୂର ହୋଇଯିବ। କଫ ସିରପ୍ଠାରୁ ମଧ୍ୟ ଶୀଘ୍ର ଏବଂ ଭଲ କାମ କରିଥାଏ ଚକୋଲେଟ୍। କେବଳ ସେତିକି ନୁହେଁ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଥିଲେ ଚକୋଲେଟ୍ ମେଡିସିନଠାରୁ ବି ଭଲ କାମ କରିଥାଏ। ଏହା ଏକ ବୈଜ୍ଞାନିକ ଗବେଷଣା ତଥ୍ୟରୁ ଜାଣିବାକୁ ମିଳିଛି। ହଲୋ ୟୁନିଭର୍ସିଟିର କାର୍ଡିଓଭସ୍କୁଲାର ମୁଖ୍ୟ ପ୍ରଫେସର ଏଲନ ମୋରିସ ବିଗତ କିଛିବର୍ଷ ହେବ ଏହା ଉପରେ ଗବେଷଣା କରିଆସୁଛନ୍ତି। ସେ ୧୬୩ ଲୋକଙ୍କୁ ନେଇ ଏକ ପରୀକ୍ଷା କରିଥିଲେ। ଏଥିରୁ ସେ ଉପନୀତ ହୋଇଛନ୍ତି ଯେ, ଚକୋଲେଟ୍ ଖାଉଥିବା ଲୋକେ କଫ୍ ସିରପ ଖାଇବା ଲୋକଙ୍କ ଅପେକ୍ଷା ଶୀଘ୍ର ଉପଶମ ପାଇଛନ୍ତି। ପୂର୍ବରୁ ଲଣ୍ଡନର ଇମ୍ପେରିଆଲ କଲେଜରେ ମଧ୍ୟ ଏହା ଉପରେ ଗବେଷଣା କରାଯାଇଥିଲା। ସେତେବେଳେ ମଧ୍ୟ ଏହି ତଥ୍ୟ ଜଣାପଡିଥିଲା।