ରାୟଗଡା

ଠାକୁରାଣୀଙ୍କ ମଣ୍ଡେଇ ଯାତ୍ରା

ଠାକୁରାଣୀଙ୍କ ମଣ୍ଡେଇ ଯାତ୍ରା

ଚନ୍ଦାହାଣ୍ଡି,୧୨।୨(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଦଳବେଜଠାରେ ମା’ ଠାକୁରାଣୀଙ୍କ ମଣ୍ଡେଇ ଯାତ୍ରା ସୋମବାର ଅନୁଷ୍ଠିତ ହୋଇଛି । ଏହି ମଣ୍ଡେଇ ଯାତ୍ରାରେ ଜଳବେଡା ପଞ୍ଚାୟତ ଅନ୍ତର୍ଗତ କଛାରପଡା, ଅଣ୍ଟିପଡା, ବନାମହୁଲ, ଭାଟିପଡା, ବରାଗୁଡା କାଶିପାଣି ଆଦି ଗ୍ରାମରୁ ବିଭିନ୍ନ ଦେବାଦେବୀଙ୍କ ଶତାଧିକ ଲାଠି,  ପାଲିଙ୍କି ପହଞ୍ଚତ୍ଥିଲା। ଏଥିରେ ପ୍ରତ୍ୟେକ ଗ୍ରାମର ଶିରା, ପୂଜାଂରୀ, ଗ୍ରାମ ମୁଖିଆ ଯୋଗଦେଇ ଦେବଦେବୀଙ୍କ ପୂଜାପାଠ କରିଥିଲେ । ଦେବଦେବୀଙ୍କୁ ଆବାହନ କରି କୁକୁଡା ଓ ମେଣ୍ଢା ବଳି ଦିଆଯାଇଥିଲା । ଏହି ମଣ୍ଡେଇ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଜନସାଧାରଣଙ୍କ ଭିଡ଼ ଜମିଥିଲା । ଠାକୁରାଣୀଙ୍କ ମଣ୍ଡେଇ ଯାତ୍ରା କଲେ ଗ୍ରାମରେ ସମସ୍ତେ ସୁଖରେ ରହିବା ସହ ଭଲ ଫସଲ ଉତ୍ପାଦନ ଏବଂ ରୋଗ ପୋକର ପ୍ରାଦୁର୍ଭାବ ହୋଇ ନ ଥାଏ ବୋଲି ଗ୍ରାମବାସୀଙ୍କ ମତ  ରହିଛି । କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ମାଝି ଲଛମନ ନାଗ, ଚନ୍ଦ୍ର ମାଝି, ଘନ ମାଝି, ଅଭି ମାଝି, ମାଧବ ଧୁରୁଆ, ବଳ ମାଝି ପ୍ରମୁଖ ପରିଚାଳନା କରିଥିଲେ।

All Right Reserved By

ରାୟଗଡା

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳାଳିଙ୍କଠାରୁ କେନ୍ଦୁପତ୍ର ଖରିଦ କରିବା ଆରମ୍ଭ କରିଛନ୍ତି। ମାତ୍ର ମାଲକାନଗିରି ସଦର ବ୍ଲକ ଗୋରାଖଣ୍ଟା ପଞ୍ଚାୟତର ୧୧ଟି ଗ୍ରାମର ଗ୍ରାମବାସୀ କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି। 

୩ ହାର୍ଡକୋର ମାଓବାଦୀ ଗିରଫ

୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି,୧୯।୪ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ୩ ଜଣ ହାର୍ଡକୋର ମାଓବାଦୀଙ୍କୁ ପୋଲିସ ଗିରଫ କରିଛି।

ବିଦ୍ୟୁତ ଆଘାତରେ  ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପାପଡାହାଣ୍ଡି,୧୯।୪(ଡ.ିଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ଖୁଣ୍ଟରେ ଚଢି ତାର ମରାମତି ସମୟରେ ବିଦ୍ୟୁତ ଆଘାତରେ ମନ କାତିଙ୍କ ମୃତ୍ୟୁ ହୋଇଥିଲା । ଶୁକ୍ରବାର କଚିଆଗୁଡା ଗ୍ରାମବାସୀ  କ୍ଷତିପୂରଣ ଦାବି କରି ଟାୟାର ଜାଳି ରାସ୍ତାରୋକୋ କରିଥିଲେ। 

ନାଲକୋ ହିଲ୍‌ଟପ୍‌ରେ ଛାଇଗଲା କୁଆପଥର

ନାଲକୋ ହିଲ୍‌ଟପ୍‌ରେ ଛାଇଗଲା କୁଆପଥର

ଦାମନଯୋଡ଼ି/କୋରାପୁଟ,୧୯ା୪(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ିରେ ଶୁକ୍ରବାର ଅପରାହ୍ନରେ ପ୍ରବଳ କୁଆପଥର ବର୍ଷା ହୋଇଛି। ଏଥିରେ ନାଲକୋର ହିଲଟପ୍‌ ବରଫାବୃତ୍ତ ହୋଇ କାଶ୍ମୀରର ଭ୍ରମ ସୃଷ୍ଟି କରିଛି। 

ଆବାସ ଅଧାରେ ଥାଇ ହଡ଼ପ ହେଉଛି ଅର୍ଥ

ଆବାସ ଅଧାରେ ଥାଇ ହଡ଼ପ ହେଉଛି ଅର୍ଥ

ଦଶମନ୍ତପୁର,୧୯।୪(ଡି.ଏନ୍‌.ଏ.): ଆବାସ ଯୋଜନାରେ ଦୁର୍ନୀତିର ଗନ୍ତାଘର ସାଜିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ। କେଉଁଠି ପୁନାଦିରେ କାମ ରହି ମଧ୍ୟ ଶେଷ ବିଲ୍‌ ଉଠାଯାଇ ଥିବାବେଳେ ଅନ୍ୟ କେଉଁଠି ଗୃହ ସଂପୂର୍ଣ୍ଣ ହୋଇ ନଥିଲେ ହେଁ କାର୍ଯ୍ୟାଳୟରେ ଫଟୋ ଦେଖାଇ କିଛି କର୍ମଚାରୀଙ୍କ ସହ ସଲାସୁତୁରାରେ ଟଙ୍କା ଉଟିଛି।

ଚାଷ ଉଜାଡୁଛି ପଥର କ୍ୱାରି, କ୍ରଶର

ଚାଷ ଉଜାଡୁଛି ପଥର କ୍ୱାରି, କ୍ରଶର

ନନ୍ଦପୁର,୧୯।୪(ଡି.ଏନ୍‌.ଏ.): ନନ୍ଦପୁର ବ୍ଲକ ଘାଗ ଗ୍ରାମ ନିକଟରେ ଏକ ପଥର କ୍ୱାରି ସହ କ୍ରସର ଚାଲୁଥିବା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜୁଥିବା ସ୍ଥାନୀୟ ଗ୍ରାମବାସୀ   ନନ୍ଦପୁର ଥାନାରେ ଏତଲା ଦେଇଛନ୍ତି।

ବିହନ ଅନୁକୂଳ, ସାଥୀ ବାଛିବାର ପର୍ବ ‘ଚୈତ୍ର’: ଗୀତବାଦ୍ୟ ସହ ଢେମ୍‌ସା ନାଚରେ କମ୍ପୁଛି ଆଦିବାସୀ ପଡ଼ା

ବିହନ ଅନୁକୂଳ, ସାଥୀ ବାଛିବାର ପର୍ବ ‘ଚୈତ୍ର’: ଗୀତବାଦ୍ୟ ସହ ଢେମ୍‌ସା ନାଚରେ କମ୍ପୁଛି ଆଦିବାସୀ ପଡ଼ା

କୋରାପୁଟ,୧୯।୪(ସ୍ବ.ପ୍ର.): କୋରାପୁଟ ଜିଲାର ଆଦିବାସୀ ବହୁଳ ଅଞ୍ଚଳ ଚୈତ୍ର ପରବ ପାଇଁ ଉତ୍ସବମୁଖର ହୋଇପଡ଼ିଛି। ଆଦିବାସୀ ତରୁଣୀଙ୍କ ଢେମସା ନାଚ ସାଙ୍ଗକୁ ମାଇକରେ ଆଦିବାସୀ ଗୀତ ସାଙ୍ଗକୁ ଯୁବକଙ୍କ ବାଦ୍ୟ ଗାଁଦାଣ୍ଡ ପ୍ରକମ୍ପିତ କରୁଛି। 

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ଜୀବନ ଗଲା,  କ୍ଷତି ପୂରଣ ଦାବିରେ  ରାସ୍ତାରୋକୋ

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ଜୀବନ ଗଲା, କ୍ଷତି ପୂରଣ ଦାବିରେ ରାସ୍ତାରୋକୋ

ପାପଡ଼ାହାଣ୍ଡି, ୧୯।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ବିଦ୍ୟୁତ୍‌ ତାର ସଜାଉଥିବା ବେଳେ ଏହାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। 

୪ ଶିଶୁ ଶ୍ରମିକଙ୍କୁ ବିହାରରୁ ଉଦ୍ଧାର କରିବ ଶିଶୁ କଲ୍ୟାଣ ସମିତି

ପାରଳାଖେମୁଣ୍ଡି, ୧୯।୪ (ସ୍ବ.ପ୍ର.) - ଗଜପତି ଜିଲା ସଦର ପାରଳାଖେମୁଣ୍ଡିସ୍ଥିତ ଶିଶୁ କଲ୍ୟାଣ ସମିତି ପକ୍ଷରୁ ବିହାରରେ ଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଆଣିବା ପାଇଁ ବ୍ୟବସ୍ଥା ହେଉଥିବା ଶିଶୁକଲ୍ୟାଣ ସମିତି ପକ୍ଷରୁ କୁହାଯାଇଛି। 

୪୦.୮ ଡିଗ୍ରୀରେ ମାଲକାନଗିରି :  ୨୨ ପର୍ଯ୍ୟନ୍ତ କାଳବୈଶାଖୀ

୪୦.୮ ଡିଗ୍ରୀରେ ମାଲକାନଗିରି : ୨୨ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପୂର୍ବାପେକ୍ଷା ଗୁରୁବାର ସାମାନ୍ୟ ତାପମାତ୍ରା କମିଛି। କିନ୍ତୁ ଗରମ, ଗୁଳୁଗୁଳି ଯେଉଁଭଳି ଅନୁଭୂତ ହେଉଥିଲା, ସେଥିରେ କୌଣସି ପରିବର୍ତ୍ତନ ହୋଇନି। ଗୁରୁବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।

 ମଦ ଜବତ, ୪ ଗିରଫ

ମଦ ଜବତ, ୪ ଗିରଫ

ରାୟଗଡା ଅଫିସ୍‌, ୧୮।୪-  ରାୟଗଡା ପୋଲିସ  ୨ଟି ସ୍ଥାନରେ ଚଢ଼ାଉ କରି ୭୦ଲିଟର ବିଦେଶୀ ମଦ ଜବତ କରିିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମନୋଜ ନାୟକ, ପି.ରାବଣା, ରଞ୍ଜିତ ସାହୁ ଏବଂ ଜଗନ୍ନାଥ ସାହୁ ।

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନଗଲା

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନଗଲା

ପାପଡାହାଣ୍ଡି,୧୮।୪(ଡ.ିଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ  ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।  ଯୁବକ ଜଣକ  ହେଉଛନ୍ତି କଚିଆଗୁଡା ଗାଁର ମନ କାତି ।


Model This Week

କ୍ରିଷ୍ଣା
Why Dharitri