ରାୟଗଡା

ଗୁପ୍ତେଶ୍ୱର ପୀଠରେ ୨ରୁ ଜାଗର ମେଳା

ଗୁପ୍ତେଶ୍ୱର ପୀଠରେ ୨ରୁ ଜାଗର ମେଳା

ଜୟପୁର, ୧୨।୨(ନି.ପ୍ର/ଡି.ଏନ୍‌.ଏ.): ଜୟପୁରର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ  ଅନୁଷ୍ଠିତ ହେବାକୁ ଥିବା  ଜାଗର ମେଳା ନେଇ ପି.ଏ. ଆଇଡିଟିଏ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜୟପୁର ଉପଜିଲାପାଳ  ଲୋକନାଥ ଦଳବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ  ଜୟପୁର ତହସିଲଦାର ତଥା ଦୋବୋତ୍ତର ଅଧିକାରୀ  ମାତାଲାଲ ଲେହାଙ୍ଗି, ଅତିରିକ୍ତ ତହସିଲଦାର ମାନସ ପଟ୍ଟନାୟକ, ଏସ୍‌ଡିପିଆରଓ ପୀତବାସ ବିଶ୍ୱାଳ, ଅଶୋକ ମୁଦୁଲି, ଏସିଏଫ   ଏମ୍‌ ମୋତିଲାଲ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ।  ମାର୍ଚ୍ଚ ୪ ତାରିଖରେ  ମହାଶିବରାତ୍ରି ପଡୁଥିବାରୁ ୨ରୁ ୫ ତାରିଖ ଯାଏ  ଏହି ମେଳା ଅନୁଷ୍ଠିତ  ହେବ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛିି।  ଚଳିତ ବର୍ଷ ଠାକୁରଙ୍କୁ ସ୍ବତନ୍ତ୍ର ଭାବେ ଦର୍ଶନ କରିବା ପାଇଁ ଟିକେଟ ବ୍ୟବସ୍ଥା କରିବା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିରର ପୂର୍ବପାର୍ଶ୍ୱରେ ପ୍ରବେଶ ଏବଂ ଉତ୍ତରରେ ପ୍ରସ୍ଥାନ କରିବାକୁ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହୋଇଛି। ବୈଠକ ଆରମ୍ଭରେ ବୈପାରୀଗୁଡ଼ାରୁ ଗୁପ୍ତେଶ୍ୱର ଯାଏ ଥିବା ରାସ୍ତା ଅବସ୍ଥା ସଂପର୍କରେ ଆଲୋଚନା ହୋଇଥିବାବେଳେ ମରାମତି କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସ୍ଥିର ହୋଇଛି। ସେହିପରି ମହୋତ୍ସବ ସମୟରେ ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ସମ୍ଭାଳିବା ପାଇଁ  ଦମକଳ ବାହିନୀ, ଓଡ୍ରାଫ୍‌ ଟିମ୍‌କୁ ସଜାଗ ରଖିବା ସହ ଆବଶ୍ୟକ ଅନୁସାରେ ଘରୋଇ ଏବଂ ସରକାରୀ ବସ୍‌ ଚଳାଚଳ ବ୍ୟବସ୍ଥା କରାଯିବା। ଜୟପୁରଠାରୁ ଗୁପ୍ତେଶ୍ୱର ଯାଏ ବସ୍‌ ଭଡ଼ା  ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟୁତ୍‌ ଯୋଗାଣରେ ଯେପରି ତ୍ରୁଟି ନ ହୁଏ ସେଥିପ୍ରତି ଗୁରୁତ୍ୱଦେଇ ପାନୀୟଜଳ ଯୋଗାଣ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟ ଗଚ୍ଛିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଶୈବପୀଠରେ ଏକତ୍ରିତ ହେଉଥିବାରୁ ମହାଶିବରାତ୍ରିରେ ସେମାନଙ୍କ ସ୍ବାସ୍ଥ୍ୟସେବା ପ୍ରତି ସତର୍କ ଦୃଷ୍ଟି ରହିବା  ସହ ଡକରାଡକରି ଘାଟିରେ ଏକ   ହେଲଥ୍‌  ଭ୍ୟାନ୍‌ ରହିବା  ନେଇ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।  ଜାଗର ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ପାରମ୍ପରିକ ହରିହର ଭେଟ ସମୟରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍‌ ପ୍ରଶାସନକୁ ଆଦେଶ ଦିଆଯାଇଛି। ଠିକ ସମୟରେ ହରିହର ଭେଟ କରିବାକୁ ସ୍ଥିର ହୋଇଥିବା ବେଳେ ସ୍ବତନ୍ତ୍ର ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛି।  ପଲିଥିନ୍‌ ବ୍ୟବହାର ଉପରେ କଟକଣା କରାଯାଇଛି। ବୈଠକରେ ଦେବୋତ୍ତର ଉପଦେଷ୍ଟା କମିଟି ସଭାପତି ନଟେନ୍ଦ୍ରନାଥ ନାୟକ ଉପସ୍ଥିତ ଥିଲେ । କିନ୍ତୁ ବୈଠକରେ ବୈପାରୀଗୁଡ଼ା ପୋଲିସ, ତହସଲିଦାର, ବିଡିଓଙ୍କ  ସହ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ନ ଥିବାରୁ  ଉପ ଜିଲାପାଳ  ବେହେରା ଉଦ୍‌ବେଗ ପ୍ରକାଶ କରିଥିଲେ। 

All Right Reserved By

ରାୟଗଡା

ଏମିତି ଏକ ମନ୍ଦିର: ଭାଇ ଭଉଣୀ ଭାବେ ପୁଜା ପାଆନ୍ତି ଶିବପାର୍ବତୀ

ଏମିତି ଏକ ମନ୍ଦିର: ଭାଇ ଭଉଣୀ ଭାବେ ପୁଜା ପାଆନ୍ତି ଶିବପାର୍ବତୀ

କୋରାପୁଟ,୨୩।୪(ସ୍ବ.ପ୍ର)-କୋରାପୁଟ ଜିଲା  ଦଶମନ୍ତପୁର ବ୍ଳକ  ଗିର୍ଲିଗୁମ୍ମା ପଞ୍ଚାୟତରେ  ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶିବ ଓ ପାର୍ବତୀ ପତିପତ୍ନୀ ଭାବେ ନୁହେଁ ଭଉଣୀଭାଇ ଭାବେ ପୁଜା ପାଇଥାନ୍ତି । କେଉଁ ଅନାଦି କାଳରୁ ଏହି ମନ୍ଦିରରେ ଶିବ ପାର୍ବତୀଙ୍କୁ  ଭଉଣୀଭାଇ ଭାବେ ପୁଜାକରନ୍ତି ସ୍ଥାନୀୟ ଲୋକେ । ତେଣୁ ଏହି ମନ୍ଦିର ଭାଇ ଭଉଣୀ ମନ୍ଦିର ଭାବେ ଏହି ଅଞ୍ଚଳରେ ବେଶ୍‌ ପରିଚିତ । ନିଃସନ୍ତାନମାନେ ମାନସିକ ରଖି ଏଠାରେ ପୂଜାର୍ଚ୍ଚନା କଲେ ମାନସିକ ପୂରଣ ହୋଇଥାଏ ବୋଲି  ଲୋକଙ୍କ ବିଶ୍ୱାସ ରହିଛି । ଏହି ମନ୍ଦିରରେ ଆଦିବାସୀ ପୂଜକ ମନ୍ମଥ ଜାନି ଓ  ପଦ୍ମଲୋଚନ ବିଷୋୟୀ ପୂଜା କାର୍ଯ୍ୟ କରିଥାନ୍ତି ।

ଗ୍ରାମବାସୀଙ୍କ ଦ୍ୱାରା ମୟୂର ଉଦ୍ଧାର

ଗ୍ରାମବାସୀଙ୍କ ଦ୍ୱାରା ମୟୂର ଉଦ୍ଧାର

ସେମିଳିଗୁଡା,୨୩।୪(ସ୍ବ.ପ୍ର)- କୋରାପୁଟ ସେମିଳିଗୁଡା ବ୍ଲକ ବଡବଡି ଗାଁ  ନିକଟ ଜଙ୍ଗଲରୁ ଗ୍ରାମବାସୀ ଏକ ମୟୁରକୁ ଉଦ୍ଧାର କରିଛନ୍ତି । ଖବରପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚତ୍ ଉକ୍ତ ମୟୂରକୁ ନେଇଯାଇଥିଲେ । ତାହାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଜଙ୍ଗଲରେ ଛାଡି  ଦେଇଛନ୍ତି ।  

କୁଟୁରା ଛୁଆ ଉଦ୍ଧାର

କୁଟୁରା ଛୁଆ ଉଦ୍ଧାର

ଜୟପୁର,୨୩।୪(ଡି.ଏନ.ଏ)- କୋରାପୁଟ ଜିଲା ଜୟପୁର ବନ ବିଭାଗ ରେଞ୍ଜର ପାତ୍ରପୁଟ ବନାଞ୍ଚଳର ମହାଳିଆପୁଟ ଗ୍ରାମବାସୀଙ୍କ ଦ୍ୱାରା  ନିକଟସ୍ଥ ଘାଟଘୁମର ସଂପକ୍ଷିତ  ଜଙ୍ଗଲରୁ  ଏକ ୬ ମାସର କୁଟୁରା ଛୁଆକୁ ଉଦ୍ଧାର କରିଥିଲେ ।

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଝୋଡିଆପଡ଼ା

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଝୋଡିଆପଡ଼ା

ରାୟଗଡା ଅଫିସ୍‌, ୨୩।୪- 

ରାୟଗଡା ସହରର ୨୪ନମ୍ବର ଓ୍ବାର୍ଡରେ ରହିଛି ଝୋଡିଆପଡ଼ା ବସ୍ତି । ଏହି ବସ୍ତିରେ ୪୪ଟି ପରିବାରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ହେଲେ ସେମାନଙ୍କୁ ଯେଉଁ ସୁବିଧା ଉପଲବ୍ଧ ହେବାକଥା ତାହା ହେଉନାହିଁ। ପାନୀୟ ଜଳ ଠାରୁ ଆରମ୍ଭକରି ରାସ୍ତା, ପକ୍କାଘର ଭଳି ଅନେକ ଯୋଜନାରୁ ଏମାନେ  ବଞ୍ଚତ୍ତ। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ  ମିଳୁ ନ ଥିବା ସେମାନେ କହିଛନ୍ତି। 

୬ ବର୍ଷ ହେଲା ବୋରଓ୍ବେଲ ପାଇଁ ଟଙ୍କା ଦେଇ ୨୪ ଚାଷୀ ହତାଶ

ଚିତ୍ରକୋଣ୍ଡା,୨୩।୪(ଡି.ଏନ୍‌.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସରକାରୀ କଳର କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀଙ୍କ ପାଇଁ ସରକାରଙ୍କ ଯୋଜନାରୁ ସୁଫଳ ପାଉନାହାନ୍ତି ଚାଷୀ। ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲ୍ଳକ ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଚାଷୀ ଜମିରେ ବୋରଓ୍ବେଲ ଖୋଳାଇବା ଲାଗି ପାଣି ପରୀକ୍ଷା କରିବାକୁ ସ୍ଥାନ ଚିହ୍ନଟ ଲାଗି ବିଭାଗ ନିକଟରେ ୧ହଜାର ଲେଖାଏ ଟଙ୍କା ବାନ୍ଧି ୬ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ପାଣି ପରୀକ୍ଷା ହୋଇପାରିନାହିଁ। ଏନେଇ ଚାଷୀମାନେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡି ନିରାଶ ହୋଇଛନ୍ତି। ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ। 

ନିଖୋଜ ମହିଳାଙ୍କ ମୃତଦେହ  କୂଅରୁ ଉଦ୍ଧାର

ନିଖୋଜ ମହିଳାଙ୍କ ମୃତଦେହ କୂଅରୁ ଉଦ୍ଧାର

ସେମିଳିଗୁଡା,୨୨ା୪(ସ୍ବ.ପ୍ର)- ସେମିଳିଗୁଡା ବ୍ଳକ ପିତାଗୁଡା ପଞ୍ଚାୟତର ଚୋରି ମାଳିପୁଟ ଗ୍ରାମର ଏକ କୂଅରୁ ନିଖୋଜ  ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ା 

ଗ୍ୟାସ କିଟ ବଣ୍ଟନରେ ଅନିୟମିତତା ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଉପଭୋକ୍ତା

ସେମିଳିଗୁଡା,୨୨ା୪(ସ୍ବ.ପ୍ର)-  ଉଜ୍ୱଳା ଯୋଜନାରେ ଗ୍ୟାସ କିଟ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା, ୨ ଗିରଫ

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା, ୨ ଗିରଫ

ଝରିଗାଁ,୨୨।୪(ସ୍ବ.ପ୍ର)-କଂଗ୍ରେସ ରାଲିରେ ଯୋଗ ଦେବାକୁ ଆସିଥିବା ନବରଙ୍ଗପୁର ଜିଲା  ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଚିକିଲି ଗୌଡଗୁଡା ଗ୍ରାମର ଅଭିଜିତ ମଣ୍ଡଳ ନିଖୋଜ ହେବାର ୮ ଦିନ ପରେ କୁସୁମପାଣି ଜଙ୍ଗଲରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା। 

ମହିଳାଙ୍କୁ ଯୌତୁକ ନିର୍ଯାତନା

ମହିଳାଙ୍କୁ ଯୌତୁକ ନିର୍ଯାତନା

ଜୟପୁର,୨୨ା୪(ଡି.ଏନ.ଏ)- କୋରାପୁଟ ଜିଲା ଜୟପୁର ସଦରଥାନା ଫୁଲବାଡ ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛନ୍ତି ା

  ଅଜଣା ରୋଗରେ ଆତଙ୍କିତ ଅଁଳା

ଅଜଣା ରୋଗରେ ଆତଙ୍କିତ ଅଁଳା

ଦଶମନ୍ତପୁର,୨୨।୪(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନରେ ଥିବା ଏସ୍‌. ଦଣ୍ଡାବାଡ଼ ଗ୍ରାମର କଂଶାରୀ ଦିଶାରୀଙ୍କ ସ୍ତ୍ରୀ ଅଁଲା ଦୀର୍ଘବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ଅଛନ୍ତି।

ବିକାଶର ବାଟ ଓଗାଳୁଛି ଟିପଚିହ୍ନ

ବୈପାରୀଗୁଡ଼ା,୨୨ା୪(ଡି.ଏନ୍‌.ଏ.):ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଲିମାଲାଡ଼ି ଗ୍ରାମର ବିଧବା ବୃଦ୍ଧା ସନମତି କାକଲପଡ଼ିଆ । ପିଲାଛୁଆ କେହି ନାହାନ୍ତି। ଏଭଳି ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିବା ତାଙ୍କ ପାଖରେ ଘର ଖଣ୍ଡିଏ ନ ଥିଲା। ତାଙ୍କ ନାମରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା। ଗଁ।ର କେତେକ ଦଲାଲ ଶ୍ରେଣୀର ଲୋକେ ଘର ନିର୍ମାଣ ଦାୟିତ୍ବ ନେଇଥିଲେ। କିନ୍ତୁ ଘରର କେବଳ ପୁନାଦି ପକାଇ ସନମତିଙ୍କ ଟିପଚିହ୍ନ ନେଇ ବ୍ୟାଙ୍କ ଜମାଖାତାରୁ ସଂପୂର୍ଣ୍ଣ ଅନୁଦାନ ଲୁଟିନେଲେ । କେତେକ ସରକାରୀ କର୍ମଚାରୀ ସ୍ବାର୍ଥ ପାଇଁ ସେମାନଙ୍କୁ ସହାୟତା କରିଥିଲେ । ବୈପାରୀଗୁଡ଼ା ବ୍ଲକରେ ଏମିତି ଅନେକ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି।

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ ଜେନା(୨୨)ଙ୍କୁ ଗ୍ରାମର କିଛି ଯୁବକ ପଥରରେ ତାଙ୍କ ମୁହଁକୁ ଛେଚି ହତ୍ୟା କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri