ଅନ୍ତର୍ଜାତୀୟ |

କିଲେ ଚାଉଳ ପାଇଁ ମଣିଷ ନେଉଛି ମଣିଷ ଜୀବନ

କିଲେ ଚାଉଳ ପାଇଁ ମଣିଷ ନେଉଛି  ମଣିଷ ଜୀବନ

କାରାକାସ୍‌, ୧୨।୨: ଭେନଜୁଏଲାରେ ଆର୍ଥିକ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଖାଦ୍ୟ ଅଭାବରୁ ଦେଶର ଆଇନ ବ୍ୟବସ୍ଥା ଭୁଶୁଡି ପଡ଼ିଛି। ଭୋକ ବିକଳରେ ଲୋକେ ଅପରାଧ କରିବାକୁ ପଛାଉ ନାହାଁନ୍ତି। କିଲେ ଚାଉଳ ପାଇଁ ମଣିଷ ଏଠି ମଣିଷର ଜୀବନ ନେବାରେ ଲାଗିଛି। ଫଳରେ ସଭ୍ୟ ସମାଜରେ ଜଙ୍ଗଲ ଆଇନ ଦେଖିବାକୁ ମିଳୁଛି। ଇତିମଧ୍ୟରେ ରାଷ୍ଟ୍ରପତି ନିକୋଲସ୍‌ ମାଦୁରୋଙ୍କ ଉପରୁ ଅସ୍ଥା ହରାଇବାରେ ଦେଶର ସୈନ୍ୟ ବାହିନୀ। ସୈନ୍ୟ ବାହିନୀର ବରିଷ୍ଠ ଅଧିକାରୀ ବିପକ୍ଷ ନେତା ଜୁଲାନ ଗୁଏଡୋଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଦେଶର ସୈନ୍ୟ ବାହିନୀ ବିପକ୍ଷ ନେତାଙ୍କୁ ସମର୍ଥନ କରିବା ଦ୍ୱାରା ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତି ନେଇ ଅନ୍ତର୍ଜାତୀୟ ମହଲର ଚିନ୍ତା ବୃଦ୍ଧି ପାଇଛି।

All Right Reserved By

ଅନ୍ତର୍ଜାତୀୟ |

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ନୂଆଦିଲ୍ଲୀ/ସିଓଲ, ୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। 

ଜେହାଦୀ ଦୁହ୍ଲନ୍‌ଙ୍କୁ କୌଣସି ଦେଶରେ ମିଳୁନିି ଶରଣ

ଜେହାଦୀ ଦୁହ୍ଲନ୍‌ଙ୍କୁ କୌଣସି ଦେଶରେ ମିଳୁନିି ଶରଣ

ଲଣ୍ଡନ,୨୧।୨: ସିରିଆ ଆଇଏସ୍‌ ସଂଗଠନରେ ସାମିଲ୍‌ ହୋଇ ଜଣେ ଆତଙ୍କବାଦୀଙ୍କୁ ବିବାହ କରିଥିବା ଜେହାଦୀ ଦୁହ୍ଲନ୍‌ ଶାମିମା ବେଗମ୍‌ଙ୍କୁ ପୃଥିବୀର କୌଣସି ଦେଶ ଶରଣ ଦେବାକୁ ପ୍ରସ୍ତୁତ ନୁହଁନ୍ତି। 

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ନୂଆଦିଲ୍ଲୀ/ରିୟାଦ୍‌, ୨୧।୨: ସୌଦିର ବିଭିନ୍ନ ଜେଲ୍‌ରେ ବନ୍ଦୀ ଭାବେ ଥିବା ୮୫୦ ଭାରତୀୟ ଘର ବାହୁଡ଼ିବେ। ଏନେଇ ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ ସବୁଜ ସଙ୍କେତ ଦେଇଛନ୍ତି।

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ଶ୍ରୀନଗର/ଇସଲାମାବାଦ୍‌,୨୧।୨: ଜମ୍ମ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜୈଶ୍‌-ଇ-ମହମ୍ମଦର କୌଣସି ହାତ ନାହିଁ । ଏନେଇ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର ଗୁରୁବାର ଜାରି କରିଛନ୍ତି ଏକ ଅଡ଼ିଓ ଟେପ୍‌।

ବ୍ରୋଏକରଙ୍କ ପରଲୋକ:‘ଗ୍ଲୋବାଲ ଓ୍ବାର୍ମିଂ’ ଶବ୍ଦକୁ ଲୋକପ୍ରିୟ କରାଇଥିଲେ

ବ୍ରୋଏକରଙ୍କ ପରଲୋକ:‘ଗ୍ଲୋବାଲ ଓ୍ବାର୍ମିଂ’ ଶବ୍ଦକୁ ଲୋକପ୍ରିୟ କରାଇଥିଲେ

ନ୍ୟୁୟର୍କ,୨୧।୨(ପି.ଟି.): ଗ୍ଲୋବାଲ ଓ୍ବାର୍ମିଂ (ବିଶ୍ୱ ଉତ୍ତାପୀକରଣ ଶବ୍ଦକୁ ଲୋକପ୍ରିୟ କରାଇଥିବା ଜଳବାୟୁ ବୈଜ୍ଞାନିକ ଓ୍ବାଲାସେ ସ୍ମିଥ୍‌ ବ୍ରୋଏକରଙ୍କର ୮୭ ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି।

‘ଆତଙ୍କବାଦୀଙ୍କୁ କାଠଗଡ଼ାକୁ ଟାଣ’

‘ଆତଙ୍କବାଦୀଙ୍କୁ କାଠଗଡ଼ାକୁ ଟାଣ’

ଜାତିସଂଘ, ୨୧।୨: ପୁଲଓ୍ବାମା ଆକ୍ରମଣକୁ ଜାତିସଂଘ କଡ଼ା ନିନ୍ଦା କରିଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ (ୟୁଏନ୍‌ଏଚ୍‌ସିଏଚ୍‌ଆର୍‌) ମିଶେଲ ବାଚେଲେଟ୍‌ ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଆଇନର କାଠଗଡ଼ାରେ ଛିଡ଼ାକରାଇବା ପାଇଁ ବୁଧବାର ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିଛନ୍ତି। l

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୬୯ ଜୀବନ୍ତ ଦଗ୍ଧ

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୬୯ ଜୀବନ୍ତ ଦଗ୍ଧ

ଢ଼ାକା,୨୧।୨: ବାଂଲାଦେଶରେ ଏକ ରାସାୟନିକ କାରଖାନାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। 

ପାକିସ୍ତାନ ଉପରେ ଆକ୍ରମଣ ହୋଇପାରେ ମୋଦିଙ୍କ ଜୀବନର ସବୁଠୁ ବଡ ଭୁଲ୍‌: ମୁଶାରଫ

ପାକିସ୍ତାନ ଉପରେ ଆକ୍ରମଣ ହୋଇପାରେ ମୋଦିଙ୍କ ଜୀବନର ସବୁଠୁ ବଡ ଭୁଲ୍‌: ମୁଶାରଫ

ଇସଲମାବାଦ/ନୂଆଦିଲ୍ଲୀ, ୨୦।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ।

ପାକିସ୍ତାନକୁ ପୁଣି ଚେତାବନୀ ଦେଲା ଆମେରିକା: ଟ୍ରମ୍ଫ କହିଲେ ‘ଭୟଙ୍କର ପରିସ୍ଥିତି’

ପାକିସ୍ତାନକୁ ପୁଣି ଚେତାବନୀ ଦେଲା ଆମେରିକା: ଟ୍ରମ୍ଫ କହିଲେ ‘ଭୟଙ୍କର ପରିସ୍ଥିତି’

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୦।୨: ପୁଲଓ୍ବାମା ଆତଙ୍କବାଦ ଆକ୍ରମଣ ଘଟଣାରେ ପାକିସ୍ତାନକୁ ପୁଣି ଚେତାବନୀ ଦେଇଛି ଆମେରିକା।

 ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ନିକଟରେ ଦାବି କରିବ ଫ୍ରାନ୍ସ

ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ନିକଟରେ ଦାବି କରିବ ଫ୍ରାନ୍ସ

ନୂଆଦିଲୀ/ପ୍ୟାରିସ, ୨୦।୨: ଜୈଶ-ଇ-ଅହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ମିିଳିତ ଜାତିସଂଘ ନିକଟକୁ ପ୍ରସ୍ତାବ ଦେବ ଫ୍ରାନ୍ସ। 

ସୈନ୍ୟ ବାହିନୀ ହାତର ଖେଳନା ସାଜିଛନ୍ତି ଇମ୍ରାନ୍‌

ସୈନ୍ୟ ବାହିନୀ ହାତର ଖେଳନା ସାଜିଛନ୍ତି ଇମ୍ରାନ୍‌

ଇସଲାମାବାଦ୍‌, ୨୦।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନୀରବତା ଅବଲମ୍ବନ କରିଥିଲେ। ତେବେ ପରେ ସେ ଦେଇଥିଲେ ସଫେଇ।

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା

ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି।