ଅନ୍ତର୍ଜାତୀୟ |

ଗ୍ରାମୀ ଆଓ୍ବାର୍ଡସ ୨୦୧୯: ବାଦ୍‌ ପଡ଼ିଲେ ଫାଲ୍‌ଗୁନୀ, ପ୍ରଶାନ୍ତ

ଗ୍ରାମୀ ଆଓ୍ବାର୍ଡସ ୨୦୧୯: ବାଦ୍‌ ପଡ଼ିଲେ ଫାଲ୍‌ଗୁନୀ, ପ୍ରଶାନ୍ତ

ଲସ୍‌ ଏଞ୍ଜେଲସ୍‌,୧୨।୨: ଏଠାରେ ରବିବାର ଗ୍ରାମୀ ଆଓ୍ବାର୍ଡସର ୬୧ତମ ସଂସ୍କରଣ ଆୟୋଜିତ ହୋଇଥିବାବେଳେ ପୁରସ୍କାରରୁ ବାଦ୍‌ ପଡିଛନ୍ତି ମୂଳ ଭାରତୀୟ ଫାଲ୍‌ଗୁନୀ ଶାହ ଏବଂ ପ୍ରଶାନ୍ତ ମିସ୍ତ୍ରି। ଏଥିରେ ଭାରତରୁ ଯୋଗ ଦେଇଥିଲେ ଗ୍ରାମୀ ତଥା ଓସ୍କାର ବିଜୟୀ ବିଶିଷ୍ଟ ସଂଗୀତଜ୍ଞ ଏ.ଆର. ରେହମନ୍‌।

ଲଣ୍ଡନରେ ଅବସ୍ଥାପିତ ଭାରତୀୟ ସଂଗୀତ ପ୍ରଯୋଜକ ତଥା ଇଞ୍ଜିନିୟର ପ୍ରଶାନ୍ତ ମିସ୍ତ୍ରିଙ୍କ ଆଲବମ୍‌ ‘ସିମ୍ବଲ’ ଗ୍ରାମୀ ଆଓ୍ବାର୍ଡସର ବେଷ୍ଟ ଇମର୍ସିଭ୍‌ ଅଡିଓ ଆଲବମ୍‌ ପାଇଁ ମନୋନୀତ ହୋଇଥିଲେ ହେଁ ଏହି ସମ୍ମାନ ପାଇଥିଲା ‘ଆଇ ଇନ୍‌ ଦି ସ୍କାଏ-୩୫ତମ ଆନିଭର୍ସରି ଏଡିଶନ୍‌’। ଅପରପକ୍ଷରେ ଫାଲ୍‌ଗୁନୀଙ୍କ ଆଲବମ୍‌ ‘ଫାଲୁସ୍‌ ବାଜାର’ ବେଷ୍ଟ ଚିଲ୍‌ଡ୍ରେନ୍ସ ମ୍ୟୁଜିକ୍‌ ପାଇଁ ମନୋନୀତ ହୋଇଥିଲା। କିନ୍ତୁ ଏହି ପୁରସ୍କାର ‘ଅଲ୍‌ ଦି ସାଉଣ୍ଡ୍ସ’ ପାଇଁ ଲୁସି କାଳତନ୍ତ୍ରି ଏବଂ ଜାଜ୍‌ କ୍ୟାଟ୍ସଙ୍କୁ ପ୍ରଦାନ କରାଯାଇଛି।

ଏହି ଅବସରରେ ରେହମନ୍‌, ରବିବାର ରାତିରେ ଉତ୍ସବ ଆରମ୍ଭ ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରି ଲକ୍ଷଲକ୍ଷ ପ୍ରଶଂସକଙ୍କୁ ଜଣାଇଛନ୍ତି। ବେଷ୍ଟ ପପ୍‌ ଭୋକାଲ ଆଲବମ୍‌ କାଟାଗୋରିରେ ସିଙ୍ଗର ଆରିଆନା ଗ୍ରାଣ୍ଡେ ପ୍ରଥମ ଗ୍ରାମୀ ଆଓ୍ବାର୍ଡ ପାଇଛନ୍ତି। ଉକ୍ତ ଗାୟିକା ଉତ୍ସବ ସ୍ଥଳରେ ଉପସ୍ଥିତ ନ ଥିବାରୁ ରେକର୍ଡିଂ ଏକାଡେମୀ ତାଙ୍କ ତରଫରୁ ପୁରସ୍କାର ଗ୍ରହଣ କରିଥିଲେ। ସାଉଣ୍ଡଗାର୍ଡେନ ସିଙ୍ଗର କ୍ରିସ କର୍ନେଲ ତାଙ୍କ ସଂଗୀତ ‘ହ୍ବେନ୍‌ ବ୍ୟାଡ ଡଜ୍‌ ଗୁଡ୍‌’ ପାଇଁ ମରଣୋତ୍ତର ଭାବେ ଏହି ପୁରସ୍କାର ଲାଭ କରିଛନ୍ତି। ସ୍ବର୍ଗତ ଗାୟକ ବେଷ୍ଟ ରକ୍‌ ପରଫରମାନ୍ସ କାଟାଗୋରିରେ ବିଜୟୀ ହୋଇଥିଲେ ଏବଂ ପୁରସ୍କାର ଗ୍ରହଣ କରିଥିଲେ ତାଙ୍କ ଦୁଇ ସନ୍ତାନ ଟୋନି ଏବଂ ଖ୍ରିଷ୍ଟୋଫର। ଏହି ଅବସରରେ ପୂର୍ବତନ ଫାଷ୍ଟ ଲେଡି ମିଶେଲେ ଓବାମା ୨୦୧୯ ଗ୍ରାମୀ ପୁରସ୍କାର ଉତ୍ସବ ସ୍ଥଳରେ ଅଚାନକ ଉପସ୍ଥିତ ହୋଇ ଅତିଥି ସତ୍କାରକଙ୍କୁ ପ୍ରଶଂସା କରିବା ସହିତ ତାଙ୍କ ଜୀବନରେ ସଂଗୀତର ଭୂମିକା କିପରି ଗୁରୁତ୍ୱପୂର୍ଣ୍ଣ ତାହା ବର୍ଣ୍ଣନା କରିଥିଲେ। ମିଶେଲେ (୫୫)ଙ୍କ ସହିତ ଗ୍ରାମୀ ପୁରସ୍କାର ବିଜୟୀ ଲେଡି ଗାଗା, ଜାଡା ପିଙ୍କେଟ ସ୍ମିଥ୍‌ ଏବଂ ଜେନିଫର ଲୋପେଜ୍‌ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସୋମବାର କାର୍ଡି ବି ପ୍ରଥମ ସୋଲୋ ଓ୍ବମ୍ୟାନ ଭାବେ ବେଷ୍ଟ ରାପ୍‌ ଆଲବମ୍‌ ଗ୍ରାମୀ ଆଓ୍ବାର୍ଡ ଜିଣିଛନ୍ତି। ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର ସ୍ପୋକନ୍‌ ଓ୍ବାର୍ଡ ଆଲବମ୍‌ ପାଇଁ ଗ୍ରାମୀ ପୁରସ୍କାର ପାଇଛନ୍ତି। ବିଶିଷ୍ଟ ରେକର୍ଡ ପ୍ରଡ୍ୟୁସର କ୍ୱିନ୍ସ ଜୋନ୍ସ ତାଙ୍କ ଡକ୍ୟୁମେଣ୍ଟାରି ‘କ୍ୱିନ୍ସି’ ପାଇଁ ବେଷ୍ଟ ମ୍ୟୁଜିକ୍‌ ଫିଲ୍ମ କାଟାଗୋରିରେ ଗ୍ରାମୀ ପୁରସ୍କାର ବିଜୟୀ ହୋଇଛନ୍ତି।

All Right Reserved By

ଅନ୍ତର୍ଜାତୀୟ |

ଭାରତ ସହ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ରାମାୟଣ ଉପରେ ଡାକ ଟିକଟ ଜାରି କଲା ଇଣ୍ଡୋନେସିଆ

ଭାରତ ସହ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ରାମାୟଣ ଉପରେ ଡାକ ଟିକଟ ଜାରି କଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୪: ଭାରତ ସହିତ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ଇଣ୍ଡୋନେସିଆ ରାମାୟଣ ଉପରେ ସ୍ବତନ୍ତ୍ର ଡାକ ଟିକଟ ଜାରି କରିଛି। 

୩ ବର୍ଷ ପରେ ପୁଣି ଥରିଲା ନେପାଳ

୩ ବର୍ଷ ପରେ ପୁଣି ଥରିଲା ନେପାଳ

କାଠମାଣ୍ଡୁ,୨୪।୪: ନେପାଳ ସମେତ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବୁଧବାର ସକାଳ ୬ଟା ୨୯ରେ ଭୂକମ୍ପ ଅନୁଭୁତ ହୋଇଛି। 

ଖ୍ରୀଷ୍ଟଚର୍ଚ୍ଚର ପ୍ରତିଶୋଧ ଶ୍ରୀଲଙ୍କାରେ: ମୃତ୍ୟୁସଂଖ୍ୟା ୩୨୧ରେ ପହଞ୍ଚିଲା

ଖ୍ରୀଷ୍ଟଚର୍ଚ୍ଚର ପ୍ରତିଶୋଧ ଶ୍ରୀଲଙ୍କାରେ: ମୃତ୍ୟୁସଂଖ୍ୟା ୩୨୧ରେ ପହଞ୍ଚିଲା

କଲମ୍ବୋ,୨୪ା୪: ଗତ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଦୁଇ ମସ୍‌ଜିଦରେ ହୋଇଥିବା ଆଖିବୁଜା ଗୁଳିମାଡର ପ୍ରତିଶୋଧ ହେଉଛି ଭୟଙ୍କର ଇଷ୍ଟର ସଣ୍ଡେ ବିସ୍ଫୋରଣ। 

ଶ୍ରୀଲଙ୍କା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌: ଗଲାଣି ୩୦୦ ଜୀବନ

ଶ୍ରୀଲଙ୍କା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌: ଗଲାଣି ୩୦୦ ଜୀବନ

କଲମ୍ବୋ,୨୩।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ଦେଶର ୮ ସ୍ଥାନରେ ରବିବାର ହୋଇଥିବା ସିରିଜ୍‌ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଇସ୍‌ଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ସଂଗଠନ। 

କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କାଲିଫର୍ନିଆ,୨୩।୪: ଆମେରିକାର କାଲିଫର୍ନିଆରେ ଜଣେ ମହିଳା ୭ଟି କୁକୁର ଛୁଆଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଜିପ୍‌ରେ ଆସି ରାସ୍ତା କଡରେ ରଖାଯାଇଥିବା ଏକ ଡଷ୍ଟ ବିନ୍‌ରେ ପକାଇ ଦେଇଥିଲେ। 

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ଟୋକିଓ,୨୩।୪: ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ବୈଜ୍ଞାନିକ ଏକ ନୂତନ  ଅଗ୍ନି  ନିର୍ବାପକ ଯନ୍ତ୍ର ନିର୍ମାଣ କରିଛନ୍ତି। 

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ମାନିଲା,୨୩।୪: ଫିଲିପାଇନ୍ସର ଲୁଜନ ଦ୍ୱୀପରେ ସୋମବାର ୬.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଏବେ ମୃତ୍ୟୁ ସଂଖ୍ୟା ବଢି ୯ରେ ପହଞ୍ଚିଛି। 

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

କୋପେନହାଗେନ,୨୨।୪: ଡେନମାର୍କର ଧନୀବ୍ୟକ୍ତି ଆଣ୍ଡର୍ସ ହୋଲଚ୍‌ ପୋଭଲସେନ୍‌ଙ୍କର  ୪ଟି ସନ୍ତାନ ମଧ୍ୟରେ ୩ଜଣଙ୍କର ଶ୍ରୀଲଙ୍କା ବିସ୍ଫୋରଣରେ ମୃତ୍ୟୁ ହୋଇଛି। 

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

କଲମ୍ବୋ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ୮ଟି ସିରିଏଲ ବୋମା ବିସ୍ଫୋରଣ ପଛରେ ସ୍ଥାନୀୟ ଇସ୍‌ଲାମିଷ୍ଟ ଏକ୍ସଟ୍ରିମିଷ୍ଟ ଗ୍ରୁପ ବା ନ୍ୟାଶନାଲ ତୋହିଥ ଜମାଥ(ଏନ୍‌ଟିଜେ)ର ହାତ ଥିବା ସନ୍ଦେହ କରିଥିବା ପ୍ରକାଶ କରିଛନ୍ତି ସରକାରୀ ପ୍ରବକ୍ତା ରଜିଥା ସେନାରତ୍ନେ। 

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

କଲମ୍ବୋ, ୨୨।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ଦେଶର ୮ଟି ସ୍ଥାନରେ ରବିବାର ହୋଇଥିବା ସିରିଜ ବୋମା ବିସ୍ଫୋରଣରେ ୨୯୦ ଲୋକଙ୍କ ମୃତ୍ୟୁ ହୋଇଛି। 

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। 

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା  ରଙ୍ଗବେରଙ୍ଗ ଗୁଡ଼ି

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri