
ବେକିଂସୋଡା: ଜଳିଥିବା ବାସନ ଉପରେ ବେକିଂ ସୋଡା ପକାଇବା ପରେ ତା’ ଉପରେ ଲେମ୍ବୁ ରସ ପକାନ୍ତୁ। ଏହାପରେ ଗରମ ପାଣି ପକାଇ ଷ୍ଟିଲ ସ୍କ୍ରବ ସାହାଯ୍ୟରେ ଭଲ ଭାବେ ରଗଡନ୍ତୁ। ଏହାପରେ ଦେଖିବେ ଜଳିଥିବା ବାସନ କିପରି ଚମକୁଛି।
ଲେମ୍ବୁରସ:ଏକ ଲେମ୍ବୁର ରସକୁ ଜଳିଥିବା ବାସନ ଉପରେ ପକାଇବା ପରେ ତୁରନ୍ତ ଗରମ ପାଣି ଢାଳନ୍ତୁ। ଏହାପରେ ବାସନକୁ ରଗଡି ସଫା କରନ୍ତୁ।
ଲୁଣ: ପୋଡା ଦାଗ ଲାଗିଥିବା ବାସନରେ ଲୁଣ ପାଣି ଦେଇ ତାକୁ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାକୁ ସ୍କ୍ରବ ସାହାଯ୍ୟରେ ସଫା କରନ୍ତୁ, ଦେଖିବେ ଦାଗ ଦୂର ହୋଇଯାଇଛି।
ଟମାଟୋ ରସ: ଟମାଟୋ ରସ ଓ ପାଣିକୁ ପୋଡିଥିବା ବାସନରେ ପକାଇ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାଦ୍ୱାରା ବାସନକୁସନରୁ ପୋଡାଦାଗ ଦୂର ହୋଇ ଯାଇଥାଏ।
ପିଆଜ: ପିଆଜକୁ କାଟି ପାଣି ସହିତ ଫୁଟାନ୍ତୁ। ଏଥିରେ ପୋଡାଦାଗ ଲାଗିଥିବା ବାସନକୁସନକୁ କିଛି ସମୟ ପକାଇ ଦିଅନ୍ତୁ। କିଛି ସମୟ ପରେ ଏହି ଦାଗ ଛାଡିଯିବ।
ସଫ୍ଟ ଡ୍ରିଙ୍କ: ଆଲୁମିନିୟମ୍ ବାସନ ଯଦି ଜଳିଯାଇଛି, ସେଥିରୁ ପୋଡାଦାଗ ଦୂର କରିବାକୁ ହେଲେ ସେଥିରେ ସଫ୍ଟ ଡ୍ରିଙ୍କ ପକାଇ ହାଲୁକା ଆଞ୍ଚ ଉପରେ ଗରମ କରନ୍ତୁ। ଏହାଦ୍ୱାରା ଦାଗ ନରମ ହୋଇଯିବ। ଏହାପରେ ସ୍କ୍ରବର ସହାଯ୍ୟରେ ଦାଗ ସଫା କରନ୍ତୁ।