ଫୁରସତ |

ପ୍ଲାଷ୍ଟିକମୁକ୍ତ ଦେଶ ଗଠନରେ ମହିଳାଙ୍କ ଭୂମିକା

ପ୍ଲାଷ୍ଟିକମୁକ୍ତ ଦେଶ ଗଠନରେ  ମହିଳାଙ୍କ ଭୂମିକା

ଆଧୁନିକ ଯୁଗରେ ପ୍ଲାଷ୍ଟିକ୍‌ ବ୍ୟବହାର ମନୁଷ୍ୟର ଦୈନନ୍ଦିନ ଜୀବନରେ ଯେତିକି ସାହାଯ୍ୟ କରୁଛି ତା’ଠାରୁ ଅଧିକ ସମାଜ ପାଇଁ ବିପଦ ସୃଷ୍ଟି କରୁଛି।  ଯେଉଁଠି ଦେଖିବ, ଗଦା ଗଦା ପ୍ଲାଷ୍ଟିକ ପଡି ରହି ପରିବେଶକୁ ବିଷାକ୍ତ କରିବାରେ ଲାଗିଛି। ଏଗୁଡ଼ିକ ମାଟିରେ ମିଶି ନ ପାରିବାରୁ  ଦିନକୁ ଦିନ ଏହାର ସଂଖ୍ୟା ବୃଦ୍ଧି ପାଉଛି। ସମସ୍ତେ ଏହାର ଭୟାବହତା ଉପଲବଧି କଲେ ମଧ୍ୟ ଏହା ବନ୍ଦ ହୋଇପାରୁନାହିଁ। ନଦୀ, ସମୁଦ୍ର, ପର୍ବତ, ଜଙ୍ଗଲ ଚାରିଆଡେ ପ୍ଲାଷ୍ଟିକର ପାହାଡ ଦେଖିବାକୁ ମିଳୁଛି। ଏପରିକି ମହାକାଶରେ ମଧ୍ୟ ପ୍ଲାଷ୍ଟିକ ଆବର୍ଜନା ଦେଖିବାକୁ ମିଳୁଛି।

ସମସ୍ୟାକୁ ସମାଧାନ କରିବା ପାଇଁ ମହିଳାମାନେ ଅଣ୍ଟାଭିଡି ବାହାରି ଆସିବା ଉଚିତ। ଗୁଣ୍ଡୁଚିମୂଷା ଯେପରି ସେତୁବନ୍ଧ ବାନ୍ଧିବାରେ ସାହାଯ୍ୟ କରିଥିଲା ସେହିପରି ମହିଳାମାନେ ଆମ ଦେଶକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ସାହାଯ୍ୟ କରିପାରିବେ। ଗୃହର ସମସ୍ତ ଦାୟିତ୍ୱ ବଢ଼ୁଥିବାରୁ ମହିଳାମାନେ ଦୈନନ୍ଦିନ ଜୀବନରେ ଅଧିକ ପ୍ଲାଷ୍ଟିକ ବ୍ୟବହାର କରିଥାନ୍ତି। ସେମାନେ ଉପାୟ ବାହାରକରି ପ୍ଲାଷ୍ଟିକ ବ୍ୟବହାରକୁ ନିୟନ୍ତ୍ରଣ କରିପାରିବେ।

ବଜାରରୁ ପରିବାପତ୍ର ଓ ଅନ୍ୟାନ୍ୟ ସଉଦା କିଣିବାବେଳେ ସାଙ୍ଗରେ କପଡ଼ା ବ୍ୟାଗ ନେଲେ ପଲିଥିନ୍‌ର ବ୍ୟବହାର କମାଯାଇପାରିବ। ପୁରୁଷ ମାନେ ମଧ୍ୟ ଯେତେବେଳେ ବଜାରକୁ ଜିନିଷପତ୍ର ଆଣିବାକୁ ଯାଉଛନ୍ତି ସେମାନଙ୍କୁ ମନେପକାଇ କପଡା ବ୍ୟାଗ ବଢ଼ାଇଦେଲେ ତାହାଦ୍ୱାରା ମଧ୍ୟ ପ୍ଲାଷ୍ଟିକର ବ୍ୟବହାର କମାଯାଇପାରିବ। ପର୍ବପର୍ବାଣିରେ ମନ୍ଦିରକୁ ମହିଳାମାନେ ପଲିଥିନ୍‌ରେ ଭୋଗ ନେଇ ଯାଉଛନ୍ତି। ସେମାନେ ଯଦି ପିତଳ ଭୋଗଥାଳି ବ୍ୟବହାର କରନ୍ତେ ତେବେ ପଲିଥିନ୍‌ ବ୍ୟବହାର ହ୍ରାସ ପାଇପାରନ୍ତା ପିତଳ ଥାଳିରେ ଭୋଗ ଲଗାଇଲେ ମନରେ ଶାନ୍ତି ଆସେ ଏବଂ ଏହା ମଧ୍ୟ ସ୍ବାସ୍ଥ୍ୟପକ୍ଷେ ଉପକାରୀ ।

ଆଜିକାଲି ସକାଳେ ସନ୍ଧ୍ୟାବେଳେ ମହିଳାମାନେ ଘରେ ଜଳଖିଆ ତିଆରି ନ କରି ବାହାରୁ ମଗାଇ ଖାଉଛନ୍ତି। ପୁରୁଷମାନେ ପଲିଥିନ୍‌ରେ ଜଳଖିଆ ନେଇ ଆସୁଛନ୍ତି। ଏଗୁଡ଼ିକ ପରିବେଶ ଅପରିଷ୍କାର କରୁଛି। ଯଦି ମହିଳାମାନେ ଟିଫିନ୍‌ ବାକ୍ସ ପୁରୁଷମାନଙ୍କୁ ଦିଅନ୍ତେ ତେବେ ଅନେକାଂଶରେ ଉପକାର ମିଳନ୍ତା। କାରଣ ପଲିଥିନ୍‌ ପ୍ୟାକେଟ୍‌ରେ ଖାଦ୍ୟ ପଦାର୍ଥ ଖାଇଲେ ପଲିଥିନ୍‌ ରଙ୍ଗ ପେଟ ଭିତରକୁ ଖାଦ୍ୟ ସହ ଯାଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରେ।

ସେହିପରି ପିଲାମାନଙ୍କୁ ପ୍ଲାଷ୍ଟିକରେ ପ୍ୟାକିଂ  ହୋଇଥିବା ଖାଦ୍ୟ ଖାଇବାକୁ ନ ଦେଇ ପାରମ୍ପରିକ ଢ଼ାଞ୍ଚାରେ ମା’ମାନେ ଘରେ ତିଆରି କରିଦେବା ଉଚିତ୍‌। ଏହାଦ୍ୱାରା ପରିବେଶ ପରିଷ୍କାର ରହିବା ସହିତ ପିଲାମାନେ ଫାଷ୍ଟଫୁଡ୍‌ ନ ଖାଇ ବିଭିନ୍ନ ରୋଗରୁ ନିଜକୁ ରକ୍ଷା କରିପାରିବେ। ଅଧିକାଂଶ ଘରେ ଅତିଥି ସକତ୍ାର ନିମନ୍ତେ ମହିଳାମାନେ ଥଣ୍ଡାପାନୀୟ ପିଇବାକୁ ଦେଇଥାନ୍ତି। ଏହାଦ୍ୱାରା ଖୋଲା ପ୍ଲାଷ୍ଟିକ ବୋତଲଗୁଡିକର ସଂଖ୍ୟା ବଢ଼ୁଛି।

  ଅତିଥିମାନଙ୍କୁ ଲେମ୍ବୁ, ଦହି ସରବତ, ପଇଡପାଣି ପିଇବାକୁ ଦିଆଯାଏ,ଏଥିରେ ସମ୍ମାନ ହାନି ହେବାର ସମ୍ଭାବନା ନ ଥାଏ। ବରଂ ସମ୍ମାନ ବୃଦ୍ଧି ଏବଂ ସ୍ବାସ୍ଥ୍ୟରେ ଉନ୍ନତି ହେବ। ସେହିପରିି ପ୍ଲାଷ୍ଟିକ ଗ୍ଲାସରେ ଚା କିମ୍ବା ପାଣି ପିଇବାକୁ ନ ଦେଲେ ଆହୁରି ଭଲ ହୁଅନ୍ତା।

ଛୋଟ ଛୋଟ ଭୋଜିଭାତରେ ପ୍ଲାଷ୍ଟିକ ଥାଳି ବ୍ୟବହାର ନ କରି କଦଳୀପତ୍ର କିମ୍ବା ଖଲିପତ୍ର ବ୍ୟବହାର କଲେ ପରିବେଶ ସଫା ରହିପାରିବ। ମଦ ପିଉଥିବା ଲୋକ ଯେପରିି ମଦ ଛାଡିବାକୁ ଧୀରେ ଧୀରେ ମଦ ପିଇବା କମାଇଥାଏ, ସେହିପରି ଧୀରେ ଧୀରେ ସବୁ ମହିଳା ସହଯୋଗ କଲେ ଏହି ମହାବିପଦରୁ ରକ୍ଷା ମିଳିପାରିବ।  ମହିଳାମାନେ ଘରେ ଓ ବାହାରେ ସମସ୍ତଙ୍କୁ ସଚେତନ କରିପାରିଲେ ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିବ। ପୃଥିବୀ ମାଆକୁ ଘୋର ସଙ୍କଟରୁ ରକ୍ଷା ମିଳିପାରିବ। ଏଥିପାଇଁ ସରକାର କଠୋର ନିୟମ ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରିବ ଉଚିତ । ତେଣୁ ସବୁ ଶ୍ରେଣୀର ଲୋକମାନେ ପରିସ୍ଥିତିକୁ ହୃଦୟଙ୍ଗମ କରି ଏହାର ସମାଧାନ ନିମନ୍ତେ ଆଗେଇ ଆସିବା ଉଚିତ୍‌।

ଏମାନେ କ’ଣ କରନ୍ତି

ସୁଜାତା ପଟ୍ଟନାୟକ(ଶିକ୍ଷୟିତ୍ରୀ,ସେଣ୍ଟ ଜୋସେଫ୍‌ ସ୍କୁଲ୍‌,ଛେଣ୍ଡ କଲୋନୀ, ରାଉରକେଲା): ମୁଁ  ଯେହେତୁ ଟିକେ ସିଲାଇ ଶିଖିଛି ପାଖରେ ସବୁବେଳେ ଯେମିତି ହେଲେ ଗୋଟେ କପଡା ବ୍ୟାଗ୍‌ ରଖିଥାଏ। କେତେବେଳେ ବି ବ୍ୟାଗ୍‌   କାମରେ ଆସିବ। ଯଦି କୌଣସି ଦୋକାନୀ ଆମକୁ ଜରିରେ ଜିନିଷ ଦେଇଥାନ୍ତି ମୁଁ ତାଙ୍କୁ ମନାକରେ ପଲିଥିନ୍‌ ଦେବା ଲାଗି। ସ୍କୁଲ୍‌ରେ ଯଦି ପିଲାଙ୍କ ଟିଫିନ୍‌ କିଏ ପଲିଥିନ୍‌ରେ ବାନ୍ଧିକି ଆଣିଛନ୍ତି  ତେବେ ସେ ପିଲାକୁ କହିବା ସହ ତା’ର ଅଭିଭାବକଙ୍କୁ କହିଥାଉ ଯେ ପଲିଥିନ୍‌ରେ ଖାଦ୍ୟ ଦିଅନ୍ତୁ ନାହିଁ। ସ୍କୁଲ୍‌ରେ ମଧ୍ୟ ପ୍ଲାଷ୍ଟିକ୍‌ ଫ୍ରି ଆଓ୍ବାରନେସ୍‌ ହୋଇଥିଲା। ଏହାକୁ ଯଦି ସମସ୍ତେ ମାନନ୍ତେ ତେବେ ଆମ ପରିବେଶ ସୁସ୍ଥ ରହିବା ସହ ଭଲ ହୁଅନ୍ତା।

ରଶ୍ମିରେଖା ମିଶ୍ର(ଡେସ୍କ ଅଫିସର,ଓଡିଶା ସେକ୍ରେଟାରିଏଟ୍‌, ଏସଟି ଆଣ୍ଡ ଏସ୍‌ସି ଡିପାର୍ଟମେଣ୍ଟ):ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେଲାପରେ ନିଜେ ଘରୁ ଗୋଟିଏ ବ୍ୟାଗ୍‌ ଆଣି ପାଖରେ ରଖିଥାଏ। ଆଗରୁ ଯେତେବେଳେ ପ୍ଲାଷ୍ଟିକ୍‌ ବ୍ୟାନ୍‌ ହୋଇନଥିଲା ସେତେବେଳେ ପଲିଥିନ୍‌ରେ ଜିନିଷ ନେଇ ଆସୁଥିଲି। ଏବେ କିନ୍ତୁ ଆଉ ଆଣୁନି। ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେବା ଦ୍ୱାରା ନିଶ୍ଚିତ ରୂପେ ଆମ ପରିବେଶ ପ୍ରଦୂଷଣକୁ କିଛି ମାତ୍ରାରେ ରକ୍ଷା କରାଯାଇପାରେ। ପଲିଥିନ୍‌ ଚାରିଆଡେ ପଡିବା ଦ୍ୱାରା ଗାଈମାନେ ଏହାକୁ ଖାଇ ଦିଅନ୍ତି। ଫଳରେ ପର ମୁହୁର୍ତ୍ତରେ ସେମାନଙ୍କର ମୃତ୍ୟୁ ହୁଏ।  ଏହା ବଦଳରେ ଆମେ ଯଦି କାଗଜଠୁଙ୍ଗା ଏବଂ କପଡା ବ୍ୟାଗ୍‌ ବ୍ୟବହାର କରିବା ଉଚିତ୍‌।  ଏହି ନିୟମକୁ ମାନିଲେ ଜୀବଜନ୍ତୁମାନଙ୍କର ହିତ ସାଧନ ହେବା ସହ ନାନା ପ୍ରକାର ଅସୁବିଧାରୁ ରକ୍ଷା ପାଇପାରିବା।


ରେଣୁକା ସ୍ବାଇଁ

-ଅଧ୍ୟାପିକା, ଅର୍ଥନୀତି ବିଭାଗ

ହରିଶପୁର ବଳଦେବ ମହାବିଦ୍ୟାଳୟ

ବୋରିକିନା,ଜଗତ୍‌ସିଂହପୁର

ମୋ- ୮୦୧୮୨୪୧୪୨୪

All Right Reserved By

ଫୁରସତ |

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ଶିକ୍ଷାବିତ୍‌ ତଥା ସାହିତି୍ୟକ ଡ. କୈଳାସ ଚନ୍ଦ୍ର ଟିକାୟତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଲାସ୍ୟମୟୀ ମାମା

ଲାସ୍ୟମୟୀ ମାମା

ମଧୁସ୍ମିତା ରାଉତ କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ମାମା ବୋଲି କହିଲେ ସମସ୍ତେ ତାଙ୍କୁ ଚିହ୍ନିଦେବେ। ଜଣେ ଶିଶୁ କଳାକାର ଭାବରେ ମାମା ‘ରୁକ୍ମିଣୀ ଗଣନାଟ୍ୟ’ରେ ଯୋଗଦେଇ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ। 

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ସଙ୍ଗୀତ ମୋର ବନ୍ଧୁ। ସଙ୍ଗୀତ ମୋର ପ୍ରାଣ। ସଙ୍ଗୀତକୁ ମୁଁ ପୂଜା କରେ। ସଙ୍ଗୀତକୁ ମୁଁ ପ୍ରାଣ ଦେଇ ଭଲପାଏ।’ ଏକଥା କହନ୍ତି ଯାତ୍ରା ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା। 

ବଗ୍‌ ଫେଷ୍ଟିଭାଲ

ବଗ୍‌ ଫେଷ୍ଟିଭାଲ

ନିଜ ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ  ପ୍ରତ୍ୟେକ ସମ୍ପ୍ରଦାୟର ଲୋକେ ବିଭିନ୍ନ ଉତ୍ସବ ଆୟୋଜନ କରିଥାନ୍ତି । 

ମହାକାଶରେ ହେବ ହୋଟେଲ!

ମହାକାଶରେ ହେବ ହୋଟେଲ!

ମହାକାଶକୁ ଯିବା, ସେଠାକାର ଅନୁଭୂତି କିଭଳି ଜାଣିବାର ଇଚ୍ଛା ପ୍ରାୟ ଅନେକଙ୍କର ଥାଏ। ଖାସ୍‌ ସେଇଥିପାଇଁ ଆମେରିକାର କିଛି କମ୍ପାନୀ ଲୋକଙ୍କୁ ମହାକାଶର ଅନୁଭୂତି ଦେବାର ପ୍ରୟାସରେ ଲାଗିଛନ୍ତି।

୩୪ ବର୍ଷରେ ୨୨ ଫୁଟର ନିଶ

୩୪ ବର୍ଷରେ ୨୨ ଫୁଟର ନିଶ

ନିଶକୁ ପୁରୁଷମାନେ ନିଜ ସମ୍ମାନର ପ୍ରତୀକ ଭାବେ ଗ୍ରହଣ କରନ୍ତି। ତେଣୁ ତା’ର ବେଶ୍‌ ଯତ୍ନ ନିଅନ୍ତି। ତେବେ ରାଜସ୍ଥାନ, ବିକାନିର୍‌ରେ ରହୁଥିବା ଗିରିଧର ବ୍ୟାସଙ୍କ ନିଶ ଦେଖିଲେ ଜାଣିହୁଏ ପୁରୁଷଙ୍କ ପାଇଁ ନିଶ କେତେ ପ୍ରିୟ। 

ମାଇକେଲ ଜ୍ୟାକ୍‌ସନ ହେବାର ନିଶାରେ

ମାଇକେଲ ଜ୍ୟାକ୍‌ସନ ହେବାର ନିଶାରେ

ସାରା ପୃଥିବୀରେ ଅଛନ୍ତି ମାଇକେଲ ଜ୍ୟାକ୍‌ସନଙ୍କର ଅନେକ ଫ୍ୟାନ୍‌। ହେଲେ ଆର୍ଜେଣ୍ଟିନା, ବୁଏନ୍ସ  ଏୟାର୍ସରେ ରହୁଥିବା ୨୨ ବର୍ଷୀୟ ଲିଓ ବ୍ଲାଙ୍କୋଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ। 

ଉଲ୍‌ର କଙ୍କାଳ

ଉଲ୍‌ର କଙ୍କାଳ

ଉଲ୍‌ରେ ତିଆରି ହୁଏ ଶୀତବସ୍ତ୍ର। ଏଥିରୁ ଘର ସାଜସଜ୍ଜା ସାମଗ୍ରୀ ବି ପ୍ରସ୍ତୁତ କରାଯାଏ। ଉଲ୍‌ର ଏମିତି ଅନେକ ସାମଗ୍ରୀ ବିଷୟରେ ଜାଣିଥିବେ ଓ ଦେଖିଥିବେ ମଧ୍ୟ। ତେବେ ପାପ୍‌ ନାମକ ଜଣେ ବ୍ୟକ୍ତି ଉଲ୍‌ରେ ଏଭଳି ଜିନିଷ ତିଆରି କରିଛନ୍ତି, ଯାହାକୁ ଦେଖିଲେ ଯେ କେହି ଚକିତ ହୋଇଯିବେ।

ଶୁଭଫଳ ପାଇଁ ଆକ୍ୱାରିୟମ

ଶୁଭଫଳ ପାଇଁ ଆକ୍ୱାରିୟମ

* ଘରର ଦକ୍ଷିଣ-ପୂର୍ବ ଦିଗ ଧନ ସମ୍ପଦ ପାଇଁ ଉଦ୍ଦିଷ୍ଟ। ତେଣୁ ଏହି ଦିଗରେ  ଆରୋଓ୍ବାନା ମାଛର ଆକ୍ୱାରିୟମ ରଖିବା ଦ୍ୱାରା ଧନ ସମ୍ପଦରେ ଅଭିବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି।

ବ୍ରାଇଡାଲ୍‌ ଫୁଟ୍‌ଓ୍ବେର୍‌

ବ୍ରାଇଡାଲ୍‌ ଫୁଟ୍‌ଓ୍ବେର୍‌

ବାହାଘର ପାଇଁ ଫୁଟଓ୍ବେର୍‌ କିଣିବାକୁ ଗଲାବେଳେ କିଛି ଖାସ୍‌ କଥାପ୍ରତି ଧ୍ୟାନ ରଖିବା ନିହାତି ଆବଶ୍ୟକ। ଯେମିତିକି ଭେନ୍ୟୁ, ସିଜନ୍‌ ଆଉ ସବୁଠୁ ଜରୁରୀ ହେଉଛି ଆଉଟ୍‌ଫିଟ୍‌। କାରଣ ବ୍ରାଇଡାଲ୍‌ ଆଉଟ୍‌ଫିଟ୍‌ ସହ ଯଦି ବ୍ରାଇଡାଲ୍‌ ଫୁଟଓ୍ବେର୍‌ ଠିକ୍‌ ମ୍ୟାଚ୍‌ ନ କଲା, ତା’ହେଲେ ଲୁକ୍‌ ସେତେ ଆକର୍ଷଣୀୟ ଲାଗେ ନାହିଁ...

ପିଲାଙ୍କ ଗାନ୍ଧୀ ଅଜା

ପିଲାଙ୍କ ଗାନ୍ଧୀ ଅଜା

ବସ୍ତି ପିଲାଙ୍କର ସେ ଭାରି ପ୍ରିୟ। ତାଙ୍କର ଗୋଟିଏ ଡାକରେ ଦଉଡି ଆସନ୍ତି ସେମାନେ। ଆଉ ଘେରି ଯାଆନ୍ତି ତାଙ୍କୁ। କିଏ ତାଙ୍କୁ ଅଜା ତ କିଏ ଡାକନ୍ତି ମହାତ୍ମା ଗାନ୍ଧୀ। ଅନେକଙ୍କର ତ ସେ ପ୍ରିୟ ଗାନ୍ଧୀ ଅଜା।

ଦୋକାନୀ ନଥିବା ଦୋକାନ

ଦୋକାନୀ ନଥିବା ଦୋକାନ

ଏସବୁ ଏମିତି ଦୋକାନ, ଯେଉଁଠି ଜିନିଷ ଥାଏ। ମୂଲ୍ୟର ଏକ ତାଲିକା ବି ରହିଥାଏ। ହେଲେ ତାକୁ ବିକିବାକୁ ନ ଥାଆନ୍ତି ଦୋକାନୀ। ପାଖରେ ରଖା ଯାଇଥାଏ ଟଙ୍କା ବାକ୍ସଟିଏ। ଗ୍ରାହକ ଏଠାକୁ ଆସନ୍ତି, ଜିନିଷ ଦେଖନ୍ତି। ପସନ୍ଦର ଜିନିଷ ନେଇ ଲିଖିତ ମୂଲ୍ୟ ଅନୁସାରେ ଟଙ୍କା ବାକ୍ସରେ ଗଳାଇ ଚାଲି ଯାଆନ୍ତି...